Author: sanitelevision

ଆରପାରିରେ ଉତ୍ତମ ମହାନ୍ତି । ଦୀର୍ଘ ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ଥିବାରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରିଥିବା ବେଳେ ତାଙ୍କର ପରଲୋକ ଘଟିଛି । ଏହି ଖବର ଶୁଣିବା ପରେ ଓଲିଉଡଠୁ ଆରମ୍ଭ କରି ପୂରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।ସୂଚନା ଅନୁସାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହୋଇ କିଛି ଦିନ ହେବ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଶନିବାର ଡାକ୍ତରଙ୍କ ପରାମର୍ଶ ଯୋଗେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

Read More

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେ ଘରେଘରେ ପରିଚିତ ଥିଲେ। ୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିଅର୍‌ ଆରମ୍ଭ ହୋଇଥିଲା। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ହାସଲ କରିବା ସହ ୧୯୮୦ ଦଶକରେ ସିନେମାରେ ରାଜ କରୁଥିଲେ। ସେ ଓଡ଼ିଆ ଫିଲ୍ମ ଜଗତକୁ ଉଦଣ୍ଡୀ ସୀତା, ଦଣ୍ଡା ବାଳୁଙ୍ଗା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି, ପରଦେଶୀ ଚଢେଇ ଆଦି ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ୩୦ଟି ବଙ୍ଗାଳି ସିନେମା ସହିତ ଗୋଟିଏ ହିନ୍ଦୀ ସିନେମା ‘ନୟା ଜହର’ରେ ହିରୋ…

Read More

ରାଜ୍ୟରେ ବାଲି ମାଫିଆମାନେ ମାତିଛନ୍ତି। ସରକାରୀ ସଂପତ୍ତି ଲୁଟ୍‌ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି। ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି।ଏଣିକି ବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଅଣା ଯିବା ସହ ବାଲି ମାଫିଆଙ୍କ ବିରୋଧରେ ନିଆ ଯିବା ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗରୁ ବାଲି ଖାଦାନ ରାଜସ୍ବ ବିଭାଗ ଅଧୀନରେ ଆସୁଥିଲା । ପୂର୍ବ ସରକାର ଏହାକୁ ମାଇନ୍ସ ବିଭାଗକୁ ଆଣିଲେ । ଏବେ ମାଇନ୍ସ ବିଭାଗରେ କର୍ମଚାରୀ ଅଭାବକୁ ଦୂର କରିବା ସହ ନୂଆ ଇନ୍ଫ୍ରାଷ୍ଟକଚର ତିଆରି ପାଇଁ ଲାଗିଛନ୍ତି ରାଜ୍ୟ ସରକାର । ନୂଆ ସରକାର ଆସିବାରୁ ବାଲିରୁ ଆସୁଥିବା ରାଜସ୍ୱରେ ବୃଦ୍ଧି ଘଟିଛି । ଆଗକୁ ବାଲି ଭଳି ଉତ୍ସରୁ ଆସୁଥିବା ରାଜସ୍ବର ଅଭିବୃଦ୍ଧି ଘଟିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ| ଆଜି ରାଉରକେଲା ହକି ଭିଲେଜରେ ଆୟୋଜିତ ବୁଦ୍ଧିଜୀବି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବରେ ଯୋଗ…

Read More

ଆସନ୍ତା ମାର୍ଚ୍ଚ ୩ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଅଭିଯୋଗ ଶୁଣାଣି କରିବେ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣଫେବୃୟାରୀ ୨୮ତାରିଖ ୧୧ ଟା ରୁ ଆରମ୍ଭ ହେବ ଏବଂସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ।ଏଥିନିମନ୍ତେ,ଆଗ୍ରହୀ ଜନସାଧାରଣଜନ ଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।

Read More

ସରିଲା କୁମ୍ଭମେଳା । ମେଳାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।। ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ସମାପନକୁ ନେଇ ଏକ ବ୍ଲଗ୍ ଲେଖିଛନ୍ତି । ଯେଉଁଥିରେ ସେ ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ବୋଲି କହିଛନ୍ତି । ଏହାସହିତ ମହାକୁମ୍ଭ ବ୍ୟବସ୍ଥାରେ କୌଣସି ଅଭାବ ରହିଥିଲେ, ଜନତା କ୍ଷମା କରିଦେବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ବ୍ୟବସ୍ଥାରେ ଅଭାବକୁ ନେଇ କ୍ଷମା ମାଗି ଲେଖିଛନ୍ତି, ମୁଁ ଜାଣିଛି, ଏବେ ବଡ଼ ଆୟୋଜନ କରିବା ସହଜ କଥା ନୁହେଁ । ମୁଁ ଗଙ୍ଗା ମା’, ଯମୁନା ମା’, ସରସ୍ବତୀ ମା’ଙ୍କୁ ପ୍ରାର୍ଥନା କରୁଛି । ଯଦି ଆମ ଆରାଧନାରେ କୌଣସି ଅଭାବ ରହିଛି, ତେବେ କ୍ଷମା କରିଦେବେ । ମୋ ପାଇଁ ଜନତା ଈଶ୍ବର ସମାନ, ସମସ୍ତ ଶ୍ରଦ୍ଧାଳୁଙ୍କୁ ସେବାରେ କୌଣସି…

Read More

ପଶୁପାଳନ କ୍ଷେତ୍ରର ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ୧ ମାର୍ଚ୍ଚ, ୨୦୨୫ ରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।ଗାଈ, ଛେଳି ଏବଂ ମେଣ୍ଢା ଇତ୍ୟାଦି ପଶୁପାଳନ ପାଇଁ ଉପଭୋକ୍ତା ଫି ଛାଡ଼ କରାଯାଇଛି। ଲୋକମାନେ ମାର୍ଚ୍ଚ ୧ ରୁ ଏହି ମାଗଣା ପଶୁପାଳନ ସୁବିଧା ପାଇବେ,” ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

Read More

ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ । କାର୍ଯ୍ୟରୁ ନିଲମ୍ୱିତ ହେଲେ ୬ ଶିକ୍ଷକ । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଳକର ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ପରିଦର୍ଶନ କରିଥିଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ । ଏହି ସମୟରେ ପରୀକ୍ଷା କେନ୍ଦ୍ରରେ ଅନିୟମିତା ହେଉଥ‌ିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ । ହଳଦୀ ଉଚ୍ଚ ବିଦ୍ୟାଳୟର ଅଧିକ୍ଷକଙ୍କ ସହ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବାକୁ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିର୍ଦେଶ ଦେଇଥିବା ଜଣାପଡିଛି ।

Read More

ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ମାଟ୍ରିକ ପରୀକ୍ଷାର୍ଥି ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଛି। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାର୍ଥୀ ଜଣକ ସୁସ୍ଥ ହେବା ପରେ ଆଇନର ଆଶ୍ରୟ ନିଆଯିବ ବୋଲି ନାବାଳିକାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।ଖବର ପାଇ ବରୀ ପୋଲିସ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ସ୍ଥାନୀୟ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ…

Read More

ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସୃଷ୍ଟି କରାଯାଉଛି, ଯେଉଁଥିରେ ଅସଂଗଠିତ କ୍ଷେତ୍ରର ଶ୍ରମିକ, ବ୍ୟବସାୟୀ, ସ୍ବନିଯୁକ୍ତ ବ୍ୟକ୍ତି ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ହେବେ।ସୂତ୍ର ଅନୁସାରେ, ନ୍ୟାସ୍‌ନାଲ ପେନ୍‌ସନ ସ୍କିମ୍‌ ଉପରେ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ର କୌଣସି ପ୍ରଭାବ ପଡ଼ିବ ନାହିଁ। ଅଣସଙ୍ଗଠିତ କ୍ଷେତ୍ରଲାଗି ଅଟଳ ପେନ୍‌ସନ ଯୋଜନା କାର୍ଯ୍ୟକାରି ହେଉଛି । ଏ ସ୍କିମ୍‌ରେ ବ୍ୟକ୍ତିଙ୍କୁ ୬୦ ବର୍ଷ ପୂରଣ ହେବା ପରେ ମାସକୁ ୧୦୦୦ରୁ ୫୦୦୦ ଟଙ୍କା ମିଳିଥାଏ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ଯୋଜନା ବି ଚାଲିଛି । ଏଥିରେ ସଡ଼କପାର୍ଶ୍ୱ ଉଠାଦୋକାନୀ, ଘରୋଇ ସହାୟକ ଏବଂ ଶ୍ରମିକଙ୍କୁ ସରକାର ଆର୍ଥିକ…

Read More

ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ଭାଇଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନାଥପାଣି ଛକରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ବାପୁ ପଣ୍ଡା ଓ ବାବି ପଣ୍ଡା। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।ତେବେ ଆକ୍ରମଣର କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।

Read More