ଆଇଏଏସ ଅଧିକାରୀ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ ପ୍ରଦାନ କରାଯାଇଛି। ଯେଉଁଥିପାଇଁ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ଦାୟିତ୍ଵ ମୁକ୍ତ କରିଛନ୍ତି ।ସେ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।୧୯୯୩ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଏହି ଅଧିକାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ଥିଲେ ।
Author: sanitelevision
ଭାରତ ଗୌରବ ଡିଲକ୍ସ ଟ୍ରେନରେ ଚାରିଧାମ ଯାତ୍ରା କରିବାର ମଜା ନେବେ ତୀର୍ଥଯାତ୍ରୀ। ୧୭ ଦିନିଆ ଚାରିଧାମ ଯାତ୍ରାରେ ଭାରତ ଗୌରବ ଡିଲକ୍ସ ଟ୍ରେନରେ ଯାତ୍ରା କରିବେ ତୀର୍ଥଯାତ୍ରୀ।ବିଶେଷ କରି ଭାରତରେ ୪ ଧାମ କହିଲେ ବଦ୍ରିନାଥ, ଜଗନ୍ନାଥ ପୁରୀ, ରାମେଶ୍ୱରମ ଏବଂ ଦ୍ୱାରକାକୁ ବୁଝାଇଥାଏ। ତେବେ ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ପାଇଁ ଆଗେଇ ଆସିଛି ଭାରତୀୟ ରେଳ। ତେବେ ଚଳିତ ବର୍ଷ ୧୭ ଦିନିଆ ଚାରିଧାମ ଭାରତ ଗୌରବ ଡିଲକ୍ସ ଯାତ୍ରା, ମେ ମାସ ୨୭ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଆରମ୍ଭ ହେବ। ଏହା ଅଧୀନରେ ବଦ୍ରିନାଥ, ମାନାଗ୍ରାମ, ନରସିଂହ ମନ୍ଦିର, ଜୋଶିମଠ, ଋଷିକେଶ, ପୁରୀ ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭଗା ବିଚ୍, ରାମନାଥସ୍ୱାମୀ ମନ୍ଦିର ଏବଂ ଧନୁଶକୋଡି, ରାମେଶ୍ୱରମ୍ ଏବଂ ଦ୍ୱାରକାନାଥ, ସୋମନାଥ ଜ୍ୟୋତିର୍ଲିଙ୍ଗ ପରି ସ୍ଥାନଗୁଡିକ ପରିଭ୍ରମଣ କରିବାର ସୁଯୋଗ ପାଇବେ ତିର୍ଥଯାତ୍ରୀ। ଏହି…
ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଆଗାମୀ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି। କାଳବୈଶାଖୀ ଓ ଟ୍ରପଲାଇନର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ତେବେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି ।ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାର କିଛି ସ୍ଥାନରେ କୁଆପଥର ମାଡ ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ସେହିପରି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଜି ସନ୍ଧ୍ୟାରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା/ବଜ୍ରପାତ ହୋଇପାରେ।ସେହିପରି ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା,…
ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ମନ୍ତ୍ରୀସ୍ତରୀୟ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସାଟେଲାଇଟ ସର୍ଭେ ଚାଲିଛି, ଫିଜିକାଲ ସର୍ଭେ ମଧ୍ୟ ହେବ। ଜଗତସିଂହପୁର, ସୁନ୍ଦରଗଡ଼ ସହ ୨୦ଟି ଜଲାରେ ସର୍ଭେ ହେବ। ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୨୨ ପ୍ରତିଶତ ଅଧିକ ରହିଛି। ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ନୂତନ ଭାବେ ଧାନକିଣା ଆରମ୍ଭ ହେଉଛି। ରବି ଋତୁରେ ମୋଟ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ। ଏଥିରେ ମଧ୍ୟ ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି।ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ ଶ୍ରୀପଦ । ବଦଳି ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମର ସୁପାରିଶ କରିଥିଲେ । ଜଷ୍ଟିସ ଶ୍ରୀପଦଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିବ । ଜଷ୍ଟିସ ଶ୍ରୀପଦ ଖୁବଶୀଘ୍ର ଓଡିଶା ହାଇକୋର୍ଟରେ ଯୋଗଦେବେ ।୨୦ ଜୁଲାଇ, ୧୯୬୪ ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଦୀକ୍ଷିତଙ୍କୁ ପ୍ରଥମେ ୧୪ ଫେବୃଆରୀ, ୨୦୧୮ ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ପରେ ୭ ଜାନୁଆରୀ, ୨୦୨୦ ରେ ସ୍ଥାୟୀ ବିଚାରପତି ହୋଇଥିଲେ।
ପଶ୍ଚିମବଙ୍ଗ ଦିଘାରେ ପ୍ରତିଷ୍ଠା ହୋଇଥିବା ଜାଗନ୍ନାଥ ମନ୍ଦିରକୁ ନେଇ ବାଦ ବିବାଦ ଶେଷ ହୋଇ ନଥିବାବେଳେ, ଏବେ ଏହାକୁ ନେଇ କିଛି ବ୍ୟଙ୍ଗ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଟୁନଟି କିଏ ଆଙ୍କିଛି ତାର ତଥ୍ୟ ଜଣାପଡ଼ିନାହିଁ । କାର୍ଟୁନରେ ବଙ୍ଗଳା ଭାଷାରେ ଲେଖାଯାଇଥିବାରୁ ପଶ୍ଚିମବଙ୍ଗର କେହି ଆଙ୍କିଥିବା ଅନୁମାନ କରାଯାଇଛି ।କାର୍ଟୁନରେ ଦେଖାଯାଇଛି ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କୁ ହାତ ଧରି ପୁରୀରୁ ଟାଣିଟାଣି ନେଇ ଯାଉଛନ୍ତି । କହୁଛନ୍ତି ‘ଚାଲ,ଏଖୁନୀ ଦିଘାୟ ଚାଲ୍’ ସେପଟେ ପ୍ରତ୍ୟୁତ୍ତରରେ ଶ୍ରୀଜଗନ୍ନାଥ କହୁଛନ୍ତି,’ ପ୍ଲିଜ୍ ଆମାକେ କ୍ଷମା କରେ ଦାଓ ପ୍ଲିଜ୍ । ସେହି କାର୍ଟୁନରେ ତଳେ ଲେଖାଯାଇଛି ‘ସାରା ଜୀବନ୍ ମାସିର୍ ବାଡି ତେଇ ଗେଲି, ଏବାର ପିସିର୍ ବାଡି ଥାକବି ଚଲ’ ଅର୍ଥାତ ସାରା ଜୀବନ କେବଳ ମାଉସୀ ଘରକୁ ଗଲ,ଏବେ ପିଉସୀ ଘରେ ରହିବ ଚାଲ । ଏହି ବ୍ୟଙ୍ଗ ଚିତ୍ରକୁ ନେଇ ସାରା…
ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେ, ଚୂଡ଼ାନ୍ତ ପର୍ଯ୍ୟାୟରେ ପାର୍ଟ ପ୍ଲଟ ବିକ୍ରି ଅନୁମତି ପ୍ରକ୍ରିୟା ପହଞ୍ଚିଛି । ପାର୍ଟ ପ୍ଲଟ୍ ବିଷୟ ନଗର ଉନ୍ନୟନ ନିକଟରେ ରହିଛି । ସେନେଇ ଡ୍ରାଫ୍ଟକୁ ମଧ୍ୟ ଆହୁରି ଅଧ୍ୟୟନ କରୁଛି ରାଜସ୍ବ ବିଭାଗ । ଆପର୍ଟମେଣ୍ଟ ଡ୍ରାଫ୍ଟ ମଧ୍ୟ ରାଜସ୍ବ ବିଭାଗ ନିକଟରେ ପହଞ୍ଚିଛି । ସେନେଇ ବିଶେଷଜ୍ଞ, ଅଂଶୀଦାର ମାନଙ୍କ ସହ ଆଲୋଚନା ଚାଲିଛି । ଚଳିତ ମାସରେ ହିଁ ତାକୁ ସାର୍ବଜନୀନ କରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଦ୍ୱାରା ୨୦୨୫ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏହି ରେଜଲ୍ଟ ଅପରାହ୍ନ ୪ଟାରେ କଟକସ୍ଥିତ ବିଏସ୍ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ କରାଯାଇଛି । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହା ପରେ, ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ।ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରିପାରିବେ। ଏହା ସହିତ, ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ ନମ୍ବରକୁ ମେସେଜ ପଠାଇପାରିବେ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୧୦ ଏବଂ ୧୧ ତାରିଖରେ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ପ୍ରଦାନ କରିଛନ୍ତି । । ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଜଟଣା ଯିବେ। ଆଉ ଜଟଣୀରେ ଫରେନସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ। ପରେ ୧୦ ତାରିଖ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଆଉ ୧୧ ତାରିଖ ଦିନ ସମ୍ୱଲପୁର ଗସ୍ତରେ ଯିବେ। ସମ୍ୱଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ତାପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ। ପରେ ଦିଲ୍ଲୀ ଫେରିଯିବେ।ଅମିତ ଶାହଙ୍କ ଗସ୍ତ ସଫଳ କରିବାକୁ ବିଜେପି କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ବିଜେପି ସଭାପତି, ପ୍ରଭାରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ବସି ଆଲୋଚନା କରିଛନ୍ତି ।
ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରେ। । ପାଖାପାଖି ୧୦ ହଜାର ଲିଟର ଦେଶୀ ମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଅବକାରୀ ଥାନା ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଦେଶୀ ମଦ ସହ ୩ଟି ଚାରି ଚକିଆ ଗାଡି , ଦୁଇଟି ବାଇକ୍ ଏବଂ ଗୋଟିଏ ମେସିନ୍ ମଧ୍ୟ ଜବତ ହୋଇଛି।









