ଭାରତରେ ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇପାରେ। ଏହାର ଏକ କାରଣ ହେଉଛି ଉପସାଗରୀୟ ଦେଶ ଏବଂ ଆମେରିକାରୁ ଭଲ ଖବର ଆସିଛି। ଉପସାଗରୀୟ ଦେଶଗୁଡ଼ିକରେ ଅଶୋଧିତ ତୈଳର ମୂଲ୍ୟ ଲଗାତାର ତୃତୀୟ ଦିନ ପାଇଁ ବ୍ୟାରେଲ ପିଛା $70 ରହିଛି। ଅନ୍ୟପକ୍ଷରେ, ଆମେରିକୀୟ ଅଶୋଧିତ ତୈଳ ମୂଲ୍ୟ ଦୁଇ ଦିନ ପାଇଁ ବ୍ୟାରେଲ ପିଛା $66 ରେ କାରବାର ହେଉଥିବା ଦେଖାଯାଉଛି।ଆମେରିକାର ଶୁଳ୍କ ଏବଂ ଟ୍ରମ୍ପଙ୍କ ଡ୍ରିଲ କାର୍ଯ୍ୟକ୍ରମ ପରେ, ବଜାରରେ ଅଶୋଧିତ ତେଲର ଯୋଗାଣ ବୃଦ୍ଧି ପାଇବାକୁ ଯାଉଛି। ଅନ୍ୟପକ୍ଷରେ, ଶୁଳ୍କ ବୃଦ୍ଧିର ଭୟରେ ଉପସାଗରୀୟ ଦେଶମାନଙ୍କର ଏକ ଗୋଷ୍ଠୀ, OPEC Plus, ଅଶୋଧିତ ତୈଳ ଯୋଗାଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଯାହା ଯୋଗୁଁ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଇଛି। ଆମେରିକା ଏପ୍ରିଲରୁ କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛି। ଏପ୍ରିଲରେ ଅଶୋଧିତ ତୈଳ…
Author: sanitelevision
ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସେ ଏମ୍ଭି-୧୦୧ ଗାଁରୁ ସ୍କୁଟିରେ ପାଣ୍ଟ୍ରିପାଣି ପରୀକ୍ଷା କେନ୍ଦ୍ରକୁ ଆସୁଥିବାବେଳେ ରାସ୍ତାରେ ଜୀବନ ହିଁ ଶେଷ ହୋଇଯାଇଛି।ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଛାତ୍ରଙ୍କ ନାଁ ବିକ୍ରମ ସରଦାର ଓ ଗୁରୁତର ଛାତ୍ର ହେଲେ ତାପସ ସରଦାର । ସେପଟେ ଆଜି ମାଟ୍ରିକର ଶେଷ ପରୀକ୍ଷା ଥିଲା । ସୂଚନାନୁଯାୟୀ, ପଦ୍ମଗିରି ବିଦ୍ୟାଳୟ ଛାତ୍ର ସେରପାଲି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଚନ୍ଦନଗୁଡ଼ା ନିକଟରେ ପିକଅପ ଭ୍ୟାନ ସହ ବାଇକ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର। ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସିବିଆଇ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । କଟକ ଅଫିସ ସହ ଭୁବନେଶ୍ବର,ନୟାଗଡ,ଖୋର୍ଦ୍ଧା, ପୁରୀ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରାଯାଇଛି। ୨ଜଣ ଆଡସିନାଲ ଏସପି, ୧୩ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଜଣ ଏସ୍ଆଇଆଇ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ପ୍ରଦୀପଙ୍କ ଭିଜିଲାନ୍ସ କ’ଣ ସବୁ ଜବତ କରିଛନ୍ତି ସୂଚନା ମିଳିନାହିଁ।
ସୁଭଦ୍ରା’ ଯୋଜନାରେ ଗୁରୁବାର ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ଡିବିଟିରେ ଏହି ଟଙ୍କା ପ୍ରଦାନ କରାଯିବ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ପଠାଯିବା । ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ନ ହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ ରଖି ସର୍ଭେ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଧିକାରୀମାନେ ଦ୍ୱାରକୁ ଦ୍ୱାର ଯାଇ ୱାନ ଟୁ ୱାନ ସର୍ଭେ କରିବେ।ସୁଭଦ୍ରାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏ ୧୦…
ମାର୍ଚ୍ଚ ୩୦ ରୁ ଓଡିଶାର ରାଜଧାନୀ ସହର ଆଉ ଦୁଇଟି ପ୍ରମୁଖ ଗନ୍ତବ୍ୟସ୍ଥଳ – ଉତ୍ତର ପ୍ରଦେଶର ଗାଜିଆବାଦ ଏବଂ ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ସହିତ ବିମାନ ଯୋଗେ ସଂଯୋଗ ହେବ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଦ୍ୱାରା ଏହା ପ୍ରକାଶ କରାଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହି ଦୁଇଟି ନୂତନ ବିମାନ ରୁଟରେ ଦୈନିକ ବିମାନ ସେବା ଆରମ୍ଭ କରିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଦୁଇଟି ଘରୋଇ ଗନ୍ତବ୍ୟସ୍ଥଳକୁ ଦୈନିକ ବିମାନ ଉଡାଣ ଫଳରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି ହେବ।ରାଜ୍ୟ ସରକାରଙ୍କ ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ଓଡିଶା ରାଜଧାନୀରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ବିମାନ ସେବା ଆରମ୍ଭ ହେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରୁ ଗାଜିଆବାଦର ହିଣ୍ଡନ୍ ବିମାନବନ୍ଦର ଏବଂ ପୋର୍ଟ ବ୍ଲେୟାରର ବୀର ସାଭରକର ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରତିଦିନ…
ରାଜ୍ୟରେ ବଦଳିବ ସବୁ ସ୍କୁଲ କୋଠାର ରଙ୍ଗ । ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓଏସଇପିଏ ।ପୂର୍ବ ସରକାରରେ ସରକାରୀ ବିଲ୍ଡିଂଠାରୁ ଆରମ୍ଭ କରି ସ୍କୁଲର ରଙ୍ଗ ବଦଳିଥିଲା, ଯାହାକୁ ନେଇ ସରକାରଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା । ସେପରି ବର୍ତ୍ତମାନର ସରକାର ସ୍କୁଲ ରଙ୍ଗ ବଦଳାଇବାର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ସୁଭଦ୍ରା ଯୋଜନାକୁ ନେଇ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ଯେପରି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଦ୍ୱାର ଠାରୁ ଦ୍ୱାର ହିତାଧିକାରୀଙ୍କୁ ଖୋଜା ଯିବ । ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଏବେ ସୁଦ୍ଧା ସୁଭଦ୍ରାରେ କୋଟିଏ ୮ ଲକ୍ଷ ମହିଳା ଆବେଦନ କରିଛନ୍ତି । ସେଥିରୁ ୫ ଟି ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ। ଆସନ୍ତାକାଲି କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀ ।ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏହାସହ ୫ ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ ।
ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି Sarathi। କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି।ଏହି ସର୍ତ୍ତ କୋହଳ କରିବାକୁ କୋର୍ଟ ସିଧାସଳଖ ମନା କରି ଦେଇଛନ୍ତି । କିନ୍ତୁ ଯିବା ଆଗରୁ ପୋଲିସ ଏବଂ ୭ ଦିନ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ଏକ ବଡ ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହେଲା । ଚାବି ହଜିବା କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ସରକାର ବାଧ୍ୟ ନୁହଁନ୍ତି ।ଚାବି ହଜିବା ଘଟଣାର ତଦନ୍ତ କରୁଥିଲେ ଜଷ୍ଟିସ ରଘୁବିର ଦାସ କମିଶନ । ତଦନ୍ତ ଶେଷ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି କମିଶନ । ଚାବି କାହିଁକି ହଜିଲା ଓ କେମିତି ହଜିଥିଲା ଏନେଇ ରାଜ୍ୟବାସୀ ଜାଣିବା ଦରକାର ବୋଲି ଆବେଦନରେ ଦର୍ଶାଇଥିଲେ ଆବେଦନକାରୀ । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ କରାଯିବ ।
ହାତୀ ଘଉଡାଇବାକୁ ବନ ବିଭାଗ ନୟାନ୍ତ। ମଙ୍ଗଳବାର ଦିନ ଭଦ୍ରକ ଅଞ୍ଚଳରେ ବୁଲୁଥିବା ହାତୀ ଏବେ ଯାଜପୁରରେ ଡେରା ପକାଇଛି। ସୋମବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁରରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ହାତୀ ଆସିଥିବା ଖବର ପାଇ ଜଙ୍ଗଲ ବିଭାଗ ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଛି। ଲୋକଙ୍କ ଭିଡ଼ ଦେଖି ହାତୀଟି କୁମାରୀ ପାଟ ଦେଇ ଜାରକା ବଜାର ଭିତରକୁ ପଶି ଆସିଥିଲା । ଫଳରେ ଜନ ଗହଳି ପୂର୍ଣ୍ଣ ବଜାରରେ ହାତୀଟି ପଶି ଯିବାରୁ ଲୋକେ କିଏ କୁଆଡେ ଦୌଡ଼ିବାକୁ ଲାଗିଥିଲେ । ଲୋକଙ୍କ ଭିଡ଼ ସହ ହାତୀକୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ଓ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଫଳରେ ବାଧ୍ୟ ହୋଇ ମାଇକ ପ୍ରଚାର କରି ଲୋକଙ୍କୁ ସତର୍କ କରାଇଥିଲା । ଏଥିସହ ହାତୀଟିକୁ ବଜାରରୁ ବାହାର କରିବା ପାଇଁ ବାଣ ଫୁଟାଇଥିଲା। ଏହି…









