Author: sanitelevision

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟଣା ଘଟିଛି । ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଘଟଣା ଜଣାପଡିବା ପରେ ଆଜି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି। ଆଉ ଯାହା ଦ୍ୱାରା ନାବାଳିକା ଷଷ୍ଠ ଶ୍ରେଣୀ ଛାତ୍ରୀ ଜଣକ ଗର୍ଭବତୀ ହୋଇଛନ୍ତି ସେ ପିଲାବି ନାବାଳକ। ଆଉ ସେହି ନାବାଳକ ଅଭିଯୁକ୍ତକୁ ଧରିଛି CWC। ଅଭିଯୁକ୍ତ ଜଣକ ନାବାଳକ ବୋଲି ସୂଚନା ମିଳିଛି। ନାବାଳକକୁ ଧରି ପଚରାଉଚରା କରାଯାଉଛି।ସୂଚନା ଅନୁସାରେ ରାୟଗଡା ସଦର ବ୍ଲକ ଜୁଡି ଗ୍ରାମର ଜଣେ ୧୭ ବର୍ଷର ନାବାଳକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ଉକ୍ତ ନାବାଳିକା ସହ ନାବାଳକର ପ୍ରେମ ସଂପର୍କ ରହିବା ପରେ ଶରିରୀକ ସଂପର୍କ ଗଢି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ…

Read More

ଟ୍ୱିନସିଟିରେ ହେବ ନୂଆ ଆଇଟି ପାର୍କ। ଏ ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ।ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ହେବ ବିଲ୍ଟ ଅପ୍‌ ଏରିଆ।ସେ ଆହରି କହିଛନ୍ତି ଯେ, ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା। ରାଜ୍ୟର ୫ ବଡ଼ ସହର ସମେତ ୧୧ ସହରରେ ତିଆରି ହେବ ରିଙ୍ଗ ରୋଡ।ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡର। ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସିଥିବା ବେଳେ ଶନିବାର କେନ୍ଦୁଝର ଗ୍ରସ୍ତରେ ଯାଇ ଘଟଗାଁ ମା’ତାରିଣୀଙ୍କ ଦର୍ଶନ କରିଛନ୍ତି।ଆସନ୍ତା ୨୦ ଅର୍ଥାତ କାଲି ପର୍ଯ୍ୟନ୍ତ ଓଡ଼ିଶାରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ।ପିଏମଓଙ୍କ ଟପ୍ ଅଫିସରଙ୍କ ଏକକାଳିନ ଓଡ଼ିଶା ଗସ୍ତକୁ ନେଇ ନାନା ଚର୍ଚ୍ଚା ବଢ଼ିଛି। ପିଏମଓଙ୍କ ଅନ୍ୟତମ ସଚିବ ପିକେ ମିଶ୍ର ମଧ୍ୟ ଓଡ଼ିଶାରେ ଅଛନ୍ତି। ଶ୍ରୀଯୁକ୍ତ ଦାସ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଥିଲେ। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମା’ତାରିଣୀଙ୍କ ଧାନ ମୂର୍ତ୍ତି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମା’ଙ୍କ ଦର୍ଶନ ନେଇ ବହୁ ଦିନରୁ ଅଭିଳାଷା ଥିଲା। ମା’ଙ୍କ ଦର୍ଶନ କରି ଆଶ୍ରିବାଦ ଲାଭ କଲେ ବୋଲି ଦର୍ଶନ ପରେ ଶକ୍ତିକାନ୍ତ ଦାସ କହିଥିଲେ।

Read More

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଚମାରଗାଁ ପଞ୍ଚାୟତର ତେଘରୀ ଗ୍ରାମରେ ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରେ ପରିବାର ଲୋକ ଉକ୍ତ ବ୍ୟକ୍ତିଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅଧିକ ଟଙ୍କା ରୋଜଗାର ଲକ୍ଷରେ ପ୍ରଥମେ ଅଳ୍ପକିଛି ଟଙ୍କା ଲଗାଉଛନ୍ତି। ଆଉ ଏହି ନିଶା ଧିରେ ଧିରେ ପେଶାରେ ପରିଣତ ହୋଇଯାଉଛି। ସବୁକିଛି ଭୁଲି ଅଧିକାଂଶ ଯୁବପିଢୀ ଅନଲାଇନ୍ ଗେମର ବଶବର୍ତ୍ତୀ ହୋଇଯାଉଛନ୍ତି। ଆଉ ଏହି ଅନଲାଇନ୍ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ମଧ୍ୟ ହରାଉଛନ୍ତି। ଯେପରି ଏହି ବ୍ୟକ୍ତି ଜଣକ।ଯୁବକ ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ ରାୟ(୪୪)। ତାଙ୍କ ପତ୍ନୀ ତାଙ୍କ ଠାରୁ ଦୂରେଇ ରହୁଥିବା ବେଳେ ତାଙ୍କର ସାତବର୍ଷର ଏକ ଝିଅ ମଧ୍ୟ ରହିଛି। ସର୍ବଜିତ ଜଣେ ସଫ୍ଟଓୟାର ଇଞ୍ଜିନିୟର ହୋଇଥିବା ବେଳେ ସେ…

Read More

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ଏପ୍ରିଲ୍‌ ୨୪ରେ ମିଳିବ ସୁଭଦ୍ରା ହିତାଧିକାରୀଙ୍କ ଟଙ୍କା । ପଞ୍ଚାୟତିରାଜ ଦିବସ ଅବସରରେ ପୁରୀ ଠାରେ ସୁଭଦ୍ରା ଟଙ୍କା ଦେବେ ରାଜ୍ୟ ସରକାର । ମୋଟ ୧ ଲକ୍ଷ ୭୦ ହଜାର ମହିଳା ଏକା ଥରକେ ଦୁଇଟି କିସ୍ତି ଟଙ୍କା ପାଇବେ । ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା । ପ୍ରଭାତୀଙ୍କ ଏହି ଘୋଷଣା ପରେ ଏବେ ପୁଣି ଥରେ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମାର୍ଚ୍ଚରେ ରାଜ୍ୟରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ହେଲେ ଅନେକଙ୍କ କୌଣସି କାରଣ ବଶତଃ ଆକାଉଣ୍ଟକୁ ଟଙ୍କା ଆସିନଥିଲା । କିନ୍ତୁ ସେମାନେ ଏବେ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ପୁଣି ଥରେ ଏହି ମାସରେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବାକୁ ଯାଉଛି ।

Read More

ବାପା-ମା’ଙ୍କୁ ଆଜୀବନ କାରାଦଣ୍ଡ । କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଆଡହକ ଫାଷ୍ଟଟ୍ରାକ୍ କୋର୍ଟ । ନାବାଳିକା ଗର୍ଭବତୀ ଝିଅକୁ ନିଜ ବାପା-ମା’ ପୋଡ଼ି ମାରିଦେଇଥିଲେ ।୨୦୧୬ରେ ବିଞ୍ଝାରପୁର ଥାନାରେ ଗର୍ଭବତୀ ନାବାଳିକାଙ୍କୁ ହତ୍ୟା ନେଇ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ନାବାଳିକାଙ୍କ ବାପା-ମା’ଙ୍କୁ ଗିରଫ କରିଥିଲା ପୋଲିସ । ନାବାଳିକା ଝିଅ ୩ ମାସର ଗର୍ଭବତୀ ଥିବା କାରଣରୁ ବାପାମା’ ତାଙ୍କୁ ମାରି ପୋଡ଼ି ନଦୀରେ ଭସାଇ ଦେଇଥିଲେ । ମାମଲାରେ ୩୦ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତ ବାପା ନକୁଳ ଜେନା ଓ ମା’ ସଞ୍ଜୁ ଜେନାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏ ନେଇ ସରକାରୀ ଓକିଲ ସୂଚନା ଦେଇଛନ୍ତି ।

Read More

କେନ୍ଦ୍ରାପଡ଼ା ରାଜନଗର ଥାନା ବାଲିସାହିପାଟଣା ଗାଁରେ ଘଟିଛି ଏକ ଘଟଣା । ଯୌତୁକ ପାଇଁ ୯ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ ।ମୃତ ମହିଳା ହେଉଛନ୍ତି ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ।ବାଲିସାହିପାଟଣା ଗାଁର ଦୀପକ ଦାସଙ୍କୁ ଗତବର୍ଷ ବିବାହ କରିଥିଲେ । ବର ଘର ଇଚ୍ଛା ମୁତାବକ ସମସ୍ତ ଜିନିଷ ଝିଅ ଘର ପକ୍ଷରୁ ଦିଆଯାଇଥିଲା । କିନ୍ତୁ ଶାଶୂଘର ଲୋକେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରିବା ସହ ଝିଅକୁ ନିର୍ଯାତନା ଦେଉଥିଲେ । ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ କରୁଛି ପୋଲିସ୍ । ସେପଟେ କଳ୍ପନାଙ୍କ ଶାଶୁ ଘର ଲୋକେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।ଝିଅ ୯ ମାସର ଗର୍ଭବତୀ ଥିବା ବେଳେ ଗତକାଲି ଝିଅକୁ ତାର ଶାଶୁଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି ।

Read More

ବିଜେଡିର ନବମ ଥର ସଭାପତି ହେଲେ ନବୀନ । ଘୋଷଣା କଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ । ଏକମାତ୍ର ପ୍ରାର୍ଥୀ ଭାବେ ଦାଖଲ କରିଥିଲେ ନାମାଙ୍କନ । ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ । ଖଣ୍ଡୁଆପାଟ ଦେଇ ନବୀନଙ୍କୁ ସ୍ବାଗତ କଲେ କର୍ମୀ । ତେବେ ଆଗକୁ ଦଳର ରଣନୀତି କ’ଣ ହେବ ଏବଂ ଦଳର କେଉଁ ସବୁ ସଙ୍ଗଠନର ଦାୟିତ୍ୱ କେଉଁମାନଙ୍କୁ ବଣ୍ଟାଯିବ ସେସବୁ ବିଷୟରେ ଆଲୋଚନା ହୋଇପାରେ । ରାଜ୍ୟ ସଭାପତି ସହ ଦଳ ପକ୍ଷରୁ ବାକି ଥିବା ସାଂଗଠନିକ ଜିଲାଗୁଡ଼ିକର ସଭାପତି ଘୋଷଣା କରାଯିବା ମଧ୍ୟ ସମ୍ଭାବନା ରହିଛି । ଏଥିସହ ୩୫୫ ଜଣଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଓ ୮୧ ଜଣଙ୍କୁ ନେଇ ରାଜ୍ୟ ପରିଷଦ ଘୋଷଣା ହେବ ବୋଲି ଜଣାପଡ଼ିଛି । ଏହାପରେ ରାଜ୍ୟ କମିଟି, ଯୁବ, ଛାତ୍ର, ମହିଳା ଆଦି ଛାମୁଆ ସଂଗଠନ କମିଟି ଗଠନ…

Read More

ଭାରତରେ ଡିଜିଟାଲ ପେମେଣ୍ଟର ମେରୁଦଣ୍ଡ ଭାବେ ୟୁପିଆଇ (UPI) ଉପରେ ସାମଗ୍ରୀ ଏବଂ ସେବା କର (GST) ଲାଗୁ ହେବ ବୋଲି ପ୍ରଥମେ କୁହାଯାଉଥିଲା । ହେଲେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଏପରି ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭ୍ରାମକ ଏବଂ ଭିତ୍ତିହୀନ ବୋଲି ମନ୍ତ୍ରଣାଳୟ କହିଛି ।୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ୧୮% GST ଲାଗୁ କରିବା ନେଇ ଚର୍ଚ୍ଚା ହେଉଥିଲା। ଏହି ଖବର ବ୍ୟକ୍ତିଗତ ବ୍ୟବହାରକାରୀ ଏବଂ ଛୋଟ ବ୍ୟବସାୟୀଙ୍କ ସମେତ ବିଭିନ୍ନ UPI ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ସୋସିଆଲ ମିଡିଆରେ ଚର୍ଚ୍ଚା ପରେ, କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(CBIT) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସ୍ପଷ୍ଟୀକରଣ ରଖିଥିଲା। କେନ୍ଦ୍ର ସରକାର ୨,୦୦୦ ରୁ ଅଧିକ UPI କାରବାର ଉପରେ GST ଲଗାଇବା ବିଷୟରେ ବିଚାର କରୁଛନ୍ତି ବୋଲି କରାଯାଉଥିବା ଦାବି…

Read More

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ସମସ୍ୟା ଯୋଗୁଁ ସେ ଗତ କିଛି ବର୍ଷ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ରତିକାନ୍ତ ମହାନ୍ତି ଦି ଏସିଆନ୍ ଏଜ୍, ଦିନଲିପି, ସ୍ୱରାଜ୍ୟ ଏବଂ ପରଜ୍ୟବ୍ୟକକ ଭଳି ଅନେକ ସମ୍ବାଦ ସଂସ୍ଥା ସହିତ କାମ କରିଥିଲେ । ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଏବଂ ରାଜନୀତିର ଖବର ପରିବେଷଣ କରିଥିଲେ । ସେ ଆହୁରି ମଧ୍ୟ ସମ୍ବାଦ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ସହିତ ମଧ୍ୟ ଜଡିତ ଥିଲେ । ସେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଚେତନାର ଏକ ନିଷ୍ଠାବାନ୍ କଣ୍ଠସ୍ୱର ଥିଲେ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସିପ୍ରା ମହାନ୍ତି ଏବଂ ଦୁଇ ଝିଅ ପୂଜା ଏବଂ ବନ୍ଦନା…

Read More