Author: sanitelevision

ଫଟୋ ଉଠାଇ ବିବାଦ ଭିତରକୁ ଠେଲି ହୋଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଥିବା ଜଣାପଡିଛି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ମନ୍ଦିର ଓ ପୋଲିସ ପ୍ରଶାସନର କୋହଳ ନୀତି ଯୋଗୁଁ ମନ୍ଦିରକୁ ମୋବାଇଲ, କ୍ୟାମେରା ଅବାଧରେ ଯାଉଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ଫଟୋ ଉଠାଇବା ସମୟରେ ପୁଲିସ କିମ୍ବା ମନ୍ଦିର କର୍ମଚାରୀ କେହି ବାରଣ କରୁ ନାହାନ୍ତି। ଅତୀତରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଠୀ ମନ୍ଦିର ବେଢ଼ାରେ ସେବାୟତଙ୍କ ସହ ଫଟୋ ଉଠାଇବାକୁ ନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା ।କିନ୍ତୁ ପିସିସି ସଭାପତି ଏହି ନିୟମ ଉଲଙ୍ଘନ କରି ମନ୍ଦିର ଭିତରେ ନିଜ ସମର୍ଥକଙ୍କ ସହ ଫଟୋ ଉଠାଇବାକୁ ନେଇ ବିବାଦ ଉପୁଜିଛି । ମନ୍ଦିର ଭିତରେ କିଏ ଫଟୋ ଉଠାଇଲା, ତାକୁ ନେଇ ପ୍ରଶ୍ନ ଉଠିଛି ।

Read More

ଶ୍ରୀମନ୍ଦିରରେ ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ। ବୁଧବାର ଫାଲଗୁନ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Read More

ଜୀନତ ପାଇଁ ନୂଆ ଏନକ୍ଲୋଜର ତିଆରି ହୋଇଥିବା ନେଇ କହିଲେ ପିସିସିଏଫ୍ ପ୍ରେମ କୁମାର ଝା । ତେବେ ଏନ୍‌କ୍ଲୋଜରରେ ଖାପ ଖୁଆଇବା ପରେ ସ୍ଥିତି ଦେଖି ଜୀନତକୁ ଜଙ୍ଗଲରେ ଛଡ଼ାଯିବ । ଏବେ ଜୀନତ ପୂରା ସୁସ୍ଥ ଅଛି ଏବଂ ଶିକାର କରିପାରୁଛି ବୋଲି କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା ।ସୂଚନାଯୋଗ୍ୟ, ଗତ ନଭେମ୍ବର ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନ୍ନତ’। ୧୫ ତାରିଖରେ ବାଘୁଣୀକୁ ଏନକ୍ଲୋଜରରୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା। ମାତ୍ର କେଇଟା ଦିନ ପରେ ଝାଡଖଣ୍ଡ ପଳାଇଥିଲା ଜିନତ୍ । ୨୫ ଦିନ ଧରି ଝାଡ଼ଖଣ୍ଡ ଓ…

Read More

ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ ହେବାପରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ଆସନ୍ତା ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ ବ୍ୟବସ୍ଥା । ପ୍ରଥମ ପ୍ରସ୍ତୁତି ବୈଠକ ପରେ ସବୁ ବିଭାଗର ତଥ୍ୟକୁ ନେଇ ‘ଆପ୍‌’ ପ୍ରସ୍ତୁତ ହେବ କହିଲେ ଜିଲ୍ଲାପାଳ ।ଏହାସହ ଚଳିତ ବର୍ଷ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା ।ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ବୈଠକେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ସୁରକ୍ଷା ଓ ଆଇନଶୃଙ୍ଖଳା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା ।

Read More

ଗତ ସୋମବାର ଲୋକସଭା ଭବନଠାରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍‍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏବଂ ପିଏମ୍‍ ସୂର୍ଯ୍ୟଘର ଯୋଜନାରେ ରାଜ୍ୟରେ ଅଧିକ ଲୋକଙ୍କୁ ସାମିଲ୍‍ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ବୈଠକରେ ଶକ୍ତି ବିଭାଗର ବଜେଟ୍‍ ଖର୍ଚ୍ଚ ଅତିକମ୍‌ରେ ୮୫% କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖରାଦିନେ ସାଧାରଣତଃ ଓଭରଲୋଡିଂ ସମସ୍ୟା ଯୋଗୁ ବିଦ୍ୟୁତ୍‍ କାଟ ହୋଇଥାଏ। ଏହାକୁ ପ୍ରତିହତ କରିବା ପାଇଁ ଫିଡର ଓ ଟ୍ରାନ୍ସଫରମରଗୁଡ଼ିକୁ ଅପଗ୍ରେଡ୍‍ କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ବିଦ୍ୟୁତ୍‍ ଯୋଗାଣ କ୍ଷେତ୍ରରେ ଏକ ସୁଦୃଢ଼ ବ୍ୟାକ୍‍ଅପ୍‍ ବ୍ୟବସ୍ଥା ରଖିବାକୁ ସେ କହିଥିଲେ। ପିକ୍‍ ଆୱାରର ଚାହିଦାକୁ ମେଣ୍ଟାଇବା ପାଇଁ ବିଭିନ୍ନ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କ ସହିତ ଆଲୋଚନା କରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଉପଲବ୍ଧ କରିବାକୁ ସେ ପରାମର୍ଶ…

Read More

ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗତକାଲି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ । ଏହି ସମୟରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା ଥିବାରୁ ଏପରି ନିର୍ଦ୍ଦେଶ ଜାରି କରିଛି ବିଭାଗ । ଯଦି କୌଣସି କାର୍ଯ୍ୟ ଜରୁରୀ ମନେ ହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତେବେ ସତର୍କମୂଳକ ପଦକ୍ଷେପ ନିଆଯିବ ।ସମସ୍ତ ଡାକ୍ତରଖାନାରେ ସନଷ୍ଟ୍ରୋକରେ…

Read More

ମୟୂରଭଞ୍ଜ ଜିଲା ଚାନ୍ଦୁଆଁ ଥାନା ଅଧିନ ଠାରୁଆସାହି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ଉତ୍ୟକ୍ତ ହୋଇ ବାପାକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରି ମୁଣ୍ଡକୁ କାଟିନେଇ ଥାନାରେ ଆତ୍ମସମର୍ପଣ କରିଛି । ତେବେ ଖବର ଅନୁସାରେ, ଅଧରାତିରେ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଜ କ୍ରୋଧକୁ ସମ୍ଭାଳିପାରିନଥିବା ପୁଅ । ରାଗ ଜର୍ଜରିତ ହୋଇ ବାପାକୁ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି । ତେବେ କୌଶଳକ୍ରମେ ପୁଅର ମରଣାନ୍ତକ ଆକ୍ରମଣରୁ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବାପାର ଗଣ୍ଡିକୁ ଘର ଦ୍ବାର ମୁହଁରେ ପିଙ୍ଗିଦେଇ ମୁଣ୍ଡକୁ ହାତରେ ଧରି ଫେରା ମାରିଥିଲା ନୃଶଂସ ପୁଅ । ଅନ୍ୟପଟେ ପୁଅ ମାନସିକ ବିଚାର ଗ୍ରସ୍ତ ବୋଲି ସୂଚନା…

Read More

ଓଡ଼ିଶା ସରକାର ସୋମବାର ଦିନ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। କୌଶିକ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସଡି) ଭାବରେ ନିଯୁକ୍ତି ମିଳିଛି।ପୂର୍ବରୁ କେନ୍ଦୁଝର ଏଡିଏମ ଥିବା ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦୁଝର ଉପଜିଲ୍ଲାପାଳ ଥିବା ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ୧୮ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଛି।

Read More

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ । ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ ପରେ ଚାରିଆଡୁ ଘୋର ନିନ୍ଦା । ମହାପ୍ରଭୁଙ୍କୁ ଅପମାନ ନେଇ ଥାନାରେ ମାମଲା । ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରେମୀ ।ଟାଟୁ ଆଙ୍କିଥିବା ଭୁବନେଶ୍ୱର ରକି ଟାଟୁଜ୍ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇଙ୍କ ନାଁରେ ସହିଦନଗର ଥାନାରେ ମାମଲା ହୋଇଛି । ସେପଟେ ମହାପ୍ରଭୁଙ୍କୁ ଅପମାନିତ କରିଥିବାରୁ ନିଜଆଡ଼ୁ କ୍ଷମା ପ୍ରାର୍ଥନା କରିଛନ୍ତି ରକି । ଅନ୍ୟପଟେ ଟାଟୋ ଆଙ୍କିଥିବା ବିଦେଶିନୀ ମଧ୍ୟ ଭିଡିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୋ ହ୍ୱାଟ୍ସଆପ୍ ଷ୍ଟାଟସକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିଛି ।

Read More

ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ । ଏନେଇ ରାଜସ୍ବ ବିଭାଗକୁ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ଦେଇଛି । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଷ କରି ଏହାକୁ ଏପ୍ରିଲରୁ କାର୍ଯ୍ୟକାରୀ କରାଯିବ । ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ଯେଉଁମାନେ ପ୍ଲଟ କିଣିବେ ସେମାନେ ରାସ୍ତା ଓ ଆନୁଷଙ୍ଗୀକ ସୁବିଧା ପାଇବେ । ଡ୍ରାଫ୍ଟକୁ ଅଧ୍ୟୟନ କରିବ ବିଭାଗ । ଯଦି ଦରକାର ପଡେ କିଛି ନିୟମାବଳୀ ଯୋଡାଯାଇପାରେ । ରେରା ଓ ଓଡିଏ ମଦ୍ୟ ଏହି ଡ୍ରାଫ୍ଟକୁ ତର୍ଜମା କରିବ । ମାର୍ଚ୍ଚ ସୁଦ୍ଧା ସଂଶୋଧନ ଓ ସ୍ପଷ୍ଟୀକରଣ ଯାହା ଦରକାର ଅଛି ନୋଟିଫିକେସନ ହେବ । ୫ହଜାର ସ୍କୋୟାର ଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମୋଡାଲିଟି ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ଡ୍ରାଫ୍ଟ ତିଆରି କରିବାକୁ କହିଥିଲା ରାଜସ୍ବ ବିଭାଗ ।

Read More