Author: sanitelevision

ପାଇପ୍‌ ଷ୍ଟକୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ଜଳିପୋଡ଼ି ନଷ୍ଟ ହୋଇଗଲା ବହୁ ବଡ଼ ବଡ଼ ପାଇପ୍‌। ସୋମବାର ଦ୍ବିପ୍ରହରରେ ପାରାଦୀପ ଟେକ୍ନୋମାଉଣ୍ଟ- ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ୍ ଷ୍ଟକୟାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଆଇଓସିଏଲ, ଇଫକୋ, ପିପିଏଲ, ପାରାଦ୍ଵୀପ ବନ୍ଦର, କୁଜଙ୍ଗ ଅଗ୍ନିଶମ ବିଭାଗ ର ୭ରୁ ଉର୍ଦ୍ଧ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ଫୋମ୍ ଓ ପାଣି ମାରି ନିଆଁ କୁ ଆୟତ କରିଥିଲେ ଅଗ୍ନିଶମ ବାହିନୀ। ତେବେ ୭ରୁ ଉର୍ଦ୍ଧ ଅଗ୍ନିଶମ ଗାଡ଼ି ନିଆଁକୁ ସମ୍ପୁର୍ଣ୍ଣ ଆୟତ କରିଛନ୍ତି।ସେପଟେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ଆଇଓସିଏଲ ପାଇପ ଲାଇନ ଚିଫ୍ ଜେନେରାଲ ମ୍ୟାନେଜରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଠାରେ କମ୍ପାନିର ସ୍କ୍ରାପ୍ ରହୁଥିଲା । ହେଲେ ଏହି ସ୍କ୍ରାପରେ ନିଆଁ କେମିତି ଲାଗିଲା ଏହାର ତଦନ୍ତ କରାଯିବ।

Read More

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଶୀଳତ ଯୁଦ୍ଧ ଭିତରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ।ସଂଧ୍ୟା ସମୟରେ ରୂପାଲି ଛକରେ ପାକିସ୍ତାନୀ ପତାକା ଓ ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏହି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଟ୍ରାଫିକ ପୋଲିସ ଉପସ୍ଥିତ ଥାଇ ମଧ୍ୟ କିପରି ଏଭଳି ଘଟଣା ଘଟିଲା, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।ଆଉ ଏହାକୁ ଟିକିନିଖି କରିବା ଦେଖିବା ପରେ ରୂପାଲି ଛକର ଉଭୟ ପାର୍ଶ୍ୱରେ ପାଖାପାଖି ୪ଟି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଲା। ପ୍ରଶ୍ନ ଉଠୁଛି କି ପାକିସ୍ତାନ ପତାକା ଲଗାଇବା ପଛରେ କି ଉଦ୍ଦେଶ୍ୟ ରହିଛି। ଏହା ଏକ ସମ୍ୱେଦନଶୀଳ ବିଷୟ, କେଉଁ ପରିସ୍ଥିତିରେ ଏହି ପତାକା ଲଗାଯାଇଛି ଏବଂ କିଏ ଲଗାଇଛି ତାହା ଉପରେ ତଦନ୍ତ ଜାରି ରହିଛି।

Read More

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ଏହା ବ୍ୟତୀତ ବର୍ତ୍ତମାନ ୧୨ ଜଣ ପାକିସ୍ତାନୀଙ୍କ ପ୍ରସଙ୍ଗକୁ ନେଇ ଡିଜିପିଙ୍କ ପ୍ରତିକ୍ରିୟା ରହିଛି। ସେ କହିଛନ୍ତି ଯେ, ୧୨ ଜଣ ପାକିସ୍ତାନୀ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି। ଜଣେ ପାକିସ୍ତାନୀ ରାଜ୍ୟ ଛାଡ଼ି ପଳାଇଲେଣି। ଆଉ ଜଣେ ପାକିସ୍ତାନୀଙ୍କ ଭିସା ବିଚାରଧୀନ ରହିଛି।ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକିସ୍ତାନ ନାଗରିକଙ୍କ ଭିଜା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ରାଜ୍ୟରେ ଥିବା ପାକ ନାଗରିକଙ୍କୁ ଚିହ୍ନଟ କରି ତାଙ୍କର ଭିଜା ବନ୍ଦ କରି ତୁରନ୍ତ ରାଜ୍ୟରୁ ବାହାର କରିବାକୁ ଶାହା କହିଛନ୍ତି।

Read More

ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ ଏହାର ଅପବ୍ୟବହାର କରାଯାଉଥିବ ତେବେ ସେଠାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମସଚିବ ଜି. ପାର୍ଥସାରଥି ମୁଖ୍ୟଶାସନ ସଚିବଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହବିଭାଗ ଯୁଗ୍ମସଚିବ ଶରତ ଚନ୍ଦ୍ର ମାରାଣ୍ଡି ୨୯ ମାର୍ଚ୍ଚରେ ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଥିବାବେଳେ, ଏପ୍ରିଲ ୧୭ରେ ଜଳସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଯାଇଛି ।ଭାରତର ଜାତୀୟ ଚିହ୍ନ ଆଇନ-୨୦୦୫ ଏବଂ ନିୟମ-୨୦୦୭ ଓ ସଂଶୋଧନ ଆଇନ-୨୦୧୦ ଅନୁଯାୟୀ ଜାତୀୟ ଚିହ୍ନ ସରକାରୀସ୍ତରରେ ବ୍ୟବହାର ହୋଇପାରିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମସଚିବ ପାର୍ଥସାରଥି ପତ୍ରରେ ଦର୍ଶାଇଥିଲେ, ଭାରତର ଜାତୀୟ ଚିହ୍ନ ତିନୋଟି ଅଶୋକସ୍ତମ୍ଭ…

Read More

ଆତଙ୍କୀ ଆକ୍ରମଣ ପରେ ଷ୍ଟେସନରେ ହାଇ ଆଲର୍ଟ । ଆରପିଏଫ୍ ଦ୍ବାରା ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ କରାଯାଉଛି ।ପହଲଗାମ ଆତଙ୍କୀ ଆକ୍ରମଣ ପରେ ଷ୍ଟେସନରେ ବଢିଲା ସୁରକ୍ଷା। ଭୁବନେଶ୍ୱର ରେଲୱେ ଷ୍ଟେସନରେ RPFର ଫ୍ଲାଗ ମାର୍ଚ୍ଚ। ପଇଁତରା ମାରୁଛନ୍ତି ଦୁଇ ସେକ୍ସନ ଫୋର୍ସ। ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସବୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ହାଇ ଆଲର୍ଟ କରାଯାଇଛି । ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର ।

Read More

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ। ଦୋଷୀଙ୍କୁ ଛଡ଼ାଯିନାହିଁ। ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାମୁତାବକ ରାଜ୍ୟରେ ଦୁଇଟି ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ଯୋଗୁ ପରୀକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)- ୨୦୨୩ ପରୀକ୍ଷାରେ ପ୍ରଶ୍ନପତ୍ର ଅଦଳବଦଳ ଯୋଗୁ ତ୍ରୁଟି ହୋଇଛି। ଅନୁରୂପ ଭାବେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)ଦ୍ୱାରା ଆୟୋଜିତ ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାର ପ୍ରଶ୍ନପତ୍ର ପାଠ୍ୟକ୍ରମ ବାହାରୁ ଆସିଥିବାରୁ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ।

Read More

ଓଡ଼ିଆ ସିନେମାକୁ ନବେ ବର୍ଷ ।ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ଏକ ଆଶାର ମଞ୍ଜି ବୁଣିଥିଲା। ହେଲେ ଅବସୋସର କଥା ୮୮ବର୍ଷରେ ବି ଆଜି ଓଡ଼ିଆ ଚଳଚ୍ଚିତ୍ରକୁ ଅନେକ ପ୍ରଶ୍ନ ଘେରି ରହିଛି। ନିମ୍ନମାନର ଚଳଚ୍ଚିତ୍ର, ବିଷୟବସ୍ତୁ, କପି ଆଦିର ଅପବାଦରୁ ଧୀରେ ଧୀରେ ପୁନଃ ମୁଣ୍ଡ ଟେକୁଛି ଚଳଚ୍ଚିତ୍ର ଜଗତ। ସମ୍ପ୍ରତି ଯୁବ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କୁ ନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ସିନେମା। ଯଦିଓ ସିନେମା ଭଲ ଚାଲୁଛି, କିନ୍ତୁ ପ୍ରଯୋଜକ ପ୍ରେକ୍ଷାଳୟରୁ ଟଙ୍କା ପାଉନାହାନ୍ତି। ପ୍ରାପ୍ୟ ପାଇବାକୁ ବେଳେବେଳେ ବର୍ଷ ବର୍ଷ ବିତି ଯାଉଛି।୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପୁରୀ ମାଟିରେ ଲକ୍ଷ୍ମୀ ଟକିଜ୍‌ ସିନେମା ହଲ୍‌ରେ ‘ସୀତା ବିବାହ’ ମୁକ୍ତିଲାଭ କଲା। ସେ ଓଡ଼ିଆ ଚଳଚ୍ଚିତ୍ରର ଜନକ ପାଲଟିଗଲେ। ଅଥଚ…

Read More

କିଛି ଦିନ ପୂର୍ବରୁ ସୁନା ଦର ଅଚାନକ ଲକ୍ଷେ ଟଙ୍କାରେ ପହଞ୍ଚିଥିଲା । ତାପରେ ଧିରେ ଧିରେ ସୁନା ଦର ଖିସିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା, ସୁନା ଦର କେଉଁଠି କେତେ?ଏପ୍ରିଲ ୨୮ ଅର୍ଥାତ୍‌ ସୋମବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୭,୫୩୦ ଟଙ୍କା ରହିଛି । ଗତକାଲି ଏହା ୯୮,୨୧୦ ଟଙ୍କା ଥିଲା । ଏଥିରେ ୬୮୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୯,୪୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୦୨୦ ଟଙ୍କା ଥିଲା । ଏଥିରେ ୬୨୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୩,୧୫୦ ଟଙ୍କା ରହିଛି । ଗତକାଲି ଏହା ୭୩,୬୬୦ ଟଙ୍କା ଥିଲା । ଏଥିରେ ୫୧୦ ଟଙ୍କା ହ୍ରାସ ହୋଇଛି ।ସେହିପରି ରୁପା ଦାମ୍‌ ମଧ୍ୟ କମ୍‌ ହୋଇଛି…

Read More

ରାଜଧାନୀରେ କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ। କୁଖ୍ୟାତ ଅପରାଧୀ ସାଦିକୁଲ୍ ଇସଲାମକୁ ଗିରଫ କରିଛି ଖାରବେଳନଗର ପୋଲିସ। ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ବେଳେ ଏନକାଉଣ୍ଟର କରିବାକୁ ପ୍ରସ୍ତୁତ ଥିଲା ପୋଲିସ।ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛି ସାଦୀକୁଲ । ଗତ ୨୨ ତାରିଖରେ ୟୁନିଟ୍-୩ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଥିଲା ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।ସୂଚନାନୁସାରେ , ଗତ ୨୨ ତାରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ଅର୍ଚ୍ଚନା ସାହୁ ୟୁନିଟ୍-୩ର ଖଣ୍ଡିଆ ପାର୍କ ଆଡକୁ ବୁଲିବାକୁ ଯାଉଥିବା ସମୟରେ, ଅଭିଯୁକ୍ତ ସାମ୍ନା ପାର୍ଶ୍ୱରୁ କଳା ହେଲମେଟ୍ ସହ ନମ୍ବର ପ୍ଲେଟ୍ ନଥିବା ଏକ ଲାଲ ରଙ୍ଗର ହୋଣ୍ଡା ଆକ୍ଟିଭା ସ୍କୁଟିରେ ଆସି ଝାମ୍ପିନେଇଥିଲା ୧୨ ଗ୍ରାମ ଓଜନର ସୁନା ଚେନ୍। ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ପରେ ଜଣାପଡିଥିଲା ଅଭିଯୁକ୍ତର କାରନାମା ।ମସଜିଦ୍ କଲୋନିର ଜଣେ…

Read More

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, କଠୋର ହେଉଛି ଭାରତ । ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । । ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ପୁର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ ବନ୍ଦ କରିଥିଲା ଭାରତ । ଏହି ଚ୍ୟାନେଲଗୁଡ଼ିକରେ ଅଛି ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଆରଜୁ କାଜମୀ ଭଳି ଅନେକ ବଡ଼ ୟୁଟ୍ୟୁବ୍ ଚ୍ୟାନେଲ । ଆହୁରି ବି ଡନ୍ ନ୍ୟୁଜ୍, ସାମା ଟିଭି ଏବଂ ଜିଓ ନ୍ୟୁଜ୍ ଭଳି ବଡ଼ ନାମ ମଧ୍ୟ ଅନ୍ତର୍ଭୁକ୍ତ। ସରକାର ଏହି ପଦକ୍ଷେପ ନେଇଛନ୍ତି କାରଣ ଏହି ଚ୍ୟାନେଲଗୁଡ଼ିକ ଭାରତ, ଏହାର ସେନା ଓ ସୁରକ୍ଷା…

Read More