Author: sanitelevision

ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ପିନାକ ମିଶ୍ରଙ୍କଠାରୁ ଦାୟିତ୍ବ ନେଲେ ମୀନା ।ତେବେ ଦାୟିତ୍ୱ ନେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗମୋହନ ମୀନା କହିଛନ୍ତି ଯେ, ଅପରାଧ ତଦନ୍ତ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଚାରିଆଡେ ସିସିଟିଭି ସର୍ଭେଲାନ୍ସ ବଢାଯିବ । ଆଗକୁ ସାଇବର ଥାନାକୁ ମଧ୍ୟ ସୁଦୃଢ କରାଯିବ । ନବନିଯୁକ୍ତ କନେଷ୍ଟବଳକୁ କିପରି ବ୍ୟବହାର କରାଯିବ । ସେନେଇ ତୁରନ୍ତ ପଦକ୍ଷେପ ନିଆଯିବ ।

Read More

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୯ ତମ ଜୟନ୍ତୀ । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ତେବେ ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସ ରେ ସେ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।ଏହି ଅବସରରେ ସାରା ରାଜ୍ୟରେ ପାଳନ ହେଉଛି ବିଜୁ ଜୟନ୍ତୀ । ଭୁବନେଶ୍ବର ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ…

Read More

ବ୍ରହ୍ମପୁରରେ ଆଜି ଆରମ୍ଭ ହୋଇଛି ସୁଭଦ୍ରା ରାଲି। ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହୋଇଛନ୍ତି। ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ।ସୂଚନା ଅନୁସାରେ, ରାଜ୍ୟରେ ମୋଟ 6 ହଜାର 494ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ ହେବାକୁ ଯାଉଛି । ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ 1.7 ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରଥମ କିସ୍ତିର 5ମ ପର୍ଯ୍ୟାୟ ଟଙ୍କା ଦିଆଯିବ । ସେହିପରି ମାର୍ଚ୍ଚ 8 ତାରିଖରେ ଏକ କୋଟି ମହିଳାଙ୍କ ଖାତାକୁ ଯିବ 5 ହଜାର ଟଙ୍କା । ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କାଯିବ । ତେବେ…

Read More

ସୁନା ଦର ଲଗାତାର ବୃଦ୍ଧି ହେବା ଏବେ ଗ୍ରାହକଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି। ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ମଧ୍ୟବିତ୍ତଙ୍କଠାରୁ ଧନୀ ସମସ୍ତେ ବାଧ୍ୟ। ହେଲେ ଏବେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ହେଉଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦, ୧୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୧୦୦ ଟଙ୍କା ଓ ୮୭,୩୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୨୫୦ ଟଙ୍କା ଓ ୮୭, ୫୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୧୦୦…

Read More

ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ତାତି ସେତିକି ଅସମ୍ଭାଳ ହେଉଛି । ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି । ଏହା ସବୁଠୁ ତତଲା ସହର ପାଲଟିଛି । ଆଗକୁ ୨ଦିନ ତାତି ଆହୁରି ବଢ଼ିବ। ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ବରିଷ୍ଠ କୃଷି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ମାର୍ଚ୍ଚ ୫ ତଥା‌ ବୁଧବାର ଆଜି ମଧ୍ୟ ତାତି ଲାଗିରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିପାରେ । ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ମାର୍ଚ୍ଚ ୬ ଓ…

Read More

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏଭଳିସ୍ଥିତିରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମଙ୍ଗଳବାର ମୁଣ୍ଡ ଭାଙ୍ଗି ନେଇଥିବା ଦେଖାଦେଇଛି। ଏହି ଘଟଣା ମାହାଙ୍ଗା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।ବିରୋଧୀ ଦଳ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସରକାରୀ କ୍ୟାଲେଣ୍ଡରରେ ଛୁଟି ଥିବାବେଳେ ଏହାକୁ ହଟାଇ ସରକାର ଅଣସାମ୍ବିଧାନୀକ କାର୍ଯ୍ୟ ବିରୋଧରେ ବିଜେଡି ପ୍ରତିବାଦ କରିବ ବୋଲି ସେ କହିଛନ୍ତି।

Read More

ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୫ରେ ଛୁଟି ନ ହୋଇ ସମସ୍ତ ସ୍କୁଲ ଖୋଲା ରହିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଖୋଲା ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି କରାଯାଇଛି ।ସୂଚନାଯୋଗ୍ୟ, ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫କୁ ଛୁଟି କରାଯାଉଥିଲା । ମାତ୍ର ଗତକାଲି ସରକାର ଏପି୍ରଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଆସନ୍ତାକାଲି ମାର୍ଚ୍ଚ ୫ରେ ଥିବା ଏହି ଛୁଟିକୁ ବାତିଲ କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Read More

ପ୍ରଧାନମନ୍ତ୍ରୀଙ୍କ ପଶୁପ୍ରେମର ଉଦାହରଣ ଅନେକ ସମୟରେ ଦେଖିବାକୁ ମିଳେ । ମୋଦୀ କେତେବେଳେ ବାସଭବନରେ ବାଛୁରୀଙ୍କ ସହ ଖେଳୁଥିବାର ନଜର ଆସନ୍ତି ତ ଆଉ କେତେବେଳେ ସଫାରୀ ବୁଲି ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମନଗରରେ ଅବସ୍ଥିତ ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ର ପରିଦର୍ଶନ କରିଥିଲେ ।ବନତାରାରେ ପ୍ରଧାନମନ୍ତ୍ରୀ ମୋଦି ଏସିଆ ସିଂହ, ଧଳା ସିଂହ, ଚିତାବାଘ ଏବଂ ଅନ୍ୟ ପ୍ରଜାତିର ଜନ୍ତୁ ପିଲାଙ୍କ ସହିତ ଖେଳୁଥିବାର ଭିଡିଓ ସାମ୍ନାକୁ ଆସିଛି । ମୋଦି ସିଂହ ଛୁଆଙ୍କୁ ଖାଦ୍ୟ ମଧ୍ୟ ଖୁଆଇଛନ୍ତି । ବନତାରା ହୋଇଥିବା ସିଂହ ଛୁଆକୁ ଖାଇବାକୁ ଦେଉଛନ୍ତି ମୋଦି । ସିଂହର ମା’କୁ ଉଦ୍ଧାର କରାଯାଇ ବନତାରାକୁ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ବନତାରାରେ ବିଭିନ୍ନ ସୁବିଧା ଯାଞ୍ଚ କରିବା ସହ ବନ୍ୟଜୀବ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଏଠାରେ ପଶୁମାନଙ୍କ ପାଇଁ MRI, CT…

Read More

ଆସନ୍ତା ୮ତାରିଖ ଦିନ ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ଏଥିପାଇଁ ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ବିବେକ ବିହାରଠାରେ ଆୟୋଜିତ ବିରାଟ ଜନସଭାରେ ଯୋଗଦେବେ । ତେବେ ଏବେ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ, ୧ କୋଟି ଟପିସାରିଛି ଆବେଦନ ସଂଖ୍ୟା । ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ ମୋଟ ୯୮ ଲକ୍ଷ ମହିଲାଙ୍କ ଖାତାକୁ ସୁଭଦ୍ରା ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ଆଉ ଯେଉଁମାନେ ସୁଭଦ୍ରାରୁ ବଞ୍ଜିତ ଅଛନ୍ତି, ସେମାନଙ୍କୁ ଆସନ୍ତା ମାର୍ଚ୍ଚ ୬ରେ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ମିଳିବ । ଏହା ପରେ ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି ଟଙ୍କା । ଯେଉଁମାନେ ପ୍ରଥମ କିସ୍ତି ପାଇଥିବେ, ସେମାନଙ୍କୁ ହିଁ ଦ୍ବିତୀୟ କିସ୍ତି ମିଳିବ

Read More

ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଏଭଳି ନିଷ୍ପତ୍ତି ବିଜୁ ପଟ୍ଟନାୟକଙ୍କ ଅପମାନିତ । ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିବା ହୀନ ମାନ୍ୟତାର ପରିଚୟ । ବିଜୁ ପଟ୍ଟନାୟକଙ୍କୁ ଅପମାନ କରିବା ଅସ୍ମିତାକୁ ଅପମାନ କରିବା ସଦୃଶ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ କହିଛନ୍ତି, ବିଜୁ ପଟ୍ଟନାୟକ ମହିଳାଙ୍କୁ ସଶକ୍ତି କରିଥିଲେ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶସକୁ କରିଥିଲେ । ବିଗତ ୩୦ ବର୍ଷ ହେବ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହୋଇ ଆସୁଛି । ଏହାକୁ ପାଳନ ପଛରେ କିଛି ଆସିମ୍ବିଧାନିକ ନୁହେଁ କିମ୍ବା କୌଣସି ରାଜନୀତିକ ଉଦ୍ଦେଶ୍ୟ ନଥିଲା। କିନ୍ତୁ ଦେଶରେ ୨୦୧୦ ରୁ ପଞ୍ଚାୟତିରାଜ ପାଳନ ହେଉଛି । ତେବେ ତେବେ ପ୍ରତି ବର୍ଷ…

Read More