ଜମ୍ମୁକଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁକଶ୍ମୀର ସରକାର ଏହି ପଦକ୍ଷେପ ନେଇଛନ୍ତି ।ଅନ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସରକାର ବନ୍ଦ କରିଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରେ ୟୁସମାର୍ଗ, ଟଉସ ମଇଦାନ, ଦୁଦ୍ଧପଥରୀ, ଆହାରବଲ, କୌସରନାଗ, ବାଙ୍ଗୁସ, କାରିଓ୍ବାନ, ବାଙ୍ଗୁସ ଭ୍ୟାଲି, ଓ୍ବତଲାବ, ରାମପୋରା, ରାଜପୁରା, ଚିରହାର ଆଦି ପ୍ରମୁଖ ରହିଛି।ସୂଚନାଯୋଗ୍ୟ, ୨୨ ଏପ୍ରିଲରେ, ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥି ଲେ। ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଜମ୍ମୁ-କଶ୍ମୀରରୁ ବହୁ ସଂଖ୍ୟକ ପର୍ଯ୍ୟଟକ ବୁକିଂ କ୍ୟାନସଲ କରି ଫେରି ଯାଇଥିଲେ । ତେବେ ଘଟଣାକୁ କିଛିଦିନ ବିତିବା ପରେ ପର୍ଯ୍ୟଟକମାନେ…
Author: sanitelevision
ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ । ତିନିଟି ସିଫ୍ଟରେ ଏହି ପରୀକ୍ଷା ହେବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ କରାଯିବ। ଛାତ୍ରଛାତ୍ରୀ ୱେବ୍ସାଇଟ୍ରୁ ନିଜର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ।ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି.ଫାର୍ମା, ଏମ୍ସିଏ, ଏମ୍.ଏସ୍ସି(କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି.କାର୍ଟ, ଏମ୍.ଟେକ୍, ଏମ୍.ଟେକ୍(ପାର୍ଟ-ଟାଇମ୍), ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍ ଓ ଲାଟେରାଲ୍ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ।
ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଟଙ୍କା ଆସିବା ନେଇ ଚାଷୀଙ୍କ ମୁହଁରେ ଖୁସି ଖେଳିଯାଇଛି । ରାଜ୍ୟର ପ୍ରାୟ ୫୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଇବେ ସରକାର। ସିଏମ କିସନ୍ ଯୋଜନାରେ ବର୍ଷକୁ ୨ ଟି କିସ୍ତିରେ ଚାଷୀଙ୍କୁ ମିଳୁଛି ୪ ହଜାର।ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସେହିପରି ପିଏମ କିସନ ଯୋଜନାରେ ବର୍ଷକୁ ୩ ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା।ଏହି ଯୋଜନାରେ ସମସ୍ତ ଚାଷୀ ତଥା ଭୂମିହୀନ, ପିଏମ କିସାନ ଯୋଜନରେ ଅନ୍ତର୍ଭୁକ୍ତ ଚାଷୀ ମଧ୍ୟ ଆର୍ଥିକ ସହାୟତା ପାଇପାରିବେ। ଚାଷୀମାନେ ନୂଆ ଭାବେ ସିଏମ କିସାନ ଯୋଜନାରେ ସାମିଲ ହେବା ପାଇଁ ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ।
ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଉଛନ୍ତି ଭାରତ ସରକାର । ସୁରକ୍ଷା ମାମଲାରେ କୌଣସି ପ୍ରକାରର ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି ସରକାର । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ଓ ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ । ୨୯ ତାରିଖ ପର୍ଯ୍ୟନ୍ତ ସେମାନେ ଭାରତରେ ରହିପାରିବେ ବୋଲି କୁହାଯାଇଥିଲା । ତେବେ ଅନ୍ୟ ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ରହିଥିଲା । ୨୭ ତାରିଖରେ ଡେଡଲାଇନ ସରିଥିଲେ ମଧ୍ୟ ଏବେ ବି ଭାରତ ଛାଡିନାହାନ୍ତି ବହୁ ପାକିସ୍ତାନୀ ନାଗରିକ ।ଏପଟେ ଓଡ଼ିଶାରେ ୧୨ଜଣ ପାକିସ୍ତାନ ନାଗରିକ ରହୁଥିବା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ କାଲି ପଦ୍ମ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସମ୍ମାନ ଗ୍ରହଣ କରିଥିବା ୭୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଅଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନୀତ କରିଛନ୍ତି।୪ ଜଣ ବ୍ୟକ୍ତି ମାନେ ହେଲେ – ଅଦ୍ୱିତା ଚରଣ ଗଡନାୟକ, ଅଶୋକ କୁମାର ମହାପାତ୍ର, ଦୁର୍ଗା ଚରଣ ରଣବୀର ଏବଂ ପ୍ରତିଭ ସତପଥି।ତେବେ ଢେଙ୍କାନାଳର ପ୍ରସିଦ୍ଧ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡନାୟକଙ୍କୁ କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ମାନୀତ ହୋଇଥିଲେ। ସେହିପରି ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କୁ ଚିକିତ୍ସା କ୍ଷେତ୍ରରେ ତାଙ୍କର ନିଷ୍ଠା ଓ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି। ଅପରପକ୍ଷରେ କଳା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତାକୁ ପାଇଁ ଦୁର୍ଗା ଚରଣ ରଣବୀର ଏବଂ ପ୍ରତିଭା ସତପଥୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ପୂର୍ବତଟ ରେଳବାଇ (ଇଷ୍ଟକୋଷ୍ଟ ରେଲବାଇ)ର ସୂଚନା ଅନୁଯାୟୀ, ପୁରୀ-ବାଙ୍ଗିରିପୋଷି- ସୁପରଫାଷ୍ଟ ଏକ୍ସପ୍ରେସକୁ ଆଧୁନିକ ଲିଙ୍କେ ହଫମାନ ବୁଷ (ଏଲଏଚବି) କୋଚ୍ ସହିତ ଅପଗ୍ରେଡ କରାଯାଇଛି । ଏହା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ଆରାମ ପ୍ରଦାନ କରିବ। ତେବେ, ଏଲଏଚବି କୋଚ୍ ସହିତ ନିୟମିତ ସେବା ପୁରୀରୁ ଏପ୍ରିଲ ୨୯ ତାରିଖରୁ ଏବଂ ବାଙ୍ଗିରିପୋଷିରୁ ଏପ୍ରିଲ ୩୦ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଟ୍ରେନଟି ପାରମ୍ପରିକ ଆଇସିଏଫ (ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରୀ) କୋଚ୍ ସହିତ ଚାଲୁଥିଲା। ନବୀକରଣ ହୋଇଥିବା ଏହି ଟ୍ରେନରେ ଏକ ଏସି ଚେୟାର କାର, ଛଅଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ଆସନ କୋଚ୍, ପାଞ୍ଚଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍, ଏକ ଗାର୍ଡ-କମ-ପାୱାର କାର ଏବଂ ଶାରୀରିକ ଅକ୍ଷମ ଯାତ୍ରୀଙ୍କ ପାଇଁ ଏକ ଗାର୍ଡ-କମ-ଦ୍ୱିତୀୟ ଶ୍ରେଣୀ କୋଚ୍ ରହିବ।
ଅତିରିକ୍ତ ଏସପିଙ୍କୁ ସଭା ମଞ୍ଚକୁ ଡକାଇ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା।୨୮ ଏପ୍ରିଲ ସୋମବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସିଦ୍ଧରମୈୟା ମଞ୍ଚ ଉପରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ଡାକି କିଛି କହିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଭିଡିଓରେ ସିଦ୍ଧରମୈୟା ତାଙ୍କ ହାତ ଉଠାଇ ଚାପୁଡ଼ା ମାରିବାର ଇଙ୍ଗିତ କରୁଥିବା ଦୃଶ୍ୟ ରେକର୍ଡ ହୋଇଛି।ଏହି ସମୟରେ କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା ମଞ୍ଚ ଉପରେ ଉପସ୍ଥିତ ଥିଲେ, କିନ୍ତୁ ସିଦ୍ଧରମୈୟା ତାଙ୍କ କଥା ନ ଶୁଣି ତାଙ୍କ ଆଚରଣ ଜାରି ରଖିଥିଲେ। ଏହି ଭିଡିଓଟି ଏକ୍ସ (ପୂର୍ବରୁ ଟ୍ୱିଟର) ପ୍ଲାଟଫର୍ମରେ ଦ୍ରୁତ ଗତିରେ ପ୍ରଚାରିତ ହେବା ପରେ ଏହା ତୀବ୍ର ଆଲୋଚନାର ବିଷୟ ପାଲଟିଛି। ଭାଇରାଲ ଭିଡିଓରେ ସିଦ୍ଧରମୈୟାଙ୍କୁ “ଏ ପୋଲିସ, ଏଠାକୁ ଆ, SP…
ମେ’ ୧ରୁ ଦେଶବ୍ୟାପୀ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସମଗ୍ର ଦେଶର ନାଗରିକଙ୍କୁ ପ୍ରଭାବିତ କରିବ । ସବୁଠାରୁ ପ୍ରମୁଖ ପରିବର୍ତ୍ତନ ହେଉଛି ଏଟିଏମ୍ କାରବାର ଶୁଳ୍କ ପାଇଁ ସଂଶୋଧିତ ଢାଞ୍ଚା, ଏହା ବ୍ୟତୀତ ସରକାର ଆଞ୍ଚଳିକ ବ୍ୟାଙ୍କଗୁଡ଼ିକୁ ଏକୀକୃତ କରି ଗ୍ରାମୀଣ ବ୍ୟାଙ୍କିଂ ବ୍ୟବସ୍ଥାକୁ ଦକ୍ଷ କରିବା ପାଇଁ ଏହାର ଅଭିଯାନକୁ ଆହୁରି ଆଗକୁ ବଢାଇଛନ୍ତି ।ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏଟିଏମ ଇଣ୍ଟରଚେଞ୍ଜ ଫି’ରେ ବୃଦ୍ଧିକୁ ଅନୁମୋଦନ କରିବା ପରେ, ଯାହା ଅନ୍ୟ ବ୍ୟାଙ୍କର ସେବା ବ୍ୟବହାର ପାଇଁ ଏକ ବ୍ୟାଙ୍କ ଅନ୍ୟକୁ ପ୍ରଦାନ କରେ, ଗ୍ରାହକମାନଙ୍କୁ ଏଟିଏମରୁ ନଗଦ ଉଠାଣ ସମୟରେ ଅଳ୍ପ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।ଗ୍ରାହକମାନଙ୍କୁ ଏବେ ମାସିକ ମାଗଣା ସୀମା ଅତିକ୍ରମ କରିବା ପରେ ପ୍ରତି ଲେଣଦେଣ ପାଇଁ ୨୩ ଟଙ୍କା ଦେବାକୁ ପଡ଼ିବ। ଏହା ବର୍ତ୍ତମାନର ପ୍ରତି ଲେଣଦେଣ ୨୧ ଟଙ୍କାରୁ ବୃଦ୍ଧି…
ଏଥର ଖାଲି ଖରା ନୁହେଁ, ବର୍ଷା ଦିନରେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଏପ୍ରିଲ ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ କୁଆ ପଥର ହୋଇପାରେ ବୋଲି ଆଇଏମଡି ଏକ ଅରେଞ୍ଜ ଆଲର୍ଟ ଜାରି କରିଛି।ସେହିପରି, ଏପ୍ରିଲ ୩୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ପୁରୀ, ଗଜପତି, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡିର ଆଞ୍ଚଳିକ କେନ୍ଦ୍ର ଏଠାରେ କହିଛି। ପାଣିପାଗ ବିଭାଗ ଅନୁଯାୟୀ, ମେ ୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ,…
ଅତିରିକ୍ତ ଏସପିଙ୍କୁ ସଭା ମଞ୍ଚକୁ ଡକାଇ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା।୨୮ ଏପ୍ରିଲ ସୋମବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସିଦ୍ଧରମୈୟା ମଞ୍ଚ ଉପରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ଡାକି କିଛି କହିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଭିଡିଓରେ ସିଦ୍ଧରମୈୟା ତାଙ୍କ ହାତ ଉଠାଇ ଚାପୁଡ଼ା ମାରିବାର ଇଙ୍ଗିତ କରୁଥିବା ଦୃଶ୍ୟ ରେକର୍ଡ ହୋଇଛି।ଏହି ସମୟରେ କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା ମଞ୍ଚ ଉପରେ ଉପସ୍ଥିତ ଥିଲେ, କିନ୍ତୁ ସିଦ୍ଧରମୈୟା ତାଙ୍କ କଥା ନ ଶୁଣି ତାଙ୍କ ଆଚରଣ ଜାରି ରଖିଥିଲେ। ଏହି ଭିଡିଓଟି ଏକ୍ସ (ପୂର୍ବରୁ ଟ୍ୱିଟର) ପ୍ଲାଟଫର୍ମରେ ଦ୍ରୁତ ଗତିରେ ପ୍ରଚାରିତ ହେବା ପରେ ଏହା ତୀବ୍ର ଆଲୋଚନାର ବିଷୟ ପାଲଟିଛି। ଭାଇରାଲ ଭିଡିଓରେ ସିଦ୍ଧରମୈୟାଙ୍କୁ “ଏ ପୋଲିସ, ଏଠାକୁ ଆ, SP…









