ପୁଣି ଫେରିଲା ବର୍ଡର-ଗାଭାସ୍କର ସିରିଜ ପରାଜୟର ପୋଷ୍ଟମର୍ଟମ । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ୧-୩ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ସିରିଜ୍ ସମୟରେ ଡ୍ରେସିଂରୁମ୍ର କଥା ବାହାରେ ପ୍ରଘଟ କରାଯାଉଥିବା ଖବର ବି ଆସିଥିଲା । ଏସବୁ ପରେ ବିସିସିଆଇ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୋର୍ଡ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଦଳର ସହାୟକ କୋଚ୍ ଅଭିଷେକ ନାୟରଙ୍କୁ ବାହାର କରିଛି। ୮ ମାସ ପୂର୍ବରୁ ଦଳରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହୋଇଥିଲା। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବିସିସିଆଇ ସମୀକ୍ଷା ବୈଠକ କରିଥିଲା। ଏଥିରେ ଦଳ ପ୍ରବନ୍ଧନର ଜଣେ ସଦସ୍ୟ ଡ୍ରେସିଂ ରୁମର କଥା ଲିକ୍ ହେଉଥିବା ଅଭିଯୋଗ କରିଥିଲେ। ସୂଚନା ଅନୁସାରେ ଅଭିଶେକ ନାୟାର ଏବଂ ଦିଲ୍ଲୀପଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ନାହିଁ । କାରଣ ସୀତାଂଶୁ କୋଟକ ପୂର୍ବରୁ ଭାରତୀୟ ପୁରୁଷ…
Author: sanitelevision
ବହୁମୁଖୀ ପକଳ୍ପ ଉଦଘାଟନ ଓ ଶିଳାନ୍ୟାଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ଉଦ୍ବୋଧନ । ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ ଆଜି ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ ।କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ପ୍ରକଳ୍ପଗୁଡ଼ିକ ଭେଟି ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୧୯ଟି ରାସ୍ତାରେ ୪୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟରେ ୧୫୪ଟି ରାଜରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି। ସବୁ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯୋଗାଯୋଗ ସୁଦୃଢ଼ ହେବ । ପୂର୍ବରୁ ଦିନକୁ ୧୪ କି.ମି ରାସ୍ତା ହେଉଥିଲା ହେଲେ ବର୍ତ୍ତମାନଠାରୁ ଦିନକୁ ୧୦୦ କି.ମି ରାସ୍ତା ତିଆରି ହେବ ।ବର୍ତ୍ତମାନ ରାଜ୍ୟରେ ୨୦ଟି ବାଇପାସ୍ ଓ ରିଙ୍ଗରୋଡ୍ ନିର୍ମାଣ ହେଉଛି ।
ଓଡ଼ିଶାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରେଭେନ୍ସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସ୍ମାରକୀ ବକ୍ତୃତା ଓ ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଗଡ଼କରୀ ଅଭିଭାଷଣରେ କହିଛନ୍ତି, ପାର୍ଟି ଓ ସିଦ୍ଧାନ୍ତ ମଧ୍ୟରେ ସବୁବେଳେ ସିଦ୍ଧାନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଅବସରରେ ସେ କହିଛନ୍ତି ଯେ, ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ଓ ସେହି ସମୟ ମଧ୍ୟରେ କଣ କାମ କରେ ତାହା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହିଁ ଆମକୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନରୁ ଶିକ୍ଷା ମିଳେ ।ଓଡିଶାରେ ଶିକ୍ଷାର ବିକାଶ କରି ଡ. ମହତାବ ପ୍ରମାଣିତ କରି ଦେଇଥିଲେ ଯେ, ଆତ୍ମବିଶ୍ୱାସ ସହ ଜ୍ଞାନର ସଂଯୋଗ ରହିବା ନିହାତି ଆବଶ୍ୟକ । ହୀରାକୁଦ ବନ୍ଧ ନିର୍ମାଣ ହେଉ, ଅବା ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରିବା ହେଉ, ସବୁଥିରେ ତାଙ୍କ…
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୨୦ ପରେ ହୋଇପାରେ । ଏହା ସହ, କିଛି ଦିନ ମଧ୍ୟରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟର ଦଳୀୟ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇପାରେ । ପ୍ରମୁଖ ରାଜ୍ୟ ଗୁଡିକରେ ରାଜ୍ୟ ସଭାପତିଙ୍କୁ ଚୂଡାନ୍ତ କରିବା ପାଇଁ ଦଳର ଶୀର୍ଷ ନେତାମାନେ ବ୍ୟାପକ ଆଲୋଚନ ହୋଇସାରିଛି । ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ବିଜେପି ବ୍ୟକ୍ତିମାନେ ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ଓଡ଼ିଶା ପାଇଁ ନୂତନ ରାଜ୍ୟ ସଭାପତିଙ୍କ ନିଯୁକ୍ତି ଉପରେ ବିଚାରବିମର୍ଶ କରିବା ପାଇଁ ବୈଠକ କରିଥିଲେ । ଏପର୍ଯ୍ୟନ୍ତ ୧୪ ଜଣ ରାଜ୍ୟ ସଭାପତିଙ୍କୁ ନିଯୁକ୍ତ କରାଯାଇଛି ।
କୃତ୍ରିମ ବୁଦ୍ଧିମତା ବା ଏଆଇ ତାଲିମ ନେବେ ରାଜ୍ୟ ସରକାରୀ ଅଫିସର । ଏ.ଆଇ ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କର୍ମଶାଳା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ରାଜ୍ୟର ସରକାରୀ ଅଫିସରମାନଙ୍କୁ ଏଆଇର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ଥିଲା ପ୍ରଥମ କର୍ମଶାଳା। ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଅଫିସରଙ୍କୁ ଏଆଇରେ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ସଚିବ କହିଥିଲେ, ଆଜି ଯାହା କଷ୍ଟକର ମନେହେଉଛି, ଆସନ୍ତାକାଲି ତାହା AI ର ପ୍ରୟୋଗ ମାଧ୍ୟମରେ ସହଜସାଧ୍ୟ ବୋଲି ପ୍ରମାଣିତ ହେବ । ଏହା ସହିତ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘଟୁଥିବା ଦ୍ରୁତ ନବସୃଜନ ଯୋଗୁଁ ଏଆଇ ସମ୍ପର୍କରେ ସରକାରୀ ଅଧିକାରୀମାନେ ଜାଣିବା ଓ ବୁଝିବା ଜରୁରୀ ହୋଇପଡ଼ିଛି ବୋଲି ମୁଖ୍ୟ ସଚିବ କହିଥିଲେ । ଖୁବଶୀଘ୍ର ରାଜ୍ୟର ସ୍ବତନ୍ତ୍ର ଏ.ଆଇ.…
ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ।ସର୍ବନିମ୍ନ ଦରମା ୩୦ ହଜାରରୁ ବଢ଼ି ୪୫ ହଜାର କରାଗଲା । ପୋଲିସବାବୁଙ୍କ ପାରିଶ୍ରମିକ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି । ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀ ମାନେ ନିଯୁକ୍ତ ହୋଇଥାନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୋଲିସ କର୍ମଚାରୀ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଲାନ୍ସ ନାଏକ/ନାଏକ/ହାବିଲ୍ଦାର (GD) ମାନଙ୍କ ପାରିଶ୍ରମିକ ୩୨…
ରାଜ୍ୟରେ ଟ୍ରାଫିକ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ଟି ନୂତନ ପଦବି ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ-ଅପ୍ରେ ୧୯୩୦ଟି ପଦବି ସୃଷ୍ଟି ହୋଇଛି । ରାଜ୍ୟ ସ୍ତରୀୟ ସେଟ-ଅପ୍ରେ ନିମ୍ନଲିଖିତ ଭାବେ ପଦବି ସୃଷ୍ଟି କରାଯାଇଛି । ADGP/IGP ଗୋଟିଏ ପଦବି, DIG (ପୋଲିସ) ଗୋଟିଏ ପଦବି, SP ୨ ଟି ପଦବି, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଳ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବି ସୃଷ୍ଟି ହୋଇଛି ।…
ବିଜେଡି ସଭାପତି ପଦ ପାଇଁ ଶଙ୍ଖ ଭବନରେ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ନବମ ଥର ପାଇଁ ଏକ ମାତ୍ର ପ୍ରର୍ଥୀ ଭାବେ ନାମାଙ୍କନ ଭରିଲେ ନବୀନ । ୧୯ ତାରିଖରେ ବିଜେଡି ଘୋଷଣା କରିବ ସଭାପତିଙ୍କ ନାମ । ବିଜେଡି ସଭାପତି ପଦ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ।ବିଜେଡି ସଭାପତି ରେସରେ ଆଉ କେହିନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନିଶ୍ଚିତ ହୋଇଯାଇଛି। ଆସନ୍ତା ଦୁଇ ଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ।
ଭୁବନେଶ୍ବରରେ ପହଞ୍ଚିଲେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଆଜିର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଡ଼କରୀ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳାରେ ସାମିଲ ହେବେ । ‘ଭିତ୍ତିଭୂମି ବିକାଶ ଏବଂ ଓଡ଼ିଶା’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ମହତାବଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ହେଉଛି । ଓଡ଼ିଶା ଏବେ ରାସ୍ତା ସଂଯୋଗୀକରଣରେ ସାରା ଦେଶରେ ୮ ନମ୍ୱର ସ୍ଥାନରେ ରହିଥିବା ବେଳେ ଖୁବ୍ ଶୀଘ୍ର ଯେପରି ପ୍ରଥମ ସ୍ଥାନ ହାସଲ କରିପାରିବ, ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି । ସାଢ଼େ ୪ଟା ବେଳକୁ ବରମୁଣ୍ଡା ପଡ଼ିଆରୁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ…
ହେମୋଫିଲିଆ ହେଉଛି ଏକ ରକ୍ତଜନିତ ରୋଗ। ଏହି ରୋଗ ହେଲେ ରକ୍ତ ସହଜରେ ଜମାଟ ବାନ୍ଧିନଥାଏ। କାରଣ ହେମୋଫିଲିଆରେ ଜଣେ ଆକ୍ରାନ୍ତ ହେଲେ ରକ୍ତ ଜମାଟ ବାନ୍ଧିବା ପାଇଁ ଆବଶ୍ୟକ ହେଉ ଥିବା ପ୍ରୋଟିନ୍ କ୍ଷରଣ ବାଧାପ୍ରାପ୍ତ ହୋଇଥାଏ। ଏବେ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କର୍କଟ ରୋଗ ଏକ ପୂର୍ବ ନିର୍ଦ୍ଧାରିତ ଭାଗ୍ୟ ଫଳ କିମ୍ୱା ପ୍ରାରବ୍ଧ କର୍ମ ଫଳ ଭଳି ଜନଧାରଣା ଏହି ରୋଗକୁ ନେଇ ଉପୁଜି ଥିବା ସାମାଜିକ କଳଙ୍କକୁ ଆହୁରି ବଢ଼଼ାଇଦେଉଛି ବୋଲି ଅନେକ ସାମାଜିକ ଗବେଷକ ଉଦବେଗ ପ୍ରକାଶ କରିଛନ୍ତି। ଏପରିକି ଚିକିତ୍ସା ବିଜ୍ଞାନର ଉନ୍ନତି ସତ୍ତ୍ବେ ଅନେକ ଲୋକ କର୍କଟ ରୋଗକୁ ମୃତ୍ୟୁଦଣ୍ଡ ଭାବରେ ଗ୍ରହଣ କରନ୍ତି। ଉଦାହରଣ ସ୍ୱରୂପ, ସିଂହଭାଗ ଲୋକ ବିଶ୍ୱାସ କରନ୍ତି ଯେ ସମସ୍ତ କର୍କଟ ରୋଗ ଏକପ୍ରକାର ସମାନ ପଦ୍ଧତିରେ ଚିକିତ୍ସା କରାଯାଇପାରିବ, ଯାହା ସମ୍ପୂର୍ଣ୍ଣ ଭୁଲ। ହେମୋଫିଲିଆ ପରି ରୋଗରୁ ଉପଶମ ପାଇବା…









