Author: sanitelevision

ମହାବିଷୁବ ବା ପଣା ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମା’ ତାରିଣୀଙ୍କର ୮୯ ତମ ଚଇତି ପର୍ବର ଆଜି ୬ଷ୍ଠ ଦିନ ତଥା ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ଆଜି ମା’ଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି ।ଆଜି ଭୋରୁ ଦେହୁରୀମାନେ ପ୍ରଥମେ ମାଆଙ୍କୁ କ୍ଷୀର, ଲହୁଣୀ, ହଳିଦୀ, ଚୁଆ, ଚନ୍ଦନ ଓ ମହୁ ଲେପନ କରି ମାଜଣା କରିଥିଲେ । ପରେ ମାଆଙ୍କୁ ସ୍ନାନ କରାଯିବା ପରେ ସୁନାବେଶ କରାଯାଇଥିଲା । ଧୂପ, ଦୀପ, ନୈବେଦ୍ୟ ସହ ସକାଳ ଆଳତୀ ହୋଇଥିଲା । ଭୋର ୫ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ବହୁ ଦୂର ଦୂରାନ୍ତରୁ ଆସି ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରୁଛନ୍ତି । ମା’ ତାରିଣୀଙ୍କୁ ଶକ୍ତିର ଦେବୀ ରୂପେ ପୂଜା କରାଯାଏ। ଏହି ପର୍ବରେ ଭକ୍ତମାନେ ମା’ଙ୍କ ନିକଟରେ…

Read More

ପୁଣି ଭାଇଯାନଙ୍କୁ ମିଳିଲା ହତ୍ୟା ଧମକ। ଏହାର ସିଧା ଘରେ ପଶି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସିଛି। ଏଥିସହିତ ସଲମାନ ଖାନଙ୍କ କାର ଉପରେ ମଧ୍ୟ ବୋମା ମାଡ଼ କରିବାର ନୂଆ ଧମକ ଦେଇଛି ଦୃର୍ବୁତ୍ତ। ସେପଟେ ଏନେଇ ୱର୍ଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। କିଏ ଏଭଳି ଧମକ ପଠାଇଛି, ତଦନ୍ତ ଚଳାଇଛି ପୋଲିସ।ମୁମ୍ବାଇ ଟ୍ରାଫିକ ବିଭାଗକୁ ଏକ ଧମକ ପଠାଯାଇଛି। ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି ଏବଂ ପୋଲିସ ଏହାର ତଦନ୍ତ କରୁଛି ।ଗତ କିଛି ବର୍ଷ ଧରି ବଲିଉଡ୍ ଅଭିନେତା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଠାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଅନେକ ଧମକ ପାଇଛନ୍ତି । ଗତ ବର୍ଷ ଲଗାତାର ସଲମାନଙ୍କୁ ହତ୍ୟା ଧମକ ମିଳି ଆସୁଥିଲା। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏଭଳି କାଣ୍ଡ ଘଟାଇଥିବା ଦାବି ହୋଇଥିଲା । ଏମିତିକି ରାଜନେତା ବାବା ସିଦ୍ଦିକି, ଯିଏକି…

Read More

ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷ ଆପଣଙ୍କ ସ୍ବପ୍ନ ସାକାରର ବର୍ଷ ହେଉ। ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ସେହିପରି ରାଷ୍ଟ୍ରପତି ମଧ୍ୟ ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ପଣାସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ। ଦେଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ। ଏଥିସହିତ ରାଷ୍ଟ୍ରପତି ସମସ୍ତଙ୍କ ସୁଖସମୃଦ୍ଧି କାମନା କରିଛନ୍ତି।ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଉଜ୍ୱଳ ଭବିଷ୍ୟତ…

Read More

ଆଜି ବି ଆର୍ ଆମ୍ବେଦକର ଙ୍କ ୧୩୪ତମ ଜୟନ୍ତୀ । ୧୯୩୦ ମହିସାରେ ଯେତେବେଳେ ଦେଶ ସ୍ବାଧିନତା ପାଇଁ ଲଢେଇ କରୁଥିଲା, ସେତେବେଳେ ଜଣେ ବ୍ୟକ୍ତି ଦଳିତ ଓ ପଛୁଆ ବର୍ଗର ସ୍ବାର୍ଥ ପାଇଁ ସଂଘର୍ଷରତ ଥିଲେ । ସେ ହେଉଛନ୍ତି ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର ।ମଧ୍ୟପ୍ରଦେଶର ମହୁଠାରେ ଶ୍ରୀ ଭୀମରାଓ ରାମଜୀ ଆମ୍ବେଦକର ଏକ ଦରିଦ୍ର ଦଳିତ ପରିବାରରେ ୧୪ ଏପ୍ରିଲ ୧୮୯୧ ମସିହାରେ ଜନ୍ମ ହୋଇଥିଲେ। ବାପା ମାଲୋଜୀ ମକପାଲ ସୈନ୍ୟବାହିନୀ ଅଫିସର ଥିଲେ ଏବଂ ମା’ ଭୀମାବାଇ ପରିବାର ଚଳାଇବାର ଦାୟିତ୍ବ ନେଇଥିଲେ। ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ନିଜ ପୁରା ଜୀବନ ସାମାଜିକ ଛୁଆଁଅଛୁଆଁ ଏବଂ ଜାତିବାଦ ବିପକ୍ଷରେ ସଂଘର୍ଷ କରିଥିଲେ । ଏହି ସମୟରେ ସେ ଗରିବ,ଦଳିତ ଏବଂ ଶୋଷିତ ଅଧିକାର ପାଇଁ ସଂଘର୍ଷ କରୁଥିଲେ । ବାବା ସାହେବ ଆମ୍ବେଦକରଙ୍କ ପରିବାର ମହାର ଜାତି (ଦଳିତ) ଥିଲା ।…

Read More

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବ୍ରାହଣୀ ତରଙ୍ଗ ଥାନା ଭାଲୁପୁତ୍ର ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ୨୦୨୪ ଡିସେମ୍ବର ମାସରେ ଜେଲରୁ ବାହାରିଥିଲା । ନିଜ ପୁଅ ଗାଁ ଲୋକଙ୍କ ଭଲ ସଂପର୍କରେ ନଥିଲା କାନ୍ତି କୁମାର । ଆଜି ସକାଳୁ ସେ ଗାଁ ରାସ୍ତାରେ ଯାଉଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା ପୁଅ । ବାପାକୁ ହତ୍ୟା କରିବା ପରେ ସାନପତରାପାଲି ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଦେଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ଜବତ ସହ ଛାନଭିନ ଆରମ୍ଭ କରିଥିଲା । ତଦନ୍ତ ସମୟରେ ମୃତକର ପରିଚୟ ଭାଲୁପତ୍ରା ଗାଁର ବୋଲି ଜାଣିବାକୁ ପାଇଥିଲା । ଖବର ଅନୁଯାୟୀ, ମୃତକ କ୍ରାନ୍ତି ବର୍ମା ନିଜ ସ୍ତ୍ରୀକୁ ହତ୍ୟା କରିଥିଲେ । ଯାହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଉ ଏବେ…

Read More

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ସୋମବାର ୭ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା ଅଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସେହିପରି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୭ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ୧୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

Read More

ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କୃଷ୍ଣପଲୀ ଗାଁରେ ବାଣ ତିଆରି କରୁଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି ।ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି | ଗତକାଲି ଅପରାହ୍ନରେ ବାଣ ଭିଡିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା

Read More

ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି । ତାସହ ଓଡ଼ିଆ ନବବର୍ଷ। ଆଜିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହେଉଥିବାରୁ ଘରେ ଘରେ ଦେବାଦେବୀଙ୍କ ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ଆଜି ଠାରୁ ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳନ ହେବ । ଜୟ ହନୁମାନ ଜ୍ଞାନ ଗୁନ ସାଗର ଶ୍କୋକରେ ଗୁଞ୍ଜରିତ ହେଉଛି ମନ୍ଦିର । ହନୁମାନ ଜୟନ୍ତୀ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଭକ୍ତଙ୍କୁ ପଣା ଓ ଭୋଗ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଘରେ ଘରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯାଉଛି । ବୃନ୍ଦାବତୀଙ୍କ ଉପରେ କଳସ ବସାଇ ସେଥିରେ ପଣା ଭୋଗ ଲଗାଯାଏ ।ଏହା ସହ କେତେକ ସ୍ଥାନରେ ବୁଡ ପକାଇବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ପବିତ୍ର ନଦୀ ଗୁଡିକରେ ବଡି ଭୋରରୁ ଶ୍ରଦ୍ଧାଳୁମାନେ ସ୍ନାନ କରି ମନୋସ୍କାମନା ପୂରଣ ନିମନ୍ତେ…

Read More

ତତ୍କାଳ ଟିକେଟ ବୁକିଂ ହେଲା ଆହୁରି ସହଜ । ନିୟମରେ ପରିବର୍ତ୍ତନ ଆଣିଲା ଭାରତୀୟ ରେଳବାଇ । ଏପ୍ରିଲ ୧୦ ତାରିଖରୁ ଭାରତୀୟ ରେଳ ବିଭାଗ ତତ୍କାଳ ଟିକେଟ୍‌ ବୁକିଂରେ ନିୟମ ପରିବର୍ତ୍ତନ ଆଣି ସାରିଛି । ବର୍ତ୍ତମାନର ନିୟମ ଅନୁସାରେ, ଏସି ଶ୍ରେଣୀ (ଯଥା 2A, 3A, CC) ପାଇଁ ତତ୍କାଳ ଟିକେଟ ବୁକିଂ ସକାଳ ୧୦:୦୦ ଟାରେ ଏବଂ ନନ-ଏସି ଶ୍ରେଣୀ (ଯଥା SL, 2S) ପାଇଁ ସକାଳ ୧୧:୦୦ ଟାରେ ଆରମ୍ଭ ହେଉଛି। ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ ସେମାନେ ଟିକେଟ ବୁକିଂ ସମ୍ପର୍କିତ ସୂଚନା ପାଇଁ କେବଳ ସରକାରୀ ଉତ୍ସ ଯଥା IRCTC ୱେବସାଇଟ କିମ୍ବା ରେଳବାଇର ଅଫିସିଆଲ ଘୋଷଣା ଉପରେ ର୍ନିଭର କରନ୍ତୁ।ରେଳ ବିଭାଗ ନୂତନ ରିଫଣ୍ଡ ନିୟମ ମଧ୍ୟ ଆଣିଛି । ଯଦି ଆପଣ ଟିକେଟ୍‌ କରିସାରିଛନ୍ତି, ପରବର୍ତ୍ତୀ ସମୟରେ ଟିକେଟ୍‌ ବାତିଲ ହୁଏ ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା…

Read More

ସୁପ୍ରିମକୋର୍ଟରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟ ଏକ ମାମଲାରେ ଦେଶର ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ସମୟ ସୀମା ସ୍ଥିର କରିଛନ୍ତି । ଏନେଇ ସୁପ୍ରିମକୋର୍ଟ କହିଛନ୍ତି କି, ରାଜ୍ୟପାଳଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ପଠା ଯାଉଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ବାଧ୍ୟତାମୂଳକ ।ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଚାରାଧୀନ ବିଲ୍‌ଗୁଡ଼ିକୁ ଅନୁମୋଦନ ନ ଦେବାର ନିଷ୍ପତ୍ତିକୁ ରଦ୍ଦ କରିବା ପରେ ଆସିଛି।ତାମିଲନାଡୁ ମାମଲାରେ ରାୟ ପ୍ରଦାନ କରି ବିଚାରପତି ଜେବି ପାରଦିୱାଲା ଏବଂ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ ନ୍ୟାୟିକ ସମୀକ୍ଷା ପାଇଁ ଉତ୍ତରଦାୟୀ। ଧାରା ୨୦୧ ଅନୁଯାୟୀ, ଯେତେବେଳେ ରାଜ୍ୟପାଳଙ୍କ ଦ୍ୱାରା ଏକ ବିଲ ସଂରକ୍ଷିତ ରଖାଯାଏ, ରାଷ୍ଟ୍ରପତି ଘୋଷଣା କରିବେ ଯେ ସେ ବିଲ ପ୍ରତି ତାଙ୍କର ସମ୍ମତି ପ୍ରଦାନ କରିବେ କିମ୍ବା କରିବେ…

Read More