କଲେଜ ଛାତ୍ରୀମାନଙ୍କ ପାଇଁ ବଡ ଘୋଷଣା । ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ । ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ । ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଞ୍ଜୀକରଣ ପରେ ଆପ୍ଟ ଆଉଟ୍ ହୋଇଥିବା ମହିଳାଙ୍କୁ ସମ୍ୱର୍ଦ୍ଧିତ କରାଯିବ। ସୁଭଦ୍ରା ହେଲ୍ପ ଡେକ୍ସ ଆଉ ୩ ମାସ ବୃଦ୍ଧି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସୁଭଦ୍ରାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ବା କୌଣସି କାରଣରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କ ସଂପର୍କରେ କମିଟି ମାଧ୍ୟମରେ ତର୍ଜମା କରାଯାଇ ଏ ସଂପର୍କିତ ଅଭିଯୋଗର ସମାଧାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁଭଦ୍ରା ସହାୟତା ଫଳରେ କିପରି ଗୁଣାତ୍ମକ ପ୍ରଭାବ ପଡ଼ିଛି, ସେ ସମ୍ପର୍କରେ ମୂଲ୍ୟାୟନ କରାଯିବା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।
Author: sanitelevision
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳତର୍ପଣ । ଭୁବନେଶ୍ୱର ବିନ୍ଦୁସାଗର କୂଳରେ ବିଜେଡି ପକ୍ଷରୁ ଆୟୋଜିତ ତିଳତର୍ପଣ କାର୍ଯ୍ୟକ୍ରମରେ ବିଜେଡିର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ । ରଘୁପତି ରାଘବ ରାଜରାମ ଧ୍ୱନିରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଛି । ପୂର୍ବ ଗୌରବ ଫେରାଇ ଆଣିବା ଲାଗି ସାରା ଜୀବନ ତ୍ୟାଗ କରିଥିବା ମହାନ ନେତା ବିଜୁବାବୁଙ୍କ ଆଜି ତିରୋଧାନ ଦିବସ। ସେ ଏପରି ଏକ ବ୍ୟକ୍ତିତ୍ବ ଯାହା ଭିତରେ ଥିଲା ନୂଆ ସମ୍ଭାବନା। ସେ ଏପରି ଏକ ପୁରୁଷ ଯାହା ନିକଟରେ ଭରି ରହିଥିଲା କୋଟି କୋଟି ଯୁବକଙ୍କୁ ଜାତୀୟ ସ୍ରୋତରେ ପ୍ରବାହିତ କରିବାର ପ୍ରେରଣା। ସେ ଥିଲେ ନୂଆ ଓଡ଼ିଶାର ବିନ୍ଧାଣୀ। ଶିକ୍ଷା, ଶିଳ୍ପ, ଭିତ୍ତିଭୂମି, ଜଳସେଚନ, ଜିଲ୍ଲା ଗଠନ ଆଦି ସବୁକ୍ଷେତ୍ରରେ ଥିଲା ବିଜୁବାବୁଙ୍କ ଅନନ୍ୟ ଅବଦାନ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲୋକାଭିମୁଖୀ…
କଟକରେ ଡବଲ ଏନ୍ କାଉଣ୍ଟର । ଚୌଦ୍ଵାର ଇନ୍ଦ୍ରାଣୀପାଟଣା ଅଞ୍ଚଳ ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍ୱାଡ । ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଅଭିଯୁକ୍ତ। ପୋଲିସର ପାଲଟା ଗୁଳିରେ ଉଭୟ ଆହତ ହୋଇଛନ୍ତି। ଅପରାଧୀ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ାର ଆଣ୍ଠୁରେ ଗୁଳି ବାଜିଛି। ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ । ଡକାୟତି, ଲୁଟ୍ପାଟ ଭଳି ଏକାଧିକ ସଙ୍ଗିନ୍ ମାମଲାରେ ଜଡ଼ିତ ଥିଲା |ଆହତ ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ SCBରେ ଭର୍ତ୍ତି କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ସହ ଗୁଳି ଜବତ କରିଛି ପୋଲିସ ।
ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ ଫର୍ମ।ଏଥର ନୂଆ ପଦ୍ଧତିରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ। ସର୍ଟ ଲିଷ୍ଟେଡ୍ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।ଗ୍ରାଜୁଏସନ ପାସ କରିଥିବା ଛାତ୍ରୀଛାତ୍ର ଏଥିପାଇଁ ଆବେଦନ କରିପାରିବେ। ଆଶାୟୀ ଛାତ୍ର ଓ ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପ୍ରବେଶିକା ପରୀକ୍ଷାରେ ମନୋନୀତ ପିଲାମାନଙ୍କୁ ଫ୍ରିରେ UPSC…
ଚଳିତବର୍ଷର ଭାରତୀୟ ପାଣିପାଗ ବିଭାଗର ଭବିଷ୍ୟବାଣୀ ଉଭୟ ଚାଷୀ ଓ ଅର୍ଥବ୍ୟବସ୍ଥା ପାଇଁ ଖୁସି ଖବର ଆଣିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ ଅନୁସାରେ,ଦେଶରେ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ । ମୌସୁମୀ ଋତୁରେ ୧୦୫ ପ୍ରତିଶତରୁ ଅଧିକ ବର୍ଷା ହେବ । ଏଲପିଏର ପରିମାଣ ୮୭ ସେଣ୍ଟିମିଟର ରହିବ । ଏଲନିନୋର ପ୍ରଭାବ ଦୂର୍ବଳ ରହିଥିବାରୁ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ମୌସୁମୀ ଋତୁରେ ଅଧିକ ବର୍ଷା ଦ୍ବାରା ଭଲ ଫସଲ ଉତ୍ପାଦନ ହେବା ଆଶା ରହିଛି ।ଉତ୍ତର ପୂର୍ବ ରାଜ୍ୟ, ତାମିଲନାଡୁ,ଲଦାଖକୁ ଛାଡିଲେ ଅନ୍ୟ ସ୍ଥାନରେ ଅଧିକ ବର୍ଷା ହେବ । ତେବେ ବୃଷ୍ଟିପାତର ପରିମାଣ ୫ପ୍ରତିଶତ ଅଧିକ କିମ୍ବା କମ ରହିପାରେ । ଏଲପିଏର ପରିମାଣ ୮୭ ସେଣ୍ଟିମିଟର ରହିବ । ୧୯୭୦ରୁ ୨୦୨୦ ମଧ୍ୟରେ ବର୍ଷାର ହାରାହାରି ପରିମାଣକୁ ଅନୁଧ୍ୟାନ କରି…
ରାଜ୍ୟ ସରକାର ସୁବିଧାରେ ଶବ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ ସେଣ୍ଟର । ୧୦୮ ଆୁଲାନ୍ସ ଭଳି ରହିବ ଟୋଲ ଫ୍ରି ନମ୍ବର । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହେବ । ଶବକୁ ଘର କିମ୍ବା ଶ୍ମଶାନ ଯାଏଁ ନେବାକୁ କାମ କରିବ । ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ଶବ କାମ କରିବ । ବୈଠକରେ ପ୍ରାରମ୍ଭିକ ଭାବେ ଆଲୋଚନା ଅନୁସାରେ, ଅନ୍ୟ ରାଜ୍ୟରେ ଥିବା ଶବ ପରିବହନ ବ୍ୟବସ୍ଥା ନେଇ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ସେହିପରି ଏବେ ରାଜ୍ୟରେ କେଉଁ ଜିଲ୍ଲାର ହସ୍ପିଟାଲରେ ବାର୍ଷିକ କେତେ ଲୋକଙ୍କ ମୃତ୍ୟୁ ହେଉଛି, ସେହି ହିସାବରେ କେତେ ଶବ ପରିବହନ ଗାଡ଼ି ଆବଶ୍ୟକ ସେନେଇ ସ୍ଵାସ୍ଥ୍ୟ ସଚିବ ତଥ୍ୟ ମାଗିଛନ୍ତି। ଆଗାମୀ ଦିନରେ ଶବ ପରିବହନ ପାଇଁ କିଲୋମିଟର ପିଛା ଦର…
ଅନେକ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ପାଖରେ ଅଧିକ ଟଙ୍କା ରଖିବାକୁ ଭୟ ଲାଗିଥାଏ। ବିଶେଷ କରି ଟ୍ରେନ୍ରେ ଯାତ୍ରା କରିବା ସମୟରେ ଲୋକେ ଅଧିକାଂଶ ଚିନ୍ତା କରନ୍ତି। କିନ୍ତୁ ଏବେ ଆଉ ସେ ଭୟ ରହିବ ନାହିଁ। ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି । ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍ରେ ସ୍ଥାପନ କରାଯାଇଛି ଏବଂ ଏହାର ପରୀକ୍ଷାମୂଳକ ପ୍ରଦର୍ଶନ ସଫଳତାର ସହ ସମାପ୍ତ କରିଛି।ଏହି ମେସିନ୍ ଯାତ୍ରୀମାନଙ୍କୁ ଟ୍ରେନ ଚାଲୁଥିବା ସମୟରେ ମଧ୍ୟ ଟଙ୍କା ଉଠାଇବାକୁ ଅନୁମତି ଦିଏ। ଏହାକୁ ଭାରତୀୟ ରେଳବାଇର ଅଭିନବ ଏବଂ ଅଣ-ଭଡ଼ା ରାଜସ୍ୱ ଧାରଣା ଯୋଜନା (INFRIS) ର ଅଂଶ ଭାବରେ ପ୍ରଚଳନ କରାଯାଇଛି। ଏହି ପଦକ୍ଷେପ ଭାରତୀୟ ରେଳବାଇର ଭୁସାୱଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ସହଯୋଗୀତାରେ କରାଯାଇଛି।ଏହି ନୂତନ ସୁବିଧା ବିଶେଷ ଭାବରେ ସେହି…
ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ବି.ଆର. ଗଭଇଙ୍କୁ ତାଙ୍କ ଉତ୍ତରାଧିକାରୀ କରିବାକୁ ସୁପାରିଶ କରିଛନ୍ତି।ତେବେ ସେ ସେ ମେ’୧୪ ତାରିଖରେ ଦେଶର ୫୨ତମ ସିଜେଆଇ ଭାବରେ ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗଭାଇଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ୬୫ ବର୍ଷ ବୟସରେ ଅବସର ନେବା ପରେ ଜଷ୍ଟିସ ଖାନ୍ନା ନଭେମ୍ବର ୨୦୨୪ରେ ସିଜେଆଇ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ଜଷ୍ଟିସ ଖାନ୍ନା ଅବସର ନେଉଛନ୍ତି।
ଯାତ୍ରା କଳାକାର ମହାସଂଘର ବୈଠକ ଶେଷ ହୋଇଛି । ବୈଠକ ପରେ କଳାକାର ସଂଘ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି । ନରି ପଣ୍ଡାଙ୍କୁ ନ୍ୟାୟ ନମିଳିଲେ, ସମସ୍ତେ ଯାତ୍ରା ଛାଡି ଦେବୁ ବୋଲି କଳାକାର କହିଛନ୍ତି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅଭିନେତ୍ରୀ ନମିତା ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଆସନ୍ତା ଯାତ୍ରା ବର୍ଷ ପାଇଁ ନିଶିକାନ୍ତ ଜେନା ଓରଫ ତାହିଆ ସଭାପତି ପାଇଁ ମନୋନୀତ ହୋଇଛନ୍ତି। ମାଲିକ ଏବଂ ଲେଖକ ସଂଘ ପରେ ଏବେ ଯାତ୍ରା କଳାକାର ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ରୁଦ୍ଧ ଦ୍ଵାର ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ସଂଘ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଏବଂ ବରିଷ୍ଠ କଳାକାର ପ୍ରମୁଖ ବୈଠକରେ ଉପସ୍ଥିତ ରହିଛନ୍ତି।
ନିକଟରେ ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାୟୀ)ର ଆରମ୍ଭ ହୋଇଯାଇଛି। ଏହି ଯୋଜନା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି, ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ଯେ ରାଜ୍ୟର ପ୍ରାୟ ୩.୫ କୋଟି ବ୍ୟକ୍ତି ଏକୀକୃତ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ଉପକୃତ ହେବେ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନେଶ୍ବର ଡୁମୁଡୁମାରେ ଘରକୁ ଘର ବୁଲି ଆୟୁଷ୍ମାନ କାର୍ଡ ବଣ୍ଟନ କରିଛନ୍ତି। କଟକ ସଦର ଵମ୍ଫକୁଦ ପ୍ରାଥମିକ ଚିକିତ୍ସାଳୟରେ ସାଂସଦ ଭର୍ତ୍ତୃହରି ମହାତାବ କାର୍ଡ ବାଣ୍ଟିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ କାର୍ଡ ବଣ୍ଟନରେ ସାମିଲ ହୋଇଛନ୍ତି। ତିନି ମାସରେ ଘର ଘର ବୁଲି ଆଶା କର୍ମୀ କାର୍ଡ ବଣ୍ଟନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଯେଉଁମାନେ କାର୍ଡ ପାଇନଥିବେ କିଛି ସ୍ବାସ୍ଥ୍ୟ ସମସ୍ୟା ହେଲେ ପୁରୁଣା କାର୍ଡ ଓ ଆଧାର ଦେଖାଇ ଦେଶର ୨୯ ହଜାର ଅନୁବନ୍ଧିତ ଡାକ୍ତଖାନାରେ ସ୍ବାସ୍ଥ୍ୟ…









