ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ ସାରା ଦେଶରେ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ। ଏହା ଦ୍ୱାରା ଔଷଧର ମୂଲ୍ୟ ହ୍ରାସ ପାଇବ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅଧିକ ସୁଲଭ ହେବ।ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଜେନେରିକ ଔଷଧ ବ୍ରାଣ୍ଡେଡ ଔଷଧ ତୁଳନାରେ ଅଧିକ ସୁଲଭ ଏବଂ ସମାନ ପ୍ରଭାବଶାଳୀ, ଯାହା ଦେଶରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ହ୍ରାସ କରିବ।କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ପଷ୍ଟ ନୀତି ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ଔଷଧ କମ୍ପାନୀଗୁଡ଼ିକ ଡାକ୍ତରମାନଙ୍କୁ ମହଙ୍ଗା ବ୍ରାଣ୍ଡେଡ ଔଷଧ ପ୍ରେସକ୍ରାଇବ କରିବାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ରୋଗୀମାନଙ୍କୁ ଅଯଥା ଆର୍ଥିକ ବୋଝ ସହିବାକୁ ପଡୁଛି।ଏହି…
Author: sanitelevision
କିଟ୍ରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ନେପାଳର ଉଦେ୍ବେଗ । ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଟ୍ବିଟ୍ କରି ଉଦ୍ବେଗ ପ୍ରକାଶ କରିଛନ୍ତି । ତେବେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସୁରେଶ ପୂଜାରୀ କହିଛନ୍ତି, କିଟରେ ଏମିତି ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ। ସରକାର ଘଟଣା ଉପରେ ନଜର ରଖିଛନ୍ତି। ସରକାର ଅନୁଧ୍ୟାନ କରୁଛନ୍ତି। ଯୁବପୀଢ଼ି ଆତ୍ମହତ୍ୟା ଆଡ଼କୁ ମୁହାଁଉଛନ୍ତି। କାହିଁକି କିଟରେ ଏମିତି ବାରମ୍ବାର ଘଟୁଛି। ଛାତ୍ରଛାତ୍ରୀଙ୍କ ଉପରେ ଚାପ ରହିଛି କି ସେନେଇ ତଦନ୍ତ କରାଯାଉଛି।ଏଣେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଯାହା କରିବା କଥା କରୁଛି। ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା ଯେତିକି ବିବାଦ ମଧ୍ୟ ସେତିକି । ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରାଯିବା ପରେ ବିବାବ ବଢିଛି । ଏହାସହ ଏହାକୁ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ସହ ତୁଳନା କରାଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ତେବେ ମନ୍ଦିର ପ୍ରତିଷ୍ଠା ବିବାଦ ନେଇ ପ୍ରେସ୍ ମିଟ୍ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିବାରୁ ଦୀଘା ଯାଇଥିବା କହିଲେ ରାମକୃଷ୍ଣ । ଭୁଲ ଜିନିଷ ହେଲେ, ମୁଁ ସେଠାରେ ରହିବି ନାହିଁ ।ନିମ୍ବ କାଠରେ ତିଆରି ମୂର୍ତ୍ତି ଦୀଘା ମନ୍ଦିରରେ ପ୍ରତିଷ୍ଠା କରିଥିବା କହିଲେ ରାମକୃଷ୍ଣ । ତିଥି ଅନୁସାରେ ପୂଜାର୍ଚ୍ଚନା କରାଯିବ । ପୁରୀ ବାଦ୍ କୌଣସିଠାରେ ବ୍ରହ୍ମ ନାହିଁ । ଏତିସହ ଜଗନ୍ନାଥଙ୍କ ଗରିମା କ୍ଷ୍ୟୁର୍ଣ୍ଣ ହେବାକୁ ଦେବି ନାର୍ହିଁ ବୋଲି…
ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା । ଏନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହା ପରେ ପୁରୀ ଏସପି ଅତିରିକ୍ତ ଡିଜିଙ୍କୁ ଚିଠି ଲେଖିଛନ୍ତି ।ବୈଠକର ନିଷ୍ପତ୍ତି ମୁତାବକ ଘରୋଇ ସଂସ୍ଥାଙ୍କଠାରୁ ଟେଣ୍ଡର ଆହ୍ବାନ କରିବାକୁ ଅନୁମତି ମାଗିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରଥଯାତ୍ରାରେ ହଜାର ହଜାର ଗାଡ଼ି ପୁରୀ ଆସେ। ସେମାନଙ୍କ ପାର୍କିଂ ପାଇଁ ସହରର ଉପକଣ୍ଠରେ ବିଭିନ୍ନ ଜାଗାରେ ବ୍ୟବସ୍ଥା ହୁଏ। ଛକ ଜାଗାମାନଙ୍କରେ ପୁଲିସ ଛିଡ଼ା ହୋଇ ପାର୍କିଂ ଜାଗାକୁ ଗାଡ଼ିଗୁଡ଼ିକୁ ପଠାଇ ଦିଏ। ପାର୍କିଂରେ ଗାଡ଼ି ରଖି ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିଥାନ୍ତି। କିନ୍ତୁ…
ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର। କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟଫାଟକ ଆଜି ଭକ୍ତଙ୍କ ପାଇଁ ଖୋଲା ଯାଇଛି। ଏହା ସହିତ ଚାରି ଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲା ଯାଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ପୋର୍ଟାଲ ଉନ୍ମୋଚନ କରିଛନ୍ତି। ୧୩ କ୍ଵିଣ୍ଟାଲ ଫୁଲରେ ଝଲସୁଛି ପୁରା ମନ୍ଦିର। ଆଜି ସକାଳ ୭ଟାରେ ରୀତି ନୀତି ସହ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା। ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। କେଦାରନାଥ ମନ୍ଦିରର ଦ୍ୱାର ଖୋଲିବାର ପଦ୍ଧତି ପୁରୁଣା ପରମ୍ପରା ଅନୁସାରେ ସ୍ଥିର କରାଯାଏ। ଦ୍ୱାର ଖୋଲିବା ସମୟରେ, ମନ୍ଦିର ପରିସରରେ ଉପସ୍ଥିତ ଭକ୍ତମାନେ ବାବା କେଦାରନାଥଙ୍କ ସ୍ଲୋଗାନ ଦିଅନ୍ତି। ଏହି ସମୟରେ ଢୋଲ ବଜାଯାଏ। ଏହା ପରେ, ଭକ୍ତମାନଙ୍କୁ ବାବା କେଦାରନାଥଙ୍କ ଦର୍ଶନ କରିବାର ଅନୁମତି ଦିଆଯାଏ। କେଦାରନାଥ ଧାମର ଦ୍ୱାର ଖୋଲିବା ପରେ, ଭକ୍ତମାନେ ବାବା କେଦାରନାଥଙ୍କୁ…
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହା ବିଶ୍ୱବିଦ୍ୟାଳୟର ପରିଚାଳନା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସୂଚନ ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ ଏବଂ ଆତ୍ମହତ୍ୟା ନେଇ କିଟ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଏବେ ଘଟଣାରେ ଉଦ୍ବେଗ ସହ ଦୁଃଖ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଟ୍ବିଟ୍ କରି ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ନେପାଳ ମନ୍ତ୍ରୀ । ଏହା ସହ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ନେଇ ମଧ୍ୟ ସେ ତାଙ୍କ ଏକ୍ସ ପୋଷ୍ଟରେ ଉଲ୍ଲେଖ…
ଭଦ୍ରକ ଜିଲ୍ଲାର ଧାମରା ବ୍ଲକ ଅନ୍ତର୍ଗତ ଛେଡକା ଗ୍ରାମରେ ଏକ ବିବାହ ଶୋଭାଯାତ୍ରାରେ ତିନୋଟି ଜୀବନ୍ତ ନାଗ ପ୍ରଦର୍ଶନକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।୩ଟି ଜୀବନ୍ତ ନାଗ ସାପ ପେଡ଼ିରୁ ମୁଣ୍ଡ ଟେକିଛନ୍ତି । ମଝିରେ ମଝିରେ ଚୋଟ ମାରିବା ପାଇଁ ଉଦ୍ୟମ କରୁଛନ୍ତି । ଆଉ ସେହି ପେଡ଼ିକୁ କେତେବେଳେ ମୁଣ୍ଡ ଉପରେ ତ ଆଉ କେତେବେଳେ ହାତରେ ଧରି ଡ୍ୟାନ୍ସ କରୁଛନ୍ତି ଜଣେ କିନ୍ନର ଓ ଅନ୍ୟ ଜଣେ ବ୍ୟକ୍ତି । ଏପରିକି ନାଗ ସାପକୁ ହାତରେ ବି ଧରି ନାଚୁଛନ୍ତି ବ୍ୟକ୍ତି ଜଣଙ୍କ । ଅନ୍ୟ ନାଗ ସାପଟି ଢୋଲ ଉପରେ ପେଡିରେ ଫଣା ଟେକି ରହିଛି । ସୂଚନା ଅନୁଯାୟୀ, ବରଯାତ୍ରୀ ପ୍ରୋସେସନ ସମୟରେ ପ୍ରଦର୍ଶିତ ନାଗଗୁଡ଼ିକୁ ପରେ ଉଦ୍ଧାର କରାଯାଇଥିଲା। ଯେଉଁଠାରେ ସାପକୁ ଧରି ଲୋକପ୍ରିୟ ‘ନାଗିନ’ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। ଖବର ପାଇବା ପରେ ଭଦ୍ରକ…
ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ “ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା” ସମ୍ବନ୍ଧରେ ଆଲୋଚନା କରିଛନ୍ତି। ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା ସମେତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର (SJIA) ବିକାଶ ଏବଂ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ ଉପରେ ଆଲୋଚନା ହୋଇଥିବା ବେଳେ ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ, ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭତା, ରାଇସୁଆଁ, ତୁଷରା, ଜମାଦାରପାଲୀ, ମାଲକାନଗିରି, ଅମର୍ଦ୍ଦା ରୋଡ୍ ଏବଂ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦର ଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ଏଥିସହିତ ରାଜ୍ୟର ୧୫ଟି ଜିଲାରେ ହେଲିପୋର୍ଟ ନିର୍ମାଣ ଏବଂ ଢେଙ୍କାନାଳର ବିରାଶୋଳ ସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (BPAC)ର ବିକାଶ ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା। ନୋଡାଲ ଏଜେନ୍ସି ଭାବେ ବିକାଶ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ବିତ…
ଆଜି ମାଟ୍ରିକ ରେଜଲ୍ଟ । ଅପରାହ୍ନ ୪ଟାରେ ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଯେଉଁ ଠାରେ ଇଣ୍ଟରନେଟ ସୁବିଧା ନଥିବ ,ନିଜର ମୋବାଇଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଜାଣି ପାରିବେ । ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ । ଯେଉଁମାନେ ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ।
ଭାରତ ବର୍ଷରେ ସମସ୍ତ ସାମାଜିକ ନ୍ୟାୟ ସଂଗଠନ ଓ ବ୍ୟକ୍ତି ଏବଂ ରାଜନୈତିକ ଦଳଙ୍କ ଦାବି ପୂରଣ ହୋଇଛି । ଜାତିଭିତିକ ଜନଗଣନାକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର । ଜାତି ଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିଜେଡି ସ୍ୱାଗତ କରିବା ସହ ଏହି ନିଷ୍ପତ୍ତି ନିର୍ବାଚନୀ ଷ୍ଟଣ୍ଟ ନହେଉ ବୋଲି କହିଛି ବିଜେଡି । ବିଜେଡ଼ିର ଦାବି ହେଲା ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗକୁ ଜାତିଭିତ୍ତିକ ଜନଗଣନା ସମୟରେ ଚିହ୍ନଟ କରାଯାଉ । ସଂରକ୍ଷଣ ଲିମିଟ୍ ୫୦ ପ୍ରତିଶତରୁ ଅଧିକ କରାଯାଉ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଉ । ଆର୍ଥିକ ଅନଗ୍ରସରଙ୍କୁ ଅଗ୍ରାଧିକାର ଦିଆଯାଉ । ଯାହାର ସଂଖ୍ୟା ଯେତେ, ତାର ଭାଗ ସେତେ ହେବା ଦରକାର ବୋଲି ଅରୁଣ ସାହୁ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି, ‘ଶିକ୍ଷା କ୍ଷେତ୍ରରେ ଏସସି…







