Author: sanitelevision

ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି। ଏ ନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି। ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଜଗନ୍ନାଥ ଧାମ ନାଁ କଦାପି ଗ୍ରହଣୀୟ ନୁହେଁ ।ଜଗନ୍ନାଥ ମନ୍ଦିରରେ କୌଣସି ଅସୁବିଧା ନାହିଁ, ହେଲେ ଜଗନ୍ନାଥ ଧାମ କୁହାଯିବାରେ ଅରାଜି ପୋଷଣ କରି ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ପୁରୀ ଗଜପତିଙ୍କୁ ଚିଠି ଲେଖିଛନ୍ତି । ଏକ୍ସରେ ସୁଦର୍ଶନ କ୍ଷମା ମାଗିବାକୁ କହିଥିବା ଜୁହାଯାଉଛି । ପୁରୀ ଥାଉ ଥାଉ ଦୀଘା ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ପଡ଼ୋଶୀ ରାଜ୍ୟରେ ଏପରି କରାଯିବା ଭୁଲ୍ ।ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶୀଘ୍ର, ଏହାକୁ ଜଗନ୍ନାଥ ଧାମ କହିବା ବନ୍ଦ କରାଯାଉ ବୋଲି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।…

Read More

ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ଏହା ପରେ ଯୁକ୍ତ ୨ ପରୀକ୍ଷାଫଳ ନେଇ ଚାତକ ଭଳି ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଗୁଜବ ଉଠୁଥିଲା, ଯେ କି ଆସନ୍ତା ୬ ତାରିଖରେ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବ । ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ଥିବା ବେଳେ ଏହାକୁ ନେଇ ଆଜି ସ୍ପଷ୍ଟିକରଣ ରଖିଛି ସିଏଚଏସଇ । ମେ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ପ୍ରକାଶ ନେଇ ପ୍ରକ୍ରିୟା ଚାଲିଛି। ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ ସେନେଇ କିନ୍ତୁ କୌଣସି ସୂଚନା ଦିଆଯାଇନାହିଁ। ଯେବେ ସମୟ ଧାର୍ଯ୍ୟ ହେବ ଶୀଘ୍ର ଜଣାଇ ଦିଆଯିବ। ତେବେ ଆସନ୍ତା ୬ ତାରିଖ ୧୦ଟା ବେଳେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ନେଇ ଏକ ନୋଟିସ୍ ସାମ୍ନାକୁ ଆସିଥିଲା । ଏହାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦରେ ରହିଥିବା ବେଳେ ଆଜି ଉଚ୍ଚ ମାଧ୍ୟମିକ…

Read More

ପ୍ରତି ବର୍ଷ ମେ ମାସ ୩ ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ । ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ୍‌ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା ।ସାମ୍ବାଦିକ ଏବଂ ଗଣମାଧ୍ୟମ ହେଉଛନ୍ତି ସେହି ସେତୁ, ଯିଏ ଜନସାଧାରଣଙ୍କୁ ସତ୍ୟ ସହିତ ଯୋଡ଼ିଥାଏ। ଏହି ଦିବସ ସେହି ସମସ୍ତ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବାର ଏକ ଅବସର, ଯେଉଁମାନେ ଯେତେ ବି କଷ୍ଟ ସହିବାକୁ ପଡ଼ୁନା କାହିଁକି ସଚ୍ଚୋଟତା ଏବଂ ନିର୍ଭୀକତାର ସହିତ ସତ୍ୟକୁ ସାମ୍ନାକୁ ଆଣିଥାନ୍ତି।ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ । ସାମ୍ବାଦିକତା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ଏ ଅବସରରେ ସମ୍ମାନିତ କରାଯାଏ । ସ୍କୁଲ, କଲେଜ, ସରକାରୀ ସଂସ୍ଥା ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନରେ ପ୍ରେସ୍‌ ସ୍ୱାଧୀନତା…

Read More

ବଢ଼ି ଚାଲିଛି ସୁନା ଦର। ସୁନା କିଣିବା ପୂର୍ବରୁ ବହୁ ଥର ଚିନ୍ତା କରିବାକୁ ପଡୁଛି। ହେଲେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ତଥାପି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ତେବେ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯେଉଁ କାରଣରୁ ଗତକାଲି ଦାମ୍ ସାମାନ୍ୟ ହ୍ରାସ ପରେ ଯାହା ଥିଲା ସେଇୟା ରହିଛି । ଅର୍ଥାତ୍ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୫୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୫୫୦ ଟଙ୍କାରେ ବିକ୍ରୟ ହେଉଛି । ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧,୦୯,୦୦୦ ଟଙ୍କାରେ କାରବାର ଆରମ୍ଭ କରିଛି।

Read More

ଆଇନଜୀବୀଙ୍କୁ ସର୍ଭିସ ଟ୍ୟାକ୍ସ ପୈଠ ପାଇଁ ଅଯଥା ନୋଟିସ୍ ଜାରି କରାଯାଇ ପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏଥିସହ ଆଇନ ପେସାରୁ ଆଇନଜୀବୀ କରିଥିବା ଆୟ ଉପରେ ସେବା କର ଦାବି କରି ଜାରି ନୋଟିସ୍‌କୁ ହାଇକୋର୍ଟ ରଦ୍ଦ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଏସ.ଏନ.ରାୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀମାନଙ୍କୁ ସର୍ଭିସ୍ ଟ୍ୟାକ୍ସ/ଜିଏସଟିରୁ ଆଇନ ଅନୁସାରେ ମୁକ୍ତ କରାଯାଇଥିବା ବେଳେ ସେମାନଙ୍କୁ ବାରମ୍ବାର ଏ ନେଇ ନୋଟିସ୍ କରାଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ସର୍ଭିସ୍ ଟ୍ୟାକ୍ସ/ଜିଏସଟି ପୈଠ ପାଇଁ ଆଇନଜୀବୀଙ୍କୁ ନୋଟିସ ଜାରି ନ କରିବାକୁ ଜିଏସଟି କମିସନର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବେ ବୋଲି ହାଇକୋର୍ଟ ୨୦୨୧, ମାର୍ଚ୍ଚ ୩୧ରେ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥିତିରେ…

Read More

ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ନାଁରେ ସେ ମୋକଦ୍ଦମା ଦାୟର କରିଛନ୍ତି। । ସିତାଂଶୁ ଦ୍ବିବେଦୀଙ୍କ ବୟାନ ଉପରେ ମାନହାନୀ ମକଦ୍ଦମା ଦାୟରକ କଲେ ମନମୋହନ ।ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ର ସମେତ ୪ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।ତେବେ କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା…

Read More

ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଖୋଲାଯିବ । ଏନେଇ ବୈଠକରେ ଏହି ପ୍ରକଳ୍ପ ସମେତ ୩୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ।ବୈଠକରୁ ମିଳିଥିବା ସୂଚନା ଅନୁସାରେ ବିରେନ୍ଦ୍ର ହୋଟେଲ୍‌ସ ଆଣ୍ଡ୍ ରିସୋର୍ଟସ୍‌ ଏବଂ ଟେସ୍‌କୋ ହୋଟେଲ୍‌ସ ଆଣ୍ଡ୍‌ ମଲ୍‌ସ ଇନ୍‌ଫ୍ରାପ୍ରୋଜେକ୍ଟସ୍‌ ଖୋର୍ଦ୍ଧାରେ, ସୂର୍ଯ୍ୟ ଇକୋ ରିସୋର୍ଟସ୍‌ ଅନୁଗୁଳରେ, ସତ୍ତ୍ବ ଓଲିଓ ଗଞ୍ଜାମରେ ଏବଂ ଟିକେ ଇଣ୍ଟରନ୍ୟାସନାଲ୍‌ କୋରାପୁଟରେ ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ ‌କରାଯିବ। ଏହା ବ୍ୟତୀତ, ଶ୍ରୀ ମେଟାଲିକ୍ସ ଏହାର କେନ୍ଦୁଝର କାରଖାନା ସମ୍ପ୍ରସାରଣରେ ୮୮୫ କୋଟି ଟଙ୍କା ନିବେଶ…

Read More

ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପ୍ରବଳ କ୍ରୋଧ ରହିଛି। ଆତଙ୍କବାଦୀଙ୍କ ଏହି କାର୍ଯ୍ୟ ପରେ, ଲୋକଙ୍କ ରକ୍ତାକ୍ତ ହୋଇଛି। ଏହି ସମୟରେ, ଦେଶର ସରକାର ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଦୁଇ ଦେଶ ମଧ୍ୟରେ ଏକ ଭିନ୍ନ ପ୍ରକାରର ଯୁଦ୍ଧ ଚାଲିଛି | ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଏବଂ ଏବେ ପଡ଼ୋଶୀ ଦେଶ ମଧ୍ୟ ପାକ୍ ରେଡିଓ ଷ୍ଟେସନରେ ଭାରତୀୟ ଗୀତକୁ ନିଷେଧ କରିଛି।ପାକିସ୍ତାନ ସରକାର କହିଛନ୍ତି ଯେ FM ରେ ଭାରତୀୟ ଗୀତ ଶୁଣାଯିବ ନାହିଁ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Read More

ପୂର୍ବ ଘୋଷଣା ଅନୁଯାୟୀ, ପୂର୍ବ ତଟ ରେଳବାଇ (ECoR) ଶୁକ୍ରବାର ଦିନ ଘୋଷଣା କରିଛି ଯେ ତିନୋଟି ପ୍ରମୁଖ ଏକ୍ସପ୍ରେସ୍ ଟ୍ରେନ୍ ୨୦୨୫ ମେ ୧୧ ତାରିଖରୁ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ (BBSN) ରୁ ଚାଲିବ।ଏହି ଟ୍ରେନଗୁଡ଼ିକ ହେଉଛି- 11020/11019 ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, 17015/17016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ 22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ।ଉପରୋକ୍ତ ସମସ୍ତ ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଉଭୟ ଦିଗରୁ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି ପ୍ରଦାନ କରିବେ। ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଉପୋରକ୍ତ ଟ୍ରେନ ଗୁଡିକ 20 ମିନିଟ୍ ରହଣି ସମୟ ପ୍ରଦାନ କରିବେ। ତେବେ ଉତ୍ତର ଭୁବନେଶ୍ୱର, ଆଠଗଡ଼ ଏବଂ କଟକ ଅଞ୍ଚଳର ଲୋକମାନେ ଅଧିକ ଲାଭ ପାଇବେ।ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସହରର ମୁଖ୍ୟ ରେଳ ଷ୍ଟେସନରେ ଭିଡ଼ ହ୍ରାସ କରିବା ଏବଂ ରାଜଧାନୀର ଉତ୍ତର ଅଞ୍ଚଳ ତଥା ବିସ୍ତାରିତ କଟକ ସହରରେ ଉନ୍ନୟନକୁ ଉତ୍ସାହିତ…

Read More

ସମାଜର ଟାହିଟାପରାକୁ ପାଦରେ ଏଡାଇ ନିଜ ପାଇଁ ଆଗକୁ ଯିବାର ନୂଆ ବାଟ କାଢିଛନ୍ତି । ଭଦ୍ରକ ଚରମ୍ପାର ୯ ଜଣ କିନ୍ନର ଯିଏ ପାସ୍ କରିଛନ୍ତି ମାଟ୍ରିକ୍‌ ପରୀକ୍ଷା। ମାଟ୍ରିକ୍‌ ପରୀକ୍ଷା ପାସ୍‌ କରି ଏମାନେ ଯେ କେବଳ ଖୁସି ହୋଇଛନ୍ତି ତାହା ନୁହେଁ, ଏହା ସେମାନଙ୍କ ମନରେ ଭରିଦେଇଛି ନୂଆ ଆତ୍ମବିଶ୍ବାସ।ନିଜ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ବିଭିନ୍ନ ସାମାଜିକ ପ୍ରତିବନ୍ଧକ ପାଇଁ ପାଠରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ହେଲେ ଅନେକ ଚେଷ୍ଟା ପରେ ଚରମ୍ପା ସ୍ଥିତ ସରୋଜିନୀ ସଂସ୍କୃତ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରିଥିଲେ। ଲଗାତାର କ୍ଲାସ କରିବା ସହ ବଳକା ସମୟରେ ପ୍ରସ୍ତୁତି କରୁଥିଲେ। ପ୍ରତିବନ୍ଧକ ସତ୍ତ୍ବେ ପାଠ ପ୍ରତି ଆଗ୍ରହ ଥିବାରୁ ସରକାରୀ ସହାୟତା ସହ ଗୁରୁମା ଓ ସାଥୀ ଫାଉଣ୍ଡେସନ ମଧ୍ୟ ସହଯୋଗ କରିଥିଲେ। ମାଟ୍ରିକ୍ ପରୀକ୍ଷା ପାଇଁ ସେଣ୍ଟର ଥିଲା ଆରସିବିଏଲ ହାଇସ୍କୁଲ। ପରୀକ୍ଷା ପରେ ଭଲ ମାର୍କ ରଖିବେ…

Read More