ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ-ମେନ) ୨୦୨୫-୨୬ ସେସନ-୨ର ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ www.jeemain.nta.ac.in ଓ୍ବେବସାଇଟକୁ ଯାଇ ନିଜ ପରୀକ୍ଷା ଫଳ ଯାଞ୍ଚ କରିପାରିବେ। ଏନଟିଏ ତରଫରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୩ଟି ଲିଙ୍କ ଜାରି କରାଯାଇଛି । ଏହାକୁ କ୍ଲିକ୍ କରି ଛାତ୍ରଛାତ୍ରୀ ସହଜରେ ପରୀକ୍ଷା ଫଳ ଦେଖିପାରିବେ । JEE(Main) 2025 Results for [Paper-1(B.E./B.Tech)]JEE(Main) 2025 Results for [Paper-1(B.E./B.Tech)]JEE(Main) 2025 Session-2 Answer Key Challenge ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ଵାରା ଆୟୋଜିତ ଏହି ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ରଖି ଶୀର୍ଷ ସ୍ଥାନରେ ରହିଛନ୍ତି। ଏହି ୨୪ ଜଣଙ୍କ ମଧ୍ୟରେ ଓଡ଼ିଶାର କୌଣସି ଛାତ୍ରଛାତ୍ରୀ ନାହାନ୍ତି। ତେବେ ଓଡ଼ିଶାର ନବନୀତ ପ୍ରିୟଦର୍ଶୀ ୯୯.୯୮ ପର୍ସେଣ୍ଟାଇଲ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି। ତେବେ ଜେଇଇ ମେନ ପରୀକ୍ଷା ଏପ୍ରିଲ ୨ରୁ ୮ ମଧ୍ୟରେ ଆୟୋଜିତ ହୋଇଥିଲା । ବିଟେକ ଏବଂ ବିଇ ପେପର ୧ରେ…
Author: sanitelevision
ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ଶୈବ ପୀଠରେ ଫୁଟିଲା ଗୁଳି । ମହାବିନାୟକ ପୀଠକୁ ଏକ ବରଯାତ୍ରୀ ଆସୁଥିବା ବେଳେ ଫୁଟିଛି ଗୁଳି । ଯେଉଁଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ବାଜାବାଟୀ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ତେବେ ସେଠାରେ ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲାପରିଷଦଙ୍କ ସହ ବିଜେଡିର କିଛି ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଫୁଟିଥିଲା ଗୁଳି । ତେବେ ଏହି ମାରପିଟ୍ରେ କିଛି ଲୋକେ ଗୁରୁତର ହୋଇଛନ୍ତି । ଏନେଇ ଖବର ପାଇବା ପରେ ବଡ଼ଚଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ଏକ ଖୋକା ମଧ୍ୟ ଜବତ କରି ତଦନ୍ତ ଚଳାଇଛି ପୋଲିସ।
ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ । ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ଏଥିରେ ଜିପିଏସ୍ରୁ ସିଧାସଳଖ କଟିବ ଟୋଲ୍ ଟିକସ।ଏ ସମ୍ପର୍କରେ ସରକାରଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ କିମ୍ବା NHAI ଦ୍ୱାରା ଏପରି କୌଣସି ନିଷ୍ପତ୍ତି ନିଆଯାଇନାହିଁ।ରିପୋର୍ଟ ଅନୁସାରେ, ଗଡକରୀ ସୋମବାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଗାମୀ ୧୫ଦିନ ମଧ୍ୟରେ ଏକ ନୂତନ ଟୋଲ୍ ନୀତି ଆଣିବେ। ଟୋଲ ପ୍ଲାଜା ମାଧ୍ୟମରେ ଯାନବାହାନଗୁଡ଼ିକର ଅସୁବିଧାମୁକ୍ତ ଏବଂ ସୁଗମ ଗତିବିଧିକୁ ସକ୍ଷମ କରିବା ଏବଂ ଯାତ୍ରା ସମୟ ହ୍ରାସ କରିବା ପାଇଁ କିଛି ଟୋଲ ପ୍ଲାଜାଗୁଡ଼ିକରେ ANPR-FASTag ଆଧାରିତ ପ୍ରତିବନ୍ଧକ-ମୁକ୍ତ ଟୋଲିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।ଟୋଲିଂ ପ୍ରଯୁକ୍ତିବିଦ୍ୟା ‘ଅଟୋମେଟିକ ନମ୍ବର ପ୍ଲେଟ ରେକଗ୍ନିସନ’ (ANPR) ପ୍ରଯୁକ୍ତିବିଦ୍ୟାକୁ ମିଶ୍ରଣ କରିଥାଏ। ଏହି କୌଶଳ ସାହାଯ୍ୟରେ, ଟୋଲ ପ୍ଲାଜାରେ ନ ଅଟକି ଟୋଲ…
ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀପ ଘୋଷ ୬୦ ବର୍ଷ ବୟସରେ ପାର୍ଟି ସହଯୋଗୀ ରିଙ୍କୁ ମଜୁମଦାର (୫୦)ଙ୍କୁ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ଉତ୍ସବରେ କେବଳ ନିକଟତମ ସମ୍ପର୍କୀୟ ଓ ପାରିବାରିକ ଲୋକେ ଉପସ୍ଥିତ ଥିଲେ। ୨୦୨୧ରେ ପ୍ରାତଃଭ୍ରମଣ ବେଳେ ଉଭୟେ ପରସ୍ପରକୁ ଭେଟିଥିଲେ। ପରେ ସମ୍ପର୍କରେ ଘନିଷ୍ଠତା ବଢ଼ିଥିଲା। ତେବେ ମା’ଙ୍କ କଥା ମାନି ବିବାହ କରିଥିବା ପୂର୍ବତନ ଏମ୍ପି ଦିଲୀପ କହିଛନ୍ତି। ଦିଲୀପ ପୂର୍ବରୁ ଅବିବାହିତ ଥିବାବେଳେ ରିଙ୍କୁଙ୍କ ଏହା ଦ୍ୱିତୀୟ ବିବାହ। ପ୍ରଥମ ବିବାହରୁ ତାଙ୍କର ଏକ ପୁଅ ଅଛନ୍ତି।ରିଙ୍କୁଙ୍କ ଘର କୋଲକାତା ନ୍ୟୁଟାଉନରେ। ସୂଚନା ଅନୁସାରେ ରିଙ୍କୁ କୋଲକାତା ଉତ୍ତର ଉପନଗରୀୟ ବିଜେପି ସଙ୍ଗଠନର ଜିଲ୍ଲା ମହିଳା ମୋର୍ଚ୍ଚା ସହ ସମ୍ପୃକ୍ତ। କୁହାଯାଉଛି ଦିଲ୍ଲୀପଙ୍କ ସହିତ କଥାବାର୍ତ୍ତା ତାଙ୍କୁ ବିଜେପିରେ ସାମିଲ ହେବାକୁ ଉତ୍ସାହିତ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ରିଙ୍କୁ ଜଣେ ଛାଡପତ୍ର…
ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା । ୨୨ ତାରିଖ ଯାଏ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ। ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲା ସହ ଗଞ୍ଜାମ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୬ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ଆଜି ଭୁବନେଶ୍ବର, ଢେଙ୍କାନାଳରେ କାଳବୈଶାଖୀ ଦେଖିବାକୁ ମିଳିଥିଲା। ରାଜଧାନୀରେ ବର୍ଷା ଯୋଗୁ କିଛି ସ୍ଥାନରେ ପାଣି ମଧ୍ୟ ଜମିରହିଥିଲା ।
ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ମେ’ ମାସରେ ସ୍ପେସ୍ ଷ୍ଟେଶନ ଯିବେ। କୌଣସି ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା। ଆକ୍ସିଅମ୍ ମିଶନ ମାଧ୍ୟମରେ ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଆସନ୍ତା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ । ଯାହା ଫଳରେ ୪୦ ବର୍ଷ ପରେ ଭାରତର ଏହି ସ୍ବପ୍ନ ପୂରଣ ହେବ ।ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା କରିବେ ।ମହାକାଶ ଯାତ୍ରାରେ ଭାରତ ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଥିବା କେନ୍ଦ୍ର ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ଗତ ୮ ମାସ ହେଲା ନାସା ଏବଂ ଘରୋଇ କମ୍ପାନୀ ଆକ୍ସିଅମ୍ ସ୍ପେସ୍ରେ ପ୍ରଶିକ୍ଷଣ ନେଉଥିଲେ। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ଏକ୍ସ କ୍ରିଉ ଡ୍ରାଗନ୍ କ୍ୟାପ୍ସୁଲ୍ରେ ବ୍ୟବସାୟିକ…
ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୭ଗୋଟି ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯାଇଛି ।ସେଥିରେ ୫ଗୋଟି ମାଈ ଘଡିଆଳ ସହିତ ୨ ଗୋଟି ପୁରୁଷ ଘଡିଆଳ କୁମ୍ଭୀର ରହିଥିବା ସୂଚନା ମିଳିଛି।୭ ଗୋଟି ଘଡିଆଳ କୁମ୍ଭୀର ମଧ୍ୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୫ ଗୋଟି ଏବଂ ଅନୁଗୁଳ ଜିଲ୍ଲା ଟିକରପଡାସ୍ଥିତ ଘଡିଆଳ ସଂରକ୍ଷଣ ପ୍ରକଳ୍ପରୁ ଦୁଇଗୋଟି ଘଡିଆଳ କୁମ୍ଭୀରକୁ ପ୍ରାଣୀ ଉଦ୍ୟାନରୁ ଅଣାଯାଇ ସେମାନଙ୍କୁ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ପ୍ରାକୃତିକ ପରିବେଶରେ ଛଡାଯାଇଛି।ପ୍ରାକୃତିକ ପରିବେଶରେ ସେମାନେ କିପରି ଚଳପ୍ରଚଳ କରୁଛନ୍ତି ସେ ଦିଗରେ ଅନୁଧ୍ୟାନ ପାଇଁ ସମସ୍ତ ଘଡିଆଳ ଲାଞ୍ଜରେ ଟ୍ରାନ୍ସମିଟର ଖଞ୍ଜା ଯାଇଛି।
ଓଡ଼ିଶା କ୍ୟାଡ଼ରର ୩ ଜଣ ଆଇଏଏସ୍ଙ୍କୁ ନୂଆ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ଆଇଏଏସ୍ ନିକୁଞ୍ଜ ଧଳ । କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି । ୧୯୯୩ ବ୍ୟାଚ୍ର ଆଇଏଏସ୍ ହେଉଛନ୍ତି ନିକୁଞ୍ଜ ଧଳ । ଜୁଲାଇ ୧ରୁ ଦାୟିତ୍ବ ଗ୍ରହଣ କରିବେ । ପୂର୍ବରୁ ସେ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିଲେ ।ନିକୁଞ୍ଜଙ୍କ ପରେ କିଏ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ବ ତୁଲାଇବେ ତାକୁ ନେଇ ଚର୍ଚ୍ଚା |କାରଣ ନିକୁଞ୍ଜ ବିହାରୀ ଧଳ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ। ଆଉ ଏବେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ତେଣୁ ସେ ଏବେ ଦିଲ୍ଲୀରେ ରହିବେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ କିଏ ହେବେ ତା ଉପରେ ସମସ୍ତଙ୍କ ନଜର।ସେପଟେ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ…
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ମରାମତି ଏବଂ ସଂରକ୍ଷଣ ଏକ ମାସ ମଧ୍ୟରେ ସମାପ୍ତ ହେବ। ଏନେଇ ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଶୁକ୍ରବାର ସୂଚନା ଦେଇଛନ୍ତି।ଅର୍ଥାତ ଆଗାମୀ ଅକ୍ଷୟ ତୃତୀୟା (ଅପ୍ରେଲ ୩୦) ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମରାମତି କାର୍ଯ୍ୟ ସମାପ୍ତ ହେଲା ପରେ ମହାପ୍ରଭୁଙ୍କର ସୁନା ଏବଂ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ତେବେ ଆହୁରି ୭୫ ଏବଂ ୧୦୦ ବର୍ଷ ପାଇଁ ଭଣ୍ଡାରର ଗଠନକୁ ସୁରକ୍ଷିତ ରଖିପାରିବ। ଭିତର ଭଣ୍ଡାରର ମରାମତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଭିତର ଏବଂ ବାହାର ଭଣ୍ଡାରକୁ ସଂଯୋଗ କରୁଥିବା ପାଞ୍ଚଟି ଜୀର୍ଣ୍ଣ ବିମ୍ କୁ ଦୃଢ଼ ଷ୍ଟିଲ ବିମ୍ ସହିତ ବଦଳାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।ସେ ଆହୁରି କହିଛନ୍ତି ଯେ ବାହାର ଭଣ୍ଡାରର କାମ ଆରମ୍ଭ ହୋଇଛି। “ଆସନ୍ତା ରଥଯାତ୍ରା ପାଇଁ ରୀତିନୀତି ଯୋଗୁଁ କାମ…
ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାରେ ଫ୍ଲାସ୍-ଚାର୍ଜିଂ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି|ଏହି ପଦକ୍ଷପ ଦ୍ୱାରା ଭୁବନେଶ୍ୱର ଓ କଟକର ଯୁଗ୍ମ ନଗରୀକୁ ତୀର୍ଥନଗରୀ ପୁରୀ ସହ ସିଧାସଳଖ ଇଲେକ୍ଟ୍ରିକ ବସ୍ ସେବା ସହଜ ହେବ।ଏହି ଅତ୍ୟାଧୁନିକ ବସ୍ଗୁଡ଼ିକ ଫ୍ଲାସ୍-ଚାର୍ଜିଂ ପ୍ରଯୁକ୍ତିବିଦ୍ୟାରେ ପରିପୂର୍ଣ୍ଣ, ଯାହା ବସ୍ ଷ୍ଟପ୍ରେ ଲାଗିଥିବା ୬୦୦ କିଲୋୱାଟର ଓଭରହେଡ୍ ଚାର୍ଜର ମାଧ୍ୟମରେ ୩୦ ସେକେଣ୍ଡରୁ କମ୍ ସମୟରେ ପୂର୍ଣ୍ଣ ଚାର୍ଜ ହେବାର କ୍ଷମତା ରଖିଛି। ଏହି ବ୍ୟବସ୍ଥା ବସ୍ ପହଞ୍ଚିବା ମାତ୍ରେ ସ୍ୱୟଂଚାଳିତ ଭାବେ ଚାର୍ଜିଂ ଆରମ୍ଭ କରିବା ପାଇଁ ଡିଜାଇନ୍ କରାଯାଇଛି। ଯାହା ଅଳ୍ପ ସମୟ ଅପେକ୍ଷା ସୁନିଶ୍ଚିତ କରେ।ଏହି ବସ୍ଗୁଡ଼ିକ ପାଇଁ ପାଇଲଟ ପ୍ରକଳ୍ପ ମହାରାଷ୍ଟ୍ରର ନାଗପୁରରେ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ବସ୍ ୧୮ ମିଟର ଲମ୍ବା ଏବଂ ଏହାରେ ଏକ୍ସିକ୍ୟୁଟିଭ୍-ଶ୍ରେଣୀର…









