Author: sanitelevision

ସୁନ୍ଦରଗଡରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ, ନାବିଳିକା ଜଣକ ଏକୋଇଶିଆ ଭୋଜି ଖାଇ ସାଙ୍ଗ ସହିତ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।ଏହି ଗଣଦୁଷ୍କର୍ମରେ ୩ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି।ସୂଚନାମୁତାବକ ୩ ଜଣ ସାଙ୍ଗ ଜଙ୍ଗଲ ରାସ୍ତାରେ ଆସୁଥିବାବେଳେ ୩ଜଣ ଯୁବକ ସେମାନଙ୍କୁ ଜୋର ଜବରଦସ୍ତ କରିଥିଲେ। ସେମାନଙ୍କ ହାବୁଡରୁ ୨ଜଣ ନାବାଳିକା ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ତେବେ ଜଣେ ନାବାଳିକୁ ୩ଜଣ ଯୁବକ ଧରି ନେଇ ଜଙ୍ଗଲକୁ ଟେକି ନେଇଥିଲେ ଏବଂ ସେଠାରେ ଗଣ ଦୁଷ୍କର୍ମ କରିଥିଲେ ବୋଲି ସୂଚନା ମିଳିଛି।ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ ।

Read More

ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ବିୟୋଗ ଘଟଣାରେ ରାଜ୍ୟ ପାଳିବ ୩ ଦିନିଆ ଶୋକ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର ।ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି।ଗତକାଲି ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ନିଧନ ହୋଇଥିଲା । ୨୦୧୩ର ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ । ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ଵ ନେବାରେ ସେ ପ୍ରଥମ ଲାଟିନ ଆମେରିକୀୟ ଥିଲେ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।ଇଷ୍ଟର ରବିବାର ପାଳନର ଗୋଟିଏ ଦିନ ପରେ ତାଙ୍କର ଦେହାନ୍ତ ସାରା ବିଶ୍ୱରେ ଶୋକର ଛାୟା ଖେଳାଇଦେଇଛି। ତାଙ୍କର ବିନମ୍ର ଶୈଳୀ ଏବଂ ଗରିବଙ୍କ ପରି ଚିନ୍ତା ସାରା ବିଶ୍ୱକୁ…

Read More

ଆଜି ପବିତ୍ର ଶ୍ରବଣା ମକର ନକ୍ଷତ୍ର। ଏହି ଅବସରରେ ରାତିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ରାମାଭିଷେକ ନୀତି। ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବେ । ଏହାପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ । ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଅଜ୍ଞାମାଳ ପାଇଁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ଦେବୀ ସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିବେ । ଦୁଇ ସେବାୟତ ଭରତ ଓ ଶତ୍ରୁଘ୍ନ ଚରିତ୍ର ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ରୂପାର ପାଦୁକା ଦ୍ବୟ ସାଙ୍ଗରେ ଧରି ଶ୍ରୀଜଗନ୍ନାଥ…

Read More

ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି। ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି । ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଲକ୍ଷେ ଟଙ୍କା ଛୁଇଁବାକୁ ଆଉ ମାତ୍ର ୨୦୦ ଟଙ୍କା ବାକି ଅଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା ଛୁଇଁଛି। ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୯୦ ହଜାର ୧୫୦ ଟଙ୍କା ଛୁଇଁଛି।

Read More

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସୋମବାର ଦିନ ବ୍ୟାଙ୍କଗୁଡ଼ିକୁ 10 ବର୍ଷରୁ ଅଧିକ ବୟସର ନାବାଳକ ପିଲାମାନଙ୍କୁ ସ୍ୱାଧୀନ ଭାବରେ ସଞ୍ଚୟ ଆକାଉଣ୍ଟ ଖୋଲିବା ଏବଂ ପରିଚାଳନା କରିବାକୁ ଅନୁମତି ଦେବାକୁ ଅନୁମତି ଦେଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ନାବାଳକଙ୍କ ଜମା ଆକାଉଣ୍ଟ ଖୋଲିବା ଏବଂ ପରିଚାଳନା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି ।ସେହିପରି ବ୍ୟାଙ୍କ ଗୁଡିକ ନିଜସ୍ୱ ରିସ୍କ ମ୍ୟାନେଜମେଣ୍ଟ ନୀତି ଅନୁଯାୟୀ ନାବାଳକଙ୍କୁ ଅତିରିକ୍ତ ବ୍ୟାଙ୍କିଂ ସୁବିଧା ମଧ୍ୟ ପ୍ରଦାନ କରିପାରିବା ନେଇ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି। ଏହାସହିତ ଯେକୌଣସି ବୟସର ନାବାଳକ ଓ ନାବାଳିକା ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବା ସହ ସେମାନଙ୍କୁ ଚେକବୁକ, ଏଟିଏମ, ଇଣ୍ଟରେନଟ ଓ ମୋବାଇଲ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ତେବେ ଏହି ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ କିଛିଟା ପ୍ରତିବନ୍ଧକ ମଧ୍ୟ ଜାରି ହୋଇଛି। ଯେପରିକି ବ୍ୟାଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଖାଲି…

Read More

ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରିଛି । ଏପ୍ରିଲ ୨୮ ତାରିଖ ପୂର୍ବରୁ ହାଇଦ୍ରାବାଦ ସ୍ଥିତି ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ । ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ଏହାପରେ ମହେଶ ବାବୁଙ୍କୁ ସମନ ଜାରି କରାଯାଇଛି । PMLA ଅଧୀନରେ ତଦନ୍ତ ସମୟସୀମା ମଧ୍ୟରେ ରିଅଲ ଇଷ୍ଟେଟ ପ୍ରକଳ୍ପ ସମାପ୍ତ ନ କରିବା ଅଭିଯୋଗ ସହିତ ଜଡିତ। ସାଇ ସୂର୍ଯ୍ୟ ଡେଭଲପର୍ସର ମାଲିକ କଞ୍ଚାରଲା ସତୀଶ ଚନ୍ଦ୍ର ଗୁପ୍ତା ‘ଗ୍ରୀନ ମିଡୋଜ’ ନାମକ ଏକ ପ୍ରକଳ୍ପରେ ତ୍ରୁଟି ପାଇଁ ପୋଲିସ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଅଭିନେତା ମହେଶ ବାବୁ ଏହି ପ୍ରୋଜେକ୍ଟର ବ୍ରାଣ୍ଡ ଆମ୍ବାସାଡର ଥିଲେ। ତଥାପି, ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ନାହିଁ।ସାଇ ସୂର୍ଯ୍ୟ ଡେଭଲପର୍ସ ବିଜ୍ଞାପନ ପାଇଁ ମହେଶ…

Read More

କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟ ଗାଁରେ ଘଟିଛି ଏହି ଅଘଟଣ । ଘରେ ପଶି ମହିଳାଙ୍କୁ ଛୁରାମାଡ଼ । ବେକରେ ଲାଗିଛି ଗଭୀର ଆଘାତ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଲା ପୋଳିସ ।ଆହତ ମହିଳାଙ୍କ ନାଁ ସୁପ୍ରିୟା ସାହୁ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ମହିଳା ହେଲେ ଆଗ୍ରାହାଟ ଗାଁର ବିଧବା ମହିଳା ସୁପ୍ରିୟା ସାହୁ । ଆଜି ଦିପହରରେ ସୁପ୍ରିୟା ଘରେ ଏକା ଶୋଇଥିଲେ । ଏହି ସମୟରେ କିଛି ବ୍ୟକ୍ତି ଘରେ ପଶି ତାଙ୍କ ମୁହଁରେ କପଡ଼ା ବାନ୍ଧି ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲେ । ପଡ଼ୋଶୀ ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଆମ୍ୱୁଲାନ୍ସ ସହାୟତାରେ କଟକ ବଡ଼ମେଡିକାଲକୁ ନେଇ ଭର୍ତ୍ତି କରିଛନ୍ତି । ସୁପ୍ରିୟାଙ୍କ ସ୍ୱାମୀ କେଶବ ସାହୁ ଗତ ଛଅ ମାସ ତଳେ ମୃତ୍ୟୁବରଣ କରିଥିଲେ । ଏବେ ଶଶୁରଙ୍କ…

Read More

ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ ଆବେଦନର ବିଚାରକରି ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। କେନ୍ଦୁଝରର ସର୍ବ ଶକ୍ତି ମାୟୀ ମିଶନ ଶକ୍ତି ଫେଡେରେସନ ଏହି ପୁନର୍ଗଠନ ବିଜ୍ଞପ୍ତି ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ମିଶନ ଶକ୍ତି ସୋସାଇଟିଜ୍‌ ରେଜିଷ୍ଟ୍ରେସନ ଆକ୍ଟ ଅନ୍ତର୍ଗତ ନିବନ୍ଧିତ ହୋଇଥିବାରୁ, ନିର୍ବାଚିତ ସଦସ୍ୟମାନଙ୍କୁ ହଟାଇବା ପାଇଁ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରାଯାଇପାରିବ ନାହିଁ। ମିଶନ ଶକ୍ତି, ଯାହା ଓଡ଼ିଶାରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସାମିଲ କରି ମହିଳା ସଶକ୍ତିକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏହାର ପୁନର୍ଗଠନ ନେଇ ବିଜେପି ସରକାରଙ୍କ ନିଷ୍ପତ୍ତି ବିବାଦର କାରଣ ହୋଇଛି। ରାଜ୍ୟ…

Read More

କଫି/ଚା’ ସକାଳୁ ଖାଲି ପେଟରେ ଏହାକୁ ପିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଯଦି କଫି/ଚା’ ପିଇବା ନିହାତି ଆବଶ୍ୟକ, ତା’ହେଲେ ପ୍ରଥମେ ପାଣି ପିଅନ୍ତୁ। ତା’ପରେ ଏହା ସହିତ ରୁଟି, ପରଟା କିମ୍ବା ବିସ୍କୁଟ୍‌ ଖାଇବାର ଅଭ୍ୟାସ କଲେ ଭଲ ହେବ। ସେହିପରି କେତେକେ ଫିଟ୍‌ନେସ୍‌ କିମ୍ବା ଓ୍ବେଟ୍‌ ଲସ୍‌ ପାଇଁ ସକାଳେ ସାଲାଡ୍‌ ଖାଇଥାନ୍ତି। ଏହା ବି ଶରୀର ପାଇଁ ଆଦୌ ଠିକ୍‌ ନୁହେଁ। କାରଣ ସାଲାଡ୍‌ ଖାଇବାର ସବୁଠୁ ଭଲ ସମୟ ହେଉଛି ଲଞ୍ଚ୍‌ ଟାଇମ୍‌।ସକାଳେ ଖାଲିପେଟରେ ସେଓ ଖାଇବା ଦ୍ୱାରା ହଜମକ୍ରିୟାକୁ ନେଇ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ସକାଳେ ଖାଲି ପେଟରେ ମିଠା ମଧ୍ୟ ଖାଇବା ଅନୁଚିତ। ଏହାଦ୍ବାରା ଜଣେ ଦିନ ସାରା ଥକା ଅନୁଭବ କରନ୍ତି। ଆଉ କେତେକେ ସକାଳେ ଲସି ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଖାଲିପେଟରେ ଲସି ପିଇଲେ ବି ଶରୀରକୁ କ୍ଷତି ପହଞ୍ଚିଥାଏ। ସେହିପରି ଏମିତି ଅନେକେ ଅଛନ୍ତି, ଯେଉଁମାନେ କି…

Read More

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷୁଛି। ପାରଦ ୪୫ ଡିଗ୍ରୀ ସେଲସିୟସ୍‌ ଡେଇଁଛି, ଝାରସୁଗୁଡ଼ା (୪୫.୪ ଡିଗ୍ରୀ) ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା । କାଳବୈଶାଖୀ ପ୍ରଭାବ ହ୍ରାସ ପାଇବା ପରେ ରାଜ୍ୟକୁ ପୁଣି ଫେରିଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାରଦ ଉପର ମୁହାଁ ରହିଛି । ଉପକୂଳ ଓଡ଼ିଶାରେ ୬୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରେକର୍ଡ କରାଯାଇଛି । ଆଜି ହିଟୱେଭ୍ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ଗରମ ଓ ଆଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି…

Read More