ନୂତନ ଶିକ୍ଷା ବର୍ଷରେ ୬ରୁ ୧୪ ବର୍ଷ ବୟସର ନାମ ଲେଖାଇ ନ ଥିବା, ଡ୍ରପ୍ଆଉଟ୍ ପିଲାଙ୍କ ତଥ୍ୟ ମାଗିଲା ଓସେପା। ଏପ୍ରିଲ୍ ୧ରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ। ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇ ସାରିଥିବାରୁ ଜିଲ୍ଲାପାଳଙ୍କୁ ଚିଠି। କେନ୍ଦ୍ର ସରକାରଙ୍କ ପ୍ରବନ୍ଧ ପୋର୍ଟାଲରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ । ନୂଆ ଶିକ୍ଷାବର୍ଷ ଆରମ୍ଭ ସହିତ ୨ ତାରିଖରୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ଉତ୍ସବ କରାଯାଇଛି। ନୂଆ କରି ସ୍କୁଲରେ ପିଲାଙ୍କ ନାମଲେଖା ଯାଇଛି। ଶିକ୍ଷା ଅଧିକାର ଆଇନ ୨୦୦୯ ଓ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ୫ ବର୍ଷରୁ ୬ ବର୍ଷ ପିଲାଙ୍କୁ ଶିଶୁ ବାଟିକା, ୬ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖାଇବାର ନିୟମ ରହିଛି। ଓସେପା ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାର ଡ୍ରପ୍ଆଉଟ୍ ପରିଚାଳନା ପାଇଁ ପ୍ରବନ୍ଧ ପୋର୍ଟାଲ୍ରେ ସ୍କୁଲ ଶିକ୍ଷାରୁ ଦୂରରେ ଥିବା…
Author: sanitelevision
ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ଅଲିଭ ରିଡ୍ଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଦୈନିକ ଏବେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମୁହାଁ ହେଉଛନ୍ତି। ତେବେ ସମୁଦ୍ର ମଧ୍ୟକୁ ଯିବା ପ୍ରକ୍ରିୟା ୪ରୁ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଶିକାରୀ ଓ ପଶୁଙ୍କ କବଳରୁ କଇଁଛ ଛୁଆଙ୍କୁ ରକ୍ଷା କରିବା ଲାଗି ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ୱରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁଦୂର ଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଏନ୍ତୁଡିଶାଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟକୁ ଆସି ଅଣ୍ଡାଦାନ କରି ବାଲିରେ ପୋତି ମା’ ଅଲିଭ ରିଡ୍ଲେ କଇଁଛ ସମୁଦ୍ରକୁ ଚାଲି ଯାଇଥାଏ। ଛୁଆ ବାହାରିବା ପରେ କୁନି ଶାବକମାନେ ମଧ୍ୟ ସମୁଦ୍ରକୁ ଚାଲିଯାଇଥାନ୍ତି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଦୁଇଥର ୯ ଲକ୍ଷ ୪ ହଜାର ୫୧୭ ଗଣଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି…
ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା । ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ । ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ ।ସେହିପରି ନିଶା ଦ୍ରବ୍ୟ ସେବନ କରି ରାସ୍ତା ଘଟଣାରେ ଗଣ୍ଡଗୋଳ ନକରିବାକୁ ଅପିଲ କରିଛନ୍ତି କଟକ ଡିସିପି। ସମସ୍ତ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୋଭାଯାତ୍ରା ରୁଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ମଦ୍ୟପାନ କରି ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ ।। ଘରର ବରିଷ୍ଠ ସଦସ୍ୟ ବା ମୁରବିମାନେ ନିଜ ପିଲାମାନଙ୍କୁ ଶୃଙ୍ଖଳିତ ଆଚରଣ କରି ସଂଯମତା ର ସହିତ ପର୍ବ ପାଳନ ପାଇଁ ପରାମର୍ଶ ଦେବାକୁ ଅପିଲ କରିଛନ୍ତି ଡିସିପି । ଏହି ଦିନ କୌଣସି ବିଶୃଙ୍ଖଳା ବରଦାସ୍ତ୍ କରାଯିବ ନାହିଁ ବୋଲି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି।
ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠାନରେ ଖାଲି ପଡ଼ିଥିବା ୧୧୩୪ଟି ପଦବୀ ପୂରଣ ପାଇଁ ରାଜ୍ୟ ନିର୍ବାଚନ କମିଶନ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।୫ ଜିଲ୍ଲା ପରିଷଦ ସଭ୍ୟ, ୪୧ ପଞ୍ଚାୟତ ସମିତି ସଭ୍ୟ, ୪୫ ସରପଞ୍ଚ, ୨୨ ୱାର୍ଡ ସଭ୍ୟ ପଦ ପାଇଁ ଉପ ନିର୍ବାଚନ ହେବାକୁ ନିଷ୍ପତ୍ତି ।ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୭୭୧ ୱାର୍ଡରେ ନିର୍ବାଚନ ହୋଇ ନ ଥିଲା । ଏ ସବୁ ସଂରକ୍ଷିତ ବର୍ଗରେ ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ବନ୍ଦ ଥିଲା ।ପରବର୍ତ୍ତୀ ପର୍ଯ୍ୟାୟରେ ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ କରି ନିର୍ବାଚନ ହେବ । ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ପ୍ରସ୍ତୁତ ହୋଇଥିବା ୱାର୍ଡ ଅନୁଯାୟୀ ଭୋଟର ତାଲିକାର ବିଭାଜନ ଆଗାମୀ ଏପ୍ରିଲ ୧୭ ଏବଂ ୨୨ ତାରିଖରେ କରାଯିବ। ୨୪ ଏପ୍ରିଲରେ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡ ଅନୁଯାୟୀ ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶ ପାଇବ ।
ଛତିଶଗଡ଼ର ବିଜାପୁରରେ ଏନ୍କାଉଣ୍ଟର । CRPF ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ଦାନ୍ତେୱାଡା-ବିଜାପୁର ସୀମାନଙ୍କ ଇନ୍ଦ୍ରାବତୀ ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା । ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ।ଆହୁରି ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି । ଅତ୍ୟାଧୁନିକ ହତିଆର ସାଗ୍ରୀ ସାଙ୍ଗକୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ।
‘ଦେଓମାଳି’ ରେ କଟକଣା ଲାଗୁ କଲା କେରାପୁଟ ଜିଲ୍ଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ରାତି ୮ରୁ ଭୋର ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି।ଏହାପୂର୍ବରୁ ସିନେ ନିର୍ମାତା ରାଜାମୌଲି ଦେଓମାଳିରେ ସୁଟିଂ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରିଥିଲେ । ଏହାସହ ପର୍ଯ୍ୟଟକ ମାନେ ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହାର ଭିଡ଼ିଓ ସେୟାର କରି ଉଦ୍ବେଗ ପ୍ରକାଶ କରିଥିଲେ । ପର୍ଯ୍ୟଟକମାନେ ପୂର୍ବ ବୁକିଂ ଅନୁଯାୟୀ ସରକାରଙ୍କ ଦ୍ୱାରା ପରିଚାଳିତ କଟେଜରେ ରହିପାରିବେ। ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ରାତିରେ ଦେଓମାଳିରେ ରହିପାରିବେ ନାହିଁ। ପର୍ଯ୍ୟଟକଙ୍କୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମନା କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀ ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ ବୋଲି କୋରାପୁଟ ଜିଲା…
୨୦୨୫ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଯଦି କୌଣସି ତ୍ରୁଟି ରହି ଯାଇଛି ତେବେ ତୁରନ୍ତ ସଂଶୋଧନ କରିବାର ସୁଯୋଗ ରହିଛି ।୧୭ରୁ ୨୫ ତାରିଖ ଚାଲିବ ସଂଶୋଧନ ପ୍ରକ୍ରିୟା।ସ୍କୁଲ୍ କର୍ତ୍ତୃପକ୍ଷ ନିଜ ନିଜ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଆବଶ୍ୟକ ସଂଶୋଧନ ପାଇଁ ଆସନ୍ତା ୧୭ ତାରିଖରୁ ୨୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାଟ୍ରିକ ପରୀକ୍ଷା ପୂର୍ବରୁ ଆଡମିଟ୍ କାର୍ଡ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଚଳିତବର୍ଷ ପ୍ରଥମଥର ପାଇଁ ମାଟ୍ରିକ୍ ପରୀକ୍ଷା ପରେ ବି ବୋର୍ଡ ତରଫରୁ ଏଭଳି ସୁଯୋଗ ସୃଷ୍ଟି କରାଯାଇଛି।ଯେଉଁ ଛାତ୍ରଛାତ୍ରୀଙ୍କର ଆଡମିଟ୍ କାର୍ଡରେ ନାମ, ଅଭିଭାବକଙ୍କ ନାଁ, ବୟସ, ସ୍କୁଲ ଆଦିରେ ଭୁଲ୍ ରହିଯାଇଥିବ ସେମାନେ ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଧ୍ୟମେ ତ୍ରୁଟିକୁ ଠିକ୍ କରିବା ପାଇଁ ଆବେଦନ କରିପାରିବେ । ପ୍ରଧାନଶିକ୍ଷକ ଏ ସଂପର୍କିତ ସଂଶୋଧିତ ରିପୋର୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ…
ଖରାପ ହେବାରେ ଲାଗିଛି ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ । ଆଉ ଟାରିଫ୍ ଓ୍ୱାରକୁ ନେଇ ବିଶ୍ୱରେ ବି ଉତ୍ତେଜନା ଦେଖିବାକୁ ମିଳିଛି । ଖାସ୍ କରି ସୁନା ଉପରେ ପଡିଛି ପ୍ରଭାବ ।ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଏହାର ଅର୍ଥ ହେଉଛି ଯେ ଖବ୍ଶୀଘ୍ର ଦିଲ୍ଲୀରେ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ଅପରପକ୍ଷେ ଦେଶର ଫ୍ୟୁଚର୍ସ ବଜାରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଦେଖାଯାଉଛି। ଏପ୍ରିଲ ୭ ତାରିଖ ପରଠାରୁ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ୬,୮୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଚାରି ଦିନର ହ୍ରାସ ପରେ, ୯୯.୫ ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୬,୦୦୦ ଟଙ୍କାରେ ପହଞ୍ଚିଛି । ଯେତେବେଳେ ବୁଧବାର ଏହା ୮୯,୭୫୦ ଟଙ୍କାରେ ବନ୍ଦ ହୋଇଥିଲା । ଏହା ଏପର୍ଯ୍ୟନ୍ତର ସର୍ବୋଚ୍ଚ…
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ କିନ୍ନର ଦଣ୍ଡନାଚୁଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ଅର୍ଚ୍ଚିତା ବିଷୋୟୀ । ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି |ସୂଚନା ଥାଉକି, ଶୁକ୍ରବାର ରାତିରେ ଫାଶୀଗୁଡା ଗାଁରେ ଚାଲିଥିବା ଦଣ୍ଡନାଚରେ ସେ ଅଭିନୟ କରିଥିଲେ । ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ । ସକାଳୁ କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଦଣ୍ଡନାଚ କମିଟି ଓ ଗ୍ରାମବାସୀ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କୋଟିନଡ଼ା ଗ୍ରାମର ଅଜିତ ବିଷୋୟୀ ଅଞ୍ଜଳି କିନ୍ନର ଭାବେ ପରିଚିତ ଥିଲେ ।
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନରେ ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି । ଅମୃତ ଷ୍ଟେସନ ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ପ୍ରମୁଖ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଭାରତୀୟ ରେଳର ପ୍ରତିବଦ୍ଧତାର ଏକ ଅଂଶ ଭାବେ ପୁରୀ ରେଳ ଷ୍ଟେସନର ପୁନର୍ବିକାଶର କାର୍ଯ୍ୟ ଅନ୍ତର୍ଭୁକ୍ତ । ତେବେ ଖୁବଶୀଘ୍ର ପୁରୀରୁ କୋଣାର୍କକୁ ରେଳ ଚଳାଚଳ କରିବ। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୨ ରୁ ୧୬ ମାସ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ ରେଳ ଚଳାଚଳ ନେଇ ଆରମ୍ଭ ହେବ କାର୍ଯ୍ୟ। ପୁରୀ ଗସ୍ତରେ ଆସି ରେଳ ଷ୍ଟେସନର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ପରେ ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।









