ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି । ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଜାଗୃତି ଶୁକ୍ଳା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିର୍ବନ୍ଧର ଦୁଇଟି ଫଟୋ ସେୟାର କରିଛନ୍ତି । ଉଭୟଙ୍କ ନିର୍ବନ୍ଧ ଫଟୋ ବିଭିନ୍ନ ସିନେମା ହ୍ୱାଟ୍ସ୍ ଆପ୍ ଗ୍ରୁପ୍ ସହ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରାଯାଇଛି ଓ ଫ୍ୟାନ୍ମାନେ ଶୁଭେଚ୍ଛା ଜଣାଉଛନ୍ତି । ବାହାଘର ରାଜସ୍ଥାନରେ ହେବା ବୋଲି ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼କଥା ହେଉଛି ଯେ ଏହି ନିର୍ବନ୍ଧକୁ ନେଇ ବର୍ଷା କଣ ପ୍ରତିକ୍ରିୟା ରଖିବେ?
Author: sanitelevision
ହୋଷ୍ଟନରୁ ଫୋଇନିକ୍ସ ଯାଉଥିବା ସାଉଥ୍ ୱେଷ୍ଟ ଏୟାର ଲାଇନ୍ସ ଫ୍ଲାଇଟ୍ ଯାତ୍ରୀ ଓ କ୍ରିଉ ମେମ୍ବର ଜଣେ ମହିଳାଙ୍କ ପାଇଁ ହୋଇଛନ୍ତି ହଟହଟା । ବିମାନରେ ଯାତ୍ରୀମାନେ ନିଜ ନିଜ ସିଟରେ ବସିବା ପରେ ବିମାନଟି ଟେକଅଫ୍ କରିବାର ଥିଲା । କିନ୍ତୁ ଠିକ୍ ଏତିକିବେଳେ ମହିଳା ଯାତ୍ରୀ ଜଣକ ବିମାନରୁ ଓହ୍ଲାଇବା ପାଇଁ କହିଲେ ।ଖବର ମୁତାବକ, ବିମାନ ନଂ ୭୩୩ ହ୍ୟୁଷ୍ଟନରୁ ଫିନିକ୍ସ ଯାଉଥିବା ସାଉଥ ୱେଷ୍ଟ ଏୟାରଲାଇନ୍ସର ଏକ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିମାନଟି ୱିଲିୟମ ପି.ହବି ଏୟାରପୋର୍ଟରୁ ଉଡାଣ ଭରିବା ପରେ ମଝି ଆକାଶରେ ଯୁବତୀ ଜଣକ ହଠାତ୍ ଡ୍ରେସ ଖୋଲି ଦେଇଥିଲେ । ଆଉ ବିମାନ ଭିତରେ ୨୫ ମିନିଟ ବୁଲିଥିଲେ । ଏଭଳି ହାଇଭୋଲଟେକ ଡ୍ରାମା ଦେଖି ଅସହଜ ହୋଇପଡିଲେ ଯାତ୍ରୀ । ଏହା ଦେଖି ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ବିମାନ କକ୍…
କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ କର୍କଟ ଟୀକା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ମହିଳାଙ୍କୁ ମିଳିବ କ୍ୟାନ୍ସର ଭ୍ୟାକସିନ୍। ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟିକାକରଣ କରାଯିବ। ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟିକାକରଣ କରାଯିବ। ଏହି ଟିକାର ଗବେଷଣା ସରିଛି, ଏବେ ଟ୍ରାଏଲ ଚାଲିଛି। ତେଣୁ ଏହି ଟିକା ୫ରୁ ୬ ମାସ ମଧ୍ୟରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।ସେ କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏପରି ପରିସ୍ଥିତିରେ, ସରକାରଙ୍କ ପକ୍ଷରୁ କର୍କଟ ଟିକା ସମ୍ପର୍କରେ ଏହା ଏକ ବଡ଼ ଅପଡେଟ୍। ୩୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ହସ୍ପିଟାଲରେ ସ୍କ୍ରିନିଂ କରାଯିବ ଏବଂ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ପାଇଁ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରାଯିବ। କର୍କଟ ଚିକିତ୍ସାରେ ବ୍ୟବହୃତ ଔଷଧ ଉପରୁ ସୀମା ଶୁଳ୍କ ମଧ୍ୟ…
ଗହୀରମଥାରେ ଅଲିଭ୍ ରିଡ୍ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡା ଦେଇସାରିଛନ୍ତି। ଏହି ପ୍ରକିୟା ଆଉ ୨ରୁ ୪ ଦିନ ଚାଲିବ। ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ମା’ କଇଁଛ ଏବେ କୂଳ ମୁହଁରେ ଅଣ୍ଡା ଦେବା ଅପେକ୍ଷାରେ ଅଛନ୍ତି ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।ଋଷିକୁଲ୍ୟା ଏବଂ ଗହୀରମଥାରେ ଅଭୂତପୂର୍ବ ସାମୂହିକ ବସା ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । ଚଳିତ ବର୍ଷ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବା ସହିତ ଋଷିକୁଲ୍ୟା ନଦୀ ମୁହାଣ ସାମୂହିକ ବସା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି। ଯାହା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ଇତି ମଧ୍ୟରେ, ୨୦୨୫ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଗହିରମାଥାର…
ଦିନକୁ ଦିନ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ୧ଲକ୍ଷ ଟଙ୍କା ଟପିବ ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୧୬୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯, ୯୦୦ ଟଙ୍କା ଛୁଇଁଛି ।ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୭୯ ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୧୬୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୯୦୦ ଟଙ୍କା ଓ ୮୭,୧୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୦୫୦ ଟଙ୍କା ଓ ୮୭, ୩୧୦ ଟଙ୍କା ରହିଛି ।ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୯୦୦ ଓ ୮୭,୧୬୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ…
ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରିନସିପାଲଙ୍କୁ ହ୍ବାଟସ ଆପ ମାଧ୍ୟମରେ ଛୁଟି ଦରଖାସ୍ତ ଦେଇଥିଲେ । କିନ୍ତୁ ଛୁଟି ନ ମିଳିବାରୁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଥିଲେ । ଏନେଇ ସମ୍ପୃକ୍ତ ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାମୁତାବକ ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ । ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କଲେ ଅନ୍ୟ ସହଯୋଗୀ ଶିକ୍ଷକ । ଗତକାଲି ଶିକ୍ଷକଙ୍କ ଅଜାଙ୍କ ମୃତ୍ୟୁ ହେବା ପରେ ଶିକ୍ଷକ ଛୁଟି ମାଗିଥିଲେ ।ପ୍ରଧାନ ଶିକ୍ଷକ ଛୁଟି ବଦଳରେ ୪୦ କି.ମି ଡିଇଓ ଅଫିସ ପଠାଇଥିଲେ । ଡିଇଓ ଅଫିସ ଯାଇ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ…
ଓଡ଼ିଶା ବିଧାନସଭାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଗୁରୁବାର ଗୃହରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ପ୍ରଶ୍ନ କରିଥିଲେ। ବିଧାୟକ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୨୦୨୪ ଜୁଲାଇରୁ ST ହଷ୍ଟେଲରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଛି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।ବିଭିନ୍ନ ଜିଲ୍ଲାରେ ୨୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି, ସେଥିରୁ ୬ ଆତ୍ମହତ୍ୟା କରିଛନ୍ତି ।୨୦ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।ହଟ୍ଟଗୋଳ ଆଲୋଚନାକୁ ଆଗକୁ ବଢ଼ାଇବା ଅସମ୍ଭବ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମୁଲତବୀ ପରେ, ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲେ, ଯେତେବେଳେ କଂଗ୍ରେସ ବିଧାୟକମାନେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପ୍ରଦର୍ଶନ କରିଥିଲେ।
ବନ୍ଦ ରହିବ ରତ୍ନଭଣ୍ଡାର କାମ । ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରଖାଯାଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏହି ଦିନ ସୁନାବେଶରେ ଦର୍ଶନ ଦେବେ ମହାବାହୁ ।ଆସନ୍ତା ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ବନ୍ଦ ରହିବ।
ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ବର୍ତ୍ତମାନ ସମସ୍ୟା ଘେରରେ । ସେହ୍ବାଗଙ୍କ ସାନ ଭାଇ ବିନୋଦ ସେହ୍ବାଗଙ୍କୁ ଚଣ୍ଡିଗଡ଼ର ମନୀମାଜରା ଥାନା ପୋଲିସ ଗିରଫ କରିଛି । ବିନୋଦ ସେହୱାଗଙ୍କ ଚେକ୍ ବାଉନ୍ସ ମାମଲାରେ କୋର୍ଟରେ ହାଜର ନ ହେବା କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି।ବିରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସର ମାମଲା କୋର୍ଟରେ ଚାଲୁଥିଲା। ତାଙ୍କୁ ଏହି ମାମଲାରେ କୋର୍ଟରେ ହାଜର ହେବାକୁ ଥିଲା।କିନ୍ତୁ ସେ କୋର୍ଟରେ ହଜାର ହୋଇନଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛି।କୋର୍ଟରେ ହାଜର ପରେ ବିନୋଦ ସେହ୍ବାଗଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଛି । ବିନୋଦ ସେହ୍ବାଗଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଛନ୍ତି, ଏହା ପରେ ଖୁବଶୀଘ୍ର ଶୁଣାଣି ହେବ । ବିରେନ୍ଦ୍ର ସେହ୍ବାଗ ଟିମ ଇଣ୍ଡିଆର…
ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି । ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ । ଓଡ଼ିଶା ସରକାର ଖୁବ୍ଶୀଘ୍ର ଏକ ମୋବାଇଲ୍ ଆପ୍ ଲଞ୍ଚ୍ କରିବେ । ତାରିଖ ଏବଂ ଉଦ୍ଦେଶ୍ୟ ସହିତ ଆବେଦନଗୁଡ଼ିକର ବିବରଣୀ ଆପ୍ ମାଧ୍ୟମରେ ରେକର୍ଡ କରାଯିବ। ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯିବ। “ସମ୍ପର୍କିତ ତହସିଲଦାରମାନେ ଆପ୍ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଅପଲୋଡ୍ କରିବେ। ଏଥିରୁ ରାଜ୍ୟ ସରକାର ଆବେଦନକାରୀଙ୍କୁ ସେବା ପ୍ରଦାନ କରିବାରେ ବିଳମ୍ବ ସମ୍ପର୍କରେ ସୂଚନା ପାଇପାରିବେ,” ପୂଜାରୀ କହିଛନ୍ତି।ମୋବାଇଲେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କଲେ ଏହାର ବିବରଣୀ ଆପ୍ ମାଧ୍ୟମରେ…









