Author: sanitelevision

ଭୁବନେଶ୍ୱର ରାମମନ୍ଦିର ନିକଟରୁ ଶିଶୁ ଚୋରି ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌ । ଜଣେ ବ୍ୟକ୍ତି ଶିଶୁପୁତ୍ରକୁ ନେଉଥିବାର ସିସିଟିଭିର କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ପୋଲିସ । ଶେଷରେ ଅପହରଣର ୩ ଦିନ ପରେ ବାଲେଶ୍ବରରୁ ୨ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ଖଡଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ସିସିଟିଭି ଫୁଟେଜ ପଠାଯାଇଥିଲା । ଟ୍ରେନ ଯୋଗେ ଅପହରଣକାରୀ ରାଜ୍ୟ ବାହାରକୁ ଶିଶୁଟିକୁ ନେଇଯାଇଥିବା ସନ୍ଦେହ କରାଯାଉଥିଲା । ଏକାଧିକ ଟିମ୍ ଗଠନ କରି ତଦନ୍ତ କରୁଥିଲା ପୋଲିସ। . ଏପଟେ ପୁଅକୁ ଝୁରି ଝୁରି ଦିବ୍ୟାଙ୍ଗ ମାଆ ଆଖିରୁ ଲୁହ ଶୁଖୁନି । ଗତ ପାଞ୍ଚ ବର୍ଷ ହେବ ଶିଶୁର ମାଆ ରାମ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହରିୟାଣା ଗସ୍ତ ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାମପାଲ କଶ୍ୟପଙ୍କୁ ଜୋତା ପିନ୍ଧାଇ ବଡ଼ପଣର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଦୃଦୟ ଜିତି ପାରିଛି । ପ୍ରଧାନମନ୍ତ୍ରୀ ପୂର୍ବରୁ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।ହରିୟାଣାର ଯମୁନାନଗରରେ ଆଜି କୈଥଲର ରାମପାଲ କଶ୍ୟପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି। ଆଜି ହରିୟାଣା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାକ୍ଷାତ କରିଥିଲେ। ଶ୍ରୀ କଶ୍ୟପ ୧୪ ବର୍ଷ ପୂର୍ବରୁ ପ୍ରତିଜ୍ଞା କରିଥିଲେ ଯେ ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନ କରିବେ ଓ ସେ ତାଙ୍କ ସହ ସାକ୍ଷାତ ନ କରିବେ, ସେପର୍ଯ୍ୟନ୍ତ ସେ ଜୋତା ପିନ୍ଧିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି…

Read More

ଓଡିଶା ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଏପ୍ରିଲ ୧୯ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସି ବରମୁଣ୍ଡା ଗ୍ରାଉଣ୍ଡରେ ରାଜ୍ୟ ପାଇଁ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।ଓଡ଼ିଶା ପାଇଁ ଏବେ ସୁବର୍ଣ୍ଣ ଯୁଗ, କାରଣ ଡବଲ ଇଞ୍ଜିନ ସରକାର ଅଧୀନରେ ବିକାଶ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ଆସୁଛନ୍ତି, ବୋଲି ସେ କହିଛନ୍ତି।

Read More

ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀଜନିତ ଝଡ଼ବର୍ଷା ଲାଗିରହିବ। ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଢେଙ୍କାନାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମଧ୍ୟ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ତେବେ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ…

Read More

ପୂରା ଠାକୁରମୁଣ୍ଡା ବ୍ଲକ୍ ବାଉଁଶଡିହା ଅଞ୍ଚଳରେ ଖେଳିଯାଇଛି ଆନନ୍ଦର ଲହରୀ । ସବୁଆଡ଼ୁ ଛୁଟୁଛି ପ୍ରଶଂସାର ଲହରୀ । ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ’ ସ୍ଥାନ ପାଇଲେ ମୟୂରଭଞ୍ଜ ମାଟିର ଯୁବ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ । ସେ କିଛି ଦିନ ସୁଦର୍ଶନ ପଟ୍ଟନାୟକଙ୍କ ଠାରେ ରହି ବାଲୁକା କଳାର ଅଭ୍ୟାସ କରିଥିଲେ । ଏହାପରେ ସେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ କ୍ଷେତ୍ରରେ ନିଜର ବାଲୁକା ଆର୍ଟର ପ୍ରଦର୍ଶନ କରି ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଅନେକ ସୁନାମ ଅର୍ଜନ କରିବା ସଙ୍ଗେ ସଙ୍ଗେ ନିଜର କଳାକୁ ଆହୁରି ରୁଦ୍ଧିମନ୍ତ କରିବା ପାଇଁ ନୂଆ ନୂଆ ପ୍ରୟାସ ମଧ୍ୟ ଜାରି କରିଛନ୍ତି ।ଚଳିତ ବର୍ଷ ଜାନୁଆରୀ ମାସରେ ଗୁଜୁରାଟ ସ୍ଥିତ ଜୈନଧର୍ମର ପ୍ରତୀକ ଶଙ୍ଖେଶ୍ୱର ପର୍ଶ୍ୱେନାଥ ମନ୍ଦିରର କଳାକୃତିକୁ ବାଲୁକା କଳା ମାଧ୍ୟମରେ ୨୦୦ ଟନ୍ ବାଲିରେ ୫୦ ବର୍ଗଫୁଟ୍ ରେ…

Read More

ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ୧୧ ତାରିଖରେ ନୋଟିସ ନଂ. ୪୦୩୮ ଜାରି କରିଛନ୍ତି। ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଆଁଳ ସୁରକ୍ଷା ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର ମଧ୍ୟରେ ମାଛଧରା କଟକଣା ଲାଗୁ କରାଯିବ । ଉକ୍ତ ନିୟମ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଲାଗୁ ହେବ ।। କାରଣ ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଅଁାଳ ସୁରକ୍ଷା ପାଇଁ ଏହା ପାଳନ ଅନିବାର୍ଯ୍ୟ। ଉକ୍ତ ନିୟମ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଲାଗୁ ହେବ। ଏହିକ୍ରମରେ ରାଜ୍ୟର ବୃହତ୍ତମ ପାରାଦୀପ ମାଛଧରା ବନ୍ଦରରେ ରବିବାରଠାରୁ ବୋଟ୍‌ଗୁଡିକୁ ବର୍ଥରେ ବନ୍ଧା ଯାଇଛି। ପ୍ରାୟ ୯୦ ପ୍ରତିଶତ ବୋଟ୍‌ ବର୍ଥରେ ପହଞ୍ଚଛି। ଅବଶିଷ୍ଟ ବୋଟ୍‌ ସୋମବାର…

Read More

ପ୍ରଥମ ଥର ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ। । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯିବେ ।ମହାକାଶ ପର୍ଯ୍ୟଟନ ସୁବିଧା ଯୋଗାଇ ଦେଉଥିବା ବ୍ଲୁ ଅରିଜିନ୍ କଂପାନୀର ନିୟୁ ସେଫର୍ଡ ରକେଟରେ ସେମାନେ ପୃଥିବୀ ପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାକୁ ଯାତ୍ରା କରିବେ। ପ୍ରାୟ ୨ ମିନିଟ୍ ମାଇକ୍ରୋ ଗ୍ରାଭିଟି ଅନୁଭବ କରିବା ସହ ମହାକାଶରୁ ପୃଥିବୀକୁ ଦେଖିପାରିବେ। ପ୍ରାୟ ୧୧ ମିନିଟ୍ ଅବଧିର ଏହି ମହାକାଶ ଯାତ୍ରାରେ ମହାକାଶର ସୀମା କୁହାଯାଉଥିବା କାର୍ମନ୍ ଲାଇନ୍ ଅତିକ୍ରମ କରିବା ପରେ, ପୁଣି ପଥିବୀ ପୃଷ୍ଠକୁ ଫେରି ଆସିବେ।ପାରାଚ୍ୟୁଟ୍ ସାହାଯ୍ୟରେ କ୍ୟାପସୁଲରେ ବସି ଯାତ୍ରୀମାନେ ପୃଥିବୀ ପୃଷ୍ଠକୁ ଫେରିବେ…

Read More

ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ କେଶ ଲଣ୍ଡା ହେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତାଙ୍କ ପୁଅର ସୁରକ୍ଷାର ଖୁସିରେ ଏହି ନିଷ୍ପତ୍ତି ନେଇଛନ୍ତି।କଲ୍ୟାଣ ଦମ୍ପତିଙ୍କ ପୁଅ ମାର୍କ ଶଙ୍କର ସମ୍ପ୍ରତି ସିଙ୍ଗାପୁରରେ ଏକ ଗ୍ରୀଷ୍ମ ଶିବିରରେ ଯୋଗଦେବା ସମୟରେ ଏକ ଅଗ୍ନିକାଣ୍ଡ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ଏପ୍ରିଲ 8 ତାରିଖରେ ଘଟିଥିବା ଦୁର୍ଘଟଣାରେ ତାଙ୍କ ହାତ ଏବଂ ଗୋଡ଼ ପୋଡ଼ି ଯାଇଥିଲା ଏବଂ ଧୂଆଁ ଅଣନିଶ୍ୱାସୀ ହୋଇଯାଇଥିଲେ।“ପରମ୍ପରା ପାଳନ କରି, ଆନ୍ନା ପଦ୍ମାବତୀ କଲ୍ୟାଣ କଟ୍ଟାରେ ତାଙ୍କ କେଶ ଅର୍ପଣ କରିଥିଲେ ଏବଂ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ,” ଜନସେନା ଦଳର ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।ପ୍ରସଙ୍ଗତଃ, ଆନ୍ନା କୋନିଡେଲା ମାନସିକ କରିଥିଲେ ଯେ ଯଦି ତାଙ୍କ ପୁଅ ଅଗ୍ନିକାଣ୍ଡ ଦୁର୍ଘଟଣାରୁ ବଞ୍ଚିଯାଏ ତେବେ ସେ ଦେବତାଙ୍କୁ…

Read More

ଚିନ୍ତା ବଢାଇଛି ସୁନା ଦର । ଲକ୍ଷେ ମୁହାଁ ମାଡିଛି । ସୁନା ଦର ଗତ କିଛି ଦିନ ମଧ୍ୟ ପାଖାପାଖି ୬୦୦୦ ଭଳି ବୃଦ୍ଧି ହୋଇଥିବା ବେଳେ ୯୫ ହଜାର ଡେଇଁଛି । ହେଲେ ଆଜି ଟିକିଏ କମିଛି ସୁନା ଦର ।ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୫, ୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୭ ହଜାର ୫୫୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫ ହଜାର ୫୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୭ ହଜାର ୫୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୫, ୫୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୭ ,୫୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୫, ୬୬୦ ଟଙ୍କା ଓ…

Read More

ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଛାତ୍ରୀଛାତ୍ର ଆବେଦନ କରିପାରିବେ। NEP-୨୦୨୦ ଆଧାରରେ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ର SAM ପୋର୍ଟାଲରେ ମାଧ୍ୟମରେ +୩ ନାମଲେଖା ପାଇଁ ଆବେଦନ କରିପାରିବେ।ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀ କମନ ଆପ୍ଳିକେସନ ଫର୍ମ(ସିଏଏଫ) ପୂରଣ ପ୍ରକ୍ରିୟା ଆରମ୍ଭ ହେବ।ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଏବଂ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Read More