Author: sanitelevision

ଚଢ଼ିଲା ବୁଲଡୋଜର ଭାଙ୍ଗିଲା ଘର । ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଘରକୁ ବୁଲଡୋଜର ଭାଙ୍ଗିଛି । ଜବରଦଖଲ ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ନେଲା କଡ଼ା ପଦକ୍ଷେପ । ୭୦ ବର୍ଷିୟ ପୁରୁଣା ଘରକୁ ଭଙ୍ଗାଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଅଭିଯୋଗ ଅନୁସାରେ, ଯାଜପୁର ସଦର ବ୍ଲକ ସାନସୁଆର ଗାଁର କିଛି ମୁଷ୍ଠମେୟ ଲୋକ ଗାଁ ରାସ୍ତାକୁ ଅବରୋଧ କରି ସେଥିରେ ଘର ତିଆରି କରିଥିଲେ । ଏନେଇ ପ୍ରଫୁଲ୍ଲ କୁମାର ନାୟକ, ରତିକାନ୍ତ ନାୟକ, ତାରାକାନ୍ତ ଜେନା, ସଚିକାନ୍ତ ନାୟକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୩ ମସିହା ଜୁଲାଇ ୨୩ ତାରିଖରେ ମାନ୍ୟବର ହାଇକୋର୍ଟ ସାନସୁଆର ମୌଜା ପ୍ଲଟ ନମ୍ବର ୩୯୦, ଖାତା ନମ୍ବର ୩୫୪ର ମାପଚୁପ ନିର୍ଦ୍ଦେଶ ଦେବା ସହ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଥିଲା…

Read More

ମାଲକାନଗିରି ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣାର ପର୍ଦ୍ଦାଫାସ । ଛତିଶଗଡରୁ ଆସି ଓଡିଶାରେ ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା କରି ଚାଲି ଯାଇଥିଲା କଲେଜ ପଢୁଥିବା ଯୁବକ ।ଯୁବତୀ ଗର୍ଭବତୀ ହେବା ପରେ ଗର୍ଭପାତ ପାଇଁ କହିଥିଲେ ପ୍ରେମିକ। ହେଲେ ପ୍ରେମିକଙ୍କ କଥାରେ ରାଜି ହୋଇନଥିଲେ ପ୍ରେମିକା। ପ୍ରେମିକା ରାଜି ନହେବାରୁ ଛତିଶଗଡ଼ରୁ ଆଣି ମାଲକାନଗିରି ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ହତ୍ୟା କରିଥିଲା। ହତ୍ୟା କରିବା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ମୃତଦେହ ଫିଙ୍ଗିଥିଲା ଅଭିଯୁକ୍ତ ପ୍ରେମିକ। ହତ୍ୟାର ପ୍ରାୟ ୨୨ ଦିନ ପରେ ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଠାବ ହୋଇ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମାଲକାନଗିରି ଥାନା ପୁଲିସ । ଛତିଶଗଡ ସୁକୁମା ପୁଲିସର ମିସିଙ୍ଗ ରିପୋର୍ଟ ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥ୍ୟ ଆଧାରରେ ମାଲକାନଗିରି ପୁଲିସ ପ୍ରେମିକ ଉମେଶ ନାଗଙ୍କୁ ସୁକୁମା ପୋଣ୍ଡୁମ ଗାଁରୁ ଗିରଫ କରି କୋର୍ଟ…

Read More

ବୋକୋରୋ ଜିଲାରେ ବଡ଼ ଧରଣର ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ବୋକାରୋ ଜିଲାର ଲଲ୍‌ପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଏନକାଉଣ୍ଟରେ ୮ଜଣ ମାଓବାଦୀଙ୍କ ନିହତ ହୋଇଛନ୍ତି। ମାଓବାଦୀଙ୍କ ଠାରୁ ଏସଏଲଆର, ୨ଟି ଇନସାସ ରାଇଫଲ,ପିସ୍ତଲ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲୁଗୁ ପାହାଡ଼ ତଳେ ଥିବା ଚୋରଗାଁଓ ମୁଣ୍ଡଟୋଲି ନିକଟରେ ଗୁଳି ଫୁଟିବାର ଶବ୍ଦ ଶୁଣି ସେମାନେ ଭୋର ୪ଟାରେ ଉଠିଥିଲେ। ବାହାରକୁ ଯାଇ ଦେଖିବା ମାତ୍ରେ ଦେଖିଲେ ଯେ ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ବାହିନୀ ଉପସ୍ଥିତ ଅଛନ୍ତି। ପୋଲିସ ଆଖପାଖ ଅଞ୍ଚଳରେ ତଦନ୍ତ ଅଭିଯାନ ଆରମ୍ଭ କରିଛି।

Read More

ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ।ଶୁକ୍ରବାର ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ଚିତା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି କେନିୟାରୁ ମଧ୍ୟ ଚିତା ଆଣିବାକୁ ସରକାର ଯୋଜନା କରୁଥିବା ଜଣାପଡିଛି। ଚିତା ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୧୧୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଏଥିମଧ୍ୟରୁ ମଧ୍ୟପ୍ରଦେଶରେ ଚିତା ପୁନଃ ଥଇଥାନ ବାବଦରେ ୬୭ ପ୍ରତିଶତ ଖର୍ଚ୍ଚ ହୋଇଥିବା କୁହାଯାଇଛିି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୨୬ଟି ଚିତାବାଘ ଅଛି, ଯେଉଁଥିରୁ ୧୬ଟି ଖୋଲା ଜଙ୍ଗଲରେ ଏବଂ ୧୦ଟି…

Read More

ଆଜି ସମ୍ବଲପୁରରେ ମହାନଗର ନିଗମ କାର୍ଯ୍ୟାଳୟରେ ଚାଲିଛି ଅଭିଯୋଗ ଶୁଣାଣି । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଜାରେ ଲୋକ ପଞ୍ଜିକରଣ କରିଛନ୍ତି । ସକାଳ ୮ଟାରୁ ଗୋଟିଏ ୩୦ ମିନିଟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଚାଲିବ । ଅଭିଯୋଗ ନେଇ ଆସିଛନ୍ତି ୧୦ ଜିଲ୍ଲାର ଲୋକ । ମୁଖ୍ଯମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଅଛନ୍ତି । ୧୦ ମନ୍ତ୍ରୀଙ୍କ ସହ ୧୩ ଜଣ ବିଭାଗୀୟ ସଚିବ ଉପସ୍ଥିତ ଅଛନ୍ତି। ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସୁରେଶ ପୂଜାରୀ, ମୁକେଶ ମହାଲିଙ୍ଗ, ରବି ନାଏକ ଭଳି ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଉପସ୍ଥିତ ଅଛନ୍ତି ୧୩ ବରିଷ୍ଠ ଜଣ ଆଇଏଏସ୍ ।

Read More

ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।ପରମ୍ପରା ଅନୁଯାୟୀ, ପାଟରା ବିଶୋଇମାନେ ପ୍ରସ୍ତୁତ କରିଥିବା ପଇତାକୁ ରବିବାର ଦେଉଳକରଣଙ୍କୁ ହସ୍ତାନ୍ତର କରିଛନ୍ତି। ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ପରେ ପଇତାଲାଗି ନୀତି ହେବ। ପାଟଡୋରିରେ ନିର୍ମିତ ଜାଲିଯୁକ୍ତ ବସ୍ତ୍ରକୁ ମହାପ୍ରଭୁଙ୍କୁ ଲାଗି କରାଯିବ, ଯାହାକୁ ପଇତାଲାଗି ବୋଲି କୁହାଯାଏ। ବର୍ଷକରେ ଦୁଇଥର ଅର୍ଥାତ୍‌ ଚନ୍ଦନଯାତ୍ରା ଓ ଘୋଡ଼ଲାଗି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରିଥାନ୍ତି।

Read More

ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ଗୁଳୁଗୁଳି ଜାରି ରହିବ । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୩.୫ ଡିଗ୍ରୀ ସେଲ୍‌ସିୟସ୍‌ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଛି। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିବ । ଏପରିକି ଦିନର ସର୍ବୋଚ୍ଚ ତାପମାତ୍ରାରେ ମଧ୍ୟ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ଆଜି କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,…

Read More

ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦା ପ୍ରଭାକର ସାହୁଙ୍କୁ ପୋଲିସ ଅଟକ ରଖିଛି। ନିଖୋଜ ହେବାର ୭ ଦିନ ପରେ ନାବାଳକର ମୃତ ଦେହ ମିଳିବାପରେ ରାଗିଛନ୍ତି ଗ୍ରାମବାସୀ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ଆଶୀର୍ବାଦର ମୃତଦେହ । ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଉ ଏପଟେ ଗ୍ରାମବାସୀ ରାଗିଯାଇ ବାପି ସାହୁର ଘର ଭାଙ୍ଗିଛନ୍ତି । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି ।

Read More

ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡରେ ବିନା ପଞ୍ଜିକରଣରେ ବେଆଇନ ଭାବେ ଚାଲିଥିବା ବଳଦେବଜୀୟୁ ସେବା ଆଶ୍ରମରୁ ପିଲାଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏସଡିପିଓ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସର ଚଢ଼ାଉ |ବିଞ୍ଝାରପୁରର ଅଳକୁଣ୍ଡସ୍ଥିତ ସେବାଶ୍ରମର ୨୦୨୩ରୁ ସରିଛି ପଞ୍ଜିକରଣ । ୨୦୨୩ ମସିହାରୁ ଏହି ସେବାଶ୍ରମର ପଞ୍ଜିକରଣ ଅବଧି ସରିଥିବା ବେଳେ ବେଆଇନ ଭାବେ ପୁଅଝିଅଙ୍କୁ ରଖିଥିବାର ଅଭିଯୋଗ ହୋଇଥିଲା । ବାରମ୍ବାର ଏନେଇ ଜିଲ୍ଲା ପ୍ରଶାସନ ଚିଠି କରୁଥିଲେ ମଧ୍ୟ କୋର୍ଟ ଆଳରେ ଏହାକୁ ବେଖାତିର କରି ଅନ୍ତେବାସୀମାନଙ୍କୁ ହାଜର କରାଯାଉନଥିଲା। ଏପରିକି ପୂର୍ବରୁ ଯାଞ୍ଚ ପାଇଁ ଆସିଥିବା ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ ମଧ୍ୟ ହୋଇଥିଲା । ଆଶ୍ରମର ଦାୟିତ୍ୱରେ ଥିବା ବ୍ୟକ୍ତି ଅନ୍ୟ ଶିଶୁମାନଙ୍କୁ ଲୁଚାଇ ରଖିଥିବା ଜଣାପଡ଼ିଛି। ଆଗାମୀ ଦିନରେ ପୋଲିସ ସହାୟତାରେ ଅବଶିଷ୍ଟ ଶିଶୁମାନଙ୍କୁ…

Read More

ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର। ମାନେଶ୍ବର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜମିର କିସମ ପରିବର୍ତ୍ତନ ପାଇଁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ । ଚାଷ ଜମିକୁ ଘରବାଡି କିସମରେ ପରିବର୍ତ୍ତନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଜମି ମାଲିକ ୬ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡି ବସିଛି । ତାଙ୍କ ନିକଟରୁ ସମସ୍ତ ଟଙ୍କା ଉଦ୍ଧାର କରାଯାଇଛି ଏବଂ ପ୍ରମାଣ ଭାବରେ ତାହା ଜବତ କରାଯାଇଛି । ଅନୁପାତିକ ସମ୍ପତ୍ତି ତଦନ୍ତର ଅଂଶ ସ୍ୱରୂପ, ଅଭିଯୁକ୍ତଙ୍କ ସହିତ ଜଡିତ ତିନୋଟି ଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି ।

Read More