ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ । ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ବରଖେରା ନିକଟରେ IED ବ୍ଲାଷ୍ଟ ହୋଇଛି । ସିଆରପିଏଫ ୧୭୪ ବାଟାଲିୟନର ଯବାନ କୁମ୍ବି ଅପରେସନ ସାରି ଫେରୁଥିବା ବେଳେ ଜଣେ ଯବାନ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ଏହି ବିସ୍ଫୋରଣଟି ଏକ ବ୍ରିଜ୍ ନିକଟରେ ହୋଇଥିବା ସୂଚନା ମିଳିଛି ।ଏଥିରେ ଯବାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଖବର ମିଳିବା ପରେ ପୋଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ଅନ୍ୟପଟେ ଆଜି ମାଲକାନଗିରିରେ ଟପ୍ ମାଓ ନେତା ହିଡମାର ବଙ୍କର ଠାବ କରାଯାଇଛି । ଛତିଶଗଡ଼ ବିଜାପୁର-ସୁକୁମା ଘଞ୍ଚ ଜଙ୍ଗଲରୁ ସେମାନଙ୍କୁ ଠାବ କରାଯାଇଛି । ଆତ୍ମଗୋପନ ପାଇଁ ଏହାକୁ ବ୍ୟବହାର କରୁଥିବା ସୂଚନା ମିଳିଛି । ନକ୍ସଲଙ୍କ ବିରୋଧରେ ଯବାନଙ୍କ ମିଳିତ କୁମ୍ବିଂ ଅପରେସନକୁ ରୋକିବା ପାଇଁ ନକ୍ସଲ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ…
Author: sanitelevision
ମାଲେସିଆ ଗସ୍ତରେ ଯିବେ କୃଷକ ଏବଂ କୃଷି ଅଧିକାରୀ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ଜଣ ଅଫିସରଙ୍କୁ ମନୋନୀତ କରାଯାଇଛି ।ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଜାଣିବା ପାଇଁ ମଧ୍ୟ ସେଠାରେ ସୁଯୋଗ ମିଳିବ। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉଦ୍ଘାଟନ କରିଛନ୍ତି । ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି। ମାଲେସିଆ ଗସ୍ତର ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଏବଂ ଅଫିସରଙ୍କୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାଲେସିଆରୁ ଓଡ଼ିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ନଦେଲେ ପଦନ୍ନୋତି ସମୟରେ ବିଚାର କରାଯିବ ବୋଲି ଚେତାଇ…
ରାଜ୍ୟରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବା ସମ୍ଭାବନା ଅଛି। ୨୨ ଏପ୍ରିଲ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ଏବଂ ବର୍ଷା ଜାରି ରହିବା ସମ୍ଭାବନା ଅଛି। ଅନେକ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯିବ।। ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ଏନେଇ ଏହି ସମସ୍ତ ଜିଲ୍ଲାକୁ ଓ୍ବେଲ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପବନ ବେଗ ୫୦-୬୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିବ। ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ସମ୍ଭାବନା ରହିଛି।ସୁନ୍ଦରଗଡ଼,ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡା, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ରାୟଗଡା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କଟକ, ଅନୁଗୁଳ ଏବଂ କୋରାପୁଟ ଜିଲ୍ଲାର ବିଜୁଳି ଘଡଘଡି ସହ ବର୍ଷା ପବନ ୪୦ ରୁ ୫୦ କିମି…
ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା । ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିଶନର ଇସ୍ୟୁ କରିବେ କାର୍ଡ । 22 ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକ, ସାଂସଦମାନେ ନିଜ ନିଜ ଅଞ୍ଚଳରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବେ । ଯାଂଚ ପରେ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇପାରିବ । ଏ ନେଇ ଖାଦ୍ୟ ଯୋଗାଭ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା ରହିଛି ।ଇକେଓ୍ୱାଇସି କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି । ତେବେ ଏହାରି ଭିତରେ ନୂଆ ରାସନ କାର୍ଡ ବଣ୍ଟନ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଏନେଇ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ…
ଖ୍ରୀଷ୍ଟିଆନ ଧର୍ମରେ ଗୁଡ୍ ଫ୍ରାଇଡେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ଏବଂ ମୃତ୍ୟୁକୁ ମନେ ପକାଇବା ପାଇଁ ଏହି ଦିନଟି ପାଳନ କରାଯାଏ। ଏହି ଦିନଟି ଶୋକ ଏବଂ ଅନୁତାପର ଦିନ। ନିଜ ଶରୀରର ବିଭିନ୍ନ ସ୍ଥାନରେ କଣ୍ଟାର ଯନ୍ତ୍ରଣା ନେବା ପରେ କ୍ରୁଶବିଦ୍ଧ ହୋଇଥିଲେ ଯୀଶୁ । ତାଙ୍କୁ ଯନ୍ତ୍ରଣା ଦେଇଥିବା ସମସ୍ତ ପାପୀମାନଙ୍କୁ ସେ କ୍ଷମା କରିଦେଇଥିଲେ । ବାଇବେଲ୍ ଅନୁଯାୟୀ ଗୁଡ୍ ଫ୍ରାଇଡ଼େ ଅର୍ଥାତ୍ ପବିତ୍ର ଶୁକ୍ରବାର । ଯେହେତୁ ଈଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କର ପୁତ୍ର ଏପରି ଯନ୍ତ୍ରଣାକୁ ନିଜର ଶରୀରରେ ସହ୍ୟ କରିନେଇଥିଲେ ତେଣୁ ସେହି କାର୍ଯ୍ୟ ଥିଲା ପବିତ୍ର ।ଏହା ବ୍ୟତୀତ ଈଶ୍ୱରଙ୍କ ଶୁକ୍ରବାର ବୋଲି ମଧ୍ୟ କେହି କେହି ଏହି ପବିତ୍ର ଦିନଟିକୁ ଅଭିହିତ କରିଥାଆନ୍ତି ।ଏହି ବର୍ଷ ଗୁଡ୍ ଫ୍ରାଇଡେ ୧୮ ଏପ୍ରିଲ୍ ୨୦୨୫ ରେ ହେଉଛି। ଗୁଡ୍ ଫ୍ରାଇଡେ ଦିନ ହିଁ ଯୀଶୁ ମାନବଜାତିର ପାପର…
ସୌର ମଣ୍ଡଳର ବାହାରେ ଜୀବନସତ୍ତା । ପୃଥିବୀ ପରି ଆଉ ଏକ ନୀଳଗ୍ରହ । ଜୀବନ ସନ୍ଧାନ କଲେ ବୈଜ୍ଞାନିକ । ମିଳିଲା ଏଲିୟନ୍ ପ୍ଲାନେଟ୍ । କେଟୁ-୧୮ବି ନାମକ ଏକ ଗ୍ରହରେ ଜୀବନ ସହ ଜଡିତ ଗତିବିଧି ନେଇ ବଡ଼ ସଂକେତ ପାଇଛନ୍ତି କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଟପ୍ ବୈଜ୍ଞାନିକ । ଏହାକୁ ନେଇ ବୈଜ୍ଞାନିକ ୯୯ପ୍ରତିଶତରୁ ଅଧିକ ଆଶ୍ବସ୍ତ ରହିଥିବା ବେଳେ ଗବେଷଣା ଜାରି ରଖିଛନ୍ତି । ୧୨୦ ପ୍ରକାଶ ବର୍ଷ ଦୂରରେ ରହିଥିବା ଏହି ଗ୍ରହ ଆକାରରେ ପୃଥିବୀଠାରୁ ଆଠଗୁଣା ବଡ । ଏହାର ବ୍ୟାସ ପୃଥିବୀର ବ୍ୟାସଠାରୁ ଅଢେଇ ଗୁଣା ବଡ଼ ବୋଲି ଜଣାପଡିଛି।ଏହି ଏଲିୟନର ସୌର ମଣ୍ଡଳରେ ଏପରି କିଛି ଗ୍ୟାସ୍ ଚିହ୍ନଟ ହୋଇଛି, ଯାହା ଦ୍ବାରା କେବଳ ନୀଳଗ୍ରହ ଜୀବନ ପ୍ରକ୍ରିୟା ସମ୍ଭବ ହୋଇପାରୁଛି । ତେଣୁ ପୃଥିବୀ ପରି ସେଠାରେ ମଧ୍ୟ ଜୀବନ ସମ୍ଭବ ବୋଲି ଅନୁମାନ କରୁଛନ୍ତି ବୈଜ୍ଞାନିକ । K2-18…
କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ଔଷଧଗୁଡ଼ିକର ଅନୁମୋଦନ ପୁର୍ବରୁ ସମୀକ୍ଷା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରୟ ଓ ବିତରଣ ବନ୍ଦ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭେଷଜ ନିୟନ୍ତ୍ରକଙ୍କୁ କେନ୍ଦ୍ର ସରକରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ଔଷଧଗୁଡିକ ମଧ୍ୟରେ ରହିଛି ପେନ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି ଡିପ୍ରେସନ୍, ନ୍ୟୁଟ୍ରିସନ୍ ସପ୍ଲିମେଣ୍ଟ ଓ ମଧୁମେହ ପ୍ରତିରୋଧୀ ଔଷଧ ।ଏହି ବ୍ୟାନ୍ର ମୂଳ ଉଦ୍ଦେଶ୍ୟ ହେଉଛି ଅଣ ଅନୁମୋଦିତ ଔଷଧଗୁଡ଼ିକ ଯୋଗୁଁ ଜନସ୍ୱାସ୍ଥ୍ୟ ଉପରେ ହେଉଥିବା ବିପଦକୁ ରୋକିବା ।ଏସବୁ ଫିକ୍ସଡ୍ ଡୋଜ ମିଶ୍ରଣ ଔଷଧ(ଏଫଡିସି)ର ମାନକ ଠିକ ଅଛି କି ନାହିଁ ଅନୁମୋଦନ ଦେବା ପୂର୍ବରୁ ସମୀକ୍ଷା କରାଯିବା ଆବଶ୍ୟକ। ଏହାସହିତ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ୧୯୪୦ ନିୟମର କଡ଼ାକଡ଼ି ଅନୁପାଳନ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ…
ବାଲେଶ୍ୱର ଜିଲ୍ଲାର ମହାନ୍ତି ପଡ଼ା ଗାଁର ସ୍ଥାନୀୟ ଲୋକମାନେ ଗୁରୁବାର ଏକ ‘ରହସ୍ୟମୟ ଲୁହା ଖଣ୍ଡ’ ଯାହାର ଓଜନ ୩ କିଲୋଗ୍ରାମରୁ ଅଧିକ, ଆକାଶରୁ ଖସି ପଡ଼ିବା ପରେ ଭୟଭୀତ ଓ ଆତଙ୍କିତ ହୋଇପଡ଼ିଥିଲେ। ପ୍ରକୃତ କଥା ଥିଲା କିନ୍ତୁ ଭିନ୍ନ । କାଳ ବୈଶାଖୀ ବେଳେ ବ୍ଲାଷ୍ଟ ହୋଇଯାଇଥିଲା ଜେନେରେଟର । ଜେନେରେଟର ର କିଛି ଲୌହ ଖଣ୍ଡ ଆକାଶରେ ଉଡି ଏକ ଆଜବେଷ୍ଟସ ଘର ଉପରେ ପଡିଥିଲା । ଫଳରେ ସ୍ଥାନୀୟ ଲୋକେ ଆକାଶରୁ ଲୌହ ଖଣ୍ଡ ପଡ଼ିବା ଭ୍ରମରେ ଭୟଭୀତ ହୋଇଆଯାଇଥିଲେ । ତେବେ ଏହି ଲୁହା ଖଣ୍ଡ ରେମୁଣା ବ୍ଲକ ଅଧୀନରେ ଥିବା ଗାଁର କାର୍ତ୍ତିକ ଚନ୍ଦ୍ର ମହାନ୍ତିଙ୍କ ଘର ଉପରେ ଖସିଥିଲା ଏବଂ ଆଜବେଷ୍ଟସ୍ ଏକ ବଡ଼ ଫାଟ ସୃଷ୍ଟି କରିଥିଲା। ସୌଭାଗ୍ୟବଶତଃ ଏହା କାର୍ତ୍ତିକଙ୍କ ପରିବାରର କୌଣସି ସଦସ୍ୟଙ୍କ ଉପରେ ଖସି ନଥିଲା, ତେଣୁ କେହି ଆହତ ହୋଇନଥିଲେ, କିନ୍ତୁ ଏହା ଘରର…
ମାଫିଆଙ୍କୁ ଧରିବା ପାଇଁ ସରକାର କରିଛନ୍ତି ଟାର୍ଗେଟ । ଆଜି ସୁନ୍ଦରଗଡ ଆସୁଛନ୍ତି ଦୁଇ ମନ୍ତ୍ରୀ । ଖଣି ମନ୍ତ୍ରୀ ବିଭୁତି ଜେନା ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ । ସୁନ୍ଦରଗଡ ଗୋପାଳପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ରହିଥିବା ଚୋରା କୋଇଲା ଖଣିର କରିବେ ତଦନ୍ତ । ସୁନ୍ଦରଗଡ଼ରେ କିଭଳି କୋଇଲା ଲୁଟ୍ ହୋଇଛି, ତାହାର ସତ ପରଖିବେ । ବେଆଇନ ଭାବେ କେତେ ଖଣି ଖୋଳା ଯାଇଛି, କେତେ ପରିମାଣର କୋଇଲା ଚୋରି ହୋଇଛି, ତା’ର ଅନୁଧ୍ୟାନ କରିବା ସହ ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବେ । ସୁନ୍ଦରଗଡ଼ରେ ଖଣି ଚୋରି ବଢୁଥିବାବେଳେ ଗତ କିଛି ଦିନ ହେଲା ଖଣି, ରାଜସ୍ବ ଓ ପୋଲିସ ବିଭାଗର ମାରାଥନ ରେଡ କରୁଛନ୍ତି । ତେବେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହେମଗିରିକୁ ଆସି ସେଠାରୁ ଗୋପାଳପୁରର ତେଲେନଡ଼ିହି, ରତନସରା, ଓ ଭୋଗ୍ରାକଚ୍ଛା କୁ ଯାଇ…
ଚଳିତମାସ ଏପ୍ରିଲ 30 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପଡୁଛି । ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏହି ଉପଲକ୍ଷେ ଆଜି ଅପରାହ୍ନ 5ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହେବ ।ତେବେ ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିପାରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ। ନୀତିନିର୍ଘଣ୍ଟ ଅନୁଯାୟୀ କେତେଟାରୁ ସିଂହଦ୍ଵାର ଫିଟାଯାଇ ଅନ୍ୟାନ୍ୟ ନୀତି ବଢିବା ପରେ ଅକ୍ଷୟ ତୃତୀୟା ଦିନ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ବିମାନକୁ ଦିଅଁ ବିଜେ, ରଥ ଆଜ୍ଞାମାଳ ବିଜେ ଓ କେଉଁ ସମୟରେ ବିମାନ ଉଠିବ ତାହା ବୈଠକରେ ଚୂଡାନ୍ତ ହେବ…









