Author: sanitelevision

ଗ୍ରାହକ ଖାଉଥିଲେ ମଟନ ଝୋଳ କିନ୍ତୁ ହୋଟେଲ ବାଲା ଦେଲା ବିଶ୍ବାସରେ ବିଷ । ଛେଳି ମାଂସ ବଦଳରେ ଖାଇବାକୁ ଦେଉଥିଲା ଗୋ ମାଂସ ।ଲୋକେ ଜାଣିପାରୁ ନଥିଲେ ସ୍ବାଦ । ଆଙ୍ଗୁଳି ଚାଟି ଚାଟି ଖାଉଥିଲେ । ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ହୋଟେଲରେ ଦୁଇ ଜଣ ଯୁବକ ଅଜାଣତରେ ଗୋମାଂସ ଖାଇ ଦେଇଥିଲେ। ଆଉ ସତ୍ୟତା ଜାଣିବା ପରେ ବର୍ତ୍ତମାନ ପ୍ରାୟଶ୍ଚିତ କରିଛନ୍ତି ।ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ଠାରୁ ପ୍ରାୟଶ୍ଚିତ ହେବା ନିମନ୍ତେ ବିଧି ଗ୍ରହଣ କରି ପୁରୀ ମାଳତିପାଟପୁରର ଦୁଇ ଯୁବକ କୈଳାଶ ଚନ୍ଦ୍ର ପରିଡ଼ା ଓ ଯୋଗେନ୍ଦ୍ର ମଲ୍ଲିକ ଲଣ୍ଡା ହୋଇଛନ୍ତି। ଏହା ସହିତ ଗୋବର ପାଣି ପିଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀଲୋକନାଥଙ୍କ ଦର୍ଶନ କରି ମୁକ୍ତି ମଣ୍ଡପରେ କ୍ଷମା ପ୍ରାର୍ଥନା କରି ପ୍ରାୟଶ୍ଚିତ…

Read More

ଏଣିକି ଏଟିଏମରୁ ବାହାରିବ ସୁନା ଓ ରୂପା । ତିରୁମାଲା ତିରୁପତି ଦେବସ୍ଥାନମ୍ସ ତିରୁମାଲା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୂପା ପେଣ୍ଡାଣ୍ଟ ଏଟିଏମ୍ ସ୍ଥାପନ ହେବ। ଏହି ଏଟିଏମ୍ ମେସିନ୍ ସାହାର୍ଯ୍ୟରେ ଶ୍ରଦ୍ଧାଳୁ ମାନେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ପେଣ୍ଡେଣ୍ଟ କ୍ରୟ କରି ପାରିବେ। ଏହି ଏଟିଏମ୍ ମେସିନ୍ରୁ ୨ ଗ୍ରାମ,୫ ଗ୍ରାମ ଏବଂ ୧୦ ଗ୍ରାମର ସୁନା ରୂପା ପେଣ୍ଡେଣ୍ଟ ବାହାରିବ । ଏହା ଦ୍ଵାରା ଶ୍ରଦ୍ଧାଳୁ ମାନେ ବିନା କାହାର ସାହାର୍ଯ୍ୟରେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ପେଣ୍ଡେଣ୍ଟ କ୍ରୟ କରି ପାରିବେ। ତିରୁମାଲା ତିରୁପତି ଦେବସ୍ଥାନମରେ ପୂର୍ବରୁ ଏକ ଦାନ କିଓସ୍କ ଚାଲୁଛି, ଯାହା ଅତ୍ୟନ୍ତ ସଫଳ ରହିଛି। ଏହାଦ୍ଵାରା ଭକ୍ତମାନଙ୍କୁ ୟୁପିଆଇ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଦାନ କରିପାରିବେ ।

Read More

ଭାରତ ଓ ମରିସସ୍ ମଧ୍ୟରେ ଐତିହାସିକ ସମ୍ୱନ୍ଧକୁ ଅଧିକ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱୀପଦେଶ ଗସ୍ତରେ ଅଛନ୍ତି । ମରିସସ୍ ରାଷ୍ଟ୍ରପତି ଧରମ ଗୋଖୁଲ ଓ ତାଙ୍କ ପତ୍ନୀଙ୍କୁ ବିଶିଷ୍ଟ ଭାରତୀୟ ଉପହାର ବି ପ୍ରଦାନ କରିଛନ୍ତି । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ । ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରୁଛି । ତେବେ ମୋଦୀଙ୍କୁ ଦେଖିବାକୁ ମରିସସର ପ୍ରବାସୀ ଭାରତୀୟମାନେ ଉତ୍ସାହିତ ଅଛନ୍ତି ଏବଂ ମୋଦୀ ପହଞ୍ଚିବା ପରେ ସ୍ବାଗତ ପାଇଁ ଆସିଥିବା କିଛି ସ୍କୁଲ ପିଲାଙ୍କ ସହ କଥା ମଧ୍ୟ ହୋଇଛନ୍ତି । ମରିସସ୍ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଶିଳ୍ପ କଳାର ଉତ୍କୃଷ୍ଟତାର ପ୍ରତୀକ ରୂପେ ଏକ ବାରାଣସୀ ଶାଢ଼ି…

Read More

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ସାମ୍ନାକୁ ଆସିଲା ସେମାନଙ୍କ ବିବାହର ଫଟୋ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ମାର୍ଚ୍ଚ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ଫଟୋ ସାମ୍ନାକୁ ଆସିବା ପରଠୁ ଉଭୟଙ୍କ ବିବାହକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ।ଉଭୟ ପରିବାର ଓ କିଛି ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ କରିଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗ୍ରତିଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ଅନୁଭବ |

Read More

ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁସାରେ ୨୪ ତାରିଖ ଅପରାହ୍ନ ୧ଟା ୩୦ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ପୂର୍ବ ଯୋଜନା ଅନୁସାରେ କଣ୍ଟିଲୋ ନିଳମାଧବଙ୍କୁ ଦର୍ଶନ କରିବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ତେବେ ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ରହଣି ପାଇଁ ସୁରକ୍ଷା ବ୍ୟବସ୍ଥା, ଅସ୍ଥାୟୀ ରହଣି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଠିକ ଭାବରେ କରିବାକୁ ଜିଲ୍ଲାପାଳ, ଏସପି କଣ୍ଟିଲୋ ନୀଳମାଧବଙ୍କ ମନ୍ଦିରକୁ ଯାଇ ତଦାରଖ କରିଛନ୍ତି।୨୫ ତାରିଖରେ ରେଭେନ୍ସା ମହାବିଦ୍ୟାଳୟ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପରେ କଟକର ଅନେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଦିଲ୍ଲୀ ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Read More

ସରଗରମ ହେବାରେ ଲାଗିଛି ଲୋକସଭା ସିଟର ପରିସୀମନ ପ୍ରସଙ୍ଗ । ଦକ୍ଷିଣରୁ ଆରମ୍ଭ ହୋଇଥିବା ସ୍ବର ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ବିଭିନ୍ନ ଅଣଏନଡିଏ ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ଡିଏମକେ ନେତା । ପରିସୀମନ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧକୁ ଜୋରଦାର କରିବାକୁ ଡିଏମକେ ରଣନୀତି କରୁଛି । ଡିଏମକେ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡ଼ୁ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ମଙ୍ଗଳବାର ନବୀନ ନିବାସରେ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପକ୍ଷରୁ ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ବତନ୍ତ୍ର ବୈଠକରେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୨୬ ତାରିଖରେ ଚେନ୍ନଇରେ ଏହି ସ୍ବତନ୍ତ୍ର ବୈଠକ ବସିବ। ଏହି ଅବସରରେ ବୈଠକ ପ୍ରତି ନବୀନ ତାଙ୍କର ସମର୍ଥନ ଜଣାଇଛନ୍ତି। ନବୀନ ବୈଠକରେ ସାମିଲ ହେବା ନେଇ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଦୟାନିଧି ମାରନ।ଡି-ଲିମିଟେଶନରେ କ୍ଷତିଗ୍ରସ୍ତ ହେବାକୁ ଥିବା…

Read More

ଦୁନିଆର ସବୁଠୁ ଅଧିକ ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତ ୧୩ଟି ସହର ସ୍ଥାନ ପାଇଛି । ତେବେ ବିଶେଷଜ୍ଞଙ୍କ ମତରେ ଏଣିକି ଭାରତକୁ ୫ଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ବାୟୁକୁ ନିର୍ମଳ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା , ପବ୍ଲିକ ଟ୍ରାନପୋର୍ଟ ବଢ଼ାନ୍ତୁ,ନିର୍ମାଣ କାମରେ କମ ପ୍ରଦୂଷଣ କରାଯାଉ , ଏଲପିଜି ବ୍ୟବହାର ବଢ଼ାଯାଉ,ଲୋକଙ୍କ ମଧ୍ୟରେ ସଚେତନତା। କିନ୍ତୁ ସବୁଠୁ ରୋଚକ କଥା ହେଉଛି, ପ୍ରଥମ ଥର ପାଇଁ ଦିଲ୍ଲୀ ସହର ଭାବେ ପ୍ରଦୂଷଣ ରାଙ୍କରେ ପଛରେ ପଡିଛି । ଆସାମର ବିର୍ନିହାଟ ସହର ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି । ତେବେ ଦିଲ୍ଲୀ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି । ରିପୋର୍ଟ ଅନୁସାରେ, ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି । ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ରମାନଙ୍କରେ ୩ୟ ନମ୍ବର ସ୍ଥାନରେ…

Read More

୮ମାସରେ ୬ଟି ମୁଣ୍ଡ ନେଲଣି ମୋ ବସ୍‌ । ଜୁନ୍ ୨୦୨୪ ଠାରୁ ବର୍ତ୍ତମାନ ଯାଏଁ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ୱାରା ୧୯ଟି ଦୁର୍ଘଟଣା ଘଟିଛି । ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି ବି କହିଛନ୍ତି, ୨୦୨୫ ଫେବୃଆରୀ ମାସରେ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩,୦୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହା ସହିତ, ବସ୍ ଅପରେଟର ମଧ୍ୟ, ଆହତ ଏବଂ ମୃତକଙ୍କ ପରିବାର ପାଇଁ ଏକ ବ୍ୟାପକ ବୀମା ପଲିସି ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରୁଛନ୍ତିବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷେ ୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକେ ପ୍ରାଣ ହରାଇଛନ୍ତି। ଗତ ୧୦ ବର୍ହରେ ମୋଟ୍ ୮୮୮ଟି ହାତୂ ମୃତ୍ୟୁବରଣ କରିଛନ୍ତି।ଶିକାରରେ ୩୩, ଯୋଜନାବଦ୍ଧ ଭାବେ ୧୬, ରୋଗରେ ୩୦୬ ହାତୀ…

Read More

କଟକ ଜିଲ୍ଲା ସାଲେପୁର ବ୍ଲକ୍ ପଗା ପୋଲିସ ଫାଣ୍ଡି ପରିସରରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ଦୃଶ୍ୟ ।ପାଗା ତ୍ରିଲୋଚନପୁରର ଉଦୟ ନାଥ ଭୋଇଙ୍କ ଝିଅ ନମିତା ଭୋଇଙ୍କୁ ଥାନାରେ ବିବାହ କରିଛନ୍ତି ମହଜନପୂରର ଶ୍ରୀଧର ଭୋଇଙ୍କ ପୁଅ ସୁମନ ଭୋଇ । ଉଭୟ ଉଭୟଙ୍କୁ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ହେବ ଭଲ ପାଉଥିଲେ । ମାତ୍ର ପରିବାର ସଦସ୍ୟଙ୍କୁ ଭୟରେ କହି ନପାରି ଘରୁ ଲୁଚି ପଳେଇଥିଲେ । ଏନେଇ ପାଗା ଫାଣ୍ଡିରେ ଅଭିଯୋଗ ହୋଇଥିଲା ।ତେବେ ଉଭୟ ସରପଞ୍ଚ ଓ ପରିବାର ସଦସ୍ୟଙ୍କ ସହଯୋଗରେ ଏବଂ ପୋଲିସ ଉପସ୍ଥିତିରେ ଥାନା ପରିସରରେ ଏହି ପ୍ରେମ ଯୁଗଳଙ୍କ ବିବାହ ଆୟୋଜନ କରାଇଥିଲେ ।ଭଲ ପାଇ ବିବାହ କରିବା ଅନେକ ସମୟରେ ସମ୍ଭବ ହୋଇ ନଥାଏ । କାରଣ ପରିବାର ସଂପର୍କୀୟ ଓ ଅଭିଭାବକଙ୍କ ସହଯୋଗ ଅର୍ଥାତ ସମାଜ ସ୍ବୀକୃତିକୁ ଭୟ କରି ଅନେକ ସ୍ଥାନରେ ପ୍ରେମ ବିବାହ…

Read More

ବିଜେଡି ବିଧାୟିକା ମନୋରମା ମହାନ୍ତି ଓ ଜଳେଶ୍ୱର ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ଲାଗିଛି ବଡ଼ ଝଟକା । ନିର୍ବାଚନ ଅନିୟମିତତାର ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ ।ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ନେଇ ମାମଲା ଦାୟର କରିଛନ୍ତି ବିଜେପି ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ । ସେହିପରି ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ ମାମଲା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ । ତେବେ ଉଭୟଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ନିର୍ବାଚନୀ ମାମଲା ଖାରଜ ପାଇଁ ବିଧାୟିକା ମନୋରମା ମହାନ୍ତି ଓ ବିଧାୟକ ଅଶ୍ୱିନୀ ପାତ୍ର ହାଇକୋର୍ଟରେ ଆବେଦନ କରିଥିଲେ ।

Read More