ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି। ବିଧାୟକ ଟଙ୍କଧର ତ୍ରିପାଠିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ପ୍ରକାଶ କରିଛନ୍ତି।ସେହିପରି ୨୦୧୪-୧୫ରେ ଏହି ଉତ୍ପାଦ ରାଜସ୍ବକୁ ୧୭୪.୭୧ କୋଟି ଦେଇଥିଲା । ସେହିପରି ୨୦୨୩-୨୪ରେ ଏହାଠାରୁ ୧୦୧୨.୫୬ କୋଟି ଆଦାୟ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି ଯେ, ପ୍ରାୟ ୧୬ଟି ରାଜ୍ୟରୁ ଓଡ଼ିଶାକୁ ପାନ ମସଲା, ଗୁଟ୍ଖା, ତମାଖୁ ଇତ୍ୟାଦି ଆମଦାନୀ ହେଉଛି ।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ବର୍ଷ ପରେ ବର୍ଷ ଏହି ଉତ୍ପାଦଗୁଡ଼ିକରୁ ଟିକସ ଆଦାୟ ନିରନ୍ତର ବୃଦ୍ଧି ପାଇଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ, ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ, ରାଜ୍ୟ ତମାଖୁ ଏବଂ ପାନ ମସଲା ବିକ୍ରୟରୁ ୧,୦୪୭.୮୨ କୋଟି ଟଙ୍କା ଆଦାୟ…
Author: sanitelevision
YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି। କମ୍ପାନୀର ନୂତନ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି। ଏହା ପରେ, ଯେଉଁ କ୍ରିଏଟରମାନେ ଅଣପ୍ରମାଣିତ ଜୁଆ ଆପ ଏବଂ ୱେବସାଇଟ୍ଗୁଡ଼ିକୁ ପ୍ରୋତ୍ସାହିତ କରିବେ, ସେମାନଙ୍କ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯିବ।ନିୟମକୁ କଡ଼ାକଡ଼ି କରି, YouTube ଅନଲାଇନ କାସିନୋ କିମ୍ବା ଆପ ପ୍ରଚାର କରୁଥିବା ବିଷୟବସ୍ତୁ ଉପରେ ବୟସ ସୀମା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଏପରି ବିଷୟବସ୍ତୁ ୧୮ ବର୍ଷରୁ କମ ବୟସର ଉପଯୋଗକର୍ତ୍ତାମାନଙ୍କୁ ଦେଖାଯିବ ନାହିଁ। ନିୟମ ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ YouTube କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ଏହା ସହିତ, ସେହି କ୍ରିଏଟର୍ମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଯେଉଁମାନେ ସେମାନଙ୍କ ବିଷୟବସ୍ତୁରେ ଏପରି ଜୁଆ ସେବା କିମ୍ବା ଆପ୍ସର ଲୋଗୋ ଦେଖାନ୍ତି, ଯାହାକୁ ଗୁଗଲ ଦ୍ୱାରା ଅନୁମୋଦନ କରାଯାଇ ନାହିଁ। ଏହି ନିୟମଗୁଡ଼ିକ ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହେବ।
ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।ଏକ ରିପୋର୍ଟ ଅନୁଯାୟୀ ଅଭିଯୋଗ କରାଯାଇଛି ଯେ ଏହି ତିନି ଅଭିନେତାଙ୍କ ପାନ ମସଲା ବିଜ୍ଞାପନ କରିଛନ୍ତି । ଯାହା ‘ବୋଲୋ ଜୁବାନ କେଶରୀ’ ଏବଂ ‘ଦାନେ ଦାନେ ମୈ କେଶର କା ଦମ୍’ ଟ୍ୟାଗଲାଇନ୍ ସହିତ ଆସିଥାଏ । ଏହି ବିଜ୍ଞାପନରେ ଶାହରୁଖ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ଅଛନ୍ତି । ତେବେ ଏହାକୁ କେନ୍ଦ୍ରକରି ଆବେଦନକାରୀ ଯୋଗେନ୍ଦ୍ର ସିଂହ ତିନି ଜଣ ଅଭିନେତାଙ୍କ ଉପରେ ଅଭିଯୋଗ କରିଛନ୍ତି ।ଆବେଦନକାରୀ ପାନ ମସଲାରେ କେଶର ଥିବା ନେଇ ମିଛ ବିଜ୍ଞାପନ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଆବେଦନକାରୀ କହିଛନ୍ତି ଯେ…
ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଯେଉଁ ଜଙ୍ଗଲ ଦେଖିବ ସେଇ ଜଙ୍ଗଲ ନିଆଁର ଆଁରେ ଜଳି ପୋଡି ନଷ୍ଟ ହୋଇଯାଉଛି। ଖରା ଦିନ ଆରମ୍ଭରୁ ଜଙ୍ଗଲ ଜଳିବା ମଧ୍ୟ ଆରମ୍ଭ ହୋଇଗଲାଣି। ଖାସ କରି ବୌଦ୍ଧ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯଦି ସ୍ଥିତି ଏମିତି ହେଲାଣି ତାହାଲେ ଆଗାମୀ ଦିନରେ କଣ ହେବ ବୋଲି ପ୍ରଶ୍ନ ଉଙ୍କି ମାରୁଛି । ଏହାରି ଭିତରେ ଜଙ୍ଗଲ ଓ ପରିବଶ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜଙ୍ଗଲ ନିଆଁ ପ୍ରତି ସରକାର ସଚେତନ ଅଛନ୍ତି । ଜଙ୍ଗଲକୁ ଲାଗିଥିବା ଗାଁ ଗୁଡିକରେ ସଚେତନ କରାଯାଇଛି । ୧୭ ଆଦିବାସୀ ଜିଲ୍ଲାରେ ଲୋକମାନେ ପାରମ୍ପରିକ ଭାବେ ନିଆଁ ଲଗାନ୍ତି । ହେଲେ ଏବେ ରାଜ୍ୟରେ ବିଶେଷ ନିଆଁ ଲାଗିନାହିଁ । ୩୧୦ ଛୋଟ ଛୋଟ ପଏଣ୍ଟରେ…
ପୁଣି ଥରେ ଆରମ୍ଭ ହେବ ହୀରାକୁଦ ଡ୍ୟାମର ବାମ ଡାଇକରେ ନିର୍ମାଣାଧୀନ ଅତିରିକ୍ତ ସ୍କିଲ୍ ୱେ କାମ । ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଭିଦ ଓ ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୯ଜଣିଆ ଟିମ୍ ହୀରାକୁଦ ଗସ୍ତ କରି ହୀରାକୁଦ ଅତିରିକ୍ତ ସ୍ପିଲ ଓ୍ବେ ଅଂଚଳ, ବିସ୍ଥାପିତ ହେବାକୁ ଥିବା ଅଂଚଳ, ସାଇଫନ ଅଂଚଳ ବୁଲିଦେଖିଛନ୍ତି । ଏଥିପାଇଁ ୮୪୪ କୋଟି ଟଙ୍କା ଖର୍ଚ୍ଚ ହେବ |ହୀରାକୁଦ ବାମ ପଟରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ହେବ । ତେବେ ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଭିଦ ଓ ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ସର୍ଭେ କରି ଫାଟ ଓ ଅନ୍ୟ ସଙ୍କଟଜନକ ପରିସ୍ଥିତି ପାଇଁ ଚିହ୍ନଟ ତଥା ଏହାର ପୁନରୁଦ୍ଧାର ପାଇଁ ୩୨ କୋଟି ଖର୍ଚ୍ଚ କରାଯିବ ।…
ଓଡ଼ିଆ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହ ପାଳିତ । ଭୁବନେଶ୍ବରରେ ଉତ୍ତମଙ୍କ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହା ପରେ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସନ୍ଧ୍ୟାରେ ନବୀନ ଆସି ଉତ୍ତମଙ୍କ ବାସଭବନରେ ପହଁଞ୍ଚିଥିଲେ। ସେଠାରେ ବାବୁଶାନ ତାଙ୍କୁ ପାଛୋଟି ନେଇଥିଲେ। ଏହାପରେ ନବୀନ ସିଧାସଳଖ ଯାଇ ଉତ୍ତମଙ୍କ ଫଟୋରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଏକ ସୋଫାରେ ବସି ନବୀନ ବହୁଶାନଙ୍କ ସହିତ କିଛି କଥା ହୋଇଥିଲେ। ବାବୁଶାନ ଏଠାରେ ନବୀନଙ୍କୁ ଉତ୍ତମଙ୍କ ସ୍ମୃତିରେ ପ୍ରସ୍ତୁତ କରାଯାଇଥିବା ‘ଉତ୍ତମ ସର୍ବୋତ୍ତମ’ ପୁସ୍ତକ ଉପହାର ଦେଇଥିଲେ।
ଦକ୍ଷିଣ ଇଣ୍ଡଷ୍ଟ୍ରିର ଦକ୍ଷିଣରେ ସୁଟିଂ ଆରମ୍ଭ । ଗତକାଲି ସାଉଥ ସୁପରଷ୍ଟାର ମହେଶ ବାବୁ କୋରାପୁଟ ଆସିବା ପରେ ସୁଟିଂ ସେଟରେ ନଜର ଆସିଛନ୍ତି । ସୁପରଡୁପର ଡାଇରେକ୍ଟର ରାଜା ମଉଲିଙ୍କ 1000 କୋଟି ଵୟରେ ନିର୍ମିତ ଫିଲ୍ମ SSMB29ରେ ହିରୋ ମହେଶ ବାବୁଙ୍କ ସୁଟିଂ ଆରମ୍ଭ ହୋଇଛି |ହେଲେ ସୁରକ୍ଷା କଡ଼ାକଡ଼ି ଥିବାରୁ ମହେଶ ବାବୁଙ୍କୁ ଦେଖିନପାରି ଲୋକ ନିରାଶ ହୋଇ ଫେରିଯାଉଛନ୍ତି । ଜିଲ୍ଲାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀରେ ବିଗ୍ ବଜେଟ ତେଲୁଗୁ ଫିଲ୍ମ ଏସ୍ଏସ୍ଏମ୍ବି-୨୯ର ଶୁଟିଂ ଆରମ୍ଭ ହୋଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଫିଲ୍ମ ସୁଟିଂ ପାଇଁ ସମସ୍ତ ପ୍ରକାର ସହାୟତା କରାଯାଉଛି ।
ଆହୁରି ବଢ଼ିବ ତାତି । ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ଟପିବ ପାରଦ । ଆଗାମୀ ୪ରୁ ୫ ଦିନ ଭିତରେ ତାପମାତ୍ରା ବୃଦ୍ଧି ପାଇବ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ସେଲସିୟସ କିମ୍ବା ତାଠୁ ଅଧିକ ରେକର୍ଡ ହୋଇଛି ।ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ୍ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ନାଗରିକ, ଶିଶୁ ଓ ଅସୁସ୍ଥ ବ୍ୟକ୍ତି ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର କୋଟି କୋଟି କର୍ମଚାରୀ ଖୁବ୍ ଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା, କିନ୍ତୁ ନୂତନ ପରିବର୍ତ୍ତନ ପରେ, କିଛି ମିନିଟ୍ ମଧ୍ୟରେ ପିଏଫ୍ ଟଙ୍କା ଆପଣଙ୍କ ହାତରେ ଆସିଯିବ । ସରକାର ଖୁବ୍ ଶୀଘ୍ର ପିଏଫ୍ ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡ ପ୍ରଚଳନ କରିବାକୁ ଯୋଜନା କରୁଛନ୍ତି । ଏହା ବ୍ୟତୀତ, ଟଙ୍କା ସ୍ଥାନାନ୍ତର ପାଇଁ UPI ମଧ୍ୟ ବ୍ୟବହାର କରାଯାଇପାରିବ, ଯାହା ପାଇଁ EPFO NPCI ସହ କଥା ହେଉଛି । ଅନ୍ୟପକ୍ଷେ EPFOର ଏକ ବିବୃତ୍ତି ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ନିଯୁକ୍ତିଦାତାଙ୍କ ମାଧ୍ୟମରେ EPFO ଦ୍ୱାରା ପ୍ରାପ୍ତ ମୋଟ ୮ ଲକ୍ଷ ସଂଶୋଧନ ଅନୁରୋଧ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତକୁ ଏବେ ସଦସ୍ୟମାନେ ନିଜେ ଅନୁମୋଦନ କରିପାରିବେ, ସେ ବି ନିଯୁକ୍ତିଦାତା…
ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ମେ’ ପହିଲାରୁ ଏହି ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚଳିତ ମାସରୁ ଚାଷୀମାନଙ୍କର ପଞ୍ଜିକରଣ ଆରମ୍ଭ କରାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ । ସେହିପରି, କ୍ରୟ ହୋଇଥିବା ଧାନରୁ ଉତ୍ପାଦିତ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମକୁ ଯୋଗାଇବ |ତେବେ ରାଜ୍ୟରେ ଜାରି ଖରିଫ ଧାନକିଣା ଋତୁରେ ଏ ପର୍ଯ୍ୟନ୍ତ ପ୍ରାୟ ୧୫ ଲକ୍ଷ ୬୫ ହଜାର ଚାଷୀଙ୍କ ଠାରୁ ୭୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପାଖାପାଖି ୧୫ ହଜାର ୬୧୩ କୋଟି ଟଙ୍କା ଓ ଇନପୁଟ ସହାୟତା ଭାବେ ୫୪୩୦ କୋଟି ଟଙ୍କା ଚାଷୀ ମାନଙ୍କ…









