ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି କରାଯିବ । ଏନେଇ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ୧୦୦ରୁ ଊଦ୍ଧ୍ବ ଗ୍ରାମ ଚିହ୍ନଟ କରାଯିବ । ୟୁନେସ୍କୋ-ଆଇଓସି ପକ୍ଷରୁ ସୁନାମି ରେଡୀ କାର୍ଯ୍ୟକ୍ରମ ଅଧୀନରେ ଏହା କରାଯିବ ବୋଲି ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ଦ୍ବିତୀୟ ବୈଠକରୁ ସୂଚନା ମିଳିଛି ।ସେହିପରି ବିପର୍ଯ୍ୟୟ ମୁକାବିଲା ଜନସଚେତନତା କାର୍ଯ୍ୟକ୍ରମ ‘ସତର୍କ’କୁ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ପ୍ଲାଟଫର୍ମକୁ ବିପର୍ଯ୍ୟୟ ମୁକାବିଲା ଲାଗି ବିକଶିତ କରାଯିବ। ଏହା ମାଧ୍ୟମରେ ସମସ୍ତ ପ୍ରକାର ଜଳବାୟୁ ଓ ପାଣିପାଗ ବିଷୟରେ ଲୋକେ ଯେପରି ଆଗତୁରା ସୂଚନା ପାଇପାରିବେ ସେହିଭଳି ବ୍ୟବସ୍ଥିତ କରାଯିବ ବୋଲି ଜଣାଯାଇଛି। ରାଜ୍ୟରେ ପ୍ରାକୃତିକ ଏବଂ ସିବିଆର୍ଏନ୍ (କେମିକାଲ ବାୟୋଲୋଜିକାଲ ରେଡିଓଲୋଜିକାଲ ଏବଂ ନ୍ୟୁକ୍ଲିୟର) ବିପର୍ଯ୍ୟୟ ମୁକାବିଲା…
Author: sanitelevision
ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (CISCE) ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିଛି । ଆଜି ବୋର୍ଡ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ଶ୍ରେଣୀର ଫଳାଫଳ ପ୍ରକାଶ କରାଯାଇଛି ।ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ DigiLocker ୱେବସାଇଟକୁ ଯାଇ କରିପାରିବେ ଚେକ୍। ଏହା ବ୍ୟତୀତ ଛାତ୍ରଛାତ୍ରୀ ସିଧାସଳଖ ଏହି https://tmgr-98fkj2l4xmvz7 ଲିଙ୍କ ଜରିଆରେ ନିଜ ରେଜଲ୍ଟ ଚେକ୍ କରିପାରିବେ।ଭାରତୀୟ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ଏପ୍ରିଲ 30, 2025 ରେ ସକାଳ 11 ଟାରେ ICSE (ଶ୍ରେଣୀ 10) ଏବଂ ISC (ଶ୍ରେଣୀ 12) ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିଛି।ICSE ଶ୍ରେଣୀ ଦଶମ ପରୀକ୍ଷା ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ISC ଦ୍ୱାଦଶ ପରୀକ୍ଷା ୧୩ ଫେବୃଆରୀରୁ ୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।…
ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରିକରଛି।ଆଜି ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବା ସହ ଝାରସୁଗୁଡ଼ାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରି ରହିଥିଲା । କେନ୍ଦୁଝରରେ ସର୍ବାଧିକ ୩୧.୨ ମିମି ବର୍ଷା ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ ଏବଂ ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏସବୁ ଜିଲ୍ଲାଗୁଡ଼ିକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୨ ଓ ୩ ତାରିଖରେ ଉତ୍ତର ଓଡ଼ିଶା…
ଆଜି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଏହି ଦିନ ଅଧିକାଂଶ ଲୋକେ ସୁନା ଓ ରୁପା ଅଳଙ୍କାର କିଣିବାକୁ ଇଚ୍ଛା କରନ୍ତି । ତେବେ ଗତ କିଛି ଦିନ ଧରି ସୁନା ଦାମ୍ ହୁ ହୁ ହୋଇ ବୃଦ୍ଧି ପାଇ ଲକ୍ଷେ ଟଙ୍କା ଅତିକ୍ରମ କରିଥିବା ଏବେ ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପ୍ରତି ସୁନା ଦୋକାନରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଫର ଲାଗିଛି । ଅକ୍ଷୟ ତୃତୀୟାରେ ସୁନା କିଣିବାର ମହତ୍ତ୍ଵ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ କାହିଁ କେବେଠୁ ରହିଆସିଛି । ଅକ୍ଷୟ ତୃତୀୟାକୁ “ଅକ୍ଷୟ” ବା ଅବିନାଶୀ ଦିବସ ଭାବେ ଗଣନା କରାଯାଏ । ଏହି ଦିନ କିଣା ସୁନା ଦୀର୍ଘକାଳୀନ ସମୃଦ୍ଧି ଆଣିଥାଏ ବୋଲି କୁହାଯାଏ । ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରୁ ରହିଆସିଛି । ତେବେ ଆଜିର ଦିନରେ ସୁନା ଦୋକାନରେ ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ…
ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ ୨୯ ଏପ୍ରିଲ ଅପରାହ୍ନ ୫ଟା ୩୧ ମିନିଟରୁ ଆରମ୍ଭ ହୋଇ ୩୦ ଏପ୍ରିଲ ମଧ୍ୟାହ୍ନ ୨ଟା ୧୨ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ସମୟରେ ସୁନା ରୂପା ଆଭୂଷଣ ସମେତ ସବୁପ୍ରକାରର ଶୁଭ ଜିନିଷ କିଣିବା ପାଇଁ ଶୁଭ ରହିବ। ଅକ୍ଷୟ ତୃତୀୟାର ଶୁଭ ଅବସରରେ ସୁନା ଓ ରୂପା ଆଭୂଷଣ ବ୍ୟତୀତ କଂସା, ପିତଳ ବାସନକୁସନ, ନୂଆ ବାହନ, ଜମି, ଘର, ହଳଦିଆ ସୋରିଷ, ମାଟି ମାଠିଆ ଆଦି ଜିନିଷ କିଣିବା ମଧ୍ୟ ଶୁଭ ମନେ କରାଯାଏ। ସୈନ୍ଧ୍ୟା ଲୁଣକୁ ଶୁକ୍ର ଗ୍ରହ ସହିତ ଜଡିତ ବୋଲି ବିବେଚନା କରାଯାଏ ଯାହା ଭୌତିକ ସୁଖ ସୁବିଧା ପ୍ରଦାନ କରେ । ଏହା ସହିତ, ଦେବୀ ଲକ୍ଷ୍ମୀ ମଧ୍ୟ ଲୁଣ ସହିତ ଜଡିତ କାରଣ ଏହା ସମୁଦ୍ରରୁ ମିଳିଥାଏ । ତେଣୁ, ଯଦି ଆପଣ ଅକ୍ଷୟ ତୃତୀୟା ଦିନ ସୈନ୍ଧ୍ୟା ଲୁଣ ଦାନ କରନ୍ତି, ତେବେ…
ଏପ୍ରିଲ, ଜମ୍ମୁ-କାଶ୍ମୀରର ପହଲଗାମର ଆଟାକ୍ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଖାସ୍ କରି ଭାରତ-ପାକିସ୍ତାନ ବିବାଦକୁ ନେଇ ଜାତିସଂଘର ଚିନ୍ତା । ପହଲଗାମ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରିଛି ୟୁଏନ୍ ।ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁଟେରେସ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ପୃଥକ ଭାବରେ କଥା ହୋଇଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ଦୃଢ଼ ନିନ୍ଦା କରିଛନ୍ତି । ଜାତିସଂଘ ମୁଖ୍ୟ କହିଛନ୍ତି ଯେ, ଦକ୍ଷିଣ ଏସୀୟ ଅଞ୍ଚଳ ଏବଂ ବିଶ୍ୱ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ସହ୍ୟ କରିପାରିବ ନାହିଁ । ଏହି ସଂଘର୍ଷ ଉଭୟ ଦେଶ ଏବଂ ବିଶ୍ୱ ପାଇଁ ବିପର୍ଯ୍ୟୟକାରୀ ହେବ । ଦୁଃଖଦ ପରିଣାମ ଆଣିବାକୁଥିବା ଏହି ମୁକାବିଲାକୁ ଏଡାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷେ ଭାରତ ଏବଂ ପାକିସ୍ତାନ…
ପବିତ୍ର ଅକ୍ଷୟ ତୃତୀୟା ଦିନ ଅଖିମୁଠି ଅନୁକୂଳ କରାଯିବାର ପରମ୍ପରା ରହିଛି। ଆଜି ଲଙ୍ଗଳ ଧରି ହଳ କଲେ, ଚାଷୀ ଭଳି ବିହନ ବୁଣିଲେ ମୁଖ୍ୟମନ୍ତ୍ରୀ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ଓୟୁଏଟିର ଶୈକ୍ଷିକ କୃଷି ଫାର୍ମ ଠାରେ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୁଳ କରିଛନ୍ତି । ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଆଜି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଛନ୍ତି।
ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା । ଇମ୍ଫୋଭାଲି ଥାନା ମଦନପୁରରେ ବିଚ୍ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ୍ ଛାତ୍ର । ଗୁରୁତର ଛାତ୍ର ଜଣଙ୍କ ସମ୍ବଲପୁରର ପ୍ରଦୀପ ପାଢୀ ବୋଲି ଜଣାପଡିଛି । ସୂଚନା ମୁତାବକ, ଇମ୍ଫୋଭାଲି ଥାନା ଅଧିନ ମଦନପୁର ରାସ୍ତାରେ ଛାତ୍ର ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଛନ୍ତି ନାଁ କେହି ଦୁର୍ବୃତ୍ତ ତାଙ୍କୁ ଜାଳି ଦେଇଛି ଏନେଇ କୌଣସି ସୂଚନା ନାହିଁ । ଛାତ୍ରଙ୍କୁ ଜଳୁଥିବାର ଦେଖି ପ୍ରଥମେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇ ଛାତ୍ର ଜଣଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।। ସେପଟେ ଅଧାପୋଡ଼ା ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଆଜି ଅକ୍ଷୟ ତୃତୀୟାରେ ମିଳିବ ସିଏମ୍ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । ଏକାଥର କେ ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ। ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ଏହି ସିଏମ କିଷାନ ଟଙ୍କା । ସୂଚନାନୁଯାୟୀ, ୩୦ ଅପ୍ରେଲ ୨୦୨୫ରେ ପଡ଼ୁଛି ଅକ୍ଷୟ ତୃତୀୟା, ଏହି ଦିନ ଅର୍ଥାତ ଆଜି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ସମୁଦାୟ ୧ ହଜାର କୋଟି ଟଙ୍କା । ଏହି ସିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ମିଳୁଛି ୪ ହଜାର ଟଙ୍କା । ସମ୍ବଲପୁରରେ ସିଏମ୍ କିଷାନ ଯୋଜନା ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବ ଆରମ୍ଭ ହୋଇଥିଲା। ନୂଆଖାଇ ଅବସରରେ ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା ।
ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ସହ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଥିବା ବେଳେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଚାପ ଡଙ୍ଗା ନନ୍ଦା ଓ ଭଦ୍ରା। ୨୯୮ ଖଣ୍ଡ କାଠ ରଥଖଳାରେ ଆସି ପହଞ୍ଚିସାରିଛି । ଖରାକୁ ନଜରରେ ରଖି ରଥ ଚାଳି ରେ ପାଣି ବ୍ୟବସ୍ଥା କରାଯିବା ସହ ସେବକଙ୍କ ପାଇଁ ପ୍ରତିବର୍ଷ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେପଟେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ଦାୟିତ୍ବରେ ରହିବ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗତ ବର୍ଷ ହୋଇଥିବା ବାଣ ବିସ୍ଫୋରଣ ଭଳି ଅଘଟଣ ଏଡାଇବା ପାଇଁ ବାଣ ଫୁଟାଇବା ପୂରା ବାରଣ କରାଯାଇଛି ।









