ଗହୀରମଥାରେ କଇଁଛଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ । ୬ ଲକ୍ଷ ୬୦ ହଜାର ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଛନ୍ତି । ଏବର୍ଷ ମାର୍ଚ୍ଚ ୫ରୁ ୧୦ ତାରିଖ ଯାଏ ୬.୬ ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ।ଋଷିକୁଲ୍ୟା ଏବଂ ଗହୀରମଥାରେ ଅଭୂତପୂର୍ବ ସାମୂହିକ ବସା ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । ଚଳିତ ବର୍ଷ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବା ସହିତ ଋଷିକୁଲ୍ୟା ନଦୀ ମୁହାଣ ସାମୂହିକ ବସା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି। ଯାହା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ଦୀର୍ଘ ୩୩ ବର୍ଷ ପରେ ଏକକୂଳା ନାସୀରେ ସମୂହ ଅଣ୍ଡାଦାନ କଲେ ବିରଳ ଅଲିଭ ରିଡ଼ଲେ କଇଁଛ । ତେବେ ପୂର୍ବରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ କଇଁଛ…
Author: sanitelevision
ଚଳିତ ବର୍ଷ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଅର୍ଥାତ ୨୦୨୫ ରେ ୨ ପରାଗ, ୨ ଗ୍ରହଣ ହେବ।ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ତାରିଖରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ପରି ଅଞ୍ଚଳରେ ଦେଖାଯିବ ଓ ଏହା ଭାରତରୁ ଦୃଶ୍ୟମାନ ହେବ ନାହିଁ।ଆଂଶିକ ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୩୯ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣ ଗ୍ରହଣ ଦିନ ୧୧ଟା ୫୬ରୁ ଦିନ୧.୦୧ପର୍ଯ୍ୟନ୍ତ ଦେଖାଯିବ। ସେ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ।ଆଂଶିକ ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଦିନ୦୨ଟା ୧୮ମିନିଟରେ ଶେଷ ହେବ। ଯେହେତୁ ଏହା ଭାରତରେ ଦିନ ସମୟରେ ଘଟୁଛି ଏହା ଭାରତର…
ରାଜ୍ୟର ସବୁ ଜିଲାରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ‘ଲକ୍ଷପତି ଦିଦି’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ସଫଳ କରିବା ଲାଗି ଦୁଇଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ପ୍ରତ୍ୟେକ ଜିଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ଉପସ୍ଥିତ ରହିବେ।ଏହାଛଡ଼ା ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ପ୍ରେରଣାଦାୟୀ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବେ। ବ୍ୟବସାୟ ବଢ଼ାଇବା ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମଧ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
ରାଜ୍ୟର ସବୁ ଜିଲାରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ‘ଲକ୍ଷପତି ଦିଦି’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ସଫଳ କରିବା ଲାଗି ଦୁଇଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ପ୍ରତ୍ୟେକ ଜିଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ଉପସ୍ଥିତ ରହିବେ।ଏହାଛଡ଼ା ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ପ୍ରେରଣାଦାୟୀ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବେ। ବ୍ୟବସାୟ ବଢ଼ାଇବା ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମଧ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି।୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଥିବା ନେଇ ସେ ପ୍ରକାଶ କରିଛନ୍ତି।ଆଉ ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟ ସରକାରର ଶାସନକୁ ୯ ମାସ ପୁରିଛି।
ମାର୍ଚ୍ଚରେ ୪୦ ଟପିବ ତାପମାତ୍ରା । କିଛି ଦିନ ପାଗ ସାମାନ୍ୟ ଥଣ୍ଡା ରହିବା ପରେ ତାତି ପୁଣି ବଢ଼ିଛି । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ୧୩ ଓ ୧୪ ତାରିଖରେ ୬ଜିଲ୍ଲା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଅଧିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ପାଣି ବୋତଲ ସହ ପଗଡି ଭିଡିବା ଛତା ଧରି ଯିବା ଓ ସୂତା କପଡା ପିନ୍ଧିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ…
ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି । ଦିଲ୍ଲୀରେ ଜାଗୃତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା । ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ । ଉଭୟଙ୍କ ଆଜି ପଡିବ ହାତଗଣ୍ଠି । ହାତକୁ ଦି ହାତ ହେବେ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ।ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ବଢିଛି। ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ୨୦୨୫ରେ ସାତ ଜନ୍ମର ସାଥୀ ସାଜିଲେ ଅନୁଭବ-ଜାଗ୍ରତି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ।
ଭାଗ୍ୟ ଭଲ ଥିଲେ ବଡ଼ ବଡ଼ ବିପଦ ବି ଟଳିଯାଏ। ଇଏ ତାର ଜ୍ୱଳନ୍ତ ଉଦାହରଣ। ଭୟଙ୍କର ଦୁର୍ଘଟଣା କିନ୍ତୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଠାରୁ କୋରାପୁଟ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ସୋମବାର ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଆମ୍ବୁଲାନ୍ସରେ ଅଣାଯାଉଥିଲା। ଏହି ସମୟରେ ହଠାତ୍ ଘଟିଥିଲା ଅଘଟଣ।ଆମ୍ବୁଲାନ୍ସ ଯାଉଥିବାବେଳେ କଞ୍ଜାମଯୋଡି ନିକଟରେ ହଠାତ ଏକ ମାଲବାହୀ ଟ୍ରେନ ଆସି ଗାଡିକୁ ୧୦୦ମିଟର ପର୍ଯ୍ୟନ୍ତ ଘୋଷାରି ନେଇ ଯାଇଥିଲା।କିନ୍ତୁ ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ଓ ୮ଜଣ ରୋଗୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚିଯାଇଛି ।ସୂଚନା ଅନୁସାରେ ଯେଉଁଠାରେ…
ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି। ସୋମବାର ବିଧାନସଭାରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଏକ ବିବୃତ୍ତିରୁ ଏହା ପ୍ରକାଶ ପାଇଛି।ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ ଟି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି । ଗତ ୩ ବର୍ଷ ମଧ୍ୟରେ ୪ଟି ଯୋଗାଣକାରୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି । ଯେଉଁଥିରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଏବଂ ହାଇଦ୍ରାବାଦ ଭଳି ଅନ୍ୟ ସ୍ଥାନରୁ ନକଲି ଔଷଧ ଯୋଗାଣ କରାଯାଇଥିଲା ।“୨୦୨୨-୨୩ ଆର୍ଥିକ ବର୍ଷରେ ଜିଙ୍କ ସଲଫେଟ୍, ସୋଡିୟମ୍ ଲାକ୍ଟେଟ୍ ସମେତ ମୋଟ ୪୫ଟି ଟାବଲେଟ୍ ଏବଂ ରିଙ୍ଗର୍ସ ଲାକ୍ଟେଟ୍ ନିମ୍ନମାନର ଘୋଷଣା କରାଯାଇଥିଲା, ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ଟି ଔଷଧ ନକଲି ହୋଇଥିବା ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬ଟି ନକଲି ଔଷଧ ନକଲି…
ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୧ କୁଷ୍ଠ ରୋଗୀ ଅଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।। ୨୦୦୬-୨୦୦୭ରେ ୫, ୦୮୮ ଜଣ କୁଷ୍ଠ ରୋଗୀ ଥିବା ବେଳେ ୨୦୧୮-୧୯ରେ ସର୍ବାଧିକ ୧୦ ହଜାର ୭୮୬ ଜଣ କୁଷ୍ଠ ରୋଗୀ ଥିଲେ । ୨୦୨୩-୨୪ରେ ଏହା କମି ୮ ହଜାର ୩୯୬ରେ ପହଞ୍ଚିଥିଲା । ସେହିପରି ୨୦୦୬-୦୭ରେ କୁଷ୍ଠ ରୋଗୀଙ୍କ ପାଇଁ ୩୯୦.୯୪ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ୧୪୩୯.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୩-୨୪ରେ ୮୩୯୬ ରାଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟରେ କ୍ରମାଗତ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।ଆଗାମୀ ଦିନରେ ସରକାରଙ୍କ ତରଫରୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।








