Author: sanitelevision

ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଖୁବଶୀଘ୍ର କାଯ୍ୟକାରୀ ହେବ ପୋଷ୍ୟ ସନ୍ତାନ ଯୋଜନା । ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ । ସିଏସଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । କମିଟିରେ ଏମସିଏଲ କର୍ତ୍ତୁପକ୍ଷ , ମହିଳା ଓ ଶିଶୁ ବିକାଶ ଅଧିକାରୀ ରହିବେ । ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ । ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ।

Read More

ମାର୍ଚ୍ଚ ଆରମ୍ଭରୁ ହିଁ ସୂର୍ଯ୍ୟଙ୍କ କୋପ ବଢ଼ିଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ ।ସୂଚନାଯୋଗ୍ୟ, ଗତକାଲି ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିଲା ଟିଟିଲାଗଡ଼ । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ପାରଦ ମଧ୍ୟ ୩୮ ଡିଗ୍ରୀ ଛୁଇଁଛି । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ । ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମ ପ୍ରବାହ । ମେ‘ ମାସ ଯାଏଁ ସ୍ବାଭାବିକଠୁ ଅଧିକ ତାପମାତ୍ରା ଲାଗି ରହିବ । ଆଗକୁ ସ୍ଥିତି ଅସମ୍ଭାଳ…

Read More

ଜାଲରେ ପଡିଲା ୨ କୁଇଣ୍ଟାଲର ସାର୍କ ମାଛ । ଓଡିଶା ସୀମାନ୍ତ ପଶ୍ଚିମବଙ୍ଗର କାଁଥି ଅଂଚଳରେ ମତ୍ସ୍ୟ ଯିବି ମାନେ ଗଭୀର ସମୁଦ୍ରରୁ ଏହି ୨ କୁଇଣ୍ଟାଲର ସାର୍କ ମାଛକୁ ଧରିଛନ୍ତି । କାନ୍ଥିର ପେଟୁଆଘାଟ ମତ୍ସ୍ୟ ବନ୍ଦରରେ ଏହି ମାଛଟି ଧରା ପଡ଼ିଛି ।ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ ହେବ ବୋଲି ଜଣା ପଡିଛି । ବନ୍ଦରରେ ମାଛଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦୀଘା ନଦୀ ମୁହାଣରେ ଥିବା ମତ୍ସ୍ୟ ସମ୍ପଦ ନିଲାମ କେନ୍ଦ୍ରରେ ମାଛକୁ ବିକ୍ରି କରାଯାଇଥିବା ଜଣା ପଡିଛି।

Read More

ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ଘଟଣାକୁ ନେଇ ସହିଦ ନଗର ଥାନାର ଦ୍ବାରସ୍ଥ ହେଲେ ଜଗନ୍ନାଥ ପ୍ରେମୀ। ସଂମୃକ୍ତ ଟାଟୁ ଆର୍ଟିଷ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।ଖବର ଅନୁଯାୟୀ, ସହିଦନଗରରେ ଥିବା ରକି ଷ୍ଟୁଡିଓ ପକ୍ଷରୁ ଦିଆଯାଇଥିବା ଷ୍ଟାଟସ୍‌ରେ ଜଣେ ବିଦେଶିନୀଙ୍କ ଆଣ୍ଠୁରେ ଜଗନ୍ନାଥ ଟାଟୁ ଥିବାର ନଜର ଆସିଥିଲା । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା । ଏହା ହିନ୍ଦୁର ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଜଗନ୍ନାଥ ପ୍ରେମୀମାନେ ଅଭିଯୋଗ କରିଥିଲେ । ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସାମାଜିକ କର୍ମୀ ଦାବି କରିଛନ୍ତି ।

Read More

ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିକୁ ବେଖାତିର କରିବା। ବନ୍ଦ ହେଲା ୪୮ ଅଧିକାରୀଙ୍କ ଦରମା। କଟକ ଜିଲ୍ଲାର କିଛି ବିଭାଗୀୟ ଅଧିକାରୀ ଜନ ଶୁଣାଣି ଅଭିଯୋଗକୁ ଅଣଦେଖା କରିଥିବା ବେଳେ ସେ ସମସ୍ତ ବିଭାଗର ଅଧିକାରୀଙ୍କ ଫେବୃଆରୀ ମାସର ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କୁ ନୋଟିସ କରାଯାଇଛି ।ଏଥିସହିତ ନୋଟିସର ଦରମା ବନ୍ଦ ହୋଇଥିବା ଅଫିସରଙ୍କ ମଧ୍ୟରେ, କଟକ ଜିଲ୍ଲାର ବହୁ ବିଭାଗୀୟ ଅଧିକାରୀ ରହିଥିବା ବେଳେ, ଏଥିରେ କଟକ ଉପଜିଲ୍ଲାପାଳ, ସାଲେପୁର ବିଡ଼ିଓ, ମାହାଙ୍ଗା ବିଡ଼ିଓ, ନିଶ୍ଚିନ୍ତକୋଇଲି ବିଡ଼ିଓ, ଟାଙ୍ଗୀ ଚୌଦ୍ବାର ବିଡ଼ିଓ, କଟକ ସଦର ବିଡ଼ିଓ, ଆଠଗଡ଼ ବିଡ଼ିଓ, ବାଙ୍କୀ ବିଡ଼ିଓ,ବଡମ୍ବା ବିଡ଼ିଓ, ତିଗିରିଆ ବିଡ଼ିଓଙ୍କ ସମ୍ତଏତ ଅନେକ ହସିଲଦାରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବହୁ ଅଧୀକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ଗ୍ରୀଭାନ୍ସ ଖିଲପି ଅଭିଯୋଗ ହୋଇଥିବା ବେଳେ ଉକ୍ତ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ…

Read More

ଓଡିଶା ସରକାର ୫୦ ଜଣ ଆଦିବାସୀ ଛାତ୍ର, ଅଧିକାଂଶ ମହିଳାଙ୍କୁ ପ୍ରାରମ୍ଭିକ ପାଇଲଟ୍ ତାଲିମ ପ୍ରଦାନ କରିବେ। ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ସମ୍ପ୍ରତି ତାଲିମ ପ୍ରଦାନ କରିବା ପାଇଁ ଏକ ବୃତ୍ତିଗତ ସଂସ୍ଥା ନିଯୁକ୍ତି କରିବା ପାଇଁ ଏକ ଟେଣ୍ଡର ଜାରି କରିଛି।ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ, ସରକାର ମନୋନୀତ ଘରୋଇ ସଂସ୍ଥା ମାଧ୍ୟମରେ ଅତି କମରେ ୩୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ପ୍ରସ୍ତୁତିମୂଳକ ତାଲିମ ପ୍ରଦାନ କରିବା ପାଇଁ ସର୍ଟ ଲିଷ୍ଟ କରାଯିବ। ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଉକ୍ତ ସର୍ଟ ଲିଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାରମ୍ଭିକ ସ୍କ୍ରିନିଂ ଏବଂ ପ୍ରସ୍ତୁତିମୂଳକ ତାଲିମ ପାଇଁ ୮ ସପ୍ତାହ ଲାଗି ଏକ ଏଜେନ୍ସି ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।ଘରୋଇ ସଂସ୍ଥା ଆଠ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବ, ସପ୍ତାହକୁ ପାଞ୍ଚ ଦିନ ପାଇଁ ପ୍ରତିଦିନ ହାରାହାରି…

Read More

ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର ଲୋକେ ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଇଛନ୍ତି। ଫଳରେ ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଏକ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡ଼ା ଗ୍ରାମପଞ୍ଚାୟତର ଫୁଣ୍ଡେଲପଡ଼ା ଗ୍ରାମରେ ଦେଖିବାକୁ ମିଳିଛି।ସୂତନାମୁତାବକ, ଫୁଣ୍ଡେଲପଡ଼ା ଗ୍ରାମର ସରୋଜ କୁମାର ନାୟକଙ୍କ ପୁଅ ଜନ୍ମ ହେବାର ୧୦ ଦିନ ପରେ ଦେହ ମୋଡିମୋଡି ହେବା ସହ ସବୁବେଳେ କାନ୍ଦୁଥିଲା। ଏହାପରେ ସେ କେଉଁଠାରୁ ଶୁଣିବାକୁ ପାଇଲେ ପିଲାର ପେଟରେ ଏବଂ ମୁଣ୍ଡରେ ନିଆଁ ଚେଙ୍କ ଦେଲେ ଦେହ ମୋଡିମୋଡି ଏବଂ କାନ୍ଦ ବନ୍ଦ ହୋଇଯିବ । ଏହାପରେ ନିରୀହ ଶିଶୁଟିର ମୁଣ୍ଡ ଓ ପେଟରେ ୪୦ରୁ ଊର୍ଦ୍ଧ୍ୱ ଚେଙ୍କ ଦେଇଥିଲେ। ନିଆଁ ଚେଙ୍କ ମାରିବା ପରେ କିଛି…

Read More

ମାଲକାନଗିରି ସୀମାରେ ଏନକାଉଣ୍ଟର। ଛତିଶଗଡ଼ ସୁକୁମା ଜିଲ୍ଲା କିଷ୍ଟରାମ ଜଂଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫର ଏକ ମିଳିତ ଟିମକୁ ସେହି ଅଞ୍ଚଳକୁ ପଠାଯାଇଥିଲା। ମାଓବାଦୀମାନେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବା ସହ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ। ସୁରକ୍ଷାବାହିନୀ ଏହାର ଜବାବ ଦେଇଥିଲେ। ଘଟଣାସ୍ଥଳରେ ଏବେ ବି ଗୁଳି ବିନିମୟ ଜାରି ରହିଛି । ଡିଆରଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଅପରେଶନ ଜାରି ରହିଛି।

Read More

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ । ଓଡିଶା ପ୍ରଶାସନିକ ସେବାରେ ତାଲିମ ନେଉଥିବା ୨୭ବର୍ଷୀୟ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ପ୍ରେମ ବିବାହ କରିବାକୁ ଯାଉଛନ୍ତି ମାହାଙ୍ଗା ବିଧାୟକ ସାରଦା । ସିପ୍ରା କଟକ ଜଗତପୁରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଳକରେ ସାମାଜିକ ସମ୍ପ୍ରସାରଣ ଅଧୁକାରୀ ଭାବେ କାର୍ଯ୍ୟ କରୁଥିଲେ । ବିବାହ ଉତ୍ସବ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାର ରହିଥ‌ିବା ଜଣାପଡିଛି । ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା କରି ବନ୍ଧୁଙ୍କୁ ସାଙ୍ଗରେ ନେଇ ସେ ରାଜସ୍ଥାନ ଯାଇଛନ୍ତି ବିବାହ ପାଇଁ । ବିବାହ ଉତ୍ସବ ଆସନ୍ତା ୨ ତାରିଖ ଦିନ ରାଜସ୍ଥାନରେ ହେବ ବୋଲି ଜଣାଯାଇଛି ।

Read More

ହୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟର ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ପାରିତୋଷିକ ଲାଗୁ ହେବ।ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ର ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ର୍ନିମାଣର ରାଜ୍ୟ ଭାରପ୍ରାପ୍ତ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ଏହା ଦ୍ବାରା ରାଜ୍ୟରେ କାର୍ଯ୍ୟରତ ଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ।

Read More