Author: sanitelevision

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ । ନବଙ୍କ ପରିବାର ଲୋକଙ୍କର ହେଲା ବୟାନ ରେକର୍ଡ । ନବ ଦାସ ହତ୍ୟା ମାମଲା । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଆରମ୍ଭ ହୋଇଛି ସାନି ତଦନ୍ତ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡରେ ପୂର୍ବ ସରକାର ପରିବାରକୁ ନ୍ୟାୟ ଦେଇପାରିନଥିଲେ । ଯେଉଁଭଳି ତଦନ୍ତ ହେବା କଥା, ସେହିପରି ତଦନ୍ତ ହୋଇନାହିଁ । ଯାହାଫଳରେ ପରିବାର ଏବେବି ନ୍ୟାୟ ଅପେକ୍ଷାରେ ରହିଛି ।ସରକାର ଚାହିଁଲେ ସିବିଆଇ ତଦନ୍ତ ହେବ, କ୍ରାଇମବ୍ରାଞ୍ଚ ତଦନ୍ତକୁ ସରକାର ଆଗେଇ ନେଇଛନ୍ତି କହିଲା ବିଜେଡି ।ସରକାରଙ୍କ ଏ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ ବୋଲି କହିଲା ବିରୋଧୀ ବିଜେଡି ।

Read More

IAS ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଜି ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। DTET (ବୈଶୟିକ ଶିକ୍ଷା ଓ ପ୍ରଶିକ୍ଷଣ)ର ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଏବଂ ଓଡ଼ିଶା ସିନେ ଉନ୍ନୟନ ନିଗମର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କେ ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ସାଧାରଣ ବଣ୍ଟନ ନିଗମ MD ।

Read More

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ । ଏଣିକି ପାନୀୟଜଳ ପ୍ରକଳ୍ପ କାମରେ ଠିକା କମ୍ପାନି ବିଳମ୍ବ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସଙ୍ଗେ ସଙ୍ଗେ ହେବ ଏଫଆଇଆର । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା । ତେବେ ମନ୍ତ୍ରୀ କହିଛନ୍ତି,ପୂର୍ବରୁ ପାଇପ୍‌ ଥିଲା, ପାଣି ନଥିଲା । ଏବେ ପ୍ରତିଘରେ ପାଣି ନହେଲେ କାମ ସମାପ୍ତ ହୋଇଛି ବୋଲି ଧରାଯିବନି । କାମ ଧିମା ବିଷୟରେ ବିଭାଗ ଅବଗତ ଅଛି । ମାର୍ଚ୍ଚ ସୁଦ୍ଧା ୭୨ ପ୍ରକଳ୍ପ ହେବାର ଥିଲା କିନ୍ତୁ ୫୨ ପ୍ରକଳ୍ପ କାମ ସରିଛି । ଜୁନ୍‌ ସୁଦ୍ଧା ୭୨ ପ୍ରୋଜେକ୍ଟର କାମ ସରିବ । ସେହିପରି ୨୦୨୫ ସୁଦ୍ଧା ଆଉ ୪୦ ପ୍ରୋଜେକ୍ଟ ହେବ । ଖାଲି ଏତିକି ନୁହେଁ ବରଂ ପାହାଡ଼ିଆ ଅଂଚଳରେ କେମିତି…

Read More

ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଅସମ୍ଭାଳ ତାତି। ଏହାରି ଭିତରେ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ବୁଧବାରଠାରୁ କମିଯିବ ତାତି। ବଢ଼ିବ କାଳବୈଶାଖୀ। ଆଣିବ ତାତିରୁ ଆଶ୍ୱସ୍ତି। ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ। ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରକୋପ ହାଲୁକା କମିଛି। ଅନ୍ୟପଟେ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା କହିଲା ଆଞ୍ଚଳିକ ପାଣିପାଗ ବିଭାଗ । କିଛି ସ୍ଥାନରେ କୁଆପଥର ବର୍ଷା ସମ୍ଭାବାନା ରହିଥିବା ସତର୍କ କଲା ପାଣିପାଗ ବିଭାଗ ।ମାର୍ଚ୍ଚ ୧୯ରେ ରାଜ୍ୟର ୭ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜରେ ଘଡ଼ଘଡ଼ି, ପ୍ରବଳ ପବନ ସହ ବର୍ଷା ସମ୍ଭାବନା ରହିଛି ।

Read More

ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ କରିବାକୁ ଯାଉଛି। ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି।ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ଖୁବ ଶୀଘ୍ର ହେବ ନୂଆ DPR ।ସରକାର ସାଧାରଣ ପରିବହନ ଆବଶ୍ୟକତା ପୂରଣ କରିବାକୁ ଏବଂ ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ସୁଗମ ସଂଯୋଗ ସୁନିଶ୍ଚିତ କରିବାକୁ ସଂକଳ୍ପବଦ୍ଧ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ଡିପିଆରରେ କେବଳ…

Read More

ଆହୁରି ୨ ଦିନ କଲବଲ କରିବ ତାତି । ପ୍ରଚଣ୍ଡ ଗରମରୁ ମିଳିବନି ନିସ୍ତାର । ଆଜି ବୌଦ୍ଧ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ହିଟ୍ ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୪ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ସେହିପରି ବଲାଙ୍ଗିର, ସୁନ୍ଦରଗଡ, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହାପରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ । ବଦଳିବ ପାଣିପାଗର ମିଜାଜ ।

Read More

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମଙ୍ଗଳବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଧର୍ମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମ୍ପନ୍ନ ବେଳେ ରାମନାମ ସତ୍ୟ ହେ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ପରିବେଶ। ଶେଷକୃତ୍ୟ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂରୀ ଏମ୍‌ପି ସମ୍ବିତ୍‌ ପାତ୍ର, ଯୋଗଗୁରୁ ବାବା ରାମଦେବଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ରାଜ୍ୟ କାର୍ଯ୍ୟାଳୟଠାରେ ଶେଷ ଦର୍ଶନ ସରିବା ପରେ ତାଙ୍କ ପାର୍ଥିବ ଶରୀରକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରର ପ୍ରାଚୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲା। ପରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ପାର୍ଥିବ ଶରୀର ବାହାରିଥିଲା।

Read More

୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା। ରାଜ୍ୟର ୧୧ ହଜାର ୮ ଶହ ହାଇସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି। ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍‌ ଉତ୍ତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିଛି।ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ସୋମବାର ୩୦ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମଙ୍ଗଳବାର (୧୮ ତାରିଖ) ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ୍‌ ବାହାରକୁ ଯାଇପାରିବେ ନାହିଁ। ସେହିପରି କେନ୍ଦ୍ରକୁ ମୋବାଇଲ୍‌ ନେବା ମଧ୍ୟ ବାରଣ ରହିଛି। ଏଥିରେ ଖିଲାପ କଲେ ସମ୍ପୃକ୍ତ ମୂଲ୍ୟାୟନକାରୀଙ୍କ…

Read More

୨୪ ଏବଂ ୨୫ ତାରିଖରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବାରୁ ସାରା ଓଡ଼ିଶାରେ ବ୍ୟାଙ୍କ ସେବା ଦୁଇ ଦିନ ପାଇଁ ପ୍ରଭାବିତ ହେବାର ସମ୍ଭାବନା ଅଛି। ମୋଟ ୯ଟି ଦାବି ନେଇ ଏହି ଧର୍ମଘଟ କରିବ ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ । ବ୍ୟାଙ୍କିଂ କ୍ଷେତ୍ରରେ ୫ ଦିନର କାର୍ଯ୍ୟ ସପ୍ତାହ ପାଇଁ ଦାବି କରାଯାଇଛି । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଛି ।ଏହା ବ୍ୟତୀତ, ସଂଘ ଆର୍ଥିକ ସେବା ବିଭାଗ (DFS) ର ସାମ୍ପ୍ରତିକ ନିର୍ଦ୍ଦେଶାବଳୀକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛି।ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ IBA ସହିତ ବାକି ଥିବା ସମସ୍ୟାଗୁଡ଼ିକର ସମାଧାନ, ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ ଏବଂ ସୀମାକୁ 25 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଆୟକରରୁ ମୁକ୍ତ କରିବାକୁ ମଧ୍ୟ ଦାବି…

Read More

ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ୍‌ ସୁରେଶ ପନ୍ତ୍‌ଙ୍କ ସୂଚନା । ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯% ସଫଳ ହେଉଛି ବନ ବିଭାଗ । ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍‌ ସହାୟତା ନେବୁ ବୋଲି କହିଛନ୍ତି ପିସିସିଏଫ୍ । ଶିମିଳିପାଳରେ ୫ଟି ଓ ରାଉରକେଲା ବନ ବିଭାଗରେ ଲାଗିଛି ୪ଟି କ୍ୟାମେରା । ପିସିସିଏଫ୍‌ ସୁରେଶ ପନ୍ତ ଏହି ସୂଚନା ଦେଇଛନ୍ତି । ପିସିସିଏଫ କହିଛନ୍ତି,ଜଙ୍ଗଲ ନିଆଁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ୍ କରାଯାଉଛି । ତେବେ ରାଜ୍ୟରେ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଅତ୍ୟାଧୁନିକ ଏଆଇ କ୍ୟାମେରା। ନିଆଁ ଲାଗିବା ମାତ୍ରେ ୩ ରୁ ୫ ମିନିଟ ମଧ୍ୟରେ ଖବର ପାଇବ ବନ ବିଭାଗ। ଖବର ପାଇବା ମାତ୍ରେ ତତ୍କାଳ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇପାରିବ। ଅତ୍ୟାଧୁନିକ ଏଆଇ କ୍ୟାମେରା ୨୦ କିଲୋମିଟର ଦୂରରୁ ସଠିକ ନିଆଁ ତଥ୍ୟ ଦେଇ ପାରିବ।…

Read More