ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି ହୋଇଛି। ଯେଉଁଥିରେ କୁହାଯାଇଛି ଯେ ଦିଘାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ଘାଟନ ଉତ୍ସବରେ କେହି ସେବକ ରହିବେନି । ନଚେତ ରୋଷ ଓ ନିଯୋଗରୁ କରାଯିବ ବାସନ୍ଦ । ସବୁଦିନ ପାଇଁ କରାଯିବ ନିଲମ୍ବିତ । ଶ୍ରୀମନ୍ଦିର ଚାରିଦ୍ଵାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ରୋଷ ଘର ସମ୍ମୁଖରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଲଗାଯାଇଛି ନିର୍ଦ୍ଦେଶନାମା। ସୁଆର ମହାସୁଆର ନିଯୋଗର ସଭ୍ୟ ଓ ରୋଷ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲଗାଯାଇଛି।
Author: sanitelevision
ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା ସୁନାନ୍ତର ଗ୍ରାମର ଦୀପକ ଗୌଡ଼ ଏବଂ ଠୁରୁବୁରେଇ ଗ୍ରାମର ପିଙ୍କୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ ଭିଣେଇ ହୀନ ୬ ବର୍ଷ ପୂର୍ବେ ମାମୁଁ ଝିଅ ପି. ପୂଜାଙ୍କୁ ବିବାହ କରିଥିଲେ । ତେବେ ଅଭିଯୋଗ ଅନୁଯାୟୀ ଏହାରି ଭିତରେ ହୀନର ନଜର ପଡ଼ିଥିଲା ଶାଳୀ ଲିଜାଙ୍କ ଉପରେ । ଅନ୍ୟପଟେ ଲିଜା ଗାଁରେ ପାଠ ପଢୁଥିବା ବେଳେ ପାଖ ଗାଁର ଦୀପକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟ ଅଲଗା ଜାତିର ହୋଇଥିବାରୁ ସେମାନଙ୍କ ବାହାଘର କରାଇବାକୁ ଚାହୁଁନଥିଲେ । ଏହାର ସୁଯୋଗ ନେଇ କୁଆଡ଼େ ହୀନ ନିଜ ଶାଳୀକୁ ପ୍ରେମ ନିବେଦନ କରିବା ସହ ଶାରିରୀକ ସମ୍ପର୍କ…
ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିବା ସହିତ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟିର ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ତେବେ ଏହି ସଭାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅବସରରେ କହିଛନ୍ତି ଯେ, ମହିଳା ସଶକ୍ତ ହେଲେ, ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶର ବିକାଶ ହେବ।ଏହି ଷଷ୍ଠ ପର୍ଯ୍ୟାୟରେ, ଯେଉଁ ମହିଳାମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଛନ୍ତି ଏବଂ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ଏହି ଆର୍ଥିକ ସହାୟତା ପାଇବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ (ଏଟିଏମ-କମ୍-ଡେବିଟ୍ କାର୍ଡ) ମଧ୍ୟ ପ୍ରଦାନ କରାଯାଉଛି, ଯାହା ସେମାନଙ୍କର ଆର୍ଥିକ କାରବାରକୁ ସହଜ କରିବ। ସୂଚନାଯୋଗ୍ୟ ଯେ ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ…
ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶ ଏବେ ପାକିସ୍ତାନ ବିରୋଧରେ ଅଛି। ଏବେ ଭାରତରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମ ଅବିର ଗୁଲାଲର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସୂତ୍ର ଏହି ସୂଚନା ଦେଇଛି। ଫୱାଦ ଖାନ, ଯିଏ ବଲିଉଡ ଫିଲ୍ମ ଯଥା ‘ଖୁବସୁରତ’, ‘କପୁର ଆଣ୍ଡ ସନ୍ସ’ ଏବଂ ‘ଏ ଦିଲ ହୈ ମୁସକିଲ’ ପାଇଁ ଭାରତରେ ଜଣାଶୁଣା, ତାଙ୍କ ପାଇଁ ଏହା ଏକ ବଡ଼ ଧକ୍କା। ‘ଅବୀର ଗୁଲାଲ’ ଏକ ଅନନ୍ୟ କାହାଣୀ ଉପରେ ଆଧାରିତ ଏବଂ ଏହା ପାକିସ୍ତାନୀ ସିନେମାରେ ଫୱାଦଙ୍କ ନୂଆ ପ୍ରୟାସ ବୋଲି କୁହାଯାଉଛି। ତଥାପି, ଭାରତୀୟ ଦର୍ଶକଙ୍କୁ ଏହି ଫିଲ୍ମ ଦେଖିବାରୁ ବଞ୍ଚିତ ହେବାକୁ ପଡ଼ିବ। ଫୱାଦ ଏବଂ ବାଣୀଙ୍କ ବ୍ୟତୀତ ରିଦ୍ଧି ଡୋଗରା, ଲିସା ହେଡନ, ସୋନି ରାଜଦାନ, ଫରିଦା ଜଲାଲ, ରାହୁଲ ଭୋହରା ଏବଂ ପରମୀତ ସେଟ୍ଟୀ ଭଳି ଅନେକ…
ଆଜି ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ଏ ନେଇ ପ୍ରକୟିୟା ଜାରିଥିବାବେଳେ ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।ରାଷ୍ଟ୍ରୀୟ ପଞ୍ଜାୟତି ରାଜ ଦିବସ ଅବସରରେ ରାସନ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ରାସନ କାର୍ଡକୁ ନେଇ ବିରୋଧୀ ଦଳ ନେତା ଅରୁଣ ସାହୁ କଟାକ୍ଷ କରିଛନ୍ତି ।୫୦ ଲକ୍ଷ ଭୂତ ରାସନ କାର୍ଡ ଧରିଛୁ ବୋଲି ବିଧାନସଭାରେ ସରକାର କହିଥିଲେ । କୁଆଡେ ଗଲେ ଭୂତ ରାସନକାର୍ଡ । ଖାଲି ମିଛ କହୁଛନ୍ତି ସରକାର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଡିଜେ ସାଉଣ୍ଡ ଲଗାଇ କହିଲେ କି ୫୦ ଲକ୍ଷ ଭୂତ ରାସନ୍ କାର୍ଡ ଅଛି। ହେଲେ ଏବେ ଯାଏଁ ଭୂତ କି ଡାହାଣୀ ବାହାରିଲେ ନାହିଁ…
ଯାଜପୁର ଧର୍ମଶାଳାରେ ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର ଇଚ୍ଛା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଗାଁର ବାଉରୀବନ୍ଧୁ ରାଉତ ୭ ବର୍ଷ ପୂର୍ବେ ସେହି ଗାଁରେ ବିବାହ କରିଥିଲେ । ହେଲେ ସ୍ତ୍ରୀର ମାନସିକ ସମସ୍ୟା ଥିବା ଅଭିଯୋଗ କରି ଅନେକ ସମୟରେ ଅତ୍ୟାଚାର କରୁଥିଲେ । ଏଥିରେ ଅତିଷ୍ଠ ହୋଇ ପତ୍ନୀ ଓ ତାଙ୍କ ପୁଅ ସେମାନଙ୍କ ବାପ ଘରେ ରହୁଥିଲେ । ମଙ୍ଗଳବାର ପୁଅ ଟ୍ୟୁସନରୁ ଫେରି ଖେଳିବାକୁ ଯାଇଥିଲା ହେଲେ ଘରକୁ ଫେରିନଥିଲା । ବିଳମ୍ବ ହେବାରୁ ପୁଅର ମାମୁଁଘର ଲୋକେ ବହୁତ ଖୋଜାଖୋଜି କରିବା ସହ ପୋଲିସରେ ଅଭିଯୋଗ କରିଥିଲେ । ଆଜି ଗାଁର ଏକ ଅବ୍ୟବହୃତ ପୋଖରୀରୁ ପୁଅର ମୃତଦେହ ଉଦ୍ଧାର ହୋଇଛି।…
ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ଉପରେ ବଡ଼ ପ୍ରହାର। ସୁରକ୍ଷାକର୍ମୀ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ଘେରାଉ କରିବାସହ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି। ଖବର ଅନୁଯାୟୀ, ଛତିଶଗଡ଼ ଏବଂ ତେଲେଙ୍ଗାନାର ପ୍ରାୟ ୨ ହଜାର ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ଼ରେ ରହି ବଡ଼ ହିଂସାକାଣ୍ଡ କରୁଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ୪ ରାଜ୍ୟର ୪ ରାଜ୍ୟର ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି । ଡ୍ରୋନ ଏବଂ ହେଲିକପ୍ଟର୍ ସହାୟତାରେ ପୂରା ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । । ଛତିଶଗଡ଼, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ତିନି ରାଜ୍ୟର ସୁରକ୍ଷାକର୍ମୀ ଅପରେସନରେ ସାମିଲ ହୋଇଛନ୍ତି ।
ଜମ୍ମୁ କଶ୍ମୀରର ପହଲଗାମରେ ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧ ନିଆଁରେ ଜଳୁଛି। ବିଭିନ୍ନ ମହଲରୁ ଏହି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କାଶ୍ମୀର ପହଲଗାମ୍ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀମାନେ ପହଲଗାମ୍ ଭ୍ରମରେ ଆସିଥିବା ପର୍ଯ୍ୟଟକ ମାନଙ୍କୁ ତାଙ୍କର ଧର୍ମ ପଚାରି ଗୁଳି କରିଛନ୍ତି। ଏହାରି ଭିତରେ ଆତଙ୍କୀ ହମଲା ପରେ ପୁରା ସଜାଗ ଅଛନ୍ତି ରାଜ୍ୟ ସରକାର। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଘଟଣାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ରହିଥିବା ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ନିର୍ଦେଶ ଦିଆଯାଇଛି ।
ଆଜି ଏପ୍ରିଲ୍ ୨୪ । ‘ଗଡ୍ ଅଫ୍ କ୍ରିକେଟ୍’ ଅର୍ଥାତ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ଏହି ଦିନଟିକୁ କେବଳ ଦେଶ ନୁହେଁ ସାରା ବିଶ୍ୱ ପାଳନ କରେ। ଭାରତର ପ୍ରତ୍ୟେକ ଗଳିରେ କ୍ରିକେଟକୁ ପହଞ୍ଚାଇବାରେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।୧୯୮୯ ମସିହା ନଭେମ୍ବର ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର । ୨୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସଚିନ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪ ହଜାର ୩୫୭ ରନ୍ କରିଛନ୍ତି । ଖାଲି ବ୍ୟାଟିଂ ନୁହେଁ ବୋଲିଂରେ କମାଲ କରିଥିଲେ ସଚିନ ତେନ୍ଦୁଲକର । ତାଙ୍କ ନାମରେ ୨୦୧ ଅନ୍ତର୍ଜାତୀୟ ୱିକେଟ୍ ରହିଛି । ଏହାଛଡ଼ା ୨୦୧୧ ଦିନିକିଆ ବିଶ୍ୱକପ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଥିଲେ ସଚିନ ତେନ୍ଦୁଲକର । ନିଜ କ୍ୟାରିଅରରେ ଅନେକ ରେକର୍ଡ ନିଜ ନାଁରେ କହିଛନ୍ତି ସଚିନ । କିନ୍ତୁ କିଛି ଏଭଳି ରେକର୍ଡ…
ଜମ୍ମୁ-କାଶ୍ମୀରର ଅତି ସୁନ୍ଦର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଭଳି ସମୟରେ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନକୁ କେକ ଅର୍ଡର କରାଯାଇଛି। ତେବେ କାହିଁକି ଏବଂ କେଉଁ କାରଣରୁ କେକ୍ ମଗାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଆକ୍ରମଣକୁ ନେଇ ଲଗାତାର ଭାବେ ବୈଠକ କରାଯାଉଛି। ଏହି ସମୟରେ ଦିଲ୍ଲୀରେ ପାକିସ୍ତାନ ହାଇକମିଶନ ଭିତରକୁ ଜଣେ ବ୍ୟକ୍ତି କେକ୍ ନେଇ ଯାଉଥିବାର ଦେଖାଯାଇଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କେକ୍ ନେଇ ଭିତରକୁ କାହିଁକି ଯାଉଛନ୍ତି। ଲୋକଟି କୌଣସି ଉତ୍ତର ଦେଇ ନାହାନ୍ତି। ତେବେ ପହଲଗାମ୍ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର । ଭାରତ…









