ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅନୁମୋଦନ କରିବା ପରେ ବିଜ୍ଞପ୍ତି ଜାରି କରାଯାଇଛି।ଏହି ତିନୋଟି କୋର୍ଟ ଗଠନ ହେବା ପରେ, ଏହି ରାଜସ୍ୱ ତହସିଲଗୁଡ଼ିକ ଉପରେ କ୍ଷେତ୍ରାଧିକାର ଥିବା ଅନ୍ୟ ସମସ୍ତ ଜୁନିଅର ଡିଭିଜନ ସିଭିଲ ଜଜ୍ କୋର୍ଟଗୁଡ଼ିକର କର୍ତ୍ତୃତ୍ୱ ଶେଷ ହୋଇଛି।
Author: sanitelevision
ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା କେବଳ ଦେଶ ନୁହେଁ ପୁରା ବିଶ୍ୱ ମଧ୍ୟ ସ୍ତମ୍ଭୀଭୂତ ହୋଇଯାଇଛି। ତେବେ ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଓ ରାହୁଲ ଗାନ୍ଧୀ କଡ଼ା ନିନ୍ଦା କରିଛନ୍ତି। ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି । ସାଂସଦଙ୍କୁ ଦେଖିବା ପରେ କୋହ ସମ୍ଭାଳିପାରି ନଥିଲେ ପ୍ରଶାନ୍ତଙ୍କ ପତ୍ନୀ । ଅପରାଜିତାଙ୍କୁ କୁଣ୍ଢାଇ କାନ୍ଦିବା ସହ ସେହି ଛାତିଥରା ଘଟଣା କିପରି ଥିଲା ତାହା ବଖାଣିଛନ୍ତି । ସେପଟେ ଆଜି ଓଡ଼ିଶା ମାଟିରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଅପରାହ୍ନରେ ଶ୍ରୀନଗରରୁ ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରି ଦିଲ୍ଲୀ ଦେଇ ୯ ଟା…
ଜମ୍ମୁ ଓ କଶ୍ମୀର ପୋଲିସ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଛି। ଏହି ସନ୍ଦିଗ୍ଧମାନଙ୍କୁ ଆସିଫ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି। ପୋଲିସ କହିଛି ଯେ ଆହତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସହ କଥାବାର୍ତ୍ତା ଆଧାରରେ ଏହି ସ୍କେଚ ପ୍ରସ୍ତୁତ କରାଯାଇଛି।ଏମାନଙ୍କୁ ଧରିବାକୁ ଜୋରଦାର କସରତ ଜାରି ରହିଛି । ଏମାନଙ୍କ ମଧ୍ୟରେ କିଛି ସ୍ଥାନୀୟ ଆତଙ୍କବାଦୀ ଥିବା ଜଣାପଡିଛି । ସେପଟେ ଜମ୍ମୁ ଓ କାଶ୍ମୀର ସରକାର ପହଲଗାମ ଆକ୍ରମଣରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ହେଲିକପ୍ଟର ଓ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି । ଗୃହମନ୍ତ୍ରୀ…
ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନେକ ଥର ପିଲାମାନେ ଇନଷ୍ଟାଗ୍ରାମରେ ସେମାନଙ୍କର ପ୍ରକୃତ ବୟସ ଲୁଚାଇ ବୟସ୍କ ହେବାକୁ ଚେଷ୍ଟା କରନ୍ତି, ଯାହା ଫଳରେ ସେମାନେ କେବଳ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ କିଛି ବିଷୟବସ୍ତୁ କିମ୍ବା ବୈଶିଷ୍ଟ୍ୟଗୁଡ଼ିକୁ ବ୍ୟବହାର କରିପାରିବେ। ଇନଷ୍ଟାଗ୍ରାମ ଏବେ ଏଆଇ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଯାଞ୍ଚ କରିବାକୁ ଚେଷ୍ଟା କରୁଛି ଯେ କୌଣସି କିଶୋର (୧୩-୧୭ ବର୍ଷ ବୟସ) ନିଜକୁ୧୮ ବର୍ଷରୁ ଅଧିକ ବୟସର ହେବା ଦେଖାଉ ନାହାନ୍ତି ତ। ଏହି ପ୍ରକ୍ରିୟାରେ ମୁହଁର ଫଟୋ ଦେଖି ବୟସ ଆକଳନ କରାଯାଏ। ଆପ୍ରେ ଉପଭୋକ୍ତାଙ୍କ ଆଚରଣ ଏବଂ କାର୍ଯ୍ୟକଳାପ ଉପରେ ଆଧାର କରି ବୟସ ମଧ୍ୟ ଆକଳନ କରାଯାଏ। ଯଦି ଇନଷ୍ଟାଗ୍ରାମର କୌଣସି ସନ୍ଦେହ ହୁଏ ତେବେ ଏହା ବ୍ୟବହାରକାରୀଙ୍କୁ ମୁହଁ ସ୍କାନ କିମ୍ବା ବୟସ ପ୍ରମାଣପତ୍ର ମାଗିପାରିବ। ସତ୍ୟ ସାମ୍ନାକୁ ଆସିବା ପରେ, ଏପରି ଆକାଉଣ୍ଟକୁ କିଶୋର ଆକାଉଣ୍ଟକୁ…
ସକାଳ ୬ ଟା ହେଲେ ଆରମ୍ଭ ହୋଇଯାଉଛି ସୂର୍ଯ୍ୟକୋପ । ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ପଶ୍ଚିମ ଏବଂ କେନ୍ଦ୍ରୀୟ ଓଡ଼ିଶାରେ ନିଆଁ ବର୍ଷା ହେଉଛି । ଆସନ୍ତା ୨୬ ତାରିଖ ଯାଏ ହିଟୱେଭ ଜାରି କରିଛି ପାଣିପାଗ ବିଭାଗ। ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା ଓ ହିଟ ୱେଭ ପାଇଁ ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଉଛି ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁର। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ହିଟୱେଭ ପାଇଁ ଅନୁଗୁଳ, ନୂଆପଡ଼ା ଓ ଦେବଗଡ଼କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଗରମ ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲା ଓ ଉଷ୍ମ ରାତି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ତେବେ ନିକଟରେ ଝାରାସୁଗୁଡ଼ାରେ ଏଭଳି ତାପମାତ୍ରା କେବେ ହୋଇନଥିବା ବେଳେ…
aଜମ୍ମୁ-କାଶ୍ମୀର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ । ୨୭ ମୃତ। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀ ଥିବା ସୂଚନା । ପ୍ରଶାନ୍ତ ବାଲେଶ୍ୱର ବାସିନ୍ଦା । ସୂଚନା ଅନୁସାରେ, ଦୁଇରୁ ତିନି ଜଣ ଆକ୍ରମଣକାରୀ ପୁଲିସ ପୋଷାକ ପିନ୍ଧିଥିଲେ ଓ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ନାମ ଓ ଧର୍ମ ପଚାରି ଗୁଳି ମାରିଥିଲେ । ଏପର୍ଯ୍ୟନ୍ତ ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ଆକ୍ରମଣ କରୁଥିଲେ, କିନ୍ତୁ ପ୍ରଥମ ଥର ପାଇଁ ସେମାନେ ପୋଲିସ ପୋଷାକରେ ଆସିଥିଲେ । ଏହି ଘଟଣା ଘାଟିକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି । ଏହା ଫଳରେ ଘାଟିର ପର୍ଯ୍ୟଟନ ଅର୍ଥନୀତି ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ମୃତକଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ୱରର ପ୍ରଶାନ୍ତ ଶତପଥି, ଯିଏକି ନିଜ ପତ୍ନୀ ଓ ୮ ବର୍ଷର ପୁଅ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ । ତେବେ କେଉଁଠି ଓ କିପରି ଏହି…
ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଆତଙ୍କବାଦୀ ହାତରେ ଏକ ଅସ୍ତ୍ର ଏବଂ ପଠାନୀ ଶୁଟ ପିନ୍ଧିଥିବା ଦେଖାଯାଉଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଫଟୋ ସହିତ ଜଡିତ ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଫଟୋଟି ଆକ୍ରମଣ ସମୟରେ ଉଠାଯାଇଥିବା କୁହାଯାଉଛି ଏବଂ ଏହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଜଣେ ଆତଙ୍କବାଦୀର। ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଏହି ବିରଳ ଓ ଦୁଃଖଦ ଆତଙ୍କବାଦୀ ଆକ୍ରମଣରେ ଅନ୍ତତ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ଏବଂ ଅନେକ ଆହତ ହୋଇଛନ୍ତି। ଅଧିକାରୀମାନଙ୍କ ଅନୁସାରେ, ଏହି ଆକ୍ରମଣ ସୁନ୍ଦର ବୈସରନ ଉପତ୍ୟକାକୁ ଟ୍ରେକିଂ ପାଇଁ ଆସିଥିବା ଏକ ପର୍ଯ୍ୟଟକ ଦଳକୁ ଟାର୍ଗେଟ କରାଯାଇଥିଲା।ଅଜଣା ବନ୍ଧୁକଧାରୀମାନେ ଆତର୍କିତ ଭାବେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ, ଯାହା ଅଞ୍ଚଳରେ ଆତଙ୍କ ଓ ହଟଚଟ ସୃଷ୍ଟି କରିଥିଲା। ଆକ୍ରମଣକାରୀଙ୍କ ବିଷୟରେ…
ରାଜ୍ୟରେ ୪୨୪ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । କିନ୍ତୁ ସଂଖ୍ୟା ଏତିକି ନା ଆହୁରି ଅଧିକ ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି । ୨୦୧୮ରେ ରାଜ୍ୟରେ ନକଲି ଶିକ୍ଷକ ଥାଇ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ସଞ୍ଜୟ କୁମାର ମହାରଣା ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସରକାରୀ ଭାବେ ହୋଇଥିବା ତଦନ୍ତ ଅନୁସାରେ ୪ ଶହ ୨୪ ଜଣ ନକଲି ଶିକ୍ଷକ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ନକଲି ଶିକ୍ଷକଙ୍କ ସଂଖ୍ୟା କେନ୍ଦ୍ରାପଡ଼ା, ବରଗଡ଼, କେନ୍ଦୁଝରେ ରହିଥିବା ତଦନ୍ତ ଚାଲିଛି । ଏହା ଶେଷ ହୋଇନାହିଁ ବୋଲି ସରକାର କୋର୍ଟଙ୍କୁ କହିଥିଲେ । ଏହାକୁ ନେଇ କୋର୍ଟ…
କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତବାସୀଙ୍କୁ ପୂର୍ଣ୍ଣ ସମର୍ଥନ ଓ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଖବର ବୋଲି ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି। ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହ ଦୃଢ଼ ଭାବେ ଛିଡ଼ା ହୋଇଛି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ ଏହି ନିର୍ଦ୍ଦୟତା ପୂର୍ଣ୍ଣ ଅପରାଧର କୌଣସି ଯର୍ଥାଥତା ନାହିଁ , ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ବାର୍ତ୍ତାରେ କହିଛନ୍ତି । ସେହିପରି ଇଜ୍ରାଏଲ, ଇରାନ, ଇଟାଲୀ, ଶ୍ରୀଲଙ୍କା ସମେତ ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ପହଲଗାମରେ ମାନବତା ଉପରେ ହୋଇଥିବା ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
ଆଜି ବୈଶାଖ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।ଏ ଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।









