ଓଡ଼ିଶା ପୋଲିସ ପରୀକ୍ଷା ସ୍ଥଗିତ । ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବନ୍ଦ ରଖିଛି OPRB । ଓଡ଼ିଶା ପୋଲିସର ଗ୍ରୁପ-‘ବି’ ଏକ୍ସଜାମକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି । ଏନେଇ ବୋର୍ଡ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ରିଲିଜ୍ କରି ସୂଚନା ଦିଆଯାଇଛି । ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି ।
Author: sanitelevision
ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି । ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି ।ଏଣିକି ପ୍ରତ୍ୟେକ ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ । ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ସୁରକ୍ଷିତ ଘର ବାହୁଡ଼ା ଉପରେ ଗୁରୁତ୍ବ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା ।୪ଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହୋଇଛି। ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ବ, ନିୟମ ଭଙ୍ଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନିୟମିତ ଚେକିଂ ସହ ଜୋରିମାନା ଆଦାୟ, ଏବଂ ରବିବାର ଓ ବୁଧବାର ଶୂନ୍ୟ ସହନଶୀଳତା ଦିବସ ନେଇ…
ସୁରୁଖୁରୁରେ ହେବ ଶ୍ରୀଜିଉଙ୍କ ଦୋଳପୂର୍ଣ୍ଣିମା ନୀତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ବୈଠକରେ ଆସନ୍ତା ୧୩ ଓ ୧୪ ତାରିଖରେ ହେବାକୁ ଥିବା ମେଣ୍ଢା ପୋଡି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର ବାଜିଛି। ସୁରୁଖୁରୁରେ ନୀତି ସମ୍ପାଦନ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି।ସୁରୁଖୁରୁରେ ନୀତି ସମ୍ପାଦନ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୧୦ ଟି ୱାଟର ଡିସ୍ପେନସର ମାଧ୍ୟମରେ ଭକ୍ତଙ୍କୁ ପାଣି ଯୋଗାଇ ଦେବାକୁ ନିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୫ଟି ମୋବାଇଲ୍ ଡିସ୍ପେନସର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।ସେପଟେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଓମଫେଡ ଘିଅ ଟିଣରେ ଥିବା ମହାପ୍ରଭୁଙ୍କ ଫଟୋକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ। ତେଣୁ ତୁରନ୍ତ ସେଥିରୁ ମହାପ୍ରଭୁଙ୍କ ଫଟୋ ହଟାଇବା…
ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ଯାଏଁ ଚାଲିବ । ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ । ସେହିପରି ମାର୍ଚ୍ଚ ୨୯ ତାରିଖରେ ବିଧାନସଭାରେ ସରକାର ବ୍ୟୟ ମଞ୍ଜୁରି ବିଲ୍ ଉପସ୍ଥାପନା କରିବେ । ଆରମ୍ଭରୁ ଗୃହ ବେଶ ସରଗରମ ହେବ ବୋଲି ଆଶା କରାଯାଉଛି । ବିଜୁବାବୁଙ୍କ ପ୍ରତି ଅସମ୍ମାନ ବ୍ୟତୀତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳାଙ୍କ ଉପରେ ଅତ୍ୟାଚାର, ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରସଙ୍ଗ ଉଠାଇବାକୁ ବିଜେଡି ନିଷ୍ପତି ନେଇଛି । ସେପଟେ କଂଗ୍ରେସ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ସରକାରୀ ଚାକିରୀରେ ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଇଛି । କଂଗ୍ରେସ ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ପ୍ରସଙ୍ଗ ସମେତ ଏ ପ୍ରସଙ୍ଗକୁ ବିଧାନସଭାରେ ଅତି ଶାଣିତ ଢଙ୍ଗରେ ଉଠାଇବାକୁ ଯୋଜନା…
“ଯଦି ମହିଳା ସିନ୍ଦୁର ଓ ମଙ୍ଗଳସୂତ୍ର ନ ପିନ୍ଧିବେ ତେବେ ସ୍ବାମୀମାନେ କାହିଁକି ସ୍ତ୍ରୀଙ୍କ ପ୍ରତି ଆଗ୍ରହ ଦେଖାଇବେ”, ଏପରି ଏକ ବୟାନ ଦେଇ ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ପୁନେ ଜିଲ୍ଲା କୋର୍ଟ । ବାସ୍ତବରେ ଏକ ଛାଡପତ୍ର ମାମଲାର ଶୁଣାଣିବେଳେ ଏପରି ଏକ ଅଜବ ବୟାନ ଦେଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ପୁଣେର ଓକିଲ ଅଙ୍କୁର ଆର ଜାହାଗିରଦାରଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଲିଙ୍କଡଇନ ପୋଷ୍ଟରେ କୁହାଯାଇଛି ଯେ ଏହି ଦମ୍ପତି ଏକ ଘରୋଇ ହିଂସା ମାମଲାରେ ମଧ୍ୟସ୍ଥତା ପାଇଁ ବିଚାରପତିଙ୍କ ସମ୍ମୁଖରେ ହାଜର ହୋଇଥିଲେ। ବିଚାରପତି ସେମାନଙ୍କୁ ବିବାଦର ସମାଧାନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ କରିବାକୁ ଉତ୍ସାହିତ କରୁଥିଲେ। ବିଚାରପତି ମହିଳାଙ୍କୁ ପଚାରିଲେ, “ମୁଁ ଦେଖିପାରୁଛି ଯେ ତୁମେ Mangalsutra, Bindi ପିନ୍ଧି ନାହଁ। ଯଦି ତୁମେ ଜଣେ ବିବାହିତ ମହିଳାଙ୍କ ପରି ବ୍ୟବହାର କରୁନାହଁ, ତେବେ ତୁମ ସୱାମୀ ତୁମ…
ଆଉ ୮-୯ ଘଣ୍ଟା ନୁହେଁ, ୩୬ ମିନିଟରେ ହେବ କେଦାରନାଥ ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେଦାରନାଥ ରୋପ୍ ୱେ ଏବଂ ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି । ହେମକୁଣ୍ଡ ସାହିବ ରୋପ ୱେ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଯାଏ ୧୨.୪ କିମି ରୋପୱେ ନିର୍ମାଣ କରାଯିବ।ଏଥିପାଇଁ ୨୭୩୦କୋଟି ଟଙ୍କା ଖର୍ଚ୍ଚ ହେବ।ବାବା କେଦାରନାଥଙ୍କ କଠିନ ଯାତ୍ରା ପାଇଁ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଇଚ୍ଛା ଥିଲେ ବି ମନ ବଳାଉ ନାହାନ୍ତି । ୨୩ କିଲୋମିଟର ପାହାଡ଼ି ରାସ୍ତା ପାର୍ କଲେ ମିଳେ ବାବାଙ୍କ ଦର୍ଶନ । ଏଥିପାଇଁ ଲାଗିଯାଏ ପ୍ରାୟ ୮ରୁ ୯ ଘଣ୍ଟା । ଗତ ୨୦୨୨ ଅକ୍ଟୋବର ୨୧ରେ କେଦାରନାଥ ମନ୍ଦିର ଗସ୍ତରେ ଯାଇ କେଦାରନାଥ ରୋପ୍ ୱେ ପାଇଁ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ…
ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । ‘ଆଇ ଲଭ ୟୁ’ ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଆଜି ଭୁବନେଶ୍ବରର ଏକ ତାରକା ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହେବ ବୋଲି ମଧ୍ୟ କୁହାଯାଉଛି । ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଲଭ୍ ବାର୍ଡ । ଏ ସମ୍ପର୍କରେ ଅନୁଭବ କିମ୍ବା ଜାଗୃତି ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହେବାକୁ ଯାଉଥିବା କୁହାଯାଉଛି।ତେବେ ଗଣମାଧ୍ୟମକୁ ଦେଇ ଥିବା ଏକ ସାକ୍ଷାତକାରକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସାକ୍ଷାତକାରରେ ବିବାହ କଥାକୁ ଅସ୍ୱୀକାର କରି ନାହାନ୍ତି ଜାଗୃତି ଶୁକ୍ଲା ।…
ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୦ ବ୍ରାହ୍ମଣଙ୍କ ଦ୍ବାରା ପୂଜା ପାଠ, ହୋମ ଯଜ୍ଞ ପରେ ପ୍ରଥମେ ଘରେ ପ୍ରବେଶ କରିଥିଲେ ଗୋମାତା ନନ୍ଦା, ନନ୍ଦିନୀ । ଏହାପରେ ମୋହନ ମାଝୀ ନିଜ ଘରେ ପ୍ରବେଶ କରିଛନ୍ତି । ପୂର୍ବରୁ ଗାନ୍ଧୀ ମାର୍ଗ କ୍ବାର୍ଟରରେ ରହୁଥିଲେ ମୁଖ୍ୟମନ୍ତ୍ରୀ ।୨ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ କ୍ୱାଟର୍ସରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି । ଘର ଆଗରେ ବଡ଼ ବଗିଚା ରହିଛି । ଦୀର୍ଘ ୨୬ ବର୍ଷ ହେବ କ୍ୱାଟର୍ସରେ ଅବ୍ୟବହୃତ ହୋଇ ପଡ଼ି ରହିଥିଲା । କିନ୍ତୁ ରାଜ୍ୟରେ ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ପ୍ରଶାସନକୁ କହିଥିଲେ ଯେ ସେ ଏହି…
Anganwadi କର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇଥିବାରୁ ମିଳିବ ବଡ଼ ପୁରସ୍କାର ରାଶି। ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏଥିସହ ଆଜି ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ପାର କରିଛି । ସୁଭଦ୍ରା ସଫଳତାକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଟଙ୍କା ଏବଂ ସହାୟିକା ମାନଙ୍କୁ ୫ଶହ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେପଟେ ଆସନ୍ତା ୮ ତାରିଖରେ ସୁଭଦ୍ରାର ଦ୍ବିତୀୟ କିସ୍ତି ସହାୟତା ରାଶି ଦିଆଯିବ । ଏହାପୂର୍ବରୁ ୭ ତାରିଖ ସଂଧ୍ୟାରେ ସବୁ ମହିଳା ହିତାଧିକାରୀଙ୍କୁ ଗୋଟିଏ ଲେଖାଏ ଦୀପ ଜାଳିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପରୀକ୍ଷା କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶେଷ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଆଜି ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ବଡ ଚିନ୍ତା, କେବେ ବାହାରିବ ଫଳାଫଳ । ତେବେ ଏନେଇ ପରୀକ୍ଷା ସରୁ ସରୁ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।ଆସନ୍ତା ମେ’ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଚଳିତବର୍ଷ ଓ୍ବାଟର ମାର୍କ ଓ କ୍ୟୁାଆର୍ କୋଡ୍ ସଫଳ ହୋଇଛି। ନୂଆ ଜ୍ଞାନ କୌଶଳ ପ୍ରୟୋଗ କାମ ଦେଇଛି ବୋଲି କହିଛନ୍ତି ବୋର୍ଡ ସଭାପତି। ପ୍ରଶ୍ନପତ୍ରରେ ଓ୍ବାଟର ମାର୍କ ଓ କ୍ୟୁଆର କୋଡରୁ ସୁଫଳ ମିଳିଛି। ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନି, ସମସ୍ତେ ସହଯୋଗ କରିଛନ୍ତି।








