Author: sanitelevision

ଅମୂଲ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଗୁଜରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଘୋଷଣା କରିଛି ଯେ ମେ ୧, ୨୦୨୫ ଠାରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯିବ। ଏହି ନିଷ୍ପତ୍ତି ଦେଶରେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ଅନୁଯାୟୀ ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ ନିଆଯାଇଛି। ଏହି ବୃଦ୍ଧିରୁ ଅଧିକାଂଶ ଲାଭ କୃଷକଙ୍କୁ ପ୍ରଦାନ କରାଯିବ, ଯାହା ଦେଶର କ୍ଷୀର ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବ।ଏହା ପୂର୍ବରୁ, ମଦର ଡେରୀ ମଧ୍ୟ ଏପ୍ରିଲ ୨୦୨୫ରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା।

Read More

ଆଜି ବିଶ୍ୱ ଶ୍ରମିକ ଦିବସ ।। ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ । ୧୯୮୬ ମସିହାରୁ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା । ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ ।ପରବର୍ତ୍ତୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ କ୍ରମେ…

Read More

ଆରମ୍ଭ ହୋଇଛି ମେ’ ମାସ। ଆଜିଠାରୁ ଦେଶରେ ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ରେଳବାଇ ପର୍ଯ୍ୟନ୍ତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଖର୍ଚ୍ଚ ଏବଂ ଜୀବନଚର୍ଯ୍ୟା ଉପରେ ସିଧାସଳଖ ପ୍ରଭାବ ପକାଇବ। ଆଜିଠୁ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି। ଆରବିଆଇ ପକ୍ଷରୁ ନେସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆର ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରିବା ଏଣିକି ମହଙ୍ଗା ହୋଇଯିବ। ୧ ମେ’ ୨୦୨୫ରୁ ଅନ୍ୟ ବ୍ୟାଙ୍କ ଏଟିଏମରୁ ଏକ ଧାର୍ଯ୍ୟ ଲିମିଟ ପରେ ଟଙ୍କା ବାହାର କରିବା ଉପରେ ୧୭ ଟଙ୍କା ଲାଗୁଥିଲା, ତେବେ ବର୍ତ୍ତମାନ ତାହା 23 ଟଙ୍କା ଲାଗିବ।ବାଲାନ୍ସ ଚେକ୍ କରିବାର ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢି ୯ ଟଙ୍କା କରିଦିଆଯାଇଛି। ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ଟଙ୍କା ଉଠାଇବା ପାଇଁ ମେଟ୍ରୋ ସହରରେ ୫…

Read More

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ୍‌) ମୁଖ୍ୟ ପରୀକ୍ଷା ୨୦୨୩ ଅନ୍ତର୍ଗତ ଆନ୍‌ଥ୍ରୋପୋଲୋଜି ଐଚ୍ଛିକ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ଆସନ୍ତା ୧୪ ମେ ୨୦୨୫ରେ ଏହି ବିଷୟର ଏକ ସାନି ପରୀକ୍ଷା ଆୟୋଜନ କରାଯିବ, ଯାହା ଏପ୍ରିଲ ୨୭, ୨୦୨୫ରେ ଅନୁଷ୍ଠିତ ଆନ୍‌ଥ୍ରୋପୋଲୋଜି ପେପର-୧ ଓ ପେପର-୨ରେ ସାମ୍ନାକୁ ଆସିଥିବା ତ୍ରୁଟିକୁ ସମାଧାନ କରିବା ପାଇଁ ନିଆଯାଇଛି। ପରୀକ୍ଷାର ସମୟ ଓ ସ୍ଥାନ ସମ୍ପର୍କିତ ବିସ୍ତୃତ ତଥ୍ୟ ଓପିଏସ୍‌ସିର ଅଫିସିଆଲ ଓ୍ୱେବସାଇଟ www.opsc.gov.in ରେ ଶୀଘ୍ର ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ଓ୍ୱେବସାଇଟ ଦେଖି ଆପଡେଟ୍‌ ରହିବାକୁ ପରାମର୍ଶ ଦିଆଯାଇଛି ।

Read More

ଛତିଶଗଡ଼ର ଏହି ସ୍ଥାନଟି ଦିନେ ଥିଲା ନକ୍ସଲଙ୍କ ଗଡ଼। ଜାଗାଟିର ନାଁ କାରେଗୁଟ୍ଟା ପାହାଡ଼। କିଛିଦିନ ତଳେ ବିଜାପୁରରେ ଅନୁଷ୍ଠିତ ନକ୍ସଲ ବିରୋଧୀ ଅଭିଯାନ ପରେ ନକ୍ସଲଙ୍କୁ ତଡ଼ି ଏବେ ଏ ପାହାଡ଼ଟିକୁ ସୁରକ୍ଷା କର୍ମୀ ଦଖଲ କରିଛନ୍ତି। ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସମାନ୍ତବର୍ତ୍ତୀ କାରେଗଟ୍ଟା ଜଙ୍ଗଲରେ ଯବାନଙ୍କ ୯ ଦିନ ପୁରିଛି। ଯବାନ କାରେଗଟ୍ଟାର ୧୫୦ କିଲୋମିଟର ପାହାଡ଼କୁ ନିଜ କବଜାକୁ ନେବାରେ ସଫଳ ହେଉଛନ୍ତି। ଏହି ଜଙ୍ଗଲର ୨ଟି ପାହାଡକୁ ଯବାନ ନିଜ କବଜାକୁ ନେବାରେ ସଫଳ ହୋଇଛନ୍ତି। ପ୍ରାୟ ୧୦ ହଜାର ଯବାନ ଏହି ଜଙ୍ଗଲକୁ ଘେରି ରହିଛନ୍ତି।ଏହି ଅଭିଯାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଚ୍ଚ ୨୦୨୬ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (LWE) ନିର୍ମୂଳ କରିବା ପ୍ରତିଶ୍ରୁତି ଆହ୍ୱାନ ପରେ ଚାଲିଥିଲା।ଅପରେଶନ ସମୟରେ ଏହି ନକ୍ସଲ ଗଡ଼, ଯେଉଁଠାରେ ଅନେକ କ୍ୟାଡର ଓ କିଛି ଶୀର୍ଷ ନେତା ଥିଲେ, ୮୦୦ ବର୍ଗ କିଲୋମିଟର ଅଞ୍ଚଳରେ…

Read More

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରସ୍ଥ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୦ ଫୁଟର ଅହିରାଜ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଚିକିଟିରୁ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନେ ଆସି ତାକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ସାପକୁ ଜଙ୍ଗଲରେ ଛଡାଯାଇଛି । ତେବେ କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲାବୁଲି କରୁଲା । ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଥିବା ଷଷ୍ଠ ଶ୍ରେଣୀ ଗୃହକୁ ସାପଟି ପଶି ଆସିଥିବା ବେଳେ ସେଠାକାର କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ ଫଳରେ ସାପଟି ବାହାରକୁ ବାହାରି ପାରି ନଥିଲା । ସାପକୁ ଦେଖି ବିଦ୍ୟାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରୁ ସ୍ନେକ ହେଲ୍ପଲାଇନର ଦୁଇ ଜଣ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିବା ଜଣାପଡ଼ଛି ।

Read More

ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିବା ନେଇ ବୁଧବାରଠୁ ସର୍ଭେ ଆରମ୍ଭ ହୋଇଛି। ଏହି ସର୍ଭେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବ। ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ ।ଆଦୌ ସ୍କୁଲ ମାଟି ମାଡ଼ି ନଥିବା ପିଲାଙ୍କୁ ଗୁରୁତ୍ବ ଦିଆଯିବ। ଯଦି ସ୍କୁଲ ଯାଇ ଅଧାରୁ ପାଠପଢ଼ା ଛାଡ଼ିଥାନ୍ତି ତାହା ହେଲେ କେଉଁ ବିଦ୍ୟାଳୟରେ ପଢୁଥିଲେ ତାହା ମଧ୍ୟ ଉଲ୍ଲେଖ କରିବେ। କେଉଁ କାରଣ ପାଇଁ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିବେ। ପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Read More

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କୁ ଭାରତର ୫୨ତମ ପ୍ରଧାନ ବିଚାରପତି (CJI) ଭାବେ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ଜଷ୍ଟିସ ଗଭାଇ ଆସନ୍ତା ମେ ୧୪, ୨୦୨୫ରେ ଶପଥ ଗ୍ରହଣ କରିବେ, ଯିଏକି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅବସର (ମେ ୧୩, ୨୦୨୫) ପରେ ଏହି ପଦବୀ ଗ୍ରହଣ କରିବେ।ଅପରପକ୍ଷରେ ଜଷ୍ଟିସ୍ ଗଭାଇ ପ୍ରାୟ ଛଅ ମାସ ପାଇଁ ଭାରତର ପ୍ରଧାନ ବିଚାରପତି ରହିବେ। କାରଣ ସେ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ବି.ଆର୍. ଗଭାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ରେ ବାର୍‌ରେ ଯୋଗ ଦେଇଥିଲେ।

Read More

କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବ।କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହି ଜାତିଭିତ୍ତିକ ଜନଗଣନା ଦେଶରେ ସାମାଜିକ ନ୍ୟାୟ ଓ ସମାନତା ପାଇଁ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ପୂର୍ବରୁ ଏହାର ବିରୋଧ କରୁଥିଲା, କିନ୍ତୁ ମୋଦୀ ସରକାର ଏହି ପଦକ୍ଷେପ ନେଇ ଦେଶବାସୀଙ୍କୁ ଏକ ନୂଆ ଦିଗ ଦେବାକୁ ପ୍ରତିବଦ୍ଧ।ଅନ୍ୟପଟେ, ବିରୋଧୀଙ୍କ କହିବା କଥା, ଜାତି ଜନଗଣନା ହେଲେ ସମାଜରେ କେଉଁ ଜାତିର କେତେ ଲୋକ ଅଛନ୍ତି ଏ ବିଷୟରେ ବିସ୍ତୃତ ହିସାବ ମିଳିପାରିବ ।…

Read More

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ପୁନର୍ଗଠନ ହେଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB) । ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ବୋର୍ଡରେ ଅନୁଭବୀ ସୈନ୍ୟ ଓ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି । ସାତ ସଦସ୍ୟ ବିଶିଷ୍ଟ ବୋର୍ଡରେ ସେନା, ବାୟୁ ସେନା, ନୌସେନା,ପୋଲିସ, ପୂର୍ବତନ ବିଦେଶ ସେବା ଅଧିକାରୀ ଆଦି ସାମିଲ ରହିଛନ୍ତି ।ନୂତନ ବୋର୍ଡରେ ସାତ ଜଣ ସଦସ୍ୟ ଅଛନ୍ତି , ସେମାନଙ୍କ ମଧ୍ୟରେ ସାମରିକ ସେବାରୁ ତିନି ଜଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି। ପୂର୍ବତନ ପଶ୍ଚିମ ବାୟୁସେନା କମାଣ୍ଡର ଏୟାର ମାର୍ଶାଲ ପି.ଏମ୍. ସିହ୍ନା, ପୂର୍ବତନ ଦକ୍ଷିଣ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏ.କେ. ସିଂହ ଏବଂ ରିଅର ଆଡମିରାଲ ମଣ୍ଟି ଖାନ୍ନା ରହିଛନ୍ତି ।ଆଲୋକ ଯୋଶୀଙ୍କର ଜାତୀୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି ।…

Read More