ସୁରେଶ ପନ୍ତ ନୂଆ ପିସିସିଏଫ ନିଯୁକ୍ତ ହୋଇଛନ୍ତି। ୧୯୯୦ ବ୍ୟାଚର ଆଇଏଫଏସ ଅଧିକାରୀ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେଇଛନ୍ତି ସୁରେଶ ପନ୍ତ । ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।ବର୍ତ୍ତମାନ ସୁରେଶ ପନ୍ତ ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (MD) ଭାବରେ କାର୍ଯ୍ୟ କରୁଛନ୍ତି । ଏହି ପଦବୀ ସେ ସେପ୍ଟେମ୍ବର 2021 ଠାରୁ ଗ୍ରହଣ କରିଆସୁଛନ୍ତି ।
Author: sanitelevision
ଦୀର୍ଘ ପ୍ରୀତକ୍ଷାର ଅନ୍ତ। ଆରମ୍ଭ ହେଲା ମୁମ୍ବାଇ-ଝାରସୁଗୁଡ଼ା ବିମାନ ସେବା । ଆଜି ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ଅପରାହ୍ନ ଗୋଟାଏରେ ପହଞ୍ଚିଛି । ପରେ ଏହି ବିମାନ ଝାରସୁଗୁଡ଼ାରୁ ଦିନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ । ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟରେ ଚଳାଚଳ କରିବ। ବିମାନସେବାକୁ ନେଇ ସମର ସିଡ୍ୟୁଲ୍ ପ୍ରକାଶ ପାଇ ନ ଥିବା ବେଳେ ଆଗକୁ ସମୟ ସାରଣୀରେ ପରିବର୍ତ୍ତନ ସମ୍ଭାବନା ରହିଛି।ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି । ଝାରସୁଗୁଡ଼ା–ମୁମ୍ବାଇ ସେକ୍ଟରରେ ବିମାନ ଚଳାଚଳକୁ ନେଇ ଯାତ୍ରୀଙ୍କ ଉତ୍ସୁକତା ବୃଦ୍ଧି ପାଇଛି । ସେହିପରି ଝାରସୁଗୁଡାରୁ ମୁମ୍ବାଇକୁ ବିମାନ ଚଳାଚଳ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ପର୍ଯ୍ୟଟନ, ବ୍ୟାପାର ପରି ସମସ୍ତ କ୍ଷେତ୍ରରେ ଆଉ ଏକ…
ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଦହିବରା ନାଁ ଶୁଣିଲେ ଯେମିତି ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ। ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି। ତେବେ ବିଶ୍ବର ସବୁଠାରୁ ବଡ଼ ଦହିବରା କରାଯାଇଛି । ୪୦ ଲିଟର ତେଲରେ ଛଣା ଯାଇଛି । ବରାର ଓଜନ ୫୦ କିଲୋ ଗ୍ରାମ ରହିଛି । ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନଜମେଣ୍ଟ ଗ୍ରାଣ୍ଡ କିଚେନରେ ଏହାକୁ ତିଆରି କରାଯାଇଛି । ଜଣେ ମୁଖ୍ୟ ସେଫ୍ ଙ୍କ ସହ ୧୦ ଜଣ ମିଶି ଏହାକୁ ତିଆରି କରିଛନ୍ତି । ଦହି ବରା ଏକ୍ସପ୍ରେସ ଫାଉଣ୍ଡର ତଥା ସିଇଓ ସୌରଭ ଖଣ୍ଡେଲୱାଲ ୫୦ କିଲୋ ବରା…
ମୁହାଁମୁହିଁ ଟ୍ରମ୍ପ-ଜେଲେନସ୍କି, ଯୁଦ୍ଧ ବିରତିକୁ ନେଇ ଦୁଇ ବିଶ୍ବନେତାଙ୍କ ମଧ୍ୟରେ ବାକଯୁଦ୍ଧ। ଶୁକ୍ରବାର ହ୍ବାଇଟ ହାଉସ ଓଭାଲ କାର୍ଯ୍ୟାଳୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସାକ୍ଷାତ ସମୟରେ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ। ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଉଷ୍ମ ବିତର୍କ ହୋଇଛି। ଝଗଡା ପରେ ଜେଲେନସ୍କି ହୱାଇଟ ହାଉସରୁ ବାହାରି ଆସିଥିଲେ। ୟୁକ୍ରେନର ଲୋକମାନେ ଜେଲେନସ୍କିଙ୍କ ସମର୍ଥନରେ ବାହାରିଥିଲେ ଏବଂ ତାଙ୍କୁ ଦେଶର ସୱାର୍ଥର ରକ୍ଷକ ବୋଲି କହିଲେ। ଏହାପରେ ଜେଲେନସ୍କିଙ୍କୁ କାନାଡା, ଫ୍ରାନ୍ସ, ଜର୍ମାନୀ, ୟୁକେ ସମେତ ଅନେକ ଦେଶର ସମର୍ଥନ କରିଛନ୍ତି। ଏହି ଘଟଣା ପରେ ୟୁରୋପ ମଧ୍ୟରେ ଫାଟ ସୃଷ୍ଟି ହେଲାଣି। ଜେଲେନସ୍କିଙ୍କୁ ନିଜ ଦେଶବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲାବେଳେ ଆଉ କିଛି ସମର୍ଥନ ବି କରିଛନ୍ତି। କିନ୍ତୁ ଏହି ଘଟଣା ପରେ ବିଶ୍ଵନେତା ବିଶେଷକରି ୟୁରୋପୀୟ ଦେଶଗୁଡ଼ିକର ନେତାମାନେ କାହା…
କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍ସି/ଏସ୍ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ଡାକ୍ତରଖାନାରେ ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ୍ୟ । ଛାତ୍ରୀଙ୍କ ସମ୍ପର୍କୀୟ ଶାରୀରିକ ସମ୍ପର୍କ ରଖିଥିବଆ ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦିଆ ଯାଇଥିଲା । ସୂଚନାମୁତାବକ ବିଦ୍ୟାଳୟକୁ ଗ୍ରସ୍ତ ବେଳେ ଜଣେ ଏଏନଏମ ସନ୍ଦେହ କରି ତିନି ଜଣଙ୍କୁ RBSK କମିଟିକୁ ପଠାଇଥିଲେ। କେନ୍ଦୁଝରରେ ଯାଞ୍ଚ ବେଳେ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀଙ୍କ ପଜିଟିଭ ବାହାରଥିଲା। ଯାହାକୁ ନେଇ ସନ୍ଦେହ ଉପୁଜିଥିଲା। ପରେ ଚମ୍ପୁଆ ଓ ଯୋଡ଼ା ଡାକ୍ତର ଖାନାରେ ନେଗେଟିଭ ବାହାରିବା ପରେ ଦ୍ୱନ୍ଦ୍ୱରେ ବିଭାଗ ରହିଛି। ତେବେ ଦୁଇ ପ୍ରକାର ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବା ବେଳେ ଏଭଳି ଖାମଖିଆଲ ରିପୋର୍ଟର ତଦନ୍ତ ଦାବି ହେଉଛି। ତେବେ ପୋଲିସ ତଦନ୍ତ…
ମହଙ୍ଗା ହେଲା ଏଲପିଜି। ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ମାର୍ଚ୍ଚ, ୨୦୨୫ ଅର୍ଥାତ୍ ଆଜିଠାରୁ ବୃଦ୍ଧି କରାଯାଇଛି। ଇଣ୍ଡିଆନ ଅଏଲ ମାର୍ଚ୍ଚ ୧ ତାରିଖରୁ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରିଛି, ଯାହା ଦ୍ୱାରା ଏହା ପୂର୍ବରୁ ପ୍ରତି ସିଲିଣ୍ଡର ମୂଲ୍ୟ ୧୭୯୭ ଟଙ୍କାରୁ ୧୮୦୩ ଟଙ୍କା ହୋଇଛି। ଦିଲ୍ଲୀରେ ୧୪ କିଲୋଗ୍ରାମ୍ ଘରୋଇ ଏଲପିଜି ସିଲିଣ୍ଡର ଏବେ ବି ୮୦୩ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୨୯ , ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଥରେ ୮୧୮.୫୦ ଟଙ୍କା ରହିଛି।ଅନ୍ୟପଟେ ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୧୩ ଟଙ୍କା ହୋଇଛି।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡିହି ଥାନା ରାମଚନ୍ଦ୍ରପୁର ଗାଁରେ ଅଘଟଣ । ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼ । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ସୂଚନା ଅନୁସାରେ ଜଗବନ୍ଧୁ ଜଣେ ଟେଣ୍ଟ ବ୍ୟବସାୟୀ । ଗାଁରେ ଅଷ୍ଟମ ପ୍ରହାରୀ ପ୍ରସାଦ ଖାଇ ଘରେ ଶୋଇ ଥିଲେ। ଏହି ସମୟରେ ଦୁର୍ବୃତ୍ତ ତାଙ୍କ ମୁହଁରେ ଏସିଡ ମାଡ କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିଜିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନାୟିକାଣ ଢ଼ୀହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏସିଡ ମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି। ଜଗବନ୍ଧୁ ଟେଣ୍ଡ ହାଉସ କରି ପରିବାର ପ୍ରତିପୋଷଣ…
ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ । ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ କଲା କ୍ରାଇମବ୍ରାଞ୍ଚ ।ନବଙ୍କ ହତ୍ୟାକୁ ନେଇ ଉଭୟଙ୍କ ବୟାନବାଜିକୁ ନେଇ ନୋଟିସ୍ ଜାରି ହୋଇଛି। ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି। ଫାଇନାଲ ଚାର୍ଜସିଟ୍ ଦାଖଲ କରିନି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଉଭୟ ଜଣାଇପାରିବେ। ଉଭୟଙ୍କ ବୟାନ ମାମଲାକୁ ଦେଇପାରେ ନୂଆମୋଡ଼।ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି। ଏହାରି ଭିତରେ କ୍ରାଇମ୍ବ୍ରାଞ୍ଚ ନୋଟିସ୍ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। କ୍ରାଇମ୍ବ୍ରାଞ୍ଚର ଏହି ନୋଟିସ୍ ପରେ ଏବେ ସବୁ ମହଲରେ ଚର୍ଚ୍ଚା ଯେ କ୍ରାଇମ୍ବ୍ରାଞ୍ଚକୁ କ’ଣ କହିବେ ଦୀପାଳି ଓ ବିଶାଳ ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ ? ତେବେ ଏହି ଘଟଣା…
ଏଥର ରାଜ୍ୟରେ ପୁଣି କଲବଲ କରିବ ତାତି। ପ୍ରଚଣ୍ଡ ଗରମରୁ ମିଳିବନି ତ୍ରାହି। ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ସମ୍ଭାବ୍ୟ ପାଣିପାଗକୁ ନେଇ ଆଇଏମ୍ଡି ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ମାସ ଓ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବି ସ୍ୱାଭାବିକଠାରୁ ଅଧିକ ଲମ୍ବିବ । ଓଡ଼ିଶାରେ ବି ଏଭଳି ପ୍ରଚଣ୍ଡ ଗରମରୁ ତ୍ରାହି ମିଳିବ ନାହିଁ । ଏପ୍ରିଲରେ ଲଗାତାର ୧୯ ଦିନ ଗ୍ରୀଷ୍ମ ଲହରୀ ସ୍ଥିତ ଅନୁଭୂତ ହେବା ସହ ରାତିରେ ମଧ୍ୟ ଲୋକେ ନାହିଁ ନଥିବା ଗରମର ସମ୍ମୁଖୀନ ହେବେ । ୨୦୨୫ରେ ରାଜ୍ୟରେ ପାଣିପାଗ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା।…
ମାର୍ଚ୍ଚ ୧ରୁ ସମଗ୍ର ରାଜ୍ୟରେ ରାଶନକାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଠିକ୍ ଭାବେ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ ପ୍ରଦାନ କରାଯିବ ବୋଲି ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ ତାଲିକାରୁ କାଟି ଦିଆଯାଇଛି । କେତେକ ଚାକିରିଆ ହିତାଧିକାରୀ ନିଜ ତରଫରୁ ରାସନକାର୍ଡ ଫେରେଇଛନ୍ତି । ଅନ୍ୟପଟେ ଆୟକରଦାତା ରାସନ କାର୍ଡ ହିତାଧିକାରୀଙ୍କ ଉପରେ ଯାଞ୍ଚ ଚାଲିଛି । ତେବେ ଯୋଗ୍ୟ ହିତାଧିକାରୀ ହିଁ ରାସନ କାର୍ଡ ପାଇବେ ।









