Author: sanitelevision

ରାସ୍ତା ସଂଯୋଗୀକରଣକୁ ନେଇ ବଡ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାସ୍ତା ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା ।। ଗୁରୁବାର କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଏଥିସହିତ ବିଭିନ୍ନ ଏନଏଚଏଆଇ ପ୍ରକଳ୍ପର ସମୀକ୍ଷା କରିବେ । ଏହି ଅବସରରେ ଚାରି ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ସେଥିମଧ୍ୟରୁ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ନୀତିନ ଗଡ଼କରୀ । ଚାରୋଟି ସିଆରଆଇଏଫ ବ୍ରିଜ ୪୨୭ କୋଟି ଟଙ୍କାର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧…

Read More

ବିଜେଡି ସଭାପତି ପାଇଁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି ।ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଦୁଇଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ । ସଭାପତି ଘୋଷଣା ପରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଛାମୁଆ ସଂଗଠନ ସଭାପତିଙ୍କ ନାଁ ଘୋଷଣା ହେବ । ଏପ୍ରିଲ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏପ୍ରିଲ ୧୩ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।୨୦୧୯ରେ ବିଜେଡିର ସାଂଗଠନିକ ନିର୍ବାଚନ ଶେଷ ଥର ପାଇଁ ହୋଇଥିଲା । ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ସାଂଗଠନିକ ନିର୍ବାଚନ ହୋଇନଥିଲା । ସାଙ୍ଗଠନିକ ନିର୍ବାଚନ ପାଇଁ ଆଉ ଗୋଟିଏ ବର୍ଷ ସମୟ ମାଗିଥିଲା ବିଜେଡି ।

Read More

ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ। ଛତିଶଗଡ଼ ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏନ୍‌କାଉଣ୍ଟର। ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ AK-47 ଜବତ ହୋଇଛି। ଏନକାଉଣ୍ଟର ନେଇ ସୂଚନା ଦେଲେ ବସ୍ତର ଆଇଜି।ଏହାସହ ଘଟଣା ସ୍ଥଳରୁ ଗୋଟିଏ Ak47 ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । କୋଣ୍ଡାଗାଓ ଜିଲ୍ଲାର କିଲମ ଜଙ୍ଗଲ ଭିତରେ ମାଓବାଦୀଙ୍କ ଏକ ବଡ ଟିମ ଲୁଚି ରହିଥିବା ନେଇ ପୋଲିସ୍‌ର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ଅପରେସନ । ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। DRG ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି। ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି।

Read More

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ । ହରିୟାଣ ଗୁରୁଗ୍ରାମରେ ଥିବା ଜଣାଶୁଣା ଡାକ୍ତରଖାନାରୁ ଆସିଛି ଏପରି ଅଭିଯୋଗ । ହସ୍ପିଟାଲର ଜଣେ କର୍ମଚାରୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ମହିଳା ଜଣଙ୍କ ଚଳପ୍ରଚଳ କରିପାରୁ ନଥିବାର ସୁଯୋଗ ନେଇ ସୈତାନ ଏମିତି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ହରିୟାଣାରେ ଚାଞ୍ଚଲ୍ୟ ଖେଳିଯାଇଛି ।୪୬ ବର୍ଷୀୟା ଏୟାର ହଷ୍ଟେସ ଜଣଙ୍କ ଗତ ଏପ୍ରିଲ ୫ ତାରିଖ ଦିନ ଗୁରୁଗ୍ରାମକୁ ଟ୍ରେନିଂ ପାଇଁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ । ଗାଧୋଇବା ବେଳେ ସୁଇମିଂ ପୁଲରେ ବୁଡି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମହିଳା ଜଣଙ୍କ ଭେଣ୍ଟିଲେଟରରେ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ…

Read More

ଯାତ୍ରା ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁଙ୍କ ନା ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ହିରୋଇନ୍ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର । ସୋନାଲିଙ୍କୁ ଜୋର୍ ଜବରଦସ୍ତ ରଖା ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ ଆଉ ପୁଅକୁ ଭେଟିବା ପାଇଁ ଦେଉ ନାହାନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ତୁଳସୀ ମାଲିକ ବୋଲି କହିଛନ୍ତି ଶ୍ରୀକ୍ଷେତ୍ର। ଏହା ଉପରେ ପ୍ରତିକ୍ରିୟା ରଖି ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି, ଏହି ଘଟଣା ପୁରା ମିଛ । ବହୁ ବର୍ଷ ପୂର୍ବରୁ ବିବାହ ପରେ ସୋନାଲି ସ୍ଵାମୀଙ୍କ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କରିବାକୁ ଯାଉଥିଲେ । ସେତେବେଳେ ତାଙ୍କ ବାପା ସୋନାଲିକୁ ଉଦ୍ଧାର କରି ତାଙ୍କ ଘରେ ରଖିଥିଲେ । ସେହିଦିନ ଠାରୁ ସେ ଯାତ୍ରାରେ ଅଛନ୍ତି ବୋଲି ଅନନ୍ତ କହିଛନ୍ତି । ଅନ୍ୟ ପକ୍ଷରେ ଏହି ମାମଲାରେ ସୋନାଲି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି…

Read More

ଉଦ୍ଧାର ଶିଶୁ ‘ଶୁଭମ’କୁ ମିଳିବ ସହାୟତା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ୍ସ ଜରିଆରେ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ମିଶନ ବାତ୍ସଲ୍ୟରେ ଶୁଭମ୍‌କୁ ସହାୟତା ମିଳିବ।ମହିଳା ଶିଶୁ ବିକାଶ ବିଭାଗ ନେବେ ତ୍ୱରିତ ପଦକ୍ଷେପ। ସୂଚନାମୁତାବକ ଦୃଷ୍ଟିବାଧିତ ମହିଳା ଜୟନ୍ତୀ ମଲ୍ଲିକଙ୍କ ଛୁଆ ଚୋରି ନେଇ ରବିବାର ଖାରବେଳନଗର ଥାନାରେ କେସ ନମ୍ବର ୧୬୨ରେ ଏକ ମାମଲା ରୁଜୁ ହୋଇଥିଲା । ସମ୍ବେଦନଶୀଳ ପ୍ରସଙ୍ଗରେ ୬ ଟି ସ୍ପେଶାଲ ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ହ୍ୟୁମାନ ଇଣ୍ଟେଲିଜେନ୍ସ , ଟେକ୍ନିକାଲ ଇଣ୍ଟେଲିଜେନ୍ସ, ୫ ଶହ ସିସିଟିଭି ଯାଞ୍ଚ, ଜିଆରପି ଓ ଆରପିଏଫ ସହଯୋଗରେ ବାଲେଶ୍ୱର ଖନ୍ତାପଡା ଥାନା ଅଞ୍ଚଳରୁ ଝେଲମ ପଣ୍ଡାଙ୍କୁ କାବୁ କରାଯାଇଥିଲା । ତାଙ୍କ ସହଯୋଗରେ କେଦାରସେନକୁ ଗିରଫ କରାଯାଇଛି । କେଦାରସେନ ନାଁରେ ଯାଜପୁର ଓ ପାହାଳ ଥାନାରେ ପୂର୍ବରୁ ଗାଡି ଚୋରି କେସ ଥିବା ଜାଣିବାକୁ…

Read More

ମୋବାଇଲ୍ ସିମ୍ କିଣିବା ପାଇଁ, ଆପଣଙ୍କୁ ଆଉ ଦୋକାନକୁ ଯାଇ ଆପଣଙ୍କର ପସନ୍ଦର ନମ୍ବର ଚୟନ କରିବାକୁ ପଡିବ ନାହିଁ। ଆପଣ ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ। ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହିତ ସହଭାଗୀ ହୋଇଛି।ଏବେ ବ୍ଲିଙ୍କିଟ୍ ୧୦ ମିନିଟ୍ ମଧ୍ୟରେ ରାସନ ସାମଗ୍ରୀ ପରି ସିମ୍ କାର୍ଡ ଡେଲିଭରୀ କରିବ। ଏହି ସୁବିଧା ଆରମ୍ଭ କରିବାରେ ଏୟାରଟେଲ ଦେଶର ପ୍ରଥମ ଟେଲିକମ୍ କମ୍ପାନୀ । ୧୬ଟି ସହରର ଲୋକମାନଙ୍କୁ ଘରେ ସିମ୍ କାର୍ଡ ଡେଲିଭରୀର ସୁବିଧା ମିଳିବ। ଫଳରେ କିଛି ମିନିଟ୍ ମଧ୍ୟରେ ଏକ ନୂତନ ସିମ୍ କାର୍ଡ ମିଳିଯିବ ।୧୦ ମିନିଟରେ ସିମ୍ ଡେଲିଭରି ମାଗଣା ହେବ ନାହିଁ। ଏଥିପାଇଁ ଲୋକଙ୍କୁ ୪୯ ଟଙ୍କା ସୁବିଧା ଶୁଳ୍କ ଦେବାକୁ ପଡିବ। ଲୋକମାନେ କେବଳ ଏକ ନୂତନ ପ୍ରିପେଡ୍ ସିମ୍ ଅର୍ଡର କରିପାରିବେ ନାହିଁ, ବରଂ ସେମାନଙ୍କୁ ପୋଷ୍ଟପେଡ୍…

Read More

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିନକୁ ଦିନ ରାଜ୍ୟରେ ମହିଳାଙ୍କୁ ବଳାତ୍କାର, ନାବାଳିକାଙ୍କୁ ବଳାତ୍କାର, ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି। ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ପଡ଼ିବ କି ଯବନିକା। ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିବ। ଏଥିରେ ସମସ୍ତ କଳାକାରଙ୍କୁ ଡକାଯାଇଛି । ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ହେବ। ଏନେଇ କଳାକାର ସଂଘର କର୍ମକର୍ତ୍ତା ବାପି ପଣ୍ଡା ସୂଚନା ଦେଇଛନ୍ତି ।ଓଡ଼ିଆ ଯାତ୍ରା ଜଗତରେ ଚାଲିଥିବା କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ମଧ୍ୟରେ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ନମିତା ଭୂୟାଁ ନିଜର ସ୍ପଷ୍ଟ ମତ ରଖିଛନ୍ତି । ସେ କହିଛନ୍ତି, କମେଡିଆନ୍ ବା ହାସ୍ୟକଳାକାର ନାରୀ ପଣ୍ଡାଙ୍କୁ ବ୍ୟାନ ହେବାକୁ ପଡୁଛି, କିନ୍ତୁ…

Read More

ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଏଥିପାଇଁ ବିଧିବଦ୍ଧ ଭାବେ ଗତକାଲିଠୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ।ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ ପଢ଼ାଯିବ। ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ମେ’ ୨୦ ରାତି ୧୧ଟା ୪୫ରେ ଆବେଦନ ଶେଷ ହେବ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନପତ୍ରକୁ ଏଡ଼ିଟ୍‌ କରିବାର ସୁଯୋଗ ମିଳିବ। +୨ ପରୀକ୍ଷା ଫଳ ପ୍ରକାଶ ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍‌ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ।

Read More

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଜାରି ରହିଥିବାବେଳେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଝଡ଼ବର୍ଷାର ପ୍ରଭାବ ରହିବ। ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ନୟାଗଡ଼, ଗଜପତି, ଗଞ୍ଜାମ ଓ କୋରାପୁଟ ଆଦି ଜିଲାକୁ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାରେ ଘଡ଼ଘଡ଼ି ଓ ବିଜୁଳି ଭୟ ରହିଥିବାବେଳେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ରୁ କିମି ବେଗରେ ପବନ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସେହିପରି ଓଡ଼ିଶାରେ ସ୍ବାଭାବିକ ରହିବ ମୌସୁମୀ, ବର୍ଷା ହେବ । ଜୁନ ମାସରେ ସ୍ୱାଭାବିକଠାରୁ ଅଧିକ ରହିବ ମୌସୁମୀ ବର୍ଷା ।ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା,…

Read More