ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ସକାଳ ୧୦ଟାରେ କ୍ୟାବିନେଟ୍ ବୈଠକ ବସିବ । କ୍ୟାବିନେଟ୍ ବୈଠକରେ ପ୍ରାୟ ୮ରୁ ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ମନ୍ତ୍ରୀ ପରିଷଦ ବୈଠକରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଭିଜନ୍ ନେଇ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।
Author: sanitelevision
ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ ପରେ ପୁରୀ ସୁପେରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଏସ୍ପି) ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରିଛନ୍ତି। ଅଭିଯୁକ୍ତ ବାପି ନାବାଳକକୁ ଅପ୍ରାକୃତିକ ଯୌନସମ୍ପର୍କ ରଖିବାକୁ ଅର୍ଥ ଦେଇ ପ୍ରଲୋଭିତ କରାଇଥିଲା । ନାବାଳକକୁ ଅଭିଯୁକ୍ତ ଅର୍ଥ ନଦେବାରୁ ନାବାଳକ ଘରେ କହିଦେବ ବୋଲି କହିଥିଲା । ପ୍ରତିଶୋଧ ପରାୟଣ ହୋଇ ନାବାଳକକୁ ଅଭିଯୁକ୍ତ ବାପି ହତ୍ୟା କରିଥିଲା । ପୋଲିସ ତୁରନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରି ପୋକ୍ସୋ କୋର୍ଟରେ ଦାଖଲ କରିବ । ପୁରୀ ଏସ୍ପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଘଟଣାର ଅଧିକ ତଦନ୍ତ ପାଇଁ ଆଜି ଗାଁରେ ପହଂଚିଥିଲା ସାଇଣ୍ଟିଫିକ ଟିମ୍ । ମୃତଦେହ ମିଳିଥିବା ପାଇଖାନା ଟାଙ୍କିର ୧୦୦ ମିଟର ଦୁରରେ ଥିବା ଆଉ ଏକ ଟାଙ୍କିରୁ…
ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ‘ଏହା କୋର୍ଟର ବିବେକକୁ ଦୋହଲାଇ ଦିଏ।’ ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ।ପ୍ରକୃତରେ, ବାବା ରାମଦେବଙ୍କ ବୟାନ ବିରୋଧରେ ହମଦର୍ଦ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ‘ଶରବତ ଜିହାଦ’ ସମ୍ପର୍କରେ ବାବା ରାମଦେବ ଦେଇଥିବା ବୟାନ ଉପରେ ହାଇକୋର୍ଟ ତୀବ୍ର ଅସନ୍ତୋଷ ଝାଡିଛନ୍ତି । ଏହି ମନ୍ତବ୍ୟ ଅତ୍ୟନ୍ତ ବିବେକହୀନ ଓ ଆଘାତ ଦେବା ପରେ ମନେ ହେଉଛି । ହାଇକୋର୍ଟ କହିଛନ୍ତି, କୋର୍ଟର ବିବେକକୁ ବହୁତ ବାଧିଛି ରାମଦେବଙ୍କ ବୟାନ । ଏହା ବିରୋଧରେ ହମଦର୍ଦ ଲାବୋରେଟୋରିଜ୍ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦିଆଯାଇଥିଲା। ଏହି ବିବୃତ୍ତି ହାମଦର୍ଦର ପ୍ରସିଦ୍ଧ…
ମିଶନ ଶକ୍ତି ପୁନର୍ଗଠନ ନିଷ୍ପତିକୁ ହାଇକୋର୍ଟଙ୍କ ରହିତାଦେଶ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା । କହିଲେ, ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ । କିଛି ସମୟ ବିଳମ୍ବ ହୋଇପାରେ, କିନ୍ତୁ ଗାଁରେ ମହିଳାମାନେ ଭାବି ନିଅନ୍ତୁ ଯେ SHG ପୁନର୍ଗଠନ ସୁନିଶ୍ଚିତ ହେବ । ନେତୃତ୍ୱ ପରିବର୍ତ୍ତନ ହେଲେ ହିଁ ମହିଳାଙ୍କ ବିକାଶ ସୁନିଶ୍ଚିତ ହୋଇପାରିବ । ତେବେ ସର୍ବଶକ୍ତିମୟୀ ମିଶନ ଶକ୍ତି ଫେଡେରେସନ୍, କେନ୍ଦୁଝର ଏବଂ ଅନ୍ୟ ମିଶନ ଶକ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଥିଲେ । ଆସନ୍ତା ମେ’ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସାରା ଓଡ଼ିଶାରେ ପ୍ରଚଣ୍ଡ ଗରମ ପ୍ରବାହ ଜାରି ରହିଛି। ଯାହା ଫଳରେ ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁର ପିକ୍ ଆୱାରରେ କୌଣସି ବିଦ୍ୟୁତ୍ କାଟ୍ କରାଯିବ ନାହିଁ।ସେ କହିଛନ୍ତି ଯେ, ବକେୟା ବିଲ୍ ପ୍ରଦାନ କରି ନ ଥିଲେ ବି ବିଦ୍ୟୁତ କାଟ ହେବନି। ସେ ଆହୁରି କହିଛନ୍ତି ଯେ, କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ। କାଳବୈଶାଖୀରେ ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ବି ସମାଧାନ ହେଉଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଲେ ମଧ୍ୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଉଛି।
ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ସାକ୍ଷାତକାର ରାଉଣ୍ଡରେ ସାମିଲ ହୋଇଥିବା ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in ଏବଂ upsconline.gov.inକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ। ତେବେ ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ୨୪ ବର୍ଷ ବୟସ୍କା ଏହି ଯୁବତୀ ଭୁବନେଶ୍ୱରର ବାସିନ୍ଦା ହୋଇଥିଲା ବେଳେ ସେ ଦିଲ୍ଲୀରୁ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ଆଇଆଇଏମ୍ ଇନ୍ଦୋରରୁ ମ୍ୟାନେଜମେଣ୍ଟରେ ବିଏ ଫାଉଣ୍ଡେସନ୍ କରୁଥିଲେ।ସେହିପରି ଦ୍ଵିତୀୟ ସ୍ଥାନରେ ହର୍ଷିତା ଗୋୟଲ ଓ ତୃତୀୟରେ ରହିଛନ୍ତି ଡୋଙ୍ଗ୍ରେ ଅର୍ଚ୍ଚିତ ପରାଗ।
ଓଡ଼ିଶା ଜଳ ବିଦ୍ୟୁତ ନିଗମର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ସନ୍ଦୀପ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ମାନବ ସମ୍ବଳ ପରିଚାଳନା, ନେତୃତ୍ୱ, ଔଦ୍ୟୋଗିକ ବିକାଶ ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟର ଅଭିଜ୍ଞତା ରହିଅଛି | ଓଏଚପିସିରେ ଯୋଗଦେବା ପୂର୍ବରୁ ସନ୍ଦୀପ ପଟ୍ଟନାୟକ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ର ମାନବ ସମ୍ବଳ ଏବଂ ଦକ୍ଷତା ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ନିର୍ବାହ କରିଛନ୍ତି। ସନ୍ଦୀପ ପଟ୍ଟନାୟକ ଏରୋସ୍ପେସ ଏବଂ ଆଭିଏସନ ସେକ୍ଟର ସ୍କିଲ କାଉନସିଲର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କର କର୍ମମୟ ଜୀବନ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ଼ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବରେ ଆରମ୍ଭ ହୋଇଥିଲା।ସନ୍ଦୀପ ପଟ୍ଟନାୟକ ମାନବ ସମ୍ବଳ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି | ଏତଦବ୍ୟତୀତ ସନ୍ଦୀପ ପଟ୍ଟନାୟକ ଦେଶର…
ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଏ ନେଇ ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂରେଶ ପୂଜାରୀ। ସେ କହିଛନ୍ତି ଯେ, ଏସଓପି ବାହାରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି।ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ ବୋଲି ସୁରେଶ ପୂଜାରୀ କହିଛନ୍ତି । ଯେଉଁ ଜାଗାରେ ନିର୍ଦ୍ଦିଷ୍ଟ ତାପମାତ୍ରାଠାରୁ ଅଧିକ ତାପମାତ୍ରା ବଢିବ, ସେଠାରେ ଜିଲ୍ଲାପାଳ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ । ଆଗୁଆ ଖରାଛୁଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମେ ୬ ତାରିଖ ପର୍ଯ୍ୟନ୍ତ ଆଗୁଆ ଛୁଟି ପ୍ରଦାନ ପାଇଁ ପ୍ରସ୍ତାବନରେ ଉଲ୍ଲେଖ କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ । ତାପମାତ୍ରା ବୃଦ୍ଧି ପାଇବା କାରଣରୁ ବିଭିନ୍ନ ବିଭାଗ ସହ ରାଜସ୍ୱ ବିଭାଗ ଆଲୋଚନା କରିଛି ଛୁଟି ନେଇ ଆଲୋଚନା କରାଯାଇଛି…
୨୪ରେ ମିଳିବ ନୂଆ ରାସନ କାର୍ଡ । ଗୁରୁବାର ନୂଆ ରାସନ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟରେ ବଣ୍ଟା ଯିବ ନୂଆ ରାସନ କାର୍ଡ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଯାବତ ପ୍ରାୟ ୨୫ ଲକ୍ଷ ଇ-କେୱାଇସି କରି ନାହାନ୍ତି କହିଲେ ମନ୍ତ୍ରୀ । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସରମାନଙ୍କୁ ଫିଲ୍ଡ ଭିଜିଟ କରି ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ କେଉଁ ହିତାଧିକାରୀ ଅଛନ୍ତି, କିଏ ନାହାନ୍ତି, କଟାଯିବ। ତେବେ ୫୦ ଲକ୍ଷ ୯୦ ହଜାର ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ ।
ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ରତ୍ନ ଚୀରା ନଦୀରୁ ମାଛ ଜାଲରେ ଫସିଲା ୮ ଫୁଟ ଅଜଗର ସାପ । ସକାଳୁ ମାଛ ଜାଲରେ ଅଜଗର ପଡ଼ିଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିଥିଲେ । ଏହାପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲପ ଲାଇନ ସଦସ୍ୟ ପହଂଚି ସାପକୁ ଉଦ୍ଧାର କରିଥିଲେ । ଏପଟେ ଉଦ୍ଧାର ପରେ ଭୁବନେଶ୍ୱର OUT କୁ ନେଇ ଛଡ଼ାଯିବ ବୋଲି ସୂଚନା । ତେବେ ସାପଟି ଏକ ବର୍ମିଜ୍ ପାଇଥନ୍ ପ୍ରଜାତିର ବୋଲି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ଚିହ୍ନଟ କରିଛନ୍ତି । ସାପଦେହରେ କୌଣସି ସ୍ଥାନରେ ବିଶେଷ କ୍ଷତ ସୃଷ୍ଟି ହୋଇନାହିଁ । ଏହି ବର୍ମିଜ୍ ପାଇଥନ୍ ପ୍ରଜାତି ଦଳ ଗାଡ଼ିଆ ବା ପାଣି ଜୋର ମାନଙ୍କରେ ବାସକରନ୍ତି ।









