Author: sanitelevision

ରାତି ପାହିଲେ ହୋଲି ମହୋତ୍ସବ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଏଥି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଲାଟୁନ୍ ପୋଲିସ୍ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖୁଲାରୀ । ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପି ପରାମର୍ଶ ଦେଇଛନ୍ତି । ହୋଲିରେ ମଦ ଦୋକାନ ବନ୍ଦ ରହିବ । ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ । ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି ।ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ହୋଲି ପାଇଁ ରାଜଧାନୀ ଭୁବନେଶ୍ବରର ସୁରକ୍ଷାକୁ କଡ଼ାକଡି କରାଯାଇଛି । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ…

Read More

ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା । ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କଲେ ଯୁବତୀ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ବାର୍ ସାମ୍ନାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଯୁବତୀ ଜଣକ ହଙ୍ଗାମା କରିଥିଲେ । ପରେ ପୋଲିସ ଓ ହର୍ ଟିମ୍ ଉଦ୍ଧାର କରି ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।ତେବେ ହସ୍ପିଟାଲରେ ପୋଲିସକୁ ନାକେଦମ କରିଥିଲେ ନିଶାଶକ୍ତ ଯୁବତୀ |ପିସିଆର୍ ଭ୍ୟାନ୍‌ରେ ଯୁବତୀଙ୍କୁ ନେବା ବେଳେ ଗାଡ଼ିକୁ ମଧ୍ୟ ଗୋଇଠା, ବିଧା ମାରିଥିଲେ । ଯୁବତୀ ଜଣଙ୍କ ଏକ ସମ୍ଭ୍ରାନ୍ତ ପରିବାରର ହୋଇଥିବା ବେଳେ ଏଭଳି ଉତ୍ପାତ ସମସ୍ତଙ୍କୁ ତାଜୁବ କରିଛି । ଫାଇନ ପରେ ଯୁବତୀଙ୍କୁ ପୋଲିସ ଛାଡିଥିବା ଦେଖିବାକୁ ମିଳିଛି ।

Read More

ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୧,୫୫,୦୬୮ ଯାନ ପଞ୍ଜିକୃତ ହୋଇଛି।ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ ଓଡ଼ିଶା ବିଧାନସଭାକୁ ସୂଚନା ଦେଇଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ମୋଟ ₹୨୩୨.୪୫ କୋଟି ସବସିଡି ରାଶି ପ୍ରଦାନ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି ୨୦୨୧ ଅଧୀନରେ ୧,୨୨,୫୭୮ ହିତାଧିକାରୀଙ୍କୁ ଲାଭ ଦେଇଛି।ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ପ୍ରତି ଲୋକଙ୍କ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ସବସିଡି ଯୋଜନା ଏହାର ମୁଖ୍ୟ କାରଣ ଭାବରେ ଚିହ୍ନିତ ହୋଇଛି ।

Read More

ଭଦ୍ରକ ଜିଲ୍ଲାର ଏକ ଗାଁ ସ୍କୁଲରୁ ମଧ୍ୟାହ୍ନ ଭୋଜନର ଚାଉଳ ଚୋରି କରି ପୋଖରୀରେ ଆଶ୍ରୟ ନେଇଥିବା ଚୋର ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରିଛନ୍ତି ଗ୍ରାମବାସୀ |ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭୋର ସମୟରେ ଚାରି ଜଣ ଦୁର୍ବୃତ୍ତ ଗାଁ ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ରଖାଯାଇଥିବା ଚାଉଳକୁ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ କିଛି ଗାଁ ଲୋକଙ୍କ ନଜର ସେମାନଙ୍କ ଉପରେ ପଡିଥିଲ। ଏହାପରେ ଗାଁ ଲୋକ ପାଟି କରିବାରୁ ଚୋରମାନେ ଖସିଯିବାକୁ ଚେଷ୍ଟା କରିଥିଲେ। ଓ ସେମାନଙ୍କ ମଧ୍ୟରୁ ଦୁଇଜଣ ଖସି ପଳାଇଯାଇଥିବା ବେଳେ ଜଣଙ୍କୁ ଗାଁ ଲୋକ କାବୁ କରିଥିଲେ। ସେପଟେ ଆଉ ଜଣେ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲା। ​​ ତେବେ ପୋଖରୀରେ ଲୁଚି ରହିଥିବା ଚୋରକୁ ଧରିବା ପାଇଁ ଗାଁ ଲୋକେ ଜଳାଶୟକୁ ଘେରିବା ସହ ଚାରିପାଖରେ ଶୁଖିଲା ଘାସରେ ନିଆଁ ଲଗାଇ ଦେଇଥିଲେ ଯାହା ଫଳରେ…

Read More

ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ୧୭ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ଉଷ୍ମ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ହିଟ ୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି କନ୍ଧମାଳ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିବ । ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ…

Read More

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ । ସୁସଜ୍ଜିତ ବିମାନରେ ଆସୁଛନ୍ତି ପ୍ରଭୁ ରାଧାକୃଷ୍ଣ । ମେଳଣ ପଡ଼ିଆରେ ଜମୁଛି ଭିଡ଼ । ଫଗୁ ଖେଳୁଛନ୍ତି ରାଧାକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ l ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଲାଗି କରାଯିବ। । ଏନେଇ ଦୋଳ ବେଦି କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି lଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା-ରାଜଦୋଳ ଓ ପଞ୍ଚୁଦୋଳ । ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଅନୁଷ୍ଠିତ ହୋଇ ପୂର୍ଣ୍ଣିମା ଦିନ ସମାପ୍ତ ପର୍ବକୁ ବା…

Read More

ଜାଳି ମାରିବ ମାର୍ଚ୍ଚ ତାତି । ମାର୍ଚ୍ଚ ଅଧା ନ ହେଉଣୁ ପାରଦ ୪୦ ଛୁଇଁଲାଣି । ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୭.୪ ଡିଗ୍ରୀ ରହିଥିଲା । ସେହିଭଳି ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୯.୮ ଡିଗ୍ରୀ ସେଲସିୟସ, ରାଉରକେଲା ୩୯ ଡିଗ୍ରୀ, ହୀରାକୁଦ ୩୮.୮, ଚାନ୍ଦବାଲି ୩୭.୪, କେନ୍ଦୁଝର ୩୬.୬ ଡିଗ୍ରୀ ସେଲସିୟସ ତାପମାତ୍ରା ପରିଲକ୍ଷିତ ହୋଇଛି ।ସେପଟେ ଆଜିଠୁ ୪ଦିନ ପାଇଁ ରାଜ୍ୟରେ ହିଟ୍ ଓ୍ବେଭ୍ ନେଇ ସତର୍କତା ଜାରି ହୋଇଛି । ରାଜ୍ୟରେ ବର୍ତ୍ତମାନ ଉପକୂଳରୁ ଉପାନ୍ତ, କେଉଁଠି ତାତିରୁ ତ୍ରାହି ନାହିଁ । ପ୍ରଚଣ୍ଡ ରୌଦ୍ର ତାପ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡିଶାରେ ମଧ୍ୟ ହିଟ୍ ଓ୍ବେଭକୁ ନେଇ ଆଲର୍ଟ ଜାରି କରାଯାଇଛି । ଏଥର ହୋଲି…

Read More

ଓଡ଼ିଶା ଲୋକସେବା ଆୟାଗ ଦ୍ବାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍‌) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ୩୩ଜଣ ପରୀକ୍ଷାର୍ଥୀ। ଏ ନେଇ ସୂଚନା ଜାରି କଲା ଓପିଏସସି। କୃତକାର୍ଯ୍ୟଙ୍କ ମଧ୍ୟରେ ୨୪ ଜଣ ଝିଅ ପରୀକ୍ଷାର୍ଥୀ।ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି। ଏଥିସହ ଅରୁଣିଆ ପତି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ପାଏଲ ଅତ୍ତା ତୃତୀୟ।

Read More

ରାଜ୍ୟରେ ଦିନକୁ ଦିନ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ । ତେବେ ଗତ ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଯାଇଛି ୧୮୫୯ ଜୀବନ । ରାଜ୍ୟରେ କେତେ ପରିମାଣ ଲୋକ ସାପ କାମୁଡ଼ାରେ ମରିଛନ୍ତି ସେନେଇ ଆଜି ଗୃହରେ ବସ୍ତା ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି ।ଖାଲି ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୨୨ ଜଣ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ମିଳିଛି । ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଏଥିରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

Read More

ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍‌ର ସଫଳ ପରୀକ୍ଷଣ । ତେଜସ୍ ଏୟାରକ୍ରାଫ୍ଟ ଦ୍ବାରା ‘ଅସ୍ତ୍ର’ର ସଫଳ ପରୀକ୍ଷଣ । ଟାର୍ଗେଟକୁ ହିଟ୍ କଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅସ୍ତ୍ର’ । ଆକାଶରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କ୍ଷମତା ୧୦୦ କିମି ଥିବା ନେଇ ଜଣାପଡିଛି । ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ତେଜସ ଏୟାର କ୍ରାଫ୍ଟ ଦ୍ୱାରା ‘ଅସ୍ତ୍ର’ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଟାର୍ଗେଟକୁ ହିଟ୍ କରିଛି ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର । ତେବେ ଅସ୍ତ୍ରର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଏୟାର ଫୋର୍ସ, ଏଡିଏ ଏବଂ ହାଲକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଡିଆରଡିଓ ଚେୟାରମ୍ୟାନ୍ ଡ.ଭି. କାମାତ ବୈଜ୍ଞାନିକ ଓ ଟେକନିସିଆନମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Read More