ତାତିରେ ଲାଗିବ ବ୍ରେକ୍, ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଦିନର ତାପମାତ୍ରା। ୨୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ପ୍ରଭାବରେ ବର୍ଷା ଘଡଘଡ଼ି ସମ୍ଭାବନା। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି। ଆଜି ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।ସେହିପରି ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ ଓ ଯାଜପୁର ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ସେହିପରି ଆସନ୍ତାକାଲି ପାଇଁ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପରବର୍ତ୍ତୀ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ କାଳବୈଶାଖୀ ପ୍ରଭାବ ପଡ଼ିବାକୁ ଥିବା ବେଳେ ଉତ୍ତର ଉପକୂଳ ଓଡ଼ିଶାରେ…
Author: sanitelevision
ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ। ଓଡ଼ିଆଙ୍କ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଧନୀ ହେଉ କି ଗରିବ ପଖାଳ ଦିବସକୁ ପାଳନ କରିବା ପାଇଁ ସହରବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି। ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି । ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍ ବେଶ୍ ଅଧିକ ଦେଖିବାକୁ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ଟିମ ପୃଥିବୀକୁ ଫେରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ୯ ମାସ ମହାକାଶରେ ରହିବା ପରେ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଫେରିଛନ୍ତି । ତେବେ ମହାକାଶରୁ ଫେରିବା ପରେ ସୁନୀତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ସାରା ଦୁନିଆ ଅଭିନନ୍ଦନ ଜଣାଇଛି ।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନୀତା ୱିଲିୟମ୍ସଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, ଆପଣଙ୍କୁ ସ୍ୱାଗତ, # Crew9! ପୃଥିବୀ ତୁମକୁ ବହୁତ ମନେ ପକାଇଛି । ଏହା ସେମାନଙ୍କର ଧୈର୍ଯ୍ୟ, ସାହସ ଏବଂ ଅସୀମ ମାନବୀୟ ଭାବନାର ପରୀକ୍ଷା ।ସୁନୀତା ୱିଲିୟମ୍ସ ଏବଂ #Crew9 ମହାକାଶଚାରୀ ପୁଣିଥରେ ଆମକୁ ଦେଖାଇଛନ୍ତି ସଂକଳ୍ପ ଏବଂ ଧୈର୍ଯ୍ୟର ପରିଭାଷା କ’ଣ । ସେମାନଙ୍କର ଅତୁଟ ଦୃଢତା ସଂକଳ୍ପ ସର୍ବଦା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିବ ।
ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ । ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ବାଲେଶ୍ବର OPID କୋର୍ଟ । ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ୍ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଅଭିଯୋଗରେ ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରକୁ ଗିରଫ କରିଥିଲା EOW ।ଏପଟେ ରାଜାଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସୀ ଓ ଟ୍ରାନସପୋର୍ଟିଂ କୋଅପରେଟିଭ ସୋସାଇଟିରେ ଆର୍ଥିକ ଅନିୟମିତତା ଅଭିଯୋଗ ନେଇ ଫେବୃଆରୀ ୭ ତାରିଖରେ ମାମଲା ରୁଜୁ ହୋଇଥିଲା ।
ଆଜିଠୁ ମାଟ୍ରିକ ପରୀକ୍ଷା ଖାତାଦେଖା । ଏଥିରେ ୧୧ ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ । ରାଜ୍ୟର ୫୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ । ୧୨ ଦିନ ଧରି ଚାଲିବ ଖାତାଦେଖା । ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ୫୦ ନମ୍ବର ବିଶିଷ୍ଟ ଲିଖିତ ପରୀକ୍ଷା ଉତ୍ତର ଖାତାର ମୂଲ୍ୟାୟନ ପାଇଁ ବ୍ୟବସ୍ଥା ରହିଛି । ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖାତାଦେଖା ପାଇଁ ସମୟ ଧାର୍ଯ୍ୟ ହୋଇଛି ।
କୃଷି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ବିକଶିତ ହୋଇଥିବା ଡିଜିଟାଲ କୃଷି ସମ୍ପ୍ରସାରଣ ବ୍ୟବସ୍ଥା, କୃଷି ସମୃଦ୍ଧି ପରାମର୍ଶକୁ ଇକୋନୋମିକ୍ ଟାଇମ୍ଵ କନକ୍ଲେଭ ଦ୍ଵାରା ୧୮ ମାର୍ଚ୍ଚରେ ନୂଆଦିଲ୍ଲୀ ସ୍ଥିତ ହୟାତ୍ ରିଜେନ୍ସିରେ ଅନୁଷ୍ଠିତ ଡିଜିଟେକ୍ ପୁରସ୍କାର ୨୦୨୫ ସମାରୋହରେ ଜୁରି ଚଏସ୍ ବର୍ଗ – “ କୃଷି ଏବଂ କୃଷକ ସଶକ୍ତିକରଣରେ ଡିଜିଟାଲ୍ ପଦକ୍ଷେପ” ଅଧୀନରେ ପୁରସ୍କାର ପାଇଛି। କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରି କୃଷକଙ୍କୁ ଆବଶ୍ୟକ ଜ୍ଞାନ, ତଥ୍ୟଭିତ୍ତିକ ଉପଦେଶ ପ୍ରଦାନ ଦ୍ୱାରା ସଶକ୍ତ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୃଷି ବିଭାଗକୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।
ସକାଳ ୭ରୁ ୯ଟା ଯାଏଁ ଅଙ୍ଗନୱାଡ଼ି ଖୋଲା ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ରହିବ। ସକାଳ ୭ରୁ ୯ଟା ଯାଏଁ ଅଙ୍ଗନୱାଡ଼ି ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଖରା ଦିନେ ବିଦ୍ୟୁତ କାଟ୍ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ । ଅଘୋଷିତ ବିଦ୍ୟୁତ କାଟ୍ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ସେ କହିଥିଲେ। କାଳବୈଶାଖୀ ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସଭା, ସମିତି ଗୁଡିକୁ ପିକ୍ ଟାଇମ୍ରେ ଅନୁମତି ନ ଦେଇ ସକାଳେ ଓ…
ଆଜି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ । ସୁନୀତା ଓ ସାଥୀ ବୁଚ୍ ୱିଲମୋରଙ୍କୁ ନେଇ ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆମେରିକୀୟ ସମୟ ରାତି ୧ଟା ୫ ମିନିଟରେ ଅନଡକିଂ ହେବ । ଭାରତୀୟ ସମୟ ଆସନ୍ତାକାଲି ଭୋର ୩ଟା ୩୭ ମିନିଟ୍ ରହିଛି ।ନାସାର ମିଶନର ଅଂଶ ସ୍ୱରୂପ ଉଭୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଗତ ବର୍ଷ ଜୁନ୍ ୫, ୨୦୨୫ରେ ଏକ ବୋଇଂ ମହାକାଶଯାନରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଯାତ୍ରା କରିଥିଲେ । ମିଶନ ମାତ୍ର ୧୦ ଦିନ ପାଇଁ ଥିଲେ ମଧ୍ୟ, ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁହେଁ ପୃଥିବୀକୁ ଫେରିପାରିଲେ ନାହିଁ । ଦୁହିଁଙ୍କ ପାଇଁ, ଏକ 10 ଦିନିଆ ମିଶନ 9 ମାସରୁ ଅଧିକ ସମୟ ଅପେକ୍ଷାରେ ପରିଣତ ହେଲା। ଏବେ ଏହି ଯୋଡି ମହାକାଶ ଷ୍ଟେସନରେ ଉପସ୍ଥିତ ଅନ୍ୟ ଦୁଇ ମହାକାଶଚାରୀଙ୍କ…
ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ଏନେଇ ମୁଖ୍ୟମନ୍ତ୍ରୀ ମୋହମ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ପର୍କରେ ଉଦୟପୁରରେ ହୋଇଥିବା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ରହି ଆଲୋଚନା କରିଛନ୍ତି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାୟକ ।ପାଣି ପ୍ରକଳ୍ପ କାମ ବିଳମ୍ବ ହେଲେ ଏଣିକି ଏଫଆଇଆର ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଚେତାବନୀ ଦେଇଛନ୍ତି । ସମ୍ପୃକ୍ତ ଠିକା ସଂସ୍ଥା ନାଁରେ ଏଫଆଇଆର ଦିଆଯିବ ।
ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୯୦ ହଜାର ଛୁଇଁଛି ସୁନା ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୯୦ ହଜାର ୦୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨ ହଜାର ୫୦୦ ଟଙ୍କାକୁ ପହଞ୍ଚିଛି ।ଅନ୍ୟପଟେ ରୁପା କିଲୋ ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କା ହୋଇଛି। ଗତକାଲି ଏହା ୧୧,୧୯୦ ଟଙ୍କା ଥିଲା । ଏଥିରେ ମଧ୍ୟ ୧୧୦ ଟଙ୍କା ବୃଦ୍ଧି ହୋଇଛି ।









