Author: sanitelevision

ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି। ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ଶ୍ରଦ୍ଧାଳୁ କହିଛନ୍ତି।ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ରବିବାର ପ୍ରବଳ ପବନ ବହିଥିବା ଯୋଗୁ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଯାଇଥିଲା । ତେବେ ଏହି ପତିତପାବନ ବାନାକୁ ଆଜି ସନ୍ଧ୍ୟା ସମୟରେ ଓହ୍ଳାଇ ଦିଆଯିବ ।ସୂଚନା ଥାଉକି, ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି । ତେବେ ଶୂନ୍ୟ ଗଣ୍ଠି ପଡିବା ପରେ ସେବାୟତ କହିଛନ୍ତି ଏହା ଅତ୍ୟନ୍ତ ଶୁଭଦାୟକ । ସେ କହିଛନ୍ତି ବିଶ୍ବାସ ରହିଛି ଶୂନ୍ୟ…

Read More

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ୮୩ ବର୍ଷ ବୟସରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଛି । ଦିଲ୍ଲୀ ଏମସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନ । ।ସୂଚନାଯୋଗ୍ୟ, ୧୬ ଜୁଲାଇ ୧୯୪୧ରେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୁଅ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁରରୁ ଲୋକ ସଭା ଏମ୍‌ପି ଏବଂ ନରେନ୍ଦ୍ର ମୋଦି ସରକାରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି। ଦେବେନ୍ଦ୍ର ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ। ସେ ଦ୍ୱିତୀୟ ବାଜପେୟୀ ମନ୍ତ୍ରୀମଣ୍ଡଳରେ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଦେବଗଡ଼ ନିର୍ବାଚନମଣ୍ଡଳୀରୁ ୧୩ତମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସଦସ୍ୟ ମଧ୍ୟ ଥିଲେ।

Read More

ପୃଥିବୀକୁ ଫେରିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ । କେବଳ ସୁନୀତା ନୁହେଁ ତାଙ୍କ ସାଥୀ ବୁଚ୍‌ ୱିଲମୋର ବି ଫେରିବେ । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆଜି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ବାହାରିବ ଡ୍ରାଗନ ସ୍ପେସ୍ କ୍ରାଫ୍ଟ । କାଲି ସଂଧ୍ୟା ୫ଟା ୫୭ରେ ଫ୍ଲୋରିଡ଼ା କୋଷ୍ଟରେ ପହଞ୍ଚିବ । ୯ ମାସ ହେଲା ISSରେ ଫିସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ସାଥୀ ୱିଲ୍ ବୁଚ୍ ମୋର୍। ଉଭୟ ପୃଥିବୀକୁ ଫେରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସଫଳ ଡକିଂ ଓ ହ୍ୟାଚ୍‌ ଖୋଲିଯିବା ପରେ ମିଶନ୍‌ର ମହାକାଶଚାରୀମାନେ ସୁନୀତା, ବୁଚ୍‌ଙ୍କୁ ସାକ୍ଷାତ କରିଥିଲେ । ରେସ୍କ୍ୟୁ ଟିମ୍‌ ପହଞ୍ଚିବା ପରେ ଆଇଏସ୍‌ଏସ୍‌ରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ ।

Read More

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।ଆସନ୍ତା ୨୧ ତାରିଖ ଶାହା ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ସିଧାସଳଖ ଏଠାକୁ ଆସି ବୁର୍ଲା ଏମ୍‌ସିଏଲ୍‌ ଅତିଥି ଭବନରେ ରାତ୍ରିରହଣୀ କରିବେ। ତା’ ପରଦିନ ସକାଳେ ସମଲେଇ ଦର୍ଶନ କରିବେ ଏବଂ ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ୧୫୦ କୋଟି ଟଙ୍କାରେ ନିର୍ମିତ ଭିମ୍‌ସାର ସୁପର ସ୍ପେଶିଆଲିଟି କୋଠା ଏବଂ ୩୨.୮୯ କୋଟି ଟଙ୍କାରେ ନିର୍ମିତ ଦୁର୍ଗାପାଲି ରେଳ ଓଭରବ୍ରିଜର ଉଦ୍‌ଘାଟନ କରିବେ।

Read More

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସଙ୍କ ପତ୍ନୀ । ଏକ ମେଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ମୀନତି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପ୍ରସଙ୍ଗରେ ଲିଖିତ ଆବେଦନ କରିପାରନ୍ତି ନବ ଦାସଙ୍କ ପତ୍ନୀ । ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଛି। ଇ-ମେଲରେ ନବ ଦାସଙ୍କ ପତ୍ନୀ ସମୟ ମାଗିଛନ୍ତି। ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଥିବା ଜଣାପଡ଼ିଛି। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହଚନ ଚରଣ ମାଝୀଙ୍କୁ ଇ-ମେଲ କରାଯାଇଥିବା ଏବଂ ଚିଠି ଲେଖାଯାଇଥିବା ନେଇ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସୂଚନା ଦେଇଛନ୍ତି।

Read More

ମାର୍ଚ୍ଚ ଅଧାରେ ଆକାଶରୁ ନିଆଁ ବର୍ଷୁଛି । ରାଜ୍ୟରେ ରେକର୍ଡ କରୁଛି ତାତି । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ବୌଦ୍ଧ ଥିଲା ଦେଶର ସବୁଠୁ ଉତ୍ତପ୍ତ ସହର । ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି, ଜଳିବ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶା । ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳାର ଅଧିକାଂଶ ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ସ୍ଥିତି ବି ବେହାଲ ହୋଇପାରେ । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ନିଆଁ ଝଡ଼ ପ୍ରବାହିତ ହେବ । ଉପକୂଳ ଅଞ୍ଚଳରେ ତାତି ୪୦ ଡିଗ୍ରୀ ନ ଛୁଇଁଲେ ବି ଅସ୍ୱାଭାବିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ହେଲେ ଆଶା ଅଛି, ଦୁଇ ଦିନ ପରେ ବଦଳିବ ପାଗ । ୭ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବର୍ଷା…

Read More

ମାର୍ଚ୍ଚ ୧୪ ତାରିଖରେ ଆକାଶରେ ଦେଖି ପାରିବେ ବ୍ଲଡ଼ ମୁନ୍ । ଏପରି ଦୁର୍ଲଭ ଦୃଶ୍ୟ ସବୁବେଳେ ଦେଖା ଯାଇନଥାଏ। ତେବେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିଛି । ହେଲେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଶୁକ୍ରବାର ସକାଳ ୯ ଟା ୨୯ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୨୯ରେ ଶେଷ ହେବ । ଚନ୍ଦ୍ରଗ୍ରହଣ ସକାଳ ସମୟରେ ଲାଗୁଛି ଥିବାରୁ ଏହା ସ୍ପଷ୍ଟ ଯେ ଭାରତରେ ଦୃଶ୍ୟମାନ ହେବ ନାହିଁ । ହୋଲିରେ ଚନ୍ଦ୍ରଗ୍ରହଣ ଲାଗିଥିବାରୁ ଏହା ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । କାରଣ ଏହି ଚନ୍ଦ୍ରଗ୍ରହଣ ରକ୍ତଚନ୍ଦ୍ର ଭାବରେ ଦେଖାଯିବ । ଚନ୍ଦ୍ରର ରଙ୍ଗ ଲାଲ ଦେଖାଯିବାକୁ ବ୍ଲଡ଼ ମୁନ କୁହାଯାଏ। ଚନ୍ଦ୍ରଗ୍ରହଣରେ ଆଂଶିକ ଭାବେ ସୂର୍ଯ୍ୟଲୋକ ଚନ୍ଦ୍ର ଉପରେ ପଡିଥାଏ। କିନ୍ତୁ ବାୟୁରେ ଥିବା ଧୁଳି, ଗ୍ଯାସ ଓ ଅନ୍ୟ କଣିକା କାରଣରୁ ସୂର୍ଯ୍ୟଙ୍କ ଲାଲ କିରଣ କେତେକାଂଶରେ ଚନ୍ଦ୍ର ପାଖରେ…

Read More

ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି ଏହା ୫୫୦ରୁ ୬୦୦ ଟଙ୍କା ଭଳି ବୃଦ୍ଧି ଘଟିଛି । ସେପଟେ ସୁନା ଦର ଯେତେ ବଢୁଛି, ଲୋକଙ୍କ ଆବଶ୍ୟକତା ମଧ୍ୟ ସେତେ ବଢୁଛି । ତେଣୁ ବାଧ୍ୟ ହୋଇ ଏହି ଚଢା ଦରରେ ସୁନା କିଣୁଛନ୍ତି ଗ୍ରାହକ । କେବଳ ଗତ ୧୦ ତାରିଖରେ ଟିକିଏ କମିଥିଲା ସୁନା ଦର । ଏହା ପରଠୁ ଲଗାତାର ୩ ଦିନ ହେଲାଣି ବଢି ଚାଲିଛି ଦର । ଚଳିତ ମାସର ବିଗତ ୧୩ ଦିନ ମଧ୍ୟରେ ସୁନା ଦରରେ ପାଖାପାଖି ୨.୨୭ ପ୍ରତିଶତ…

Read More

ସାରଥୀ ପ୍ରେମରେ ପୁଣି ବାଇଆ ହେଲେ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ସମଗ୍ର ଅଞ୍ଚଳ । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରିଦେଇଛନ୍ତି ସାରଥୀ ଭକ୍ତ ।ଦୋଳ ପୂର୍ଣ୍ଣିମାର ପବିତ୍ର ଅବସରରେ ଆତ୍ମଘୋଷିତ ଧର୍ମଗୁରୁ ସନ୍ତୋଷ କୁମାର ରାଉଲ ଓରଫ ସାରଥି ବାବାଙ୍କ ଶହ ଶହ ଭକ୍ତ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। ସେମାନେ ‘ବାବା’ଙ୍କୁ ପ୍ରାର୍ଥନା କରିବା ପାଇଁ ଏକ ‘ସତ୍ସଙ୍ଗ’ ଆୟୋଜନ କରିଛନ୍ତି। ପ୍ରଥମେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରର କାରଗିଲ ବସ୍ତିରୁ ଧାର୍ମିକ ସମାବେଶର ରିପୋର୍ଟ କରାଯାଇଥିଲା। ‘ସାରଥି ବାବାଙ୍କ ପୂଜା କେବଳ ଭୁବନେଶ୍ୱର ପର୍ଯ୍ୟନ୍ତ ସୀମିତ ନଥିଲା। କୋରାପୁଟ ଜିଲାର ଜୟପୁରରୁ ମଧ୍ୟ ପ୍ରାର୍ଥନା ଏବଂ ସମାବେଶର ରିପୋର୍ଟ ହୋଇଥିଲା। ସମାବେଶ ସମୟରେ, ଭକ୍ତମାନେ ସାରଥିଙ୍କ ଦ୍ୱାରା ପ୍ରଦତ୍ତ ଭକ୍ତିଭରା ଭଜନ ବଜାଉଥିବାର ଦେଖାଯାଇଥିଲା। ଭକ୍ତମାନଙ୍କ ମଧ୍ୟରେ କିଶୋରୀ ଝିଅ ସମେତ ପୁରୁଷ ଏବଂ ମହିଳା ମଧ୍ୟ ଥିଲେ।ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ…

Read More

ବିଜେଡି ନେତା ରାଜା ଚକ୍ର ଗିରଫ ହେବା ମାମଲାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜାଙ୍କ ଲିଙ୍କ୍‌ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି। ଆଇନ ଅନୁଯାୟୀ କାହାକୁ ଛଡ଼ାଯିବନି, ସମସ୍ତେ ବନ୍ଧା ହେବେ।ସେ ଆହୁରି କହିଛନ୍ତି, ରାଜା ଚକ୍ରର କିଛି ମାଲିକ ବି ଥିଲେ । ତେଣୁ ଯେଉଁ ମାଲିକ ଓ ସହାୟକ ମାନେ ଥିଲେ, ସେମାନେ ବି ଧିରେ ଧିରେ ତଦନ୍ତ ପରିସରଭୁକ୍ତ ହେବେ । ଯାହାଦ୍ବାରା ଆହୁରି ଅନେକ ଗୁମର ସାମ୍ନାକୁ ଆସିବ । ଯେଉଁ ବଡ଼ ଭ୍ରଷ୍ଟାଚାର ହୋଇଛି, ତାହା ଉପରୁ ବି ପରଦା ହଟିବ । ବଦ୍ରି ପାତ୍ର ବହୁତ କଥା କହିଛନ୍ତି । କିନ୍ତୁ ଯେଉଁମାନେ ବି ରାଜା ଚକ୍ରକୁ ନିର୍ଦ୍ଦେଶ ଦେଉଥିଲେ ସହାୟକ ଥିଲେ, ସେମାନେ ତଦନ୍ତ ପରିସରକୁ ଆସିବେ ।

Read More