ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମ। ବର୍ତ୍ତମାନ ତାଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଯାହାର ପୋଷ୍ଟର ଏବେ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଡକ୍ଟର କଲାମଙ୍କ ଜୀବନ ଯାତ୍ରାକୁ ବଡ଼ ପରଦାରେ ଆଣିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା ।ଅଭିଷେକ ଅଗ୍ରୱାଲ ଏବଂ ଏ.କେ. ଏଣ୍ଟରଟେନମେଣ୍ଟସ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଏ.ପି.ଜେ. ଅବଦୁଲ କଲାମ ଇଣ୍ଟରନେସନାଲ ଫାଉଣ୍ଡେସନର ସହଯୋଗରେ ନିର୍ମାଣ କରାଯାଉଛି । କାରଣ, ଭାରତର ଏହି ପ୍ରିୟ ଏବଂ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ଚରିତ୍ର ସମ୍ପୂର୍ଣ୍ଣ ସତ୍ୟ ଏବଂ ଗାରିମା ସହ ଉପସ୍ଥାପନ କରାଯିବ । ୨୦୨୫ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିବା ଏହି ଚଳଚ୍ଚିତ୍ରଟିର ନାଁ ରହିଛି ‘ଜନତା କେ ରାଷ୍ଟ୍ରପତି’ । ଏଥିରେ ଡକ୍ଟର କଲାମଙ୍କର ଜୀବନ ଯାତ୍ରା ,ତାଙ୍କର ଜ୍ଞାନ, ତାଙ୍କର ନମ୍ରତା ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବକୁ…
Author: sanitelevision
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ମଧ୍ୟ ହୋଇ ସାରିଛନ୍ତି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ୍ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାମୁତାବକ ବଲାଙ୍ଗୀର ପାଟଣାଗଡ଼ରେ ଜାଳି ଦେଇଥିଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିଲା । ତେବେ ବିବାଦୀୟ ସ୍ଥାନ…
ଅଡୁଆରେ ମାର୍କ ଜକରବର୍ଗ । ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍ ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ ଆମେରିକାର ଧନୀ ବ୍ୟକ୍ତି ମାର୍କ ଜକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା ରହିଛି ।ବଜାରରେ ପ୍ରତିଯୋଗିତା ଶେଷ କରିବା ଏବଂ ଏକଚାଟିଆ ଆଧିପତ୍ୟ ବିସ୍ତାର ଲାଗି ଇନଷ୍ଟାଗ୍ରାମ ଏବଂ ହ୍ଵାଟସଆପ୍ କିଣିଥିଲା ମେଟା। ଏନଇ ଅଭିଯୋଗ ଆଣିଛନ୍ତି ଆମେରିକାର ପ୍ରତିସ୍ପର୍ଦ୍ଧା ଏବଂ ଖାଉଟି ନିୟାମକ। ମେଟାର ସିଇଓ ମାର୍କ ଜୁକରବର୍ଗ ସୋମବାର ଏକ ଉଚ୍ଚ-ଷ୍ଟେକ୍ ଆଣ୍ଟିଟ୍ରଷ୍ଟ ଟ୍ରାଏଲରେ ଏହି ମତ ରଖିଛନ୍ତି, ଯାହା ସମ୍ଭାବ୍ୟ ଭାବରେ $1.4 ଟ୍ରିଲିୟନ କମ୍ପାନୀକୁ ଭାଙ୍ଗିବାକୁ ବାଧ୍ୟ କରିପାରେ। ଆମେରିକା ଫେଡେରାଲ୍ ଟ୍ରେଡ୍ କମିଶନ (FTC) ମେଟା ଉପରେ ସମ୍ଭାବ୍ୟ ବିପଦକୁ ଦୂର କରିବା ପାଇଁ ପ୍ରତିଦ୍ୱନ୍ଦ୍ୱୀ ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟସଆପ୍ କୁ ଅଧିଗ୍ରହଣ କରି ସୋସିଆଲ ମିଡିଆ ବଜାରକୁ ବେଆଇନ ଭାବରେ ଏକଚାଟିଆ…
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସଏଚଜି ମହିଳାଙ୍କ ପାଇଁ ଘୋଷଣା କଲେ ଖୁସି ଖବର । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବେନି ଏସଏଚଜି ମହିଳା । ଏସଏଚଜି ମହିଳାଙ୍କୁ ସୁଧମୁକ୍ତ ଋଣ ପ୍ରଦାନ ଅବଧି ଆଉ ବର୍ଷେ ବଢ଼ିଲା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ୩୧ ମାର୍ଚ୍ଚ ସୁଦ୍ଧା ଶେଷ ଅବଧି ୨୦୨୫-୨୬ ଆର୍ଥିକ ବର୍ଷକୁ ବଢ଼ିଲା ।ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକରା ବହୁମୁଖୀ ଯୋଜନାମାନ ତିଆରି କରିଛନ୍ତି । ଗତ ମାସରେ ସରକାର ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିଥିଲେ । ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଟଙ୍କା ନିଜ ଅର୍ନ୍ତନୀହିତ କଳାକୌଶଳକୁ ଲୋକଙ୍କ ସମ୍ମୁଖକୁ ଆଣିଥିଲେ । ସାଧାରଣ ଲୋକେ ମେଳା ବୁଲିବା ସହ ଗୋଷ୍ଠୀର ମହିଳାମାନେ ଭଲ ରୋଜଗାର ମଧ୍ୟ କରିଥିଲେ । ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ…
ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍ ଠାବ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ଯାହାକୁ ସୁରକ୍ଷିତ ଭାବେ ଠାବ କରିଛନ୍ତି ସୁରକ୍ଷାକର୍ମୀ । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାନକେଲି ଗାଁ କଚ୍ଚା ରାସ୍ତାରେ ୨ କିଲୋଗ୍ରାମ ଓଜନର ୩ ଟି ବିୟର ବୋତଲ ବୋମା ଏବଂ ୨ ଟି ଟିଫିନ୍ ବୋମା ସିରିଜରେ ଖଞ୍ଜିଥିଲେ ନକ୍ସଲ । ଯାହା ଏକ କମାଣ୍ଡ ସ୍ୱିଚ୍ ସହିତ ସଂଯୋଗ ହୋଇଥିଲା । ବିଜାପୁର ଜିଲ୍ଲା ବିଡିଏସ ଦଳ ଘଟଣାସ୍ଥଳରେ ଆଇଇଡିକୁ ଠାବ କରି ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଛି ।ସୁରକ୍ଷା ବାହିନୀର ସତର୍କତା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଇଇଡି ଗୁଡିକୁ ଠାବ ପରେ ନିଷ୍କ୍ରିୟ କରି ନକ୍ସଲପନ୍ଥୀଙ୍କ ଘୃଣ୍ୟ ଯୋଜନାକୁ ବିଫଳ କରିବାରେ ସଫଳ ହୋଇଛନ୍ତି।
ରାଜ୍ୟରେ ସୃଷ୍ଟି ହୋଇଛି ୨,୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି । ୨,୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫ ହେଲା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।
ନୂଆ ପାଞ୍ଜିରେ ରାଜନୀତିକ ଅନୁମାନ । ଶାସକ ଦଳ ଓ ବିରୋଧୀଙ୍କୁ ନେଇ ସଙ୍କେତ । ପ୍ରାକୃତିକ ବିପର୍ଯ୍ୟୟ, ଦରଦାମ ବୃଦ୍ଧି, ରାଷ୍ଟ୍ରୀୟ ଦଳର ପରିବର୍ତ୍ତନ ଓ ଭାରତର ବୈଦେଶିକ ସମ୍ପର୍କ ବାବଦରେ ରହିଛି ଏଭଳି ତଥ୍ୟ |ନୂତନ ପାଞ୍ଜିକୁ ନେଇ ସଭିଙ୍କ ମନରେ ଉତ୍କଣ୍ଠା । କିଭଳି ରହିବ ରାଜ୍ୟ ତଥା ଦେଶର ପାଣିପାଗ ଓ ଚାଷବାସ ? ବଦଳିବ କି ରାଜନୈତିକ ଦୃଶ୍ୟପଟ୍ଟ ? କେମିତି ରହିବ ରାଜ୍ୟର ସ୍ୱାସ୍ଥ୍ୟ ? ପ୍ରଥମେ ଦେଖିବା ରାଜ୍ୟର କୃଷି ଓ ପାଣିପାଗ ।ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ଓ ଉତ୍ତମ ଫସଲ ଉତ୍ପାଦନ ହେବ ବୋଲି ପାଞ୍ଜିକାର ଗଣନା କରିଛନ୍ତି । ମାତ୍ର ଶନିଙ୍କ ଅବସ୍ଥିତି ଯୋଗୁଁ ରାଜ୍ୟରେ ବନ୍ୟା ଓ ବାତ୍ୟା ଭୟ, ପାରସ୍ପରିକ କଳହ, ଭୂକମ୍ପ ଆଶଙ୍କା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା…
ସିବିଆଇ ଦ୍ୱାରା ଜବତ ହୋଇଥିବା ୧୫ ଲକ୍ଷ ଟଙ୍କାକୁ ରିଲିଜ୍ ପାଇଁ ହୋଇଥିବା ଆବେଦନର ସୋମବାର ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପୁଲିସ୍ ବା ଯେକୌଣସି ତଦନ୍ତକାରୀ ସଂସ୍ଥା ଦ୍ବାରା ଜବତ ହେଉଥିବା ଟଙ୍କା ଥାନାରେ ନ ରହି ରିଲିଜ୍ ହେବ। ଏହା ପୂର୍ବରୁ ସେସବୁର ସ୍ଥାୟୀ ରେକର୍ଡ଼ ରଖିବା ଲାଗି ହାଇ- ରିଜୋଲ୍ୟୁସନ ଫଟୋଗ୍ରାଫ୍ ଉଠାଯିବ। ଉକ୍ତ ଜବତ ଟଙ୍କାକୁ ନେଇ ପଞ୍ଚନାମା କରାଯିବ। ଯେଉଁଥିରେ ତଦନ୍ତକାରୀ ଅଧିକାରୀ, ଅଭିଯୋଗକାରୀ, ଅନ୍ୟ ପକ୍ଷ ଏବଂ ପ୍ରତ୍ୟକ୍ଷଦର୍ଶୀ ଦସ୍ତଖତ କରିବେ। ଏଥିସହ ଉପଯୁକ୍ତ ସର୍ତ୍ତ ଏବଂ ସିକ୍ୟୁରିଟି ବଣ୍ଡ ମଧ୍ୟ ରଖିବା ପାଇଁ କୁହାଯିବ। ଯଦି କୌଣସି କାରଣରୁ ତୁରନ୍ତ ଟଙ୍କା ରିଲିଜ୍ କରାଯାଇ ପାରୁନାହିଁ ତାହେଲେ ଅର୍ଥନୀତିକୁ ବୁଷ୍ଟିଂ ପାଇଁ ଉକ୍ତ ଜବତ ଟଙ୍କାକୁ ଏକ ଜାତୀୟକରଣ ବ୍ୟାଙ୍କରେ ଜମା କରାଯିବ। ଜବତ ଟଙ୍କାକୁ ଜୁଡିସିଆଲ ହେପାଜତରେ ରଖାଗଲେ…
ଶରୀରରେ ୫ ମାସ ଘୁଷୁରୀ କିଡନୀ ଲଗାଇ ରଖି ରେକର୍ଡ କଲେ ମହିଳା । ଏପ୍ରିଲ ୨୦୨୪ରେ, ଆମେରିକାର ୫୩ ବର୍ଷୀୟା ମହିଳା ତୋବାନା ଲୁନିଙ୍କ ଶରୀରରେ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିଲା। ଆରମ୍ଭରେ ସବୁକିଛି ଭଲ ଚାଲିଥିଲା। ଅସ୍ତ୍ରୋପଚାର ପରେ, ସେ ଏହି ପ୍ରାଣୀର କିଡନୀ ସାହାଯ୍ୟରେ ୧୩୦ ଦିନ ଅର୍ଥାତ୍ ପ୍ରାୟ ୫ ମାସ ବଞ୍ଚିଥିଲେ ।ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଘୁଷୁରୀର କିଡନୀରେ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚିବାରେ ମହିଳା ଜଣଙ୍କ ପ୍ରଥମ । କାରଣ ଆଗରୁ କେବେ ବି ଏଭଳି କିଛି ଘଟିନଥିଲା । କିନ୍ତୁ ତା’ପରେ ଏପରି କିଛି ଘଟିଲା ଯାହା ଡାକ୍ତରମାନଙ୍କୁ ମଧ୍ୟ ଚିନ୍ତିତ କରିଦେଇଥିଲା । ମହିଳାଙ୍କ ଶରୀର ଧିରେ; ଧିରେ ଦିନ ଗଡିବା ସାଙ୍ଗରେ ଏହି କିଡନୀକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କଲା । ଏହି କିଡନୀ ହଠାତ୍ କାହିଁକି କାମ କରିବା ବନ୍ଦ କରିଦେଲା…
ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ କରିଥିଲେ ।ସେପଟେ ବିଜୁ ପ୍ରତିମୂର୍ତ୍ତି ଜଳିଯିବା ପରେ ପାଟଣାଗଡ ଏନ୍ଏସି ପକ୍ଷରୁ ତୁରନ୍ତ ଜାଳି ଦେଇଥିବା ପ୍ରତିମୂର୍ତ୍ତିକୁ ସଫେଇ କରାଯାଉଛି । ତେବେ ଘଟଣାରେ କାହାର ସମ୍ପୃକ୍ତି ରହିଛି । କିଏ ଓ କାହିଁକି ନିଆଁ ଲଗାଇଲା ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଆଧାରରେ ଦୁର୍ବୃତ୍ତକୁ ଧରିବାପାଇଁ ପ୍ରୟାସ ଜାରି ରଖିଛି ପାଟଣାଗଡ଼ ପୋଲିସ ।









