Author: sanitelevision

ସଂସଦରେ ୱାକଫ ବିଲ୍ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଏବେ ଏହାକୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଉପସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଏହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ, ୱାକଫ ସଂଶୋଧନ ବିଲ୍ ୨୦୨୪ କୁ ଅନୁମୋଦନ କରାଯାଇଛି।ୱାକଫ୍ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ବିଲରେ ୧୪ ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧ୍ୟାଦେଶ ଜରିଆରେ ଏସବୁ ସଂଶୋଧନ କରାଯିବ। ବିଲରେ ମୋଟ ଉପରେ ୬୬ ଟି ପରିବର୍ତ୍ତନ କରିବାକୁ ଜେପିସି କମିଟି ସୁପାରିଶ କରିଥିଲା। ସେଥିରୁ ବିରୋଧୀ ଦେଇଥିବା ୪୪ଟି ପ୍ରସ୍ତାବ ନାକଚ ହୋଇଯାଇଛି। ବିଜେପି ଏବଂ ସହଯୋଗୀ ଦଳ ଦେଇଥିବା ୨୩ ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। କମିଟିରେ ୧୬ଜଣ ବିଜେପି ଓ ସହଯୋଗୀ ଦଳଙ୍କ ସାଂସଦ ଥିବା ବେଳେ ୧୦ ଜଣ ବିରୋଧୀ ସାଂସଦ ଅଛନ୍ତି। ସଂଶୋଧନରେ ୱାକଫ…

Read More

ଶିବରାତ୍ରୀ ପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିର ବେଶ ଚଳଚଞ୍ଚଳ ଥିବା ବେଳେ ହଠାତ୍ ବଡ ଅଘଟଣ ଘଟିଛି। ପ୍ରଥମ ଅଘଟଣ ଥିଲା ନିର୍ଦ୍ଦାରିତ ସମୟର ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିବା ବେଳେ ଦ୍ବିତୀୟ ଅଘଟଣ ହେଉଛି ମହାଦୀପ ନେଇ ମନ୍ଦିର ଚୂଡାକୁ ଯାଉଥିବା ବେଳେ ଜଣେ ସେବାୟତ ଖସିପଡିଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା। ଏହି ଅଘଟଣ ପାଇଁ ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରଶାସନ ସେବାୟତଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ବାପା ଏବେ ସୁସ୍ଥ ଅଛନ୍ତି। ତାଙ୍କର ସିଟି ସ୍କାନ୍‌ ହେବ। ହାତରେ ଗରମ ଘିଅ ପଡ଼ିଯିବାରୁ ବାପା ଖସି ପଡିଥିଲେ। ମହାଦୀପରେ ଅଧିକ ଘିଅ ଥିବାରୁ ଢାଳି ଯାଇଥିଲା। ମହାନଦୀରେ ଘିଅ ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା। ପ୍ରତିବର୍ଷ ବାପା ହିଁ ମନ୍ଦିର ଉପରକୁ ମହାଦୀପ ନେଇ ଯାନ୍ତି। ୨୫ରୁ ୩୦ ବର୍ଷ…

Read More

ବାଲେଶ୍ୱର ସହର ଉପକଣ୍ଠସ୍ଥ ସିନ୍ଧିଆ ପଞ୍ଚାୟତର ବାବୁରାମ ନାଥଙ୍କ ପୁଅ ଅବିନାଶ ନାଥ । ସବୁବେଳେ କିଛି ନୂଆ କରିବାର ପ୍ରୟାସ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା ଅବସରରେ ତାଙ୍କର ନିଆରା କଳାକୃତି ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି । ମହାଶିବରାତ୍ରୀ ଅବସରରେ ମନ୍ଦିର ପ୍ରାଙ୍ଗଣରେ ବସି ଏକ ୩ ସେଣ୍ଟିମିଟର କଞ୍ଚା ହଳଦୀରେ ପ୍ରଭୁ ମହାଦେବଙ୍କ ପ୍ରତିମୂର୍ତ୍ତିକୁ ଚିତ୍ର ମାଧ୍ୟମରେ ସ୍ଥାନିତ କରିଛନ୍ତି ।ପୂର୍ବରୁ ବି ଅବିନାଶ ପତ୍ର, ବାଦାମ୍, ଲବଙ୍ଗ, ହାତଘଣ୍ଟା, ଚକଲେଟ୍ ଇତ୍ୟାଦିରେ ଅନେକ ଚିତ୍ର ଆଙ୍କି ବେଶ୍ ପ୍ରଶଂସା ସାଉଁଟିଛନ୍ତି । ତେବେ ହଳଦୀରେ ଏହି ପ୍ରତିଛବିଟି ଆଙ୍କିବା ପାଇଁ ପ୍ରାୟ ୨୦ ମିନିଟ ସମୟ ଲାଗିଥିଲା ବେଳେ ପୂର୍ବରୁ ଅନେକ ଥିମ ଆର୍ଟ କରି ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। ବିନା ତାଲିମରେ ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ଚିତ୍ରକଳା । ତାଙ୍କଦ୍ୱାରା…

Read More

ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତରୀ ଟିମ୍ ନିକଟରେ ସଫଳତା ପୂର୍ବକ କରିଥିବା ଏକ ବିରଳତମ ଅସ୍ତ୍ରୋପଚାରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।୧୭ ବର୍ଷର ନାବାଳକ । ଦେହରେ ୪ଟି ଗୋଡ଼ । ଆସ୍ୱାଭାବିକକୁ ନେଇ ଚନ୍ତାରେ ଥିଲା ପରିବାର । ପିଲାଟିର ଭବିଷ୍ୟତକୁ ନେଇ ସମସ୍ତେ ଥିଲେ ଚିନ୍ତିତ । ହେଲେ ଦିଲ୍ଲୀ AIIMS ସାଜିଲା ସାହାରା । ୨ଟି ଗୋଡ଼ ସ୍ୱାଭାବିକ ଥିବାବେଳେ ଅନ୍ୟ ଦୁଇଟି ଅତିରିକ୍ତ ଗୋଡ଼ (ନିଷ୍କ୍ରିୟ) ତାଙ୍କ ପେଟରୁ ଝୁଲି ରହିଥିଲା। ଡାକ୍ତରୀ ଶବ୍ଦରେ ଏହାକୁ ପାରାସାଇଟିକ୍ ଟ୍ୱିନ୍ସ ବା ପରଜୀବୀ ଯମଜ ଭାବେ ଅଭିହିତ କରାଯାଉଛି। ଡାକ୍ତରମାନେ ଯେତେବେଳେ ଏହି ନାବାଳକଙ୍କ ଏପ୍ରକାର ଅବସ୍ଥା ଦେଖିଲେ ସେତେବେଳେ ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ ବୋଲି ଗ୍ରହଣ କରିଥିଲେ। ଧାର୍ଯ୍ୟ ସମୟରେ ଦିଲ୍ଲୀ ଏମ୍ସର ଡାକ୍ତରି ଟିମ୍ ଅସ୍ତ୍ରୋପଚାର ମାଧ୍ୟମରେ ନାବାଳକଙ୍କ ପେଟରୁ ଝୁଲି ରହିଥିବା ଏହି ‘ଦୁଇଟି ଅତିରିକ୍ତ ଗୋଡ’ ବା ପରଜୀବୀ…

Read More

ବରାତ୍ରି ଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ । ଭାରସାମ୍ୟ ହରାଇ ୨୦ ଫୁଟ ବ୍ରିଜ ତଳକୁ ଖସି ପଡିଲେ ବାଇକ ଆରୋହୀ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଚାଟୁଆ ନିକଟସ୍ତ ଆନ୍ଧରିଘାଟ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପାଡୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର ପଟାଙ୍ଗି ଅଞ୍ଚଳର ବୋଲି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଶିବରାତ୍ରି ଉତ୍ସବ ପରେ ତିନି ଜଣ ଚଟୁଆ ଗାଁରୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ସନ୍ଦେହ କରାଯାଉଛି ଯେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିଲେ। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ନିୟନ୍ତ୍ରଣ ହରାଇବା ପରେ ବାଇକ୍ ଟି ଓଲଟି ପଡ଼ିଥିବା ସମ୍ଭାବନା କୁହାଯାଉଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଅଧିକ ତଦନ୍ତ ଜାରି ରହିଛି।

Read More

ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା। ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍‌କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଶଣା କେନ୍ଦ୍ର। ସ୍ପେଶ୍ ଏକ୍ସ ଫାଲକନ୍‌ ନାଇନ୍ ରକେଟ୍ ସାହାଯ୍ୟରେ ସାୟେଲାଇଟ୍‌କୁ ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଯାହାର ନାଁ ରହିଛି ଟ୍ରେଲବ୍ଲେଜର ।ବୁଧବାର ସନ୍ଧ୍ୟାରେ ଏହି ସାଟେଲାଇଟ୍ ଉତକ୍ଷେପଣ କରିଛି ନାସା । ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ରହି ପାଣିର ସନ୍ଧାନ ଖୋଜିବ । ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣି ଖୋଜିବାରେ ସକ୍ଷମ ହେବ ବୋଲି ଆଶାୟୀ ଅଛନ୍ତି ନାସା ବୈଜ୍ଞାନିକମାନେ ।ଆଗାମୀ ଦିନର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ମହାକାଶ ବିଜ୍ଞାନୀଙ୍କୁ ପଠାଇବାକୁ ଚିନ୍ତା କରାଯାଉଛି। ଆଉ ଏଥିପାଇଁ ଚନ୍ଦ୍ରରେ ପାଣି ଖୋଜିବା ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ମିଶନ୍। ଯଦି ଜହ୍ନରେ ପାଣି ମିଳିଯାଏ, ତାହାଲେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା…

Read More

ପ୍ରୟାଗରାଜର ସଙ୍ଗମ କୂଳରେ ମହାକୁମ୍ଭମେଳା ଶେଷ ହୋଇଛି ଏବଂ ଲୋକମାନେ ଏଠାରେ ନିରନ୍ତର ପବିତ୍ର ବୁଡ଼ ପକାଇଛନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ କୁମ୍ଭ ଯାଇପାରି ନାହାଁନ୍ତି ।ସେହିପରି ଜଣେ ପତ୍ନୀ ମହାକୁମ୍ଭକୁ ସ୍ନାନ କରିବାକୁ ଆସି ତାଙ୍କ ସ୍ୱାମୀଙ୍କୁ ମଧ୍ଯ ଡିଜିଟାଲ ସ୍ନାନ କରାଇ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ସଙ୍ଗମର ପବିତ୍ର ଜଳ ମଝିରେ ଠିଆ ହୋଇଛନ୍ତି। ସେ ହାତରେ ଏକ ମୋବାଇଲ୍ ଫୋନ୍ ଧରିଥିବା ବେଳେ ତାଙ୍କ ସ୍ୱାମୀଙ୍କ ସହ ଭିଡିଓ କଲରେ କଥା ହେଉଛନ୍ତି। ସେ ତାଙ୍କୁ ମଧ୍ଯ ପୁଣ୍ୟରେ ଭାଗିଦାର କରିବାକୁ ଯାଇ ଅନଲାଇନରେ ସ୍ନାନ କରାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ସେ ମୋବାଇଲକୁ ଦୁଇରୁ ତିନିଥର ପାଣିରେ ବୁଡ଼େଇ ଦେଇଛନ୍ତି। ଏହାପରେ ସେ ହସୁଥିବା ଦେଖିବାକୁ ମିଳିଛି।

Read More

ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ୱାର କେବେ ଖୋଲିବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୨ ତାରିଖରେ ଖୋଲିବ କବାଟ । ସକାଳ ୭ ଟା ବେଳେ କେଦାରନାଥଙ୍କ ଦ୍ବାର ଖୋଲାଯିବ ।ପରମ୍ପରା ଅନୁସାରେ ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ହେବା ମାତ୍ରେ କେଦାରନାଥ ଧାମର ଦ୍ୱାର ବନ୍ଦ କରାଯାଏ । ଏହା ପରେ ବାବା କେଦାରନାଥଙ୍କ ପାଲକି ତାଙ୍କର ଶୀତକାଳୀନ ଆସନ ଓଁକାରେଶ୍ୱର ମନ୍ଦିର ଉଖିମଠରେ ପରମ୍ପରା ଅନୁସାରେ ପୂଜା ପାଆନ୍ତି । ୬ ମାସ ପାଇଁ ବାବା କେଦାରନାଥଙ୍କୁ ତାଙ୍କ ଶୀତକାଳୀନ ଆସନ ଓଁକାରେଶ୍ୱର ମନ୍ଦିର ଉଖିମଠରେ ପୂଜା କରାଯାଏ । ତେବେ ମହା ଶିବରାତ୍ରୀ ପର୍ବ ଅବସରରେ, ଉଖିମଠର ଓଁକାରେଶ୍ୱର ମନ୍ଦିରର ଶୀତଦିନିଆ ପୂଜାସ୍ଥାନ ଦିନଟି ବାହାର କରାଯାଇଛି । ପବିତ୍ର ଶିବରାତ୍ରୀ ଅବସରରେ ଲୋକଙ୍କ ଗହଳି ଜମିଥିବା ବେଳେ ଏହି ଘୋଷଣା କରାଯାଇଛି ।

Read More

ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି । ଶୀତରେ ଛାଡ଼ୁନି ତାତି । ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ି ସାରିଛି । ଆଇପିସିସିର ଭୟାନକ ଆକଳନ ଅନୁସାରେ ୨୦୫୦ ମସିହା ବେଳକୁ ବିଶ୍ୱର ହାରାହାରି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ୨୮ରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇପାରେ। ବୁଧବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡା ୩୫.୪, ସମ୍ବଲପୁର ୩୫.୩, ଟିଟିଲାଗଡ ୩୫, ଭୁବନେଶ୍ବର ୩୩ ଏବଂ କଟକରେ ୩୦.୬ ଡିଗ୍ରୀ ରହିଛି। ଗତ ଦେଢ଼ ଦଶନ୍ଧି ହେଲାଣି ଭୟଙ୍କର ହାରରେ ତାତୁଛି ଓଡ଼ିଶା । ବର୍ଷର ହାରାହାରି ଦିନ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି…

Read More

ଶିବରାତ୍ରୀ ଅବସରରେ ସୁନା କିଣିବାକୁ ଭାବୁଛନ୍ତି। ତେବେ କିଣିବା ପୂର୍ବରୁ ଜାଣନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ |ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ହଜାର ୮୨୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୫୦୦ ଟଙ୍କା ଛୁଇଁଛି । ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୮୨୦ ହୋଇଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭,୮୨୦ ଟଙ୍କା ଥିବା ରେକର୍ଡ ହୋଇଛି।

Read More