Author: sanitelevision

ଓଡ଼ିଶାରେ ଶିକ୍ଷକ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଉଚ୍ଚଶିକ୍ଷା ବିଭାଗ ବଡ ଘୋଷଣା କରିଛି। ଏଣିକି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ତୁରନ୍ତ ଶିକ୍ଷା ସ୍ନାତକ (B.Ed) ପାଠ୍ୟକ୍ରମରେ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସୂଚନା ଦେଇଛନ୍ତି।ସୂଚନା ଥାଉକି, ରାଜ୍ୟରେ ବି.ଇଡି ପାଠ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତାରେ ହୋଇଛି ପରିବର୍ତ୍ତନ । ଆଗକୁ ଯୁକ୍ତ ୨ ପରେ ବି.ଇଡି କରିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଆସିବ ନୂଆ କୋର୍ସ ITEP । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ଆଜି ସ୍ୱାକ୍ଷରିତ ହୋଇଚି। ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ଯୁକ୍ତ୨ ପରେ ହେବ ବି.ଇଡି ପାଠପଢ଼ା । Intigreted teacher education programme ନାଁରେ ରହିବ ନୂଆ କୋର୍ସ ।

Read More

ଜଧାନୀରେ ୫୦ କୋଟି ଟଙ୍କାର ଏକ ଆଧୁନିକ ମାଛ ବଜାର ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।୨୦୨୪ ସେପ୍ଟେମ୍ବର ମାସରେ ଭୁବନେଶ୍ୱର ସାଂସଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ସହମତି ପରେ ଏହି ପ୍ରକଳ୍ପ କେନ୍ଦ୍ରକୁ ଯାଇଥିଲା । ଖୁସିର କଥା ହେଉଛି କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ଡିଆ ଏହି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ପାଣ୍ଡେରା ନିକଟରେ ୫.୮୦ ଏକର ଜମିରେ ଏହି ଆଧୁନିକ ମାଛ ମାର୍କେଟ ସ୍ଥାପନ କରାଯିବ, ଏଥିପାଇଁ ୫୦ କୋଟିର ଅନୁଦାନ ମଞ୍ଜୁର କରିଛନ୍ତି ।

Read More

ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଗିରଫ । ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ରାଜା ଚକ୍ର ନାଁରେ ୧୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ରାଜା ଚକ୍ରର ୪୨ ଟି ଗାଡି ଜବତ ସହ କେଉଁଝରର ଦୁଇଟି କମ୍ପାନୀ ସିଲ ହୋଇଛି । ରାଜାଙ୍କ ୨୫ ଲକ୍ଷ ଟଙ୍କା ଫ୍ରିଜ କରିଛି ଇଓଡବ୍ୟୁ । ଏହି ମାମଲାରେ ପୂର୍ବରୁ ମାନସ ବାରିକ ଓ ଉତ୍କଳ ଦାସ ଗିରଫ ହୋଇଥିଲେ ।ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଜେଡି ନେତା ରାଜା ଚକ୍ରଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନ ସମେତ କେନ୍ଦୁଝରସ୍ଥିତ ରାଜାଙ୍କ ଘରେ ଇଓଡବ୍ଲ୍ୟୁର ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ଗଠିତ ଟିମ୍ ଚଢ଼ଉ କରିବା ସହ ପରିବାର ସଦସ୍ୟଙ୍କୁ…

Read More

ବେଆଇନ ବନ୍ଧୁକ କାରଖାନାରେ STF ଚଢ଼ାଉ କରିଛି । କଟକ ବୟାଳିସି ମୌଜାରେ ଥିବା ଏକ ବନ୍ଧୁକ କାରଖାନାରେ ଚଢ଼ାଉ ହୋଇଛି । ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମବ୍ରାଞ୍ଚ STF ଟିମ୍ । ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି କରି ହଥିଆର କାରବାର ଚାଲିଥିଲା । ଦୀର୍ଘ ଦୀନ ହେବ ଏହି କାରଖାନା ଚାଲି ଆସୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା ।

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ସେ ଅନୁଧ୍ୟାନ କରିଛନ୍ତି। ଗଜପତି ମହାରାଜ ଗୁଣ୍ଡିଚା ମନ୍ଦିର ମଧ୍ୟ ବୁଲି ଦେଖିଛନ୍ତି। ଏହା ସହ ଅଧାପନ୍ତରିଆ ପ୍ରକଳ୍ପ, ମଠଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି।ଅନୁଧ୍ୟାନ କରିବା ପରେ ଗଜପତି ମହାରାଜ କହିଛନ୍ତି ଉତ୍ତର ଦ୍ଵାର ବାହାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା କରାଯାଉଛି । ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବିଧା ହୋଇପାରୁନି । ଉତ୍ତର ଦ୍ଵାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା ରହିଛି । ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ । ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ। ସରକାରଙ୍କ ସହ ଆଲୋଚନା କରି ଆଗକୁ ପଦକ୍ଷେପ ନେବାକୁ ନିବେଦନ କରାଯିବ।

Read More

ରାଜ୍ୟରେ ଆହୁରି କଲବଲ କରିବ ତାତି । ଆଜିଠୁ ବଢିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା । ୩ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ପାଇଁ ୪ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧ। ସେହିପରି ଆସନ୍ତାକାଲି ପାଇଁ ୬ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି। ୧୫ ଓ ୧୬ ତାରିଖରେ ଦିନ ସହ ରାତି ତାପମାତ୍ରା ଅଧିକ ରହିବ। ୧୫ ତାରିଖ ପାଇଁ ମଧ୍ୟ ୪ ଜିଲ୍ଲାକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ଅନ୍ୟପଟେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦେଇଛି SRC ଦିଆଯାଇଛି । ପରିସ୍ଥିତି…

Read More

ରାଜ୍ୟରେ ଆସନ୍ତା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଆୟୁଷ୍ମାନ୍‌ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହାସହ ଆୟୁଷ୍ମାନ୍‌ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା କରାଯିବ।ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ । ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ ଲୋକ ଉପକୃତ ହେବେ। ଏହି ଦୁଇଟି ଯୋଜନା ଓଡ଼ିଶାରେ ସଂଯୁକ୍ତ ଭାବରେ କାର୍ଯ୍ୟକାରୀ କରାଯିବ । ଦୁଇଟି ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଯୋଗାଇ ଦିଆଯିବ। ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ…

Read More

ରାଜ୍ୟରେ ଅସହ୍ୟ କଲାଣି ତାତି । ବାହାରକୁ ଗୋଡ କାଢ଼ିବା କଷ୍ଟକର ହୋଇ ପଡୁଛି । ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଉପରମୁହାଁ ହେଲାଣି ପାରଦ । ଭୁବନେଶ୍ୱର ୩୫.୪ଏବଂ କଟକ ୩୫ ପାରଦ ରେକର୍ଡ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ତାତି ଅତିକ୍ରମ କରିବ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଗରମ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯.୫ ସହ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଲା ବୌଦ୍ଧ । ସେହିଭଳି ୧୧ ସହରରେ ତାପମାତ୍ରା ୩୭ଡିଗ୍ରୀ ପାର କରିଛି । ଝାରସୁଗୁଡା ୩୮.୬, ବଲାଙ୍ଗୀର ୩୮.୫, ସମ୍ବଲପୁର ୩୮.୩, ଟିଟିଲାଗଡ଼ ୩୭.୫, ହୀରାକୁଦ ୩୭.୨ଡିଗ୍ରୀ ପାରା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ୩୭.୨, ପାରଳାଖେମୁଣ୍ଡି୩୭.୨, ଅନୁଗୁଳ ୩୭.୧ ମାଲକାନଗିରି ୩୭, ବାରିପଦାରେ ୩୭ ତାପମାତ୍ରା ଛୁଇଁଥିଲା ।

Read More

ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ସାଙ୍ଗରେ ମୋବାଇଲ ନେଇ ପାରିବେ ନାହିଁ ସାମ୍ବାଦିକ । ପ୍ରଶ୍ନକାଳରେ ଯେତେବେଳେ ମନ୍ତ୍ରୀମାନେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ରଖୁଛନ୍ତି, ସେହି ସମୟରେ ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି । ଏହାର ପ୍ରତିବାଦ କରିଛନ୍ତି ସାମ୍ବାଦିକ । ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ସାମ୍ବାଦିକ ।

Read More

ରାଜ୍ୟରେ ପକ୍ଷୀ ଓ କୁମ୍ଭୀର ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଓଡ଼ିଶା ବନ ବିଭାଗ ଦ୍ୱାରା କରାଯାଇଥିବା ବାର୍ଷିକ ପକ୍ଷୀ ଗଣନାରେ ଏହା ଜଣାପଡିଛି । ଜାନୁଆରୀ ୨୦୨୪-୨୫ର ପ୍ରଥମ ୨ ସପ୍ତାହ ମଧ୍ୟରେ ହୋଇଥିବା ପକ୍ଷୀ ଗଣନା ଅନୁସାରେ ବର୍ତ୍ତମାନେ ରାଜ୍ୟର ବନ୍ୟ ଅଞ୍ଚଳ ଏବଂ ଆର୍ଦ୍ରଭୂମିରେ ମୋଟ ୨,୩୪୯,୮୯୫ ପକ୍ଷୀ ଥିବା ରେକର୍ଡ ହୋଇଛି । ଓଡ଼ିଶାରେ ଥିବା ତିନି ପ୍ରକାରର କୁମ୍ଭୀର ଭିତରୁ ୨୦୨୪-୨୫ ମସିହାରେ ହୋଇଥିବା ଗଣନା ଅନୁସାରେ, ଲୁଣିଆ କୁମ୍ଭୀରଙ୍କ ସଂଖ୍ୟା ୧୮୮୧ ଏବଂ ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେହିପରି ୨୦୨୩-୨୪ରେ ୨୫୭ ଥିବାବେଳେ, ୨୦୨୪-୨୫ ଗଣନାରେ ସାମାନ୍ୟ ହ୍ରାସ ପାଇ ୨୨୧ରେ ପହଞ୍ଚିଛି । ତେବେ ପକ୍ଷୀ ଗଣନା ପାଇଁ ୨୦୨୪-୨୫ ମସିହାରେ ଖର୍ଚ୍ଚ ୯,୫୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ୨୦୨୦-୨୧ ମସିହାରେ ୮,୮୦,୦୦୦ ଟଙ୍କା ଥିଲା । ସେହିପରି କୁମ୍ଭୀର ଗଣନା ପାଇଁ…

Read More