Author: sanitelevision

ଭାରତରେ ରହୁଥିବା ପାକିସ୍ତାନ ନାଗରିକ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି । ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ । ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଭୋଗିବେ । SAARC ଭିସା ଧାରୀ: ୧୨ ପ୍ରକାରର ସ୍ୱଳ୍ପମିଆଦୀ ଭିସା (ଯଥା- ଭିସା ଅନ୍ ଆରାଇଭାଲ, ବ୍ୟବସାୟ, ପର୍ଯ୍ୟଟକ, ପୀଠସ୍ଥାନ ଯାତ୍ରା, ସାମ୍ବାଦିକ, ଛାତ୍ର, କନଫରେନ୍ସ ଇତ୍ୟାଦି) ଧାରୀ ପାକିସ୍ତାନୀ ନାଗରିକଙ୍କୁ ୨୬ ଏପ୍ରିଲ ୨୦୨୫ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ଚିକିତ୍ସା ପାଇଁ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ୨୯ ଏପ୍ରିଲ ୨୦୨୫ ସୁଦ୍ଦା ଦେଶ ଛାଡ଼ିବାକୁ ନୋଟିସ ଜାରି ହୋଇଛି।ଗତ ଦୁଇ ଦିନରେ ୫୩୭ ପାକିସ୍ତାନୀ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି । ଏପର୍ଯ୍ୟନ୍ତ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, ଗୁଜରାଟ ଓ ୟୁପିରେ ରହୁଥିବା ପାକିସ୍ତାନ ନାଗରିକ ଭାରତ ଛାଡ଼ିଛନ୍ତି । ମହାରାଷ୍ଟ୍ରରେ…

Read More

ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ । ୬୩ ହଜାର କୋଟିର ଡିଲରେ ଆଜି ବାଜିବ ମୋହର। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଭର୍ଚୁଆଲ ମିଟିଂରେ ଯୋଗଦେବେ ଫାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ ଲେକର୍ନୁ । ଭାରତ ଫ୍ରାନସ ଠାରୁ ୨୬ଟି ରାଫେଲ ନେଭି ଜେଟ୍ ପାଇଁ ମେଗା ଡିଲ ଉପରେ ହେବ ଡିଲ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ୍ ବୈଠକରେ ଯୁଦ୍ଧବିମାନ କିଣିବାକୁ ଅନୁମତି ମିଳିଛି । ତେବେ ଆସନ୍ତା ୨୦୨୮ରୁ ୨୦୨୯ ଭିତରେ ୨୬ ରାଫେଲ ଯୁଦ୍ଧବିମାନ ଭାରତକୁ ଆସିବ । ତେବେ ୨୦୩୧-୩୨ ସୁଦ୍ଧା ଏହି ଫାଇଟର ଜେଟ୍‌ ନୌସେନାରେ ସାମିଲ ହେବ । ଯୁଦ୍ଧବିମାନ ପରିବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସାମିଲ ହେବ । ଏହି ଚୁକ୍ତି ଅନୁଯାୟୀ ଯୁଦ୍ଧବିମାନର ମରାମତି, ଚାଳକଙ୍କୁ ପ୍ରଶିକ୍ଷଣ, କିଛି ପାର୍ଟ୍ସର ଘରୋଇ…

Read More

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ପ୍ରମୁଖ ଭୂମିକା। ରାଜ୍ୟର ପ୍ରଥମ ବାରିଷ୍ଠର ଭାବେ ମଧ୍ୟ ଦେଶ ବିଦେଶରେ ବେଶ ନାଁ କରିଥିଲେ ମଧୁ ବାବୁ।୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ ସେ କଟକର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ। ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ। ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା।ମଧୁବାବୁଙ୍କ ଆଇନଜୀବୀ ପେଶାର ଅଭିଭାବକତ୍ୱ ସମ୍ପର୍କରେ ତାଙ୍କ ନିକଟରେ ୧୦ ବର୍ଷ ଧରି ଜୁନିୟର ଓକିଲ ଭାବେ କାମ କରିଥିବା ଗୋପାଳ ଚନ୍ଦ୍ର ପ୍ରହରାଜ ଲେଖିଛନ୍ତି ଯେ ୧୦ ବର୍ଷ…

Read More

କାଳବୈଶାଖୀ ପ୍ରଭାବରେ ପୂରା ରାଜ୍ୟରେ ପାଗ ବଦଳିବା ଯୋଗୁ ତାତି ତଳମୁହାଁ ହୋଇଛି । କିଛିଟା ଆଶ୍ୱସ୍ତି ମିଳିଛି। ସୋମବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ କୁଆପଥର ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ। । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ । ସେହିପରି ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୨୧ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Read More

ଦ୍ଵିତୀୟ ବିବାହ ପାଇଁ ପୁଅକୁ ହତ୍ୟା କଲା ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣାରେ ବାପା ସମେତ ୫ ଜଣ ଗିରଫ ହୋଇଛନ୍ତି । ଯାଜପୁର ଜିଲ୍ଲା ଜେନାପୁର ଥାନା ଚାରଗୋଠ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିଲ ।୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର ହୋଇଥିଲା। ମୃତ ନାବାଳକର ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ପାରିବାରିକ ବିବାଦ ଯୋଗୁ ଗାଁର ବାଉରୀବନ୍ଧୁ ରାଉତ ନିଜ ୫ବର୍ଷର ପୁଅକୁ ଅପହରଣ ସହ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ପରେ ପୁଲିସ ବାଉରୀବନ୍ଧୁ ଓ ତାର ପରିବାରର ୪ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା । ଆଜି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Read More

କଲମାକୁ ନେଇ ରାଜନୀତି ତେଜିଛି । କଲମା ବ୍ୟାରେଜର ସବୁ ଫାଟକ ବନ୍ଦ ହେବା ପରେ ଚର୍ଚ୍ଚା ବଢିଛି । ବର୍ତ୍ତମାନର ସମସ୍ୟାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବର୍ତ୍ତମାନ ସରକାର । ଆଇନମନ୍ତ୍ରୀ କହିଛନ୍ତି କି, ଯାହା ସମସ୍ୟା ଉପୁଜିଛି ତାହା ସୂତ୍ରଧର ହେଉଛନ୍ତି ପୂର୍ବ ସରକାର। ଆଲୋଚନାକୁ ବାରମ୍ବାର ଡକାଗଲା କିନ୍ତୁ ଆଲୋଚନାକୁ ଆସିଲେ ନାହିଁ କି ସମସ୍ୟାର ସମଧାନ କଲେ ନାହିଁ । ସୁଯୋଗ ଥିଲା କିନ୍ତୁ କେହି ଚେଷ୍ଟା କଲେନି । ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଡବଲ ଇଞ୍ଜିନ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ l ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ…

Read More

ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ଏନେଇ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ସଂପାଦକଙ୍କ ଦସ୍ତଖତରେ ନିର୍ଦ୍ଦେଶ ଜାରି ହୋଇଛି। ନିକଟରେ ସୁଆର ମହାସୁଆର ସେବକଙ୍କୁ ମଧ୍ୟ ବାସନ୍ଦ ପାଇଁ ଚେତାବନୀ ହୋଇଥିଲା। ଦୀଘା ମନ୍ଦିର ପ୍ରତିଷ୍ଠାରେ ରୋଷ କାର୍ଯ୍ୟରେ ବାସନ୍ଦ ପାଇଁ ଚେତାବନୀ ଦିଆଯାଇଛି।

Read More

ସରିଛି +୨ ପରୀକ୍ଷା। ଚାଲିଛି ଖାତାଦେଖା। ଖାଲି ଫଳାଫଳକୁ ଅପେକ୍ଷା। ଏପ୍ରିଲ ୨୮ରେ ଖାତା ଦେଖା ଶେଷ ହେବାକୁ ଥିବା ବେଳେ ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ସ୍ଥାନରେ ଖାତା ଦେଖିବାକୁ ସେଣ୍ଟର ଆସିବାକୁ ସମସ୍ୟା ହେଉଥିଲା । ଫଳରେ ସକାଳେ କି ସନ୍ଧ୍ୟାରେ ସେଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୯୦ ପ୍ରତିଶତ ଖାତା ଦେଖା ସରିଛି । ଏହାସହ ଅନଲାଇନ ଅପଡେସନ ପାଇଁ ଦୁଇ ଦିନ ସମୟ ଲାଗିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

Read More

E-KYCରେ ଗରିବଙ୍କ ରାସନ କାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, E-KYCରେ ଯେଉଁ ଗରିବଙ୍କର କାର୍ଡ କଟିଛି ମୋତେ କୁହନ୍ତୁ । ଆମ ପାଖରେ ପର୍ଯ୍ୟାପ୍ତ କାର୍ଡ ଅଛି, ଆମେ ନୂଆ ଲୋକଙ୍କୁ ଦେବୁ । ଯଦି ଭୁଲରେ କଟିଯାଇଛି, ଆଉ ଥରେ ଆବେଦନ କରନ୍ତୁ, ସର୍ଭେ କରିକି ଦେବୁ ବୋଲି ମନ୍ତ୍ରୀ କହିଛନ୍ତି।ପାଖାପାଖି ୧ ଲକ୍ଷ ଲୋକଙ୍କ ରାସନ କାର୍ଡ କଟିଛି ।ଇନକମ ଟ୍ୟାକ୍ସ ଦେଉଥିବା, ଭଲ ଚାକିରି କରିଥିବା ଲୋକଙ୍କ କାର୍ଡ କଟାଯାଇଛି ।

Read More

କଟକରେ ତିନି ଜଣ ପାକିସ୍ତାନ ନାଗରିକ ଅଛନ୍ତି । ବିଭିନ୍ନ ଭିସା ବଳରେ ସେମାନେ ଭାରତ ଆସିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ। ଚିହ୍ନଟ କରି ଗୃହ ବିଭାଗକୁ ତଥ୍ୟ ଦେବ ପୋଲିସ । ଗୃହ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶ ପରେ ପଦକ୍ଷେପ ଗ୍ରହଣ କରିବ ପୋଲିସ । ଜମୁ କଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଭାରତ ସରକାର ନେଉଛନ୍ତି କଡା ପଦକ୍ଷେପ । ଗୃହମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ ରାଜ୍ୟକୁ କରିଛନ୍ତି ଆଲର୍ଟ । ଭିସା ଯୋଗେ ପାକିସ୍ତାନରୁ ଭାରତ ଆସିଥିବା ନାଗରିକ ମାନକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପାକିସ୍ତାନ ଫେରିବା ପାଇଁ ଗାଇଡ଼ ଲାଇନ ଜାରି କରିଛି କେନ୍ଦ୍ର ସରକାର। ତେବେ ଏହାରି ଭିତରେ ଓଡିଶା ରେ ୧୨ ଜଣ ପାକିସ୍ତାନ ନାଗରିକ ରହିଥିବା ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରଯାଇଛି ।

Read More