Author: sanitelevision

ନବଦାସ ହତ୍ୟାକାଣ୍ଡ ମାମଲା। ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୋପାଳ ଦାସର ଯାଞ୍ଚ ହେବ ସମସ୍ତ କଲ୍ ରେକର୍ଡ। ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କାହାକାହା ସହ ଯୋଗାଯୋଗରେ ଥିଲା ଗୋପାଳ। ଖୋଜୁଛି କ୍ରାଇମ୍‌ବ୍ରାଂଚ । ନବଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୋପଳ ସହ ଅନ୍ୟ କିଏ ଜଡ଼ିତ ତାର ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ। ଆବଶ୍ୟକ ପଡ଼ିଲେ ଅନ୍ୟ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରାଯିବ।

Read More

ବିସିସିଆଇ ୨୦୨୪-୨୫ ପାଇଁ ବାର୍ଷିକ ଚୁକ୍ତି ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ଖେଳାଳିଙ୍କ ନାମ ରହିଛି । ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ ନାମ ରହିଛି । ତେବେ ଗତବର୍ଷ ବିଦା ହୋଇଥିବା ଶ୍ରେୟସ ଆୟର ଏବଂ ଈଶାନ କିଶନ ପୁଣି ବାର୍ଷିକ ଚୁକ୍ତିକୁ ଫେରିଛନ୍ତି ଶ୍ରେୟସ । ଶ୍ରେୟସ ଗ୍ରେଡ ବିରେ ସାମିଲ ହୋଇଥିବା ବେଳେ ଗ୍ରେଡ ସିରେ ସାମିଲ ହୋଇଛନ୍ତି ଈଶାନ କିଶନ । ଗ୍ରେଡ୍ A+: ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା।ଗ୍ରେଡ୍ A: ମହମ୍ମଦ ସିରାଜ, କେ.ଏଲ୍. ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଋଷଭ ପନ୍ତ।ଗ୍ରେଡ୍ B: ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସୱାଲ, ଶ୍ରେୟସ୍ ଆୟାର।ଗ୍ରେଡ୍ C: ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାୟକ୍ୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର,…

Read More

ଇସ୍ରାଏଲରେ ଚାକିରି ଦେବାକୁ କହି ଠକେଇ । ଏଥିରେ ସମ୍ପୃକ୍ତି ନେଇ ୩ ମାଷ୍ଟରମାଇଣ୍ଡ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଘର ମୁମ୍ବାଇ ବୋଲି ଜଣାପଡିଛି ।ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ ଇନ୍ ନାମକ ହୋଟେଲରେ ଗତକାଲି ଚାଲିଥିଲା ହେଇ ଫେକ ନିଯୁକ୍ତି ମେଳା । ଯେଉଁଠାରେ ଓଡ଼ିଆ ଯୁବକ ମାନଙ୍କୁ ଚାକିରି ପାଇଁ ଦେଢ଼ରୁ ଦୁଇଲକ୍ଷ ଟଙ୍କା ଲେଖାଏଁ ମଗାଯାଉଥିଲା । ପ୍ରଥମ କିସ୍ତିରେ କିଛି ଚାକିରି ଆଶାୟୀଙ୍କ ଠାରୁ ୭୦ ହଜାର ଟଙ୍କା ଲେଖାଏଁ ନିଆଯାଇଥିଲା । ଏ ନେଇ ଲେବର କମିଶନ ନିକଟରେ ଅଭିଯୋଗ ହେବା ପରେ ତୁରନ୍ତ ଖାରବେଳନଗର ଥାନା ନିକଟରେ ଅଭିଯୋଗ ପହଞ୍ଚିଥିଲା । ଅଭିଯୋଗ ଆଧାରରେ ୩ ଯୁବକଙ୍କୁ ଗିରଫ କରାଯାଇଛି ।ନକଲି ଅଫର ଲେଟର ଓ ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଠକୁଥିଲେ।

Read More

ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପୋପ୍ ଫ୍ରାନ୍ସିସ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି: “ପବିତ୍ର ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ଏହି ଦୁଃଖ ସମୟରେ ବିଶ୍ୱ କ୍ୟାଥୋଲିକ୍ ସମ୍ପ୍ରଦାୟ ପ୍ରତି ମୋର ସମବେଦନା। ପୋପ୍ ଫ୍ରାନ୍ସିସ୍ ସର୍ବଦା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା କରୁଣା, ନମ୍ରତା ଏବଂ ଆଧ୍ୟାତ୍ମିକ ସାହସର ପ୍ରତୀକ ଭାବରେ ମନେ ରହିବେ।” ତେବେ ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍‌ସିସ୍‌ଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିଲେ । ମୃତ୍ୟୁ ବେଳକୁ ପୋପ୍‌ଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ନିକଟରେ ପୋପ୍ ଫ୍ରାନ୍‌ସିସ୍ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ଉଭୟ ଫୁସଫୁସ୍ ସଂକ୍ରମିତ ମଧ୍ୟ ହୋଇଥିଲା । ନିମୋନିଆରେ ସଂକ୍ରମିତ…

Read More

ଛଟପଟ୍‌ ରାଜ୍ୟବାସୀ । ରୌଦ୍ରତାପଜନିତ ଅସୁସ୍ଥତା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୪୯ ରୌଦ୍ରତାପଜନିତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିିକିତ୍ସା କରାଯାଉଛି । ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ଅସୁସ୍ଥ ଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।ରବିବାର ଝାରସୁଗୁଡା ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଥିବା ବେଳେ ସୋମବାର ମଧ୍ୟ ଏଠାରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୪.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ୪୪.୮ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡା ୪୪.୮ ଡିଗ୍ରୀ, ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୨, କେନ୍ଦୁଝର ୩୭.୮, ଚାନ୍ଦବାଲି ୩୭.୬, ବାଲେଶ୍ୱର ୩୬.୨, ଭୁବନେଶ୍ୱର ୩୫.୨ ରେକର୍ଡ କରାଯାଇଛି।ଅନ୍ୟପଟେ ଉପକୂଳ ଓଡ଼ିଶାରେ ଆଜି ଦିନ ୨ଟା ୩୦ ସୁଦ୍ଧାଆଦ୍ରତା ବୃଦ୍ଧି ପାଇଛି। ପୁରୀରେ ୭୨%, ଗୋପଳପୁର ୭୨%, ପାରାଦ୍ୱୀପ…

Read More

ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଥିବା ଜଣାପଡିଛି।। ପ୍ରାୟ ୨-୩ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ । ପୁଲିସ ପହଞ୍ଚି ଘର ତାଲା ଭାଙ୍ଗିବା ପରେ ସାମ୍ନାକୁ ଆସିଲା ଘଟଣା । ମୃତ ମହିଳା ହେଲେ ଅନିତା ସୋରି । ତେବେ ଅଭିଯୁକ୍ତ ଦୁଷ୍ମନ୍ତ କାହିଁକି ନିଜ ସ୍ତ୍ରୀଙ୍କୁ ହତ୍ୟା କଲେ ତାହା ଜଣାପଡ଼ି ନାହିଁ । ସାଇଣ୍ଟିଫିକ୍‌ ଟିମ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି ପୁଲିସ ।

Read More

ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ଅର୍ଥାତ୍ ଚଳିତ ସପ୍ତାହରେ ଏପ୍ରିଲ ମାସରେ ଲକ୍ଷେ ଛୁଇଁବ ସୁନା ଦର। ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ୯୦ ହଜାର ଡେଇଁଲା ୨୨ କ୍ୟାରେଟ ସୁନା ।୨୪ କ୍ୟାରେଟ ସୁନା ୯୮ ହଜାର ପାର୍‌ କରିଛି।ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ୧୫୦ ଟଙ୍କା ହୋଇଛି। ଅର୍ଥାତ୍ ଆଜି ମହଙ୍ଗା ହୋଇଛି ସୁନା ୭୦୦ ଟଙ୍କା। କେବଳ ସୁନା ନୁହେଁ ରୁପା ଦର ମଧ୍ୟ ଆଜି ବଢ଼ିଛି।ସେହିପରି କଟକରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୦ହଜାର ୧୫୦ ଟଙ୍କା ହୋଇଛି।ବିବାହ ସିଜିନରେ ରୁପା ଓ…

Read More

କଳାକାର ଓ ଯାତ୍ରା ମାଲିକ ସଂଘ କଳିରେ ବଳି ପଡୁଛି ଯାତ୍ରା କମିଟି। ଯାତ୍ରା ଦେଖିବାକୁ ଦର୍ଶକଙ୍କ କମିଲାଣି ଆଗ୍ରହ। ଭଲ ଦର୍ଶକ ହେଉନଥିବାରୁ କ୍ଷତି ସହୁଛନ୍ତି ଯାତ୍ରା କମିଟି। ଯାତ୍ରା ମାଲିକଙ୍କ ଏକଚାଟିଆ କାରବାର ପାଇଁ ଆରମ୍ଭ ହୋଇଛି ବିବାଦ । ବିବାଦ ଛାଡ଼ି ଯାତ୍ରା ମାଲିକ ସଂଘ ସମସ୍ୟାର ସମାଧାନ ନକଲେ ଯାତ୍ରା ବୁଡ଼ି ଯିବ ବୋଲି କହିଲେ ଯାତ୍ରା କମିଟି ମହସଂଘ ରାଜ୍ୟ ସଂଯୋଜକ ମାନସ ରଞ୍ଜନ ରାୟସାମନ୍ତ। ଅନ୍ୟପଟେ ଯାତ୍ରା ମାଲିକ- ଅଭିନେତା ବାପି ପଣ୍ଡା ବିବାଦ ଥମିବାର ନାଁ ନେଉନି । ଦିନକୁ ଦିନ ବିବାଦ ଅଧିକ ତେଜିବାରେ ଲାଗିଛି । ସୋମବାର ଘଟଣା ନୂଆ ମୋଡ ନେଇଛି । ସେ କହିଛନ୍ତି ଆଜି ଠାରୁ ଆରମ୍ଭ ହେଲା ଶୀତଳ ଯୁଦ୍ଧ । ରାଜଧାନୀ ଓ ପାର୍ବତୀର ପରିଚାଳକ ଜଗତ ଜୀବନ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗଣମାଧ୍ୟମକୁ ଆସିବି…

Read More

ଉତ୍ତରପ୍ରଦେଶରେ ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ ହେବ ତାଙ୍କ ଝିଅର ବାହାଘର ରାମପ୍ରତାପଙ୍କ ସହ ହୋଇଛି । ବିବାହ ପରଠାରୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେଉଥିଲେ । ଏହାସହ ବାପଘରୁ ଫ୍ରିଜ ଓ କୁଲର ଆଣିବାକୁ ଚାପ ପକାଉଥିଲେ ।ଅନ୍ୟପକ୍ଷେ ଘଟଣାର ଏକ ସପ୍ତାହ ପୂର୍ବରୁ ରାମକୃଷ୍ଣ ଝିଅକୁ ଘରକୁ ନେଇଥିଲେ । ନିକଟରେ ଯୁବତୀ ଜଣଙ୍କ ବ୍ୟୁଟି ପାର୍ଲର ଯାଇଥିବା ବେଳେ ରାମପ୍ରତାପ…

Read More

ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ। ଆହୁରି ସହଜ ହେବ ବନ୍ଦେ ଭାରତ ଟ୍ରେନ ଯାତ୍ରା। ରେଲୱେ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି।ଯାହା ଯାତ୍ରୀମାନଙ୍କୁ ଏକ ଆଧୁନିକ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ। ଦିଲ୍ଲୀରୁ ହାୱଡା ପର୍ଯ୍ୟନ୍ତ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ୧୪୪୯ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ ମାଧ୍ୟମରେ ଏହି ଯାତ୍ରା ପନ୍ଦର ଘଣ୍ଟାରୁ କମ୍ ସମୟ ମଧ୍ୟରେ ସମାପ୍ତ ହେବ।ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଏକ ଅର୍ଦ୍ଧ-ହାଇ-ସ୍ପିଡ୍ କ୍ଷମତା ପ୍ରଦାନ କରେ, ଯାହା ୧୬୦ କିମି/ଘଣ୍ଟା ପର୍ଯ୍ୟନ୍ତ ବେଗରେ ଗତି କରେ । ଏକ ଜରୁରୀକାଳୀନ ଟକ୍-ବ୍ୟାକ୍ ୟୁନିଟ୍ ଯାତ୍ରୀମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ ପରିଚାଳକ କିମ୍ବା ଲୋକୋ ପାଇଲଟ୍ ସହିତ ସିଧାସଳଖ ଯୋଗାଯୋଗ କରିବାକୁ ଅନୁମତି ପ୍ରଦାନ କରିବ। ଭାରତୀୟ…

Read More