Author: sanitelevision

ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ରେ ଚାରି ବର୍ଷର ଶିଶୁ ଆଦଭିକ୍ ପାଢ଼ୀ । ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୁଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀ ଙ୍କ ସୁପୁତ୍ର ଆଦଭିକ୍ ପାଢ଼ୀ । ସେ ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ନର୍ସରୀ ଶ୍ରେଣୀରେ ପାଠ ପଢୁଛନ୍ତି । ଆଦଭିକ୍ ୧ ମିନିଟ୍ ୪୩ ସେକେଣ୍ଡରେ ଫଟାଫଟ୍ ୧୦୦ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ କରିଛନ୍ତି । ପୁର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ନିଜକୁ ସ୍ଥାନିତ କରିଥିଲେ । ବିସ୍ମୟ କୁନି ବାଳକ ଆଦଭିକକୂ ସବୁଆଡୁ ପ୍ରଶଂସାର ସୂଅ ଛୁଟୁଛି । ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଆଦିଭିକ୍ ଏବଂ ତାଙ୍କ ପିତା ମାତାଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି…

Read More

ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୯୫୦ ଟଙ୍କା ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି ।ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୭୦୦ ଟଙ୍କା ଛୁଇଁଛି ।ଉପରୋକ୍ତ ସୁନା ରେଟରେ ସୂଚକ ଏବଂ GST, TCS ଏବଂ ଅନ୍ୟାନ୍ୟ ଦେୟ ମିଶି ନାହିଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ । ୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ । ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟ ସୁନା ବିକ୍ରି କରନ୍ତି । ସୁନା ଦର ପ୍ରତ୍ୟେକ ଦିନ ଉପରତଳ…

Read More

୪ ବର୍ଷର ଶିଶୁ ପୁତ୍ର ମୁଣ୍ଡରେ ଷ୍ଟିଲ ଗରା। ଖେଳୁ ଖେଳୁ ଅଚାନକ ମୁଣ୍ଡରେ ଗରା ଡପୁରାଇ ଦେଇଥିଲା ପିଲାଟି। ହେଲେ ତା ପରେ ଆଉ ଗରା ଭିତରୁ ମୁଣ୍ଡକୁ ବାହାର କରିପାରିନଥିଲା। କି ଭଳ ଭାବରେ ନିଶ୍ୱାସ ମଧ୍ୟ ନେଇପାରୁନଥିଲା।ଜାଙ୍ଗଳା ଗ୍ରାମର ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର ୪ବର୍ଷର ଶିଶୁ ପୁତ୍ର ଶୁଭମ ଘରେ ଷ୍ଟିଲ ଗରାକୁ ଧରି ଖେଳୁଥିଲା ବେଳେ ମୁଣ୍ଡରେ ପଶି ଯାଇଥିଲା । ଫଳରେ ମାଆ ଓ ତାଙ୍କର ପରିବାର ବର୍ଗ ମୁଣ୍ଡରୁ ବାହାର କରିବା ପାଇଁ ବହୁ ଚେଷ୍ଟା କଲେ ସୁଦ୍ଧା ଷ୍ଟିଲ ଗରାଟି ଆଉ ନ ବାହାରିବାରୁ ସେମାନେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଷ୍ଟିଲ ଗରାଟି ମୁଣ୍ଡରୁ ବାହାରି କରିବା ପାଇଁ ବହୁ ଚେଷ୍ଟା କରିବା ପରେ ବିଫଳ ହୋଇ ଶେଷରେ ରାଉରକେଲା ନେବା ପାଇଁ ବାହାରୁଥିବା ବେଳେ ଦାୟିତ୍ବରେ ଥିବା ଡାକ୍ତର…

Read More

ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଶନିବାର ଦଶାହ। ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଛନ୍ତି ।ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପଞ୍ଚଭୂତରେ ଲୀନ ହୋଇଥିଲେ ତାଙ୍କ ପାର୍ଥିବ ଶରୀର। ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ ।ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ…

Read More

କମ୍ପାନୀ YouTubeର ନୀତି ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତା’ର ରିପୋର୍ଟରେ କହିଛି ଯେ ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, YouTubeର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ୨୯ ଲକ୍ଷ ଭିଡିଓ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ଏହା ବିଶ୍ୱର କୌଣସି ଦେଶରେ ହଟାଇବା ଭିଡିଓର ସର୍ବାଧିକ ସଂଖ୍ୟକ।କେବଳ ଭାରତନ ନୁହେଁ ପୂରା ବିଶ୍ୱରେ ଏପରି ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲର 95 ଲକ୍ଷ ଭିଡିଓ ଡିଲିଟ କରାଯାଇଛି। ୟୁଟ୍ୟୁବ କମ୍ୟୁନିଟି ଗାଇଡଲାଇନ ବାହାରେ ଯେଉଁମାନେ କଣ୍ଟେଟ ବନାଉଥିଲେ ସେମାନଙ୍କର ଭିଡିଓ ଡିଲିଟ କରାଯାଇଛି ବୋଲି ଜଣାପଡ଼ିଛି। ୟୁଟ୍ୟୁବରେ କଠୋର କଣ୍ଟେଟ ପୋଲିସି ରହିଛି। ଭିଡିଓରେ ଯଦି କୌଣସି ପ୍ରକାର ହେଟ୍ ସ୍ପିଚ୍ ରହିଥିବ ଏବଂ ଉତ୍ପୀଡ଼ନ, ହିଂସା ଓ ଭୁଲ ତଥ୍ୟ ରହିଥିଲେ ୟୁଟ୍ୟୁବ ଏହାକୁ ଡିଲିଟ କରୁଛି। ଦର୍ଶକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ, ୟୁଟ୍ୟୁବ୍ ପ୍ରଥମେ ଗାଇଡଲାଇନ ବାହାରେ ହେଉଥିବା ଭିଡିଓକୁ ଚେକ୍…

Read More

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଣ୍ଟା ହୋଇଛି ସୁଭଦ୍ରାର ଦ୍ବିତୀୟ କିସ୍ତି । ଏକକାଳୀନ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ଟଙ୍କା । ବ୍ରହ୍ମପୁର ଆମ୍ବପୁଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗତ ସେପ୍ଟେମ୍ୱର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏଯାଏଁ ୫ଟି ପର୍ଯ୍ୟାୟରେ ୧ କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ସହାୟତା ରାଶି ପାଇଥିଲେ । ଶନିବାର ସେମାନେ ପୁଣି ୫ ହଜାର ଟଙ୍କା ପାଇଛନ୍ତି । ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ସର୍ଭେ କରିବେ ମିଶନ ଶକ୍ତି ମହିଳା । ତେବେ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ ।…

Read More

ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶର ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କୁ ସେମାନଙ୍କ ଶକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ମହିଳା ଦିବସରେ ଆମେ ନାରୀ ଶକ୍ତିକୁ ପ୍ରଣାମ କରୁଛୁ! ଆମ ସରକାର ସବୁବେଳେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଆସିଛି, ଯାହା ଆମର ଯୋଜନା ଏବଂ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୁଏ। ଆଜି, ପ୍ରତିଶ୍ରୁତି ଅନୁଯାୟୀ, ମୋର ସୋସିଆଲ ମିଡିଆ ସମ୍ପତ୍ତି ବିଭିନ୍ନ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରୁଥିବା ମହିଳାମାନଙ୍କ ଦ୍ୱାରା ଦଖଲ କରାଯିବ!ଅନ୍ତର୍ଜାତୀୟ ମହିଳା ଦିବସରେ, ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ନବସାରୀ ଜିଲ୍ଲାରେ ମହିଳା ଦିବସ କାର୍ଯ୍ୟକ୍ରମରେ ଏକ ମେଗା ଇଭେଣ୍ଟକୁ ସମ୍ବୋଧିତ କରିବେ । ଏହି ଅବସରରେ ମହିଳା…

Read More

ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ହୋଇଥାନ୍ତି। ଏଥିପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ମାର୍ଚ୍ଚ ୧୦ ତାରିଖଠାରୁ କମନ ଆପ୍ଲିକେସନ ଫର୍ମ ବା CAF ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପିଜି ପାଠପଢ଼ା। ମାର୍ଚ ୧୦ରୁ ଆବେଦନ, ମେ ପ୍ରଥମ ସପ୍ତାହରେ ପ୍ରବେଶିକା ପରୀକ୍ଷା। +୩ ଫଳ ପ୍ରକାଶ ପୂର୍ବରୁ ମଧ୍ୟ ପିଜିରେ ନାମ ଲେଖାଇ ହେବ। ପରୀକ୍ଷାରେ ଫେଲ୍‌ ହୋଇଥିଲେ ନାମଲେଖା ବାତିଲ କରାଯିବ। ପୂର୍ବଭଳି ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିଅର ମାର୍କ ମଧ୍ୟରେ 80 ଅନୁପାତ 20 ରହୁଥିଲା। ହେଲେ ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ ।ଉଲ୍ଲେଖଯୋଗ୍ୟ, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ…

Read More

ଆଜି ବିଶ୍ବ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । କେବଳ ଏତିକି ନୁହେଁ ନାରୀ ଆଜି ସବୁ କ୍ଷେତ୍ରରେ ପାରଙ୍ଗମ । ଭୂମିରୁ ଭୂମାଯାଏଁ ତା’ର ଯାତ୍ରା ସଫଳ ହୋଇଛି । ଘରର ପ୍ରତିଟି ପାଇଟିକୁ ସୁଚାରୁ ରୁପେ କରିବା ଠାରୁ ଆରମ୍ଭ କରି ମହାକାଶରେ ବୁଲି ଆସିଲାଣି ନାରୀ । ନୃତ୍ୟ , ସଙ୍ଗୀତ, ସାହିତ୍ୟଠାରୁ ଆରମ୍ଭ କରି ସେବା ଓ ସେନାରେ ମଧ୍ୟ ନିଜର ଦକ୍ଷତା ଦେଖାଇପାରିଛି ନାରୀ । ନାରୀ କେବେ ସ୍ନେହମୟୀ କେବେ ପୁଣି ଶତ୍ରୁ ପାଇଁ ସଂହାରିଣୀ ।ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ…

Read More

ଭୁବନେଶ୍ୱର ନୂଆ ଷ୍ଟେସନରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ସେମାନଙ୍କର ଯାତ୍ରା ପ୍ରାରମ୍ଭ ଏବଂ ଏଠାରେ ଯାତ୍ରା ସମାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଅଛି ଯାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଏହି ଟ୍ରେନ୍ ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ । ଏହି ପରିବର୍ତ୍ତନଗୁଡ଼ିକ ପାଇଁ କାର୍ଯ୍ୟାନ୍ୱୟନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ।ଏହି ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଦୁଇ ମିନିଟ୍ ରହଣି କରିବେ । ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଅନେକ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱର ନୂଆ ଷ୍ଟେସନ ଏକ ସୁବିଧାଜନକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଏଥିସହିତ ହସ୍ପିଟାଲ ଯାତ୍ରା ଆବଶ୍ୟକ କରୁଥିବା ଯାତ୍ରୀମାନେ ବହୁତ ଉପକୃତ ହେବେ । ତେବେ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯୋଜନା…

Read More