Author: sanitelevision

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର। ତାମଧ୍ୟରୁ ବିଏସ୍‌ଏଫ୍‌ର ଆଇଜି ଭାବେ ଆଇପିଏସ୍‌ ରବି କାନ୍ତ ଡେପୁଟେସନରେ ଯିବେ। ସେହିପରି ବିଏସ୍‌ଏଫ୍‌ର ଡିଆଇଜି ଭାବେ ଡେପୁଟେସନରେ ଯିବେ ଆଇପିଏସ୍‌ ମିତ୍ରଭାନୁ ମହାପାତ୍ର । ପୂର୍ବସରକାରର ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ବେଶ୍ ଖାସ୍ ଥିଲେ ରବି କାନ୍ତ ଏବଂ ମିତ୍ରଭାନୁ ମହାପାତ୍ର । ଦୁଇଜଣଯାକଙ୍କୁ ଓଡିଏସ ହୋମରେ ପୋଷ୍ଟିଂ କରାଯାଇଥିଲା ।ସେମାନେ ଆଇପିଏସ୍ ମେସରେ ରହୁଥିଲେ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ ମିତ୍ରଭାନୁଙ୍କ ନାଁ ରାଜାଚକ୍ର ଗିରଫ ସମୟରେ ପଦାକୁ ଆସିଥିଲା ।

Read More

ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଶ୍ୱର ବିଭିନ୍ନ ଦେଶ ଉପରେ ଶୁଳ୍କ ଲାଗୁ କରିବା, ଓ ଚୀନ୍ ସହିତ ଶୁଳ୍କ ଯୁଦ୍ଧ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଆପଲ୍‌ ବର୍ତ୍ତମାନ ଚାଇନାରେ ଥିବା ଉତ୍ପାଦନ କେନ୍ଦ୍ରଗୁଡିକରୁ ବାହାରକୁ ଆସି ଅନ୍ୟ ଦେଶମାନଙ୍କୁ ବିକଳ୍ପ ଭାବେ ବାଛୁଛି। ଭାରତରେ ଫକ୍ସକନ୍‌ ଏବଂ ଟାଟା ଇଲେକ୍ଟ୍ରୋନିକ୍ସ ଭଳି କମ୍ପାନୀମାନଙ୍କ ସହାୟତାରେ ଆପଲ୍‌ ତା’ର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁଛି। ୨୦୨୪ରେ ଭାରତରୁ ଆପଲ୍‌ର ଆଇଫୋନ୍‌ ରପ୍ତାନି ୧୧.୫୩ ବିଲିୟନ୍‌ ଡଲାର (ପ୍ରାୟ ୧ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି, ଯାହା ୨୦୨୩ ତୁଳନାରେ ୪୨% ଅଧିକ। ଏହା ସହିତ, ଭାରତରେ ଆଇଫୋନ୍ ୧୬ ପ୍ରୋ ଭଳି ଉଚ୍ଚ-ମାନର ମଡେଲ୍‌ଗୁଡିକର ଉତ୍ପାଦନ…

Read More

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜାରି ରହିଛି ବୈଠକ। ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ବୈଠକ ବସିଛି ।କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି ଶେଷ ପାଇଁ ଆଉ କିଛି ଦିନ ସମୟ ଲାଗିପାରେ । ଏଇ ପରିପ୍ରେକ୍ଷୀରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକର ଅଧ୍ୟକ୍ଷତା କରୁଛନ୍ତି । ଚଢାଉ କରଣ ,ଦେଉଳ କରଣ,ଭଣ୍ଡାର ମେକାପ, ଏଏସଆଇ ଅଧିକାରୀ ମାନଙ୍କୁ ନେଇ ଡକାଯାଇଛି ବୈଠକ । ନୀତି ବହୁଳ ଦିନରେ କିଭଳି ମରାମତି କାର୍ଯ୍ୟ ହେବ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

Read More

ଗଞ୍ଜାମରେ କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ପରି ଆସିଛି ସଂଗୀନ ଅଭିଯୋଗ । ଦୁନିଆକୁ ଭଲରେ ଚିହ୍ନିବା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଛି ୪ ବର୍ଷର ଶିଶୁ କନ୍ୟା । ଶିଶୁ କନ୍ୟା ଜଣକ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା। ଏହି ସମୟରେ କେହି ଦୁର୍ବୃତ୍ତ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟକୁରା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଶିଶୁ କନ୍ୟାକୁ କିଏ ଏପରି ଅମାନୁଷିକ ଭାବରେ ଦୁଷ୍କର୍ମ କରି ହତ୍ୟା କରିଛି ତାହା ଜଣାପଡିନି । ଅପରାଧୀଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।

Read More

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ବଳରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି l ରାମଲୀଳା ପରିବେଷଣ ହେଉଥିବାବେଳେ ସେହି ନିକଟରେ ଥିବା ଏକ ନଡ଼ିଆ ଗଛ ହଠାତ୍ ଭାଙ୍ଗି ଲୋକମାନଙ୍କ ଉପରେ ପଡ଼ିଯାଇଥିଲା l ଫଳରେ ଘଟଣା ସ୍ଥଳରେ ନିକଟସ୍ଥ ସମାଗୋଳ ଗ୍ରାମର ଟୁଟୁ ଦାସଙ୍କ ପତ୍ନୀ କୁନି ଦାସ(୩୪)ଙ୍କର ମୃତ୍ୟୁ ହୋଇଥିଲା l ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ। ଏହା ଦେଖି ସ୍ଥାନୀୟଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସର କାଚକୁ ବାଡେଇ ଭାଙ୍ଗିଦେଇଥିଲେ। ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ପୁଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ତେବେ ହନୁମାନ ରଶି ଉପରେ ଚଢି ନିଜର କଳା ପରିବେଷଣ କରିବାକୁ ଗୋଟିଏ ନଡ଼ିଆ ଗଛରୁ ଆଉ ଗୋଟିଏ ନଡ଼ିଆ ଗଛକୁ ରଶି…

Read More

ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ଉପରେ ବହୁ କୂଟନୈତିକ କଟକଣା ଲାଗୁ କରିଛି। ଏହାକୁ ନେଇ ପାକିସ୍ତାନର ବାଚାଳାମୀ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଠୋର ଚେତାବନୀ ପରେ ପାକିସ୍ତାନ ସରକାର ଭୟଭୀତ ହୋଇପଡ଼ିଛନ୍ତି। ଫଲରେ ଆରମ୍ଭ ହୋଇଛି ଦୁଇ ଦେଶ ମଧ୍ୟରେ ପ୍ରାକ୍ ଯୁଦ୍ଧ ପରିସ୍ଥିତି । ଭାରତ ଓ୍ୱାଟର ଷ୍ଟ୍ରାଇକ୍, ଡିଜିଟାଲ୍ ଷ୍ଟ୍ରାଇକ୍ କରିବା ପରେ ସବୁଠି ତେଜିଛି ପ୍ରତିବାଦ । ଖାସ୍ କରି ପାକିସ୍ତାନ ବି ଚୂପ୍ ବସିନି । ଏହାରି ଭିତରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ । ସେ ଭାରତକୁ ଟାର୍ଗେଟ କରି ଆକ୍ରମଣାତ୍ମକ ଓ ଉତ୍ତେଜନାମୂଳକ ବୟାନ ଦେଇ ପରିସ୍ଥିତିକୁ ଆହୁରି ଅଧିକ ଗମ୍ଭୀର କରିଛନ୍ତି । ସିନ୍ଧୁ ନଦୀରେ ଜଳ ବୋହିବ, ନଚେତ ଭାରତୀୟଙ୍କ ରକ୍ତ ବୋହିବ ବୋଲି କହିଛନ୍ତି।ସିନ୍ଧୁ ନଦୀ ଉପତ୍ୟତା…

Read More

ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ଉପରେ ବହୁ କୂଟନୈତିକ କଟକଣା ଲାଗୁ କରିଛି। ତେବେ ଭୁବନେଶ୍ବରରେ ରହୁଛନ୍ତି ପାକିସ୍ତାନୀ ମହିଳା । ମହିଳାଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯାଇଛି ନୋଟିସ୍ । ତେବେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି । ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଲାଗି exit permit ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ପଡ଼ି ରହିଥିଲା । ଏବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି ।

Read More

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି । ଶ୍ରୀମନ୍ଦିର ଉପରେ ଆତଙ୍କୀଙ୍କ ଆଖି ଥିବା ନେଇ ପୂର୍ବରୁ ଗୁଇନ୍ଦା ସତର୍କ କରାଇଛି । ତେଣୁ ଶ୍ରୀମନ୍ଦିରକୁ କଡ଼ା ସୁରକ୍ଷା ମଧ୍ୟରେ ରଖିବା ପାଇଁ ପୁଲିସକୁ ସଜାଗ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ଫୋର୍ସଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଣ୍ଟି ସାବୋଟେଜ୍ ଟିମ୍ ମାଧ୍ୟମରେ ନିୟମିତ ଚେକ୍ ହେଉଛି । ଶ୍ରଦ୍ଧାଳୁଙ୍କୁ ଚାରିଦ୍ୱାରେ ଫ୍ରିସ୍କିଂ କରାଯାଇ ଭିତରକୁ ଛଡ଼ାଯାଉଛି । DFMD ଓ HHMD ମେସିନ ମାଧ୍ୟମରେ ଯାଞ୍ଚ ସହ ଫିଜିକାଲ ଚେକିଂ ମଧ୍ୟ କରାଯାଉଛି । ଅନ୍ୟପଟରେ ପୁରୀର ଚାରି ସାମୁଦ୍ରିକ ଥାନାକୁ ମଧ୍ୟ ଆଲର୍ଟ କରାଯାଇଥିବା ପୁରୀ ଏସପି କହିଛନ୍ତି ।

Read More

ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍‌ସିସ୍‌ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଭାଟିକାନ୍‌ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏଥିରେ ଯୋଗଦେବାକୁ ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ପହଞ୍ଚିବା ପରେ, ସେ ସେଣ୍ଟ ପିଟର୍ସ ବାସିଲିକାରେ ପୋପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଫଟୋ ସେୟାର କରି ଟ୍ୱିଟରରେ ଲେଖିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଟିକାନ ସିଟିର ସେଣ୍ଟ ପିଟର୍ସ ବାସିଲିକାରେ ପରମ ପବିତ୍ର ପୋପ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ରାଷ୍ଟ୍ରପତି ମୁର୍ମୁ ଶୁକ୍ରବାର ହିଁ ରୋମରେ ପହଞ୍ଚିଥିଲେ ଏବଂ ଶନିବାର ପୋପ୍ ଫ୍ରାନ୍ସିସ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ।ଇତିମଧ୍ୟରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ୧୧୩ କାର୍ଡିନାଲ ରୋମରେ ପହଞ୍ଚି…

Read More

ରାଜ୍ୟରେ ଶନିବାର ତାତିର ପ୍ରକୋପ ଜାରି ରହିବ। ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ। ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ନାକେଦମ କରିବ। ରବିବାରଠାରୁ ତାତିରେ ସାମୟିକ ବିରତି ଲାଗିବ। ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ । ରବିବାର ୨୭ ତାରିଖରେ କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକରେ କାଳବୈଶାଖୀ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସହ ଘଡ଼ଘଡ଼ି ଓ ବିଜୁଳି ଭୟ ରହିଛି। ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି ସୂଚନା ଦିଆଯାଇଛି।

Read More