ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଲା । ସରକାର ରାଜ୍ୟରେ ଶ୍ରମିକଙ୍କ ଦରମା ବୃଦ୍ଧି କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୫୨ରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୦୨ରୁ ୫୧୨ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ଏପ୍ରିଲ ମାସ ପହିଲାରୁ ଲାଗୁ ହେବ।କୁଶଳୀ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୫୫୨ ଟଙ୍କାରୁ ୫୬୨ ଟଙ୍କା ଏବଂ ଉଚ୍ଚ-କୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୬୦୨ ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି।
Author: sanitelevision
ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ସେହିପରି, ଆଜିର ଦିନରେ ସୁନା, ରୂପା ଇତ୍ୟାଦି କିଣିଲେ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ କିଣାକିଣି କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ ଏବଂ ଅନନ୍ତ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ଅକ୍ଷୟ ତୃତୀୟା ଏପରି ଏକ ଦିନ ଏହି ଦିନ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମୁହୂର୍ତ୍ତ ଖୋଜିବାର ଆବଶ୍ୟକତା ନାହିଁ । ଏହା ସହିତ, ଏହି ଦିନ ଦାନ କରିବା ଦ୍ୱାରା ଲୋକମାନେ ଶୁଭ ଫଳ ମଧ୍ୟ ପାଆନ୍ତି ।…
ଏବେକାର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିବା ପାକିସ୍ତାନୀ ନାଗରିକ ରେଜିଆ ସୁଲତାନା ପ୍ରକୃତରେ ପାକିସ୍ତାନ ଫେରିବେ ନା ଭାରତରେ ରହିବେ ତାକୁ ନେଇ ସମସ୍ତଙ୍କ ମନରେ ଏକ ଦ୍ଵନ୍ଦ୍ବ | ଆଜି ସକଳେ ସୋର ପୁଲିସ ରେଜିଆଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ରେଜିଆ ନଥିବା ବେଳେ ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ବାଲେଶ୍ୱର ଏସପି ରାଜ ପ୍ରସାଦ କହିଛନ୍ତି ,” ଆମର ସୂଚନା ଅନୁସାରେ ରଜିଆ ସୁଲତାନ ଭାରତର ନାଗରିକତ୍ୱ ପାଇ ନାହାନ୍ତି। ତାଙ୍କ ବାପା ମାଆ ପାକିସ୍ତାନୀ ଥିଲେ । ତାଙ୍କର ଚାରି ଜଣ ଭାଇ ଭାଉଣୀ ସେମାନେ ମଧ୍ୟ ଭାରତ ଆସିଥିଲେ । ସେତେବେଳେ ରଜିଆ ନାବାଳିକା ଥିଲେ । ତାଙ୍କ ବାପା ମାଆ ତିନି ଜଣଙ୍କୁ ନେଇ ପାକିସ୍ତାନ ଫେରି ଯାଇଥିଲେ । ରଜିଆ ଏଇଠି ରହିଗଲେ, ତାଙ୍କର ଶେଖ ସମସୁଦ୍ଦିନଙ୍କ ସହ ବିବାହ ହୋଇଥିଲା । ତାଙ୍କର ଦୁଇ ପୁଅ…
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିବାଦରେ ଫସିଥିବା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା । ବାଲିଚନ୍ଦ୍ରପୁର ଥାନାରେ ସେ ଦାୟର କରିଥିବା ଏତଲା ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ସେ ନିଜ ଆବେଦନରେ ଦର୍ଶାଛନ୍ତି ।ସୋନାଲିଙ୍କ ଅଭିଯୋଗ ଅନୁସାରେ, ସେ ନାବାଳିକା ଥିବା ସମୟରେ ଶ୍ରୀକ୍ଷେତ୍ର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ସେହି ସମୟରେ ସେ ଏକ ସନ୍ତାନର ମାଆ ମଧ୍ୟ ହୋଇଥିଲେ। ଗତ ୧୦ ବର୍ଷ ହେଲା ଶ୍ରୀକ୍ଷେତ୍ରଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ଅଲଗା ରହୁଛନ୍ତି। ଶ୍ରୀକ୍ଷେତ୍ର ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତାଙ୍କ ଇଚ୍ଛା ବିରୁଦ୍ଧରେ ହୋଇଥିବା ସମସ୍ତ କାର୍ଯ୍ୟ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
କଟକରେ ପହଞ୍ଚିଛି ଏନଆଇଏ ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚରା କରିଛି ଟିମ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର ।ସୂଚନା ଅନୁଯାୟୀ, ପହଲଗାମ୍କୁ ବାପା , ମାଆ, ପୁଅ, ବୋହୂ ୪ ଜଣ ବୁଲିବାକୁ ଯାଇଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ।ରଞ୍ଜିତଙ୍କ ବଡ଼ ପୁଅ ସନ୍ଦୀପ ଭୋଳ ନିଜ ଜୀବନ ବଞ୍ଚାଇବାକୁ ଲଗାତର ଭାବେ ଆଲ୍ଲା ହୁ ଆକ୍ବର କହି ଚାଲିଥିଲେ । ଏହା ଶୁଣିବା ପରେ ଆତଙ୍କବାଦୀମାନେ ତାଙ୍କ ପାଖରୁ ଚାଲିଯାଇଥିଲେ । ତେବେ ଏନଆଇଏ ଟିମ୍ ଏହି ସମୟର ଘଟଣା ବିଷୟରେ ତଦନ୍ତ ପାଇଁ କଟକରେ ପହଞ୍ଚିଛି ।
ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ତାଗିଦ୍ ସତ୍ତ୍ୱେ କିଛି ସ୍ଥାନରେ ଖୋଲା ରହୁଛି ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି ।ସୋମବାର ପାରଦର୍ଶି ପୋର୍ଟାଲରେ ତ୍ରୁଟି ଥିବା ନେଇ ଅଭିଭାବକ ଓ କିଛି କୁନି କୁନି ପିଲା ଓସେପା ଅଫିସରେ ଧାରଣାରେ ବସିଥିଲେ । ତାହା ଦୃଷ୍ଟିଗୋଚର ହୋଇଛି । ଯଦି କିଛି ତ୍ରୁଟି ଅଛି ଅନୁଧ୍ୟାନ କରାଯିବ । ବିଇଓ ମାନଙ୍କୁ ମଧ୍ୟ ଏନେଇ ଜଣାଇବୁ । ଯଦି କେହି ବ୍ୟତିକ୍ରମ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପରବର୍ତ୍ତୀ ସମୟରେ ହିଟ୍ ୱେଭକୁ ଲକ୍ଷ୍ୟ କରି ସ୍କୁଲ କେବେ ଖୋଲିବ ସେନେଇ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ସମୟ ଆଗରୁ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଆଗକୁ ଅନଲାଇନ କ୍ଲାସ କରାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି…
ଶିକ୍ଷାକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀଙ୍କୁ ଦିଆଯିବ ଯାଦୁପେଡ଼ି ।। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ । NCERT ଦ୍ୱାରା ପ୍ରସ୍ତୁତ ଏହି କିଟ୍କୁ ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ । ଏଥିପାଇଁ ଖର୍ଚ୍ଚ ହେବ ୯୦ କୋଟି । ପିଲାଙ୍କୁ ପାଠପ୍ରତି ଆକୃଷ୍ଟ କରିବା ପାଇଁ ଏହା ଖୁବ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକସେବା ଭବନରେ ‘ଯାଦୁପେଡି’ ଦେଖିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରି କହିଥିଲେ । ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ଵିକ ଅଂଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ। ଶିଶୁ ମାନଙ୍କୁ ଏହି ଯାଦୁପେଡ଼ିର ଖେଳନା ଗୁଡିକ ଶିଖିବା ସହିତ…
ଆୟୁଷ୍ମାନ କାର୍ଡକୁ ନେଇ ତୁଟୁନି ଅଡୁଆ । ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇ ରୋଗୀ ହଇରାଣ ହେବା ପରେ ସରକାର ପଦକ୍ଷେପ ନେଇଛନ୍ତି । ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାହା କିଛି ଟେକ୍ନିକାଲ ସମସ୍ୟା ରହିଛି। ସମସ୍ୟାର ସମାଧାନ ନେଇ ଆଲୋଚନା ଚାଲିଛି। ଘରୋଇ ହସ୍ପିଟାଲ ପ୍ୟାକେଜ ବୃଦ୍ଧି ଦାବି ଉପରେ ବି ବିଚାର କରାଯିବ। ସରକାରୀ ସ୍ତରରୁ, ଲୋକଙ୍କ ପାଖରୁ ବିଭିନ୍ନ ମତାମତ ଆସୁଛି। ସବୁ ଦିଗକୁ ନେଇ ନେଇ ବିଚାର ଚାଲିଛି। ପ୍ୟାନ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟୱର୍କ ଓ ଓଟିପି ସମସ୍ୟା ରହିଛି। ସମସ୍ୟା ସମାଧାନ ନେଇ ଚାଲିଛି ଆଲୋଚନା। ଏହାପରେ ବି ଯଦି ରୋଗୀଙ୍କୁ ଅବହେଳା କରାଯାଏ ତେବେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ।ସେପଟେ ବିଜେଡି କହିଛି, ଏବେ ଆୟୁଷ୍ମାନ କାର୍ଡ ଲାଗୁ ହେବା ପରେ ରୋଗୀ ହନ୍ତସନ୍ତ ହେଉଛନ୍ତି…
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟ । ରାଜ୍ୟରେ ଉପକୂଳ ସୁରକ୍ଷା କଡ଼ାକଡ଼ି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ବୋଟ ଯୋଗେ ସାମୁଦ୍ରିକ ଥାନା ପୋଲିସ ଓ ନାଭାଲ କର୍ମଚାରୀଙ୍କ ସହଯୋଗରେ ଦେବୀ ନଦୀ ମୁହାଣ ଏବଂ ସାମୁଦ୍ରିକ ପଥ ମଧ୍ୟରେ ଏହି ପାଟ୍ରୋଲିଂ କରାଯାଉଛି । ପାଟ୍ରୋଲିଂ ସମୟରେ ପୋଲିସ କର୍ମଚାରୀମାନେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀ ଓ ସେମାନଙ୍କ ପରିଚୟପତ୍ରକୁ ଯାଞ୍ଚ କରୁଛନ୍ତି । କୌଣସି ଅଚିହ୍ନା ଲୋକଙ୍କୁ ନଦୀ କିମ୍ବା ସମୁଦ୍ରରେ ଦେଖିଲେ ସାମୁଦ୍ରିକ ଥାନାକୁ ସୂଚନା ଦେବାକୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ସେହିପରି, ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯିବା ବେଳେ ଆଧାର କାର୍ଡ ସାଙ୍ଗରେ ନେଇ ଯିବାକୁ ପୋଲିସ କର୍ମଚାରୀ ମାନେ ପରାମର୍ଶ ଦେଇଛନ୍ତି । ଗତକାଲି ଦେଶର ସମସ୍ତ ପ୍ରମୁଖ ରେଳ ଷ୍ଟେସନଗୁଡିକ ସହ ଭୁବନେଶ୍ବର ରେଳ ଷ୍ଟେସନରେ ମଧ୍ୟ ଫ୍ଲାଗ୍ ମାର୍ଚ୍ଚ ସହ ଲୋକଙ୍କୁ ସତର୍କ କରାଯାଇଛି…
ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକରେ ଆପତ୍ତିଜନକ ଏବଂ ଅଶ୍ଳୀଳ ଭିଡିଓ ଆଦି ପ୍ରସାରଣକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଉଦୟ ମହୁରକର ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ପକ୍ଷଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ ଏହାକୁ ଏକ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି। ଏହି ପ୍ରସଙ୍ଗ ବିଧାନସଭା ଏବଂ କାର୍ଯ୍ୟପାଳିକାର ଅଧିକାର କ୍ଷେତ୍ର ମଧ୍ୟରେ ପଡ଼େ। ତେଣୁ କେନ୍ଦ୍ର ନିରପେକ୍ଷ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛି। ସୋମବାର ସୁପ୍ରିମକୋର୍ଟ OTT ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ଏକ ଆବେଦନର ଶୁଣାଣି କରିଛନ୍ତି। କୋର୍ଟ ଏହି ମାମଲାକୁ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ବୋଲି ଦର୍ଶାଇ କେନ୍ଦ୍ର…








