ବହୁ ଚର୍ଚ୍ଚିତ ଓଲିଉଡ ଷ୍ଟାର ଦମ୍ପତି ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ସାମ୍ନାକୁ ଆସିଛି । ଅନୁଭବ ଓ ତାଙ୍କର ପରିବାର ବିରୋଧରେ ଅଭିଯୋଗ ଆଣି ବର୍ଷା କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ବର୍ଷାଙ୍କୁ ଭରଣପୋଷଣ କ୍ଷତିପୂରଣ ଦେବେ ନାହିଁ ।୨୦୨୨ ମସିହାରେ ବର୍ଷା ଅନୁଭବ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଆଣିଥିଲେ ସଂଗୀନ ଅଭିଯୋଗ । ଶାଶୁଘରେ ତାଙ୍କୁ ପାରିବାରିକ ହିଂସାର ଶିକାର ହେବାକୁ ପଡୁଛି ବୋଲି ବର୍ଷା ଅଭିଯୋଗ କରି ଜେଏମ୍ଏଫ୍ସି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଛି, ତେଣୁ କ୍ଷତିପୂରଣ ବାବଦରେ ଏକ ନିର୍ଦ୍ଧିଷ୍ଟ ଅର୍ଥରାଶି ଦେବା ସହିତ ଭରଣପୋଷଣ ଲାଗି ଦାବି କରିଥିଲେ ବର୍ଷା । ଯାହାର ରାୟ ପ୍ରକାଶ କରିବା ସହିତ ବର୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।ଅନ୍ୟପଟେ ଦୁହିଁଙ୍କର ଛାଡ଼ପତ୍ର ହୋଇସାରିଥିବାବେଳେ,…
Author: sanitelevision
ଭାରତୀୟ ମହାକଶ ଅନୁସନ୍ଧାନ ସଂଗଠନର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଛି । ଶୁକ୍ରବାର ବେଙ୍ଗାଲୁରରେ ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ଦିନ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ମୃତଦେହକୁ ରମନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ । କସ୍ତୁରୀରଙ୍ଗନ ଦୀର୍ଘ ସମୟ ଧରି ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ୧୦ ବର୍ଷ ଯାଏଁ ଇସ୍ରୋର ଚେୟାରମ୍ୟାନ ଥିଲେ । ଏହାଛଡା ସରକାରୀ ନୀତିର ଫର୍ମୁଲେସନରେ ମଧ୍ୟ ଯୋଗଦାନ ଥିଲା ।ଇସ୍ରୋର ପୂର୍ବତନ ଅଧ୍ୟକ୍ଷଙ୍କ ଜନ୍ମ ୧୯୪୦ ଅକ୍ଟୋବର ୨୪ରେ କେରଳର ଏର୍ନାକୁଲମରେ ସି.ଏମ.କୃଷ୍ଣାସ୍ୱାମୀ ଅୟର ଓ ବିଶାଲକ୍ଷ୍ମୀଙ୍କ ଘରେ ହୋଇଥିଲା । ୨୦୦୩ରେ ଅବସର ନେବା ପୂର୍ବରୁ ସେ ୯ ବର୍ଷ ଯାଏ ଇସ୍ରୋ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଅନୁକରଣୀୟ କାର୍ଯ୍ୟ ପାଇଁ ୨୦୦୦ ମସିହାରେ…
ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା। ଏହି ସୁବିଧା ପ୍ରଚଳନ ସହିତ ଏମ୍ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି। ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳା ରୋଗୀଙ୍କର ପ୍ରଥମ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସଫଳତାର ସହିତ କରାଯାଇଛି । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାଯୁକ୍ତ ରୋବଟିକ୍ ଆଣ୍ଠୁ ପ୍ରତିରୋପଣ ବେଶ୍ ସୁଗମ ଭାବରେ ସମ୍ପନ୍ନ ହୋଇଛି । ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ମାତ୍ର ୪୮ ଘଣ୍ଟା ପରେ ସେ ସ୍ବାଭାବିକ ଭାବେ ଚଲାବୁଲା କରିପାରିବେ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି ।ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ସାଧାରଣତଃ “ଶତାବ୍ଦୀର ଅସ୍ତ୍ରୋପଚାର” ଭାବରେ ଜଣାଶୁଣା, ଯାହା ଦୁର୍ବଳ ଆଣ୍ଠୁ ଆର୍ଥ୍ରାଇଟିସ୍ ପୀଡ଼ିତ ରୋଗୀଙ୍କ ଜୀବନକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ…
ଏବେ ଧିରେ ଧିରେ ରାଜ୍ୟରେ ବଣ୍ଟାଯାଉଛି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ କାର୍ଡ ଆୟୁଷ୍ମାନ କାର୍ଡ ତଥା ବୟୋବନ୍ଦନା କାର୍ଡ। ଆଉ ଏହି କାର୍ଡ ପାଇଁ ବିଶେଷ କିଛି ଯୋଗ୍ୟତାର ଆବଶ୍ୟକତା ନାହିଁ। ପ୍ରାୟ ଅଧିକାଂଶ ଲୋକ ଏହି କାର୍ଡର ଲାଭ ପାଇପାରିବେ। ଏହି ଯୋଜନା ଅଧିନରେ ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଇଛି । ଏହି କ୍ରମରେ ସ୍ୱାସ୍ଥ୍ର୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବାପା ମୀନକେତନ ମହାଲିଙ୍ଗଙ୍କୁ ମିଳିଛି ଏହି ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ । ମୀନକେତନ ମହାଲିଙ୍ଗ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଛୁଟିରେ ସ୍କୁଲ ଖୋଲିଲେ କାର୍ଯ୍ୟାନୁଷ୍ଠାନ । ବିଶେଷ କରି ଘୋରଇ ସ୍କୁଲ ଗୁଡିକୁ ତାଗିତ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି, ସ୍ଥିତି ନିୟନ୍ତ୍ରଣରେ ରହିଥିବା ମନ୍ତ୍ରୀ କହିଛନ୍ତି। ଏଥିସହିତ ସତର୍କ କରାଇ ମନ୍ତ୍ରୀ କହିଛନ୍ତି, ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। ଅଂଶୁଘାତ ଓ୍ବାର୍ଡ ପ୍ରସ୍ତୁତ ରଖିବାକୁ ସିଏଚ୍ସି ଏବଂ ପିଏଚ୍ସିକୁ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି ।
ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ନୂଆପଡ଼ା ଜିଲା ଖଡ଼ିଆଳରେ ବିନା କାମରେ ସେ ୫୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ତେବେ ଠିକାଦାର ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସହ ମିଶି ଅର୍ଥ ହଡ଼ପ କରିଥିବା ଜଣାପଡ଼ିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ହରିଶ୍ଚନ୍ଦ୍ର ବେଣ୍ଟକର, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ, ADSC (ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା), ଜଳବିଭାଜିକା, ଖରିଆରଙ୍କ ସହ ମିଶି ୨୨ଟି ଲୁଜ୍ ବୋଲ୍ଡର୍ ଚେକ୍ ଡ୍ୟାମ୍ କାର୍ଯ୍ୟକାରୀ ନକରି ଟଙ୍କା ୫୬,୯୩,୯୫୭/- ପାଣ୍ଠି ହଡପ କରିଥିଲେ।ଗିରଫ ଅଭିଯୁକ୍ତ ରାଉତରାୟଙ୍କୁ ଆଜି ମାନ୍ୟବର ସ୍ୱତନ୍ତ୍ର ବିଚାରପତି,ଭିଜିଲାନ୍ସ. ଭବାନୀପାଟଣାଙ୍କ କୋର୍ଟକୁ ପଠାଯାଉଛି। ମୁଖ୍ୟ ଅଭିଯୁକ୍ତ ହରିଶ୍ଚନ୍ଦ୍ର ବେଣ୍ଟକର, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଏବଂ ଅନ୍ୟ ଜଣେ ଠିକାଦାର ଅଭିଲାଷ ମେହେରଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି…
ପାକିସ୍ତାନ-ଭାରତ ଯୁଦ୍ଧ ଆଶଙ୍କା ଭିତରେ କଠୋର ହୋଇଛନ୍ତି ଭାରତ ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀମାନଙ୍କ ଭିସା ରଦ୍ଦ କରି ସେମାନଙ୍କୁ ତୁରନ୍ତ ରାଜ୍ୟରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପାକିସ୍ତାନ ନାଗରିକ ଯେକୌଣସି ପ୍ରକାର ଭିସା ନେଇ ଭାରତ ଆସିଥିଲେ ବି ତୁରନ୍ତ ଭିସା ରଦ୍ଦ କରି ସେମାନଙ୍କୁ ଭାରତର ବିଦା କରାଯିବ । ୨୭ ତାରିଖରେ ପାକିସ୍ତାନୀ ଭିସା ଅବଧି ସମାପ୍ତ ହେବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଆଉ ମାତ୍ର ୨ ଦିନ ଭିତରେ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ । ଯେଉଁମାନେ ମେଡିକାଲ ଭିସାରେ ଭାରତରେ ଅଛନ୍ତି, ସେମାନଙ୍କ ଭିସା ଅବଧି ୨୯ ତାରିଖରେ ସମାପ୍ତ ହେବ…
ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ବାଘ । ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୂଚନା ।ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳରେ ଅଛନ୍ତି ୪୦ ମହାବଳ ବାଘ । ୪୦ ମହାବଳ ଭିତରୁ ୬ଟି ଶାବକ, ୧୭ଟି ବାଘୁଣି ରହିଛନ୍ତି ।ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ପ୍ରେମ କୁମାର ପ୍ରକାଶ କରିଛନ୍ତି। ଗତବର୍ଷ ଶିମିଳିପାଳରେ ୨୭ ମହାବଳ ସହ ୮ ଶାବକ ଥିଲେ।ଶିମିଳିପାଳରେ ଥିବା ମହାବଳଙ୍କ ଭିତରୁ ୧୮ଟି କଳାମହାବଳ ରହିଛନ୍ତି ।ଅନ୍ୟପଟେ ମୟୂରଭଞ୍ଜ ଜିଲାର ଏହି ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଥିଲେ। ଏହାକୁ ଜାତୀୟ ଉଦ୍ୟାନ ଘୋଷଣା ପରେ ଏହା ଭାରତର ୧୦୭ ଓ ଓଡିଶାର ୨ ନମ୍ବର ଜାତୀୟ…
ରାଜ୍ୟରେ ଗଠନ ହେଲା ୪୬ ନୂଆ ସିଭିଲ୍ ଜଜ୍ କୋର୍ଟ । ହାଇକୋର୍ଟଙ୍କ ପରାମର୍ଶରେ ସିଭିଲ୍ ଜଜ କୋର୍ଟ ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳକ୍ଷ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା, ପୁରୀ ଜିଲ୍ଲାର ସତ୍ୟବାଦୀ, କେନ୍ଦୁଝର ଜିଲ୍ଲାର ସହରପଡ଼ା ଓ ହରିଚନ୍ଦନପୁର, ମୟୁରଭଞ୍ଜ ଜିଲ୍ଲାର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନୂଆଗାଁ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ ଓ କୁଆଁରମୁଣ୍ଡା, କଟକ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା, ସୋନପୁର ଜିଲ୍ଲାର ଉଲୁଣ୍ଡା, ବରଗଡ଼ ଜିଲ୍ଲାର ଭଟଲି, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା, ଖୋର୍ଦ୍ଧା ଜିଲ୍ଲାର ବାଣପୁର,…
ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବଡ଼ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ଆଉ ୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନ କରାଯିବ ।ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ମେ’ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଆବାସ ସର୍ଭେ ଚାଲିବ ବୋଲି କହିଲେ ମନ୍ତ୍ରୀ ।ଅନ୍ତଦ୍ୱୟ ଗୃହ ଯୋଜନାରେ ଆଉ ୧ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ ।









