ସ୍ବଳ୍ପ ବିନିଯୋଗ କରି ଅଧିକ ଲାଭ ପାଇବାର ଲୋଭ ଦେଖାଇଥିଲେ ସାଇବର ଠକ । ଆଉ ଅନଲାଇନ୍ ଟ୍ରେଡିଂ ନାଁରେ ବ୍ୟକ୍ତିଙ୍କଠାରୁ ଠକି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଥିଲେ ଦେବୋଜିତ ତ୍ରିପାଠୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବାର ରହିଛି ଅଭିଯୋଗ । ଅନ୍ୟପଟେ ୭୮ ଲକ୍ଷ ଟଙ୍କା ଠକେଇ ମାମଲାର ପର୍ଦ୍ଦାଫାସ କରିଛି କଟକ ସାଇବର ପୋଲିସ । ୬ ଜଣ ସାଇବର ଠକଙ୍କୁ ଗିରଫ କରିବା ସହ ନଗଦ ୪ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି । ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ରାଜ୍ୟ ବାହାରକୁ ଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି…
Author: sanitelevision
କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ମିଳିବାର ଗୋଟିଏ ଦିନ ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶନିବାର ସୋସିଆଲ ମିଡିଆରେ ତାଙ୍କ ଗତ ୧୮ ମାସର ଅସନ୍ତୁଳିତ କାର୍ଯ୍ୟ-ଜୀବନ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ତାହା ପ୍ରକାଶ କରିଛନ୍ତି।ଲିଙ୍କଡିନ୍ ପ୍ରୋଫାଇଲରେ ସେ ଏକ ପୋଷ୍ଟ କରି କହିଛନ୍ତି ଯେ ଗତ ସପ୍ତାହଗୁଡ଼ିକ ‘ଚାପପୂର୍ଣ୍ଣ’ ଥିଲା। ଯାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରୁ ବାହାରିବାର ଯୁକ୍ତିଯୁକ୍ତ କାରଣ ସୂଚାଇଛି। ତେବେ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ଗତ କିଛି ସପ୍ତାହ ମୋ ପାଇଁ ଚାପପୂର୍ଣ୍ଣ ଥିଲା। ମାର୍ଚ୍ଚ ଆରମ୍ଭରେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ଗତ ୧୮ ମାସ ଧରି ମୁଁ ମୋ ପରିବାର ଓ ବ୍ୟକ୍ତିଗତ ବିଷୟଗୁଡ଼ିକୁ ଦେଖାଶୁଣା କରିପାରି ନଥିଲି। ମୁଁ ମୋ ସ୍ୱାସ୍ଥ୍ୟର ଯତ୍ନ ନେଇ ପାରି ନଥିଲି। ୨୦୨୪ରେ ମୁଁ ମୁଖ୍ୟ ନିର୍ବାଚନ ଅଧିକାରୀ…
ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଗୁପ୍ତଚର ସୂଚନାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯେ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟରେ ରଖିଥିଲେ। ଏହି ହମଲା ପଛରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ର ହାତ ରହିଛି। ଏହି ଘଟଣା ଏବେ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ନୂଆ ପ୍ରଶ୍ନ ଉଠାଇଛି।ଗୁପ୍ତଚର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପ୍ରିଲ ୧୯ ତାରିଖରେ ଜମ୍ମୁ ଓ କାଶ୍ମୀର ଗସ୍ତ ସମୟରେ ହମଲା କରିବାର ଯୋଜନା କରୁଥିଲେ। ମୋଦୀ ଏହି ଗସ୍ତରେ କଟରା-ଶ୍ରୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ…
ଓଡ଼ିଶାରେ କାମ କରୁଥିବା ପଶ୍ଚିମବଙ୍ଗର ମୁର୍ଶିଦାବାଦ, ବରହମପୁର ଆଦି ଅଞ୍ଚଳର ମୁସଲିମ୍ ସମ୍ପ୍ରଦାୟର ଶ୍ରମିକଙ୍କୁ ଆକ୍ରମଣ କରାଯାଉଛି। ଏଥିରେ ହସ୍ତକ୍ଷେପ କରି ଓଡ଼ିଶା ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଟିଏମ୍ସି ସାଂସଦ ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ରଖିଛନ୍ତି। ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେ ବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ। ଓଡ଼ିଶା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଶରଣ ଓ ରୋଜଗାର ଦେଇଛି। ଇତିହାସରେ କେବେ ବି ଓଡ଼ିଶା କାହା ପାଇଁ ଅସୁରକ୍ଷିତ ସ୍ଥାନ ବୋଲି ଅଭିଯୋଗ ଆସିନାହିଁ। ପ୍ରଥମ ଥର ପାଇଁ ଓଡ଼ିଶା ଉପରେ ସାମାନ୍ୟ ତେବେ…
ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଆରମ୍ଭ କରିଛି। କିଭଳି ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘନଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି। ଯାହା ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ପ୍ରାକ୍ ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ,ଭକ୍ତ,ପର୍ଯ୍ୟଟକଙ୍କ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି। ତେବେ ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ, ଭକ୍ତ, ପର୍ଯ୍ୟଟକ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଔଷଧ ଓ ମାନବ ସମ୍ବଳ ଆଗୁଆ ପୁରୀରେ ପ୍ରସ୍ତୁତ ରଖିବା ପାଇଁ ଶ୍ରୀମତୀ ଅଶ୍ବତୀ ସ୍ବାସ୍ଥ୍ୟ ବିଭାଗ ଅଧିନସ୍ଥ ସବୁ ନିର୍ଦ୍ଦେଶାଳୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଚଳିତ ବର୍ଷ ଅଧିକ ସଂଖ୍ୟକ ଫାଷ୍ଟ୍-ଏଡ କେନ୍ଦ୍ର ଖୋଲିବା ପାଇଁ ସ୍ଥିର କରାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକ ୩ଟି ସିଫ୍ଟରେ ୨୪ ଘଣ୍ଟା…
ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଉଭଭ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁଯାୟୀ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରିଥିବା ଯୁବକଙ୍କ ନାମ ରବି ବୋଲି ଜଣାପଡ଼ିଛି। ଅଭିଯୋଗକାରିଣୀଙ୍କ ଘରେ ସହାୟକ ଭାବେ ରବି କାମ କରୁଥିଲା । ପ୍ରଥମେ ଅଭିଯୋଗକାରିଣୀଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକ ମେଲିଂ କରୁଥିଲା । ପରବର୍ତ୍ତି ସମୟରେ ଅଭିଯୋଗକାରିଣୀ ଏବଂ ତାଙ୍କ ନାବାଳିକା ଝିଅର ଏକାଧିକ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉଠାଇ ଉଭୟଙ୍କୁୁ ବ୍ଲାକମେଲିଂ କରୁଥିଲା । ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ଉଭୟ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରୁଥିଲା ।
ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖୀ ଲାଗି ରହିଛି । ଫଳରେ ଅସହ୍ୟ ଗରମରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳୁଛି । ଆହୁରି ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ପୁଣି କଲବଲ କରିବ ତାତି । ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଛଟପଟ ହେବେ ରାଜ୍ୟବାସୀ ।ସୋମବାର ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୪୦ରୁ ୫୦କିମି ବେଗରେ ପବନ ବି ବହିବ । ୬ ତାରିଖ (ମଙ୍ଗଳବାର) ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଶ୍ରୀମନ୍ଦିରର ସମସ୍ତ ସେବାୟତ ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ ହୋଇ କାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର । ଦୀଘା ଜଗନ୍ନାଥ ମନ୍ଦିରରେ କିଛିଟା ବ୍ୟତିକ୍ରମ ହେବା ଜଣାପଡିଛି । ଦୀଘାକୁ ଜଗନ୍ନାଥ ଧାମ ନାମ ଦେବାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ମହାପ୍ରଭୁଙ୍କୁ ଏକ ଖେଳଣା ବୋଲି ପଶ୍ଚିମବଙ୍ଗ ସରକାର ଭାବୁଛନ୍ତି । ଏହାର ପ୍ରଭାବ ନିଶ୍ଚୟ ତାଙ୍କ ଉପରେ ପଡିବ । ପଶ୍ଚିମବଙ୍ଗ ସରକାର ରାଜନୀତି ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଛନ୍ତି । ଶ୍ରୀମନ୍ଦିରର ସ୍ବତନ୍ତ୍ର ରେକର୍ଡ ଅଫ ରାଇଟ ଅଛି…
ଅକ୍ଷୟ ଶକ୍ତି ଲାଗି ନିଆଯାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି । ଏହାକୁ ଉପଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜଭବନରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ମହାମହିମ ରାଜ୍ୟପାଳ ସୂଚନା ଦେଇଛନ୍ତି । ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୁବ ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ପ୍ଲାଣ୍ଟ୍ ସ୍ଥାପିତ ହେବାକୁ ଯାଉଛି। ଏହା ରାଜ୍ୟପାଳଙ୍କ ବାସଭବନକୁ ଏକ ନେଟ୍-ଜିରୋ ଶକ୍ତି କ୍ୟାମ୍ପସ୍ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସବୁଜ ମିଶନକୁ ଆଗକୁ ବଢ଼ାଇବା ଉଦେ୍ଦଶ୍ୟରେ ଭାରତରେ ନିର୍ମିତ ଦୁଇ ଚକିଆ ଯାନ ଏବଂ ଅଫିସିଆଲ କାର୍ ପ୍ରଚଳନ କରାଯାଇଛି । ଯାହା, ସ୍ଥାୟୀ ଗତିଶୀଳତା ପ୍ରତି ନିର୍ଣ୍ଣାୟକ ପଦକ୍ଷେପର ସଙ୍କେତ ଦେଉଛି…
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ । ନାଁ ନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ୍ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସେ କହିଛନ୍ତି ଯେ, ଧାମ ତିଆରି ନାମକରଣ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ। ଏଥିପାଇଁ ହିନ୍ଦି ସଂସ୍କୃତିରେ ଅଲଗା ପରମ୍ପରା ଅଛି। ଏଥିପାଇଁ ଫଳ ନିଶ୍ଚୟ ଭୋଗିବେ ଅପେକ୍ଷା କରନ୍ତୁ।କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ ଯେ କେଉଁଠି ଧାମ ତିଆରି କରିବା କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା କି କେଉଁ ସମୁଦ୍ରର ନାମକରଣ କରିବା । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ଅଛି । ହିନ୍ଦୁ ସଂସ୍କୃତି, ପରମ୍ପରାକୁ ଯିଏ ଯେବେ ଛେଡଖାନି କରିଛି, ସିଏ ତାର ଫଳ ଭୋଗିଛି ।









