ଯେତେ ଯାହା ହେଲେ ବି ପାକିସ୍ତାନ ଛାଡୁନି ମୁହଁ ଫୁଟାଣି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ବ୍ରିଟେନର ସ୍କାଏ ନ୍ୟୁଜ୍ ସହିତ କଥାବାର୍ତ୍ତା ବେଳେ ଏମିତି କିଛି କହିଛନ୍ତି ସେ । ତାଙ୍କ କହିବା କଥା ଯେ ଦୁଇଟି ପରମାଣୁ ଶକ୍ତି ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧର ସମ୍ଭାବନା ଅଧିକ । ତେବେ ଏହାକୁ ନେଇ ସାରା ବିଶ୍ୱବାସୀ “ଚିନ୍ତିତ” ହେବା ଉଚିତ। ଉଭୟ ଦେଶର ବାୟୁସେନା ସମରାଭ୍ୟାସରେ ଲାଗିଛନ୍ତି । ଭାରତୀୟ ସ୍ଥଳସେନା ସୀମାରେ ହାଇଆଲର୍ଟ ମୋଡରେ ପାକିସ୍ତାନ ଉପରେ ଛଞ୍ଚାଣ ନଜର ରଖିଛି । ସେପଟେ ଶତ୍ରୁ ହାତରୁ ରକ୍ଷା ପାଇବାକୁ ପାକିସ୍ତାନ ସେନା ବଙ୍କର ଖୋଜିବାରେ ବ୍ୟସ୍ତ ରହିଛି । ଏହାରି ଭିତରେ ସୁଯୋଗ ନେଇ ଉଭୟ ସରକାର ଉଭୟ ଦେଶ ଉପରେ କଟକଣା ଲଗାଇବାରେ ଲାଗିଛନ୍ତି…
Author: sanitelevision
ମହାନଦୀ ଘାଟରେ କୁମ୍ଭୀର ଆତଙ୍କ। ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ନୂଆପାଟଣା ନଦୀପଠାରେ ଦୁଇଟି କୁମ୍ଭୀର ଦେଖିବାକୁ ମିଳିଛି। ଦୁଇଟି ବଡ଼ ଘଡ଼ିଆଳ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଛନ୍ତି।ଫଳରେ ଗାଁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ନରସିଂହପୁର ବନ ବିଭାଗକୁ ଖବର ଦିଆଯାଇଥିବା ସୂଚନା ମିଳିଛି । ଘଡ଼ିଆଳ କୁମ୍ଭୀର ମହାନଦୀରେ ବୁଲୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କୁମ୍ଭୀର ଉପରେ ବନ ବିଭାଗ କଡ଼ା ନଜର ରଖିଛି। କେହି ନଦୀକୁ ମାଛ ମାରିବା ଏବଂ ଗାଧୋଇବାକୁ ନଯିବାକୁ ଆଠଗଡ଼ ACF କହିଛନ୍ତି। ଏହାସହ ନଦୀରେ ଜାଲ ପକାଇବାକୁ ବାରଣ କରିଛନ୍ତି।
କିଛି ଦିନ ହେବ ସୁନା ଦର ଆକାଶ ଛୁଆଁ ହେବାରେ ଲାଗିଥିଲା। ତାପରେ ଧିରେ ଧିରେ ସୁନା ଦର ଖସିବାରେ ଲାଗିଛି। ଆଜି ମଧ୍ୟ ସୁନା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮,୨୪୦, ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୦୫୦ ଟଙ୍କା ଛୁଇଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮,୨୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୦୫୦ ଟଙ୍କାକୁ ପହଞ୍ଚିଛି ।ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮, ୨୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦,୦୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୮,୨୪୦ ଓ ୯୦,୦୫୦ ଟଙ୍କା ରହିଛି ।…
ଗ୍ରାମାଞ୍ଚଳ ସ୍କୁଲରେ ଦୂର ହେବ ଶିକ୍ଷକ ସମସ୍ୟା । ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ସେହି ଅନୁପାତରେ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଯଥେଷ୍ଟ କମ୍ ଶିକ୍ଷକ ଅଛନ୍ତି । ଯଥାଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରିବା ସହ ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ପଠାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ।ରୁରୀକାଳୀନ ଚିଠି ଜାରି କରି ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ କରିଛି , ଯଥାଶୀଘ୍ର ସହରାଞ୍ଚଳ, ବ୍ଳକ ହେଡକ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି କରାଯିବ । ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକ ନଥିବା ସ୍କୁଲ କିମ୍ବା ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ ଶିକ୍ଷକ ବଦଳିକୁ ଗୁରୁତ୍ବର ସହ ନେବାକୁ କୁହାଯାଇଛି ।
ଦୀର୍ଘ ୫୦ ଦିନ ପରେ ପୁଣି ଚଳଚଂଚଳ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା । ଲକ୍ଷ ଲକ୍ଷ କଇଁଛମାନେ ଗହୀରମଥାର ଅଗରନାସୀ-୨ରେ ସମୁହ ଅଣ୍ଡାଦାନ ପକ୍ରିୟା ଶେଷ କରିଥିଲେ । ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍ ରିଡ୍ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ କରିଥିଲେ। ମଙ୍ଗଳବାର ଓ ବୁଧବାର ଦୁଇ ଦିନରେ ନାସୀ-୨ ରୁ ୮୨ଲକ୍ଷ କଇଁଛ ଶାବକ ସମୁଦ୍ରକୁ ଯାଇଥିଲେ। ଅଣ୍ଡାଗୁଡିକର ଛୁଆ ହେବା ସମୟରେ କୁଆ, ବିଲୁଆ, ଛଂଚାଣ ପ୍ରଭୃତିଙ୍କ ଦାଉରୁ ସୁରକ୍ଷା ଦେବା ପାଇଁ ବନବିଭାଗର କର୍ମଚାରୀମାନେ ସଜାଗ ରହିଛନ୍ତି । ଏହି ପକ୍ରିୟା ଆଉ ଦୁଇ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା…
ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନେ ଶୀଘ୍ର ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ସୁବିଧା ପାଇବେ। ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସାମ୍ବାଦିକ ଓ ସମ୍ବାଦପତ୍ର ହକର୍ ମାନେ ଶ୍ରମ ବିଭାଗରୁ ଏହି କାର୍ଡ଼ କରାଇ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହା କହିଛନ୍ତି ମନ୍ତ୍ରୀ । ଏହି କାର୍ଡଧାରୀ ମାନଙ୍କର ସାଧାରଣ ମୃତ୍ୟୁରେ ୩ ଲକ୍ଷ ଓ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସେ କହିଥିଲେ ।ମନ୍ତ୍ରୀ ଖୁଣ୍ଟିଆ ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନଙ୍କୁ ଏହି ସୁଯୋଗର ଲାଭ ଉଠାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଆପଣମାନେ ଆମର ଶ୍ରମ ବିଭାଗରେ ଯୋଗାଯୋଗ କରନ୍ତୁ,…
ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ। ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଆସିଫ ଶେଖ ଏବଂ ଆଦିଲ ଗୁରିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ପୋଲିସ ଆସିଫ ଏବଂ ଆଦିଲଙ୍କ ଘରକୁ ସର୍ଚ୍ଚ ଅପରେଶନ କରିବାକୁ ଯାଇଥିଲା। ଏହି ସମୟରେ ତାଙ୍କ ଘର ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିଲା। ତାଙ୍କ ଘରେ ମଧ୍ୟ ସନ୍ଦେହଜନକ ଜିନିଷ ଥିଲା ବୋଲି ପୋଲିସ କହିଛି।ସେହିପରି ବୁଲଡୋଜର ଚଢାଉ ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ଘର ଭାଙ୍ଗିଦେଇଛନ୍ତି ଜାମ୍ମୁ କାଶ୍ମୀର ପ୍ରଶାସନ।ଅନ୍ୟପକ୍ଷରେ, ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ କିଛି ସ୍ଥାନରେ ପାକିସ୍ତାନ ଗୁଳି ଚଳାଇଥିଲା, ଏହାର ଭାରତୀୟ ସେନା ଉଚିତ ଜବାବ ଦେଇଥିଲା। ସାମରିକ ସୂତ୍ର ଅନୁଯାୟୀ, ଏହି ସମୟ ମଧ୍ୟରେ କୌଣସି ମୃତାହତର ଖବର ମିଳିନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ପାକିସ୍ତାନୀ ସେନା ଗୁଳି ଚଳାଇଥିଲା।
ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାରର ସଦସ୍ୟମାନଙ୍କୁ ପଚରାଉଚରା କରୁଛି କ୍ରାଇମ୍ବ୍ରାଞ୍ଚ୍ ଟିମ୍ । ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଟାଉନ ଥାନାରେ ପଚରାଉଚରା କରିଥିବା ସୂଚନା ରହିଛି । ଗୋପାଳଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଗୋପଳଙ୍କ ପତ୍ନୀଙ୍କ ବୟାନ ରେକର୍ଡ ହୋଇଥିଲେ ମଧ୍ୟ ଆଉ ଥରେ ତାଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ସେପଟେ ଅଭିଯୁକ୍ତ ଗୋପାଳଙ୍କ ମୋବାଇଲ ପୁଣି ଥରେ ଯାଞ୍ଚ କରାଯାଉଛି । ଘଟଣାର ୬ମାସ ପୂର୍ବରୁ କଲ ଡିଟେଲ ସଂଗ୍ରହ କରାଯାଉଛି । ଏହି ଅବଧି ଭିତରେ ଗୋପାଳ ସହ କଥା ହୋଇଥିବା…
ଦେହରୁ ବାହାରିଲା ଚାଖଣ୍ଡେ ଲମ୍ବର ଛୁରୀ । ତିନି ବର୍ଷ ଧରି ଫୁସଫୁସରେ ଫସି ରହିଥିବା ଛୁରୀ ଶେଷରେ ଅପରେସନ ପରେ ବାହାରିଲା । ଏମ୍କେସିଜି ମେଡିକାଲ କଲେଜ ଓ ହସପିଟାଲର ଡାକ୍ତରମାନେ ଏକ ବିରଳ ଅପରେସନ କରିବାରେ ସଫଳ ହୋଇଛନ୍ତି। ୩ ବର୍ଷ ଧରି ଜଣେ ଯୁବକଙ୍କ ଛାତି ଭିତରେ ଥିବା ୮ ସେମି ଲମ୍ବର ଏକ ଛୁରିକୁ ଅେସ୍ତ୍ରାପଚାର କରି ଡାକ୍ତର ବାହାର କରିଛନ୍ତି। ଛୁରିଟି ସଂପୃକ୍ତ ଯୁବକଙ୍କ ବାମ ପଟ ବେକ ତଳେ ପଶିଥିବା ବେଳେ ତାହାକୁ ଡାକ୍ତରମାନେ ଡାହାଣ ପାର୍ଶ୍ବ ଫୁସଫୁସ ଭିତରେ ଠାବ କରିଥିଲେ।ଯନ୍ତ୍ରଣା ହେଉଥିଲା, ରକ୍ତ ବାନ୍ତି ବି ହେଉଥିଲା l ଏପରିକି ଟିବି ହୋଇଛି କହିବାରୁ ତାଙ୍କର ଟ୍ରିଟମେଣ୍ଟ ମଧ୍ୟ କରିଥଲେ l ହେଲେ କିଛି ଲାଭ ହୋଇ ନଥିଲା । ଆଉ ଶେଷରେ mkcg ମେଡିକାଲରେ ତାଙ୍କର ସମସ୍ୟାକୁ ଠଉରାଇ ତାଙ୍କର ସଫଳ ଅପରେସନ୍ କରାଯାଇଛି । ଏଥିପାଇଁ ସନ୍ତୋଷ…
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କଲାଣି ଜୀବନ। ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ, ଆଭ୍ୟନ୍ତରୀଣରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି । ୨୭ରୁ ଆରମ୍ଭ ହେବ କାଳବୈଶାଖୀ । ଏହି ବର୍ଷା ହିଁ ଆଣିବ ଆଶ୍ୱସ୍ତି । ଯଦିଓ ସାମୟିକ ଆଶ୍ୱସ୍ତି ପରେ ପୁଣି ମେ ପହିଲାବେଳକୁ ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି । ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ସୋନପୁରରେ ଗ୍ରୀଷ୍ମ ପ୍ରବାହ (ଅରେଞ୍ଜ ୱାର୍ଣ୍ଣିଂ) ଆଶଙ୍କା ରହିଛି । ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ରାତି ତାପମାତ୍ରା ଅଧିକ ରହିବା ଯୋଗୁ ଅସ୍ୱାଭାବିକ ସ୍ଥିତି ଅନୁଭୂତ ହୋଇପାରେ । ଅନୁଗୁଳ, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼ରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳରେ ବିତାତିରୁ ନିସ୍ତାର ଆଶା ନାହିଁ ।…








