Author: sanitelevision

ମେ’ ପହିଲାରୁ କମିଲା ଏଲ୍‌ପିଜି ସିଲିଣ୍ଡର ଦର। ରିପୋର୍ଟ ଅନୁସାରେ, ୧୯ କିଲୋଗ୍ରାମ ବାଣିଜ୍ୟିକ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୭ ଟଙ୍କା ହ୍ରାସ ପାଇଛି । ଏପ୍ରିଲରେ ସମାନ ସିଲିଣ୍ଡର ୧୭୬୨ ଟଙ୍କାରେ ଉପଲବ୍ଧ ଥିଲା, ଯେତେବେଳେ କି ମାର୍ଚ୍ଚରେ ଏହାର ମୂଲ୍ୟ ୧୮୦୩ ଟଙ୍କା ଥିଲା। ଏହାର ଅର୍ଥ ହେଉଛି ଗତ ଗୋଟିଏ ମାସରେ ୧୪.୫ ଟଙ୍କା ଏବଂ ଦୁଇ ମାସରେ ମୋଟ ୫୫.୫ ଟଙ୍କା ହ୍ରାସ ପାଇଛି। ଏହି ହ୍ରାସ ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାଣିଜି୍ୟକ ବ୍ୟବହାରକାରୀଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର। ତେବେ LPG ସିଲିଣ୍ଡର ପିଛା 50 ଟଙ୍କା ବଢାଇଥିଲେ କେନ୍ଦ୍ର ସରକାର । PMUY ହିତାଧିକାରୀ 500 ବଦଳରେ ଦେବେ 550 ଟଙ୍କା । ଅନ୍ୟ ହିତାଧିକାରୀ 803 ବଦଳରେ ଦେବେ 853 ଟଙ୍କା । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଥିଲେ…

Read More

ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ମେ ମାସରେ, ବିଭିନ୍ନ ରାଜ୍ୟରେ ୬ଟି ଛୁଟି ଅଛି, ତା ସହିତ, ମାସର ୪ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିବ। ମେ ମାସରେ ୧ ମେ’ ହେଉଛି ଶ୍ରମିକ ଦିବସ। ସାରା ଦେଶରେ ବନ୍ଦ ରହିଛି ବ୍ୟାଙ୍କ । ୯ ମେ’ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନ । ଏହି ଅବସରରେ କୋଲକାତାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ସେହିଭଳି ୧୨ ମେ’ ରେ ବୁଦ୍ଧ ପୂର୍ଣ୍ଣିମା । ଏଥିପାଇଁ ଅଗରତାଲା, ଆଇଜଲ, ବେଲାପୁର, ଭୋପାଳ, ଡେରାଡୁନ, ଇଟାନଗର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାଞ୍ଚି, ସିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ୧୬ ମେ’ରେ ରାଜ୍ୟ ଦିବସ । ଏହି ଦିନ ସିକିମର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।୨୬ ମେ’ କାଜି ନଜରୁଲ ଇସଲାମଙ୍କ ଜନ୍ମଦିନ । ଏଥିପାଇଁ ତ୍ରିପୁରାରେ ବ୍ୟାଙ୍କଗୁଡ଼ିକ…

Read More

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ବିଭିନ୍ନ ସଂବେଦନଶୀଳ ଅଞ୍ଚଳରେ ଚାଲିଛି ଚେକିଂ ବ୍ଳକିଂ । ଗୁଇନ୍ଦା ବିଭାଗର ଆଲର୍ଟ ପରେ ବାଲେଶ୍ବର ପୋଲିସ ପକ୍ଷରୁ ୧୦ ଟି ସ୍ଥାନରେ ଚେକିଂ ପଏଣ୍ଟ କରା ଯାଇଛି । ବାଂଲାଦେଶୀ ରୋହିଙ୍ଗିଆ ଓ ଆତଙ୍କୀ ମାନେ ଅବାଧ ଅନୁପ୍ରେବେଶ ପାଇଁ ଜଳପଥକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ପୋଲିସ ପକ୍ଷରୁ ସାଗର କବଚ ଏକ୍ସରସାଇଜ ଚାଲିଛି। ମତ୍ସ୍ୟଜୀବୀମାନଙ୍କ ଆଇଡି କାର୍ଡ ଚେକ କରାଯାଉଛି। ବୋଟରେ କେହି ବାହାରୁ ଆସୁଛି ତା ଉପରେ ପୋଲିସର କଡା ନଜର ରହିଛି।

Read More

ଲାଞ୍ଚ ନେବାବେଳେ ଧରାପଡିଲେ ମତ୍ସ୍ୟ ଅଧିକାରୀ ଓ ତାଙ୍କ ସହଯୋଗୀ। ସୁବର୍ଣ୍ଣପୁର ବୀରମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ । ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ନେଉଥିଲେ ଲାଞ୍ଚ । ସେହିପରି ଅନ୍ୟ ଜଣେ ବ୍ୟକ୍ତି ବାବୁଲାଲ ବାରିକଙ୍କ ମାଧ୍ୟମରେ ନେଉଥିଲେ ଲାଞ୍ଚ । ଟ୍ରାପ ପରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ବିଭୂତି ପ୍ରଧାନଙ୍କ ଦୁଇଟି ସ୍ଥାନ ଓ ବାବୁଲାଲ ବାରିକଙ୍କ ଗୋଟିଏ ସ୍ଥାନରେ ଚାଲିଛି ଯାଞ୍ଚ ।ସୂଚନା ଅନୁସାରେ ଗାଁ ପୋଖରୀରେ ମାଛ ଚାଷ ସବସିଡ଼ି ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ମାଗିଥିଲେ ୪୫ ହଜାର ଟଙ୍କା। ପରେ ୩୦ ହଜାର ଟଙ୍କା ପାଇଁ ରାଜି ହୋଇଥିଲେ। ଆଜି ଲାଞ୍ଚ ନେବାବେଳେ ଧରାପଡିଗଲେ ଦୁଇ ଅଧିକାରୀ। ଉଭୟଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ଭିଜିଲାନ୍ସ। ସେମାନଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା…

Read More

ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରୟାସ ‘ସହଯୋଗ’ । ଏ ନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ସହଯୋଗ । ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ ଯୋଜନାକୁ ସାମିଲ କରାଯାଇଛି । ଆବାସ, ରାସନ କାର୍ଡ, ଆୟୁଷ୍ମାନ ଭଳି ୧୩ ଯୋଜନା ସାମିଲ ।ତେବେ ପ୍ରଥମ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୪୪ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ । ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଆଜିଠୁ ୨ ମାସ ଡୋର୍‌ ଟୁ ଡୋର୍‌ ବୁଲି ସର୍ଭେ କରିବେ ଫ୍ରଣ୍ଟଲାଇନ ଓ୍ବାର୍କର।

Read More

ଭୁବନେଶ୍ଵରରୁ ଆରମ୍ଭ ହେଉଥିବା ମେଟ୍ରୋ​ ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ପୂର୍ବରୁ ଏହି ପ୍ରକଳ୍ପ ଭୁବନେଶ୍ଵରର ବିମାନବନ୍ଦରରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ଲମ୍ବିବାର ଯୋଜନା ଥିଲା। କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି। ତ୍ରିଶୂଳିଆ ପରିବର୍ତ୍ତେ ଏହି ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ଏବଂ ବାଦାମବାଡ଼ି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୋଲି ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବାନୁଯାୟୀ, କଟକ ବସ୍‌ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ ହେବ । ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି । ବିଭିନ୍ନ ସହର ବୁଲି ଏହି କମିଟି ଅନୁଧ୍ୟାନ କରୁଛି । ନୂଆ ଡିପିଆର ବି ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମଧ୍ୟ ଏହି ମେଟ୍ରୋ ପ୍ରକଳ୍ପ ପାଇଁ ସହଯୋଗ ଦେବ…

Read More

ପହଲଗାମ୍‌ରେ ଏନ୍‌ଆଇଏ ଡିଜି । ପହଲଗାମ୍‌ ପରେ ବୈସରନ ଘାଟି ଯିବେ ଏନ୍‌ଆଇଏ ଡିଜି ସଦାନନ୍ଦ ଦାତେ । ସେପଟେ ପହଲଗାମ୍ ଆକ୍ରମଣକୁ ନେଇ ଏନ୍‌ଆଇଏ ଯାଞ୍ଚରୁ ବଡ଼ ଖୁଲାସା ହୋଇଛି । OGWଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ ।କିପରି ନରହନ୍ତା ଆତଙ୍କବାଦୀ ନିଜର ବର୍ବର କାଣ୍ଡ ଘଟାଇବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ, ତାକୁ ନେଇ ଭିଡିଓ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ପହଲଗାମରେ ଆଗରୁ ରେକି କରିଥିଲେ ଆତଙ୍କବାଦୀ । ହମଲାର ୨ ଦିନ ଆଗରୁ ପହଲଗାମରେ ଡେରା ପକାଇଥିଲେ । ବୈସରନ୍‌ ଘାଟି ସହ ୩ଟି ସ୍ଥାନ ବି ଆତଙ୍କୀଙ୍କ ଟାର୍ଗେଟରେ ଥିଲା । ସପ୍ତାହ ପୂର୍ବରୁ ସବୁ ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ । ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଗୋଟିଏ ସପ୍ତାହ ପୂର୍ବରୁ, ଆତଙ୍କବାଦୀମାନେ ଏପ୍ରିଲ ୧୫ ତାରିଖରେ ଅଞ୍ଚଳର ତିନୋଟି ସ୍ଥାନର ଯାଞ୍ଚ…

Read More

ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା । ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ରରେ କାଟିଲା ଯୁବକ । ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ ।ଯୁବକର ଘର ଖୋର୍ଦ୍ଧା ଜଟଣୀରେ ବୋଲି ଜଣାପଡ଼ିଛି । କିଛିଦିନ ହେବ ନାବାଳିକାଙ୍କୁ ଉକ୍ତ ଯୁବକ ଏକତରଫା ପ୍ରେମ କରୁଥିଲା ।ଏ ନେଇ ନାବାଳିକା ଙ୍କ ଘର ଲୋକେ ଥାନାରେ ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ ।

Read More

ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ଗରମ ବଢ଼ିବନି। କାଳବୈଶାଖୀ ଓ ଟ୍ରପଲାଇନ୍‌ର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ଅଛି। ପବନର ବେଗ ୫୦ରୁ ୬୦ କିମି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଭାରତୀୟ ପାଣିପାଗ ବିଭାଗ ମେ ମାସକୁ ନେଇ ଆକଳନ କରି କହିଛି, ମେ ମାସରେ ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ରାତି ବେଳା ଅଧିକ ଗରମ ଓ ଗୁଳୁଗୁଳି…

Read More

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜୁନାନି ଗାଁରେ ଅଭାବନୀୟ। ମହୁମାଛି ଆକ୍ରମଣରେ ୪ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରସେସନ ଚାଲିଥିଲା। ଡିଜେ ଗୀତର ତାଳେତାଳେ ଧୁମ ନାଚୁଥିଲେ ବରଯାତ୍ରୀ। ସମସ୍ତଙ୍କ ପାଦ ଉଠୁଥିଲା ପଡୁଥିଲା। ଆଉ ବାଣ ମଧ୍ୟ ଫୁଟୁଥୁଲା। ହେଲେ କିଏ ଜାଣିଥିଲା ଏହି ବାଣର ଶବ୍ଦରେ ଏପରି ଆକ୍ରମଣାତ୍ମକ ହୋଇ ପଡିବେ ମହୁମାଛି। ତେବେ ବାଣ ଫୁଟାଇବା ଯୋଗୁ ନିକଟରେ ଥିବା ବରଗଛରେ ବସା ବାନ୍ଧି ଥିବା ମହୁମାଛି ମାନେ ହଠାତ ବରଯାତ୍ରୀ ଦଳ ଉପରେ ଆକ୍ରମଣ କରିଥିଲେ lପ୍ରାୟ ୨୦ ଜଣ ବରଯାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଥିବାବେଳେ ସେଥିମଧ୍ୟରୁ ୪ଜଣ ବରଯାତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା।

Read More