ସବୁ ଜଗନ୍ନାଥ ମନ୍ଦିର ପାଇଁ ମାର୍ଗଦର୍ଶିକା ତିଆରି ହେବ । ମୁକ୍ତିମଣ୍ଡପକୁ ମାର୍ଗଦର୍ଶିକା ତିଆରି ପାଇଁ କୁହାଯାଇଛି । ସେବାୟତମାନଙ୍କ ପାଇଁ SOP ଅଣାଯିବ । କେଉଁ ସେବାୟତ କେଉଁ ସେବା କରିବେ ଉଲ୍ଲେଖ ରହିବ । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ବିବାଦ ପ୍ରସଙ୍ଗରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ।
Author: sanitelevision
ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ଲେଖା । ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ମମତା । ସୋସିଆଲମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ମାଲବ୍ୟ । ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅଛନ୍ତି ଅମିତ ମାଲବ୍ୟ । ସେ ଏକ୍ସରେ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ । ଫେଲ ମାରିଲା ମମତାଙ୍କ ବିଭାଜନ ରଣନୀତି । କିନ୍ତୁ ୱେବସାଇଟରେ ଏବେ ବି ଅଛି ‘ଜଗନ୍ନାଥ ଧାମ’। ୱେବସାଇଟରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଜଗନ୍ନାଥ ଧାମ ଦୀଘା।ମନ୍ଦିରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏବେ ବି ଜଗନ୍ନାଥ ଧାମ ଲେଖା ହୋଇଛି। ତେଣୁ ଦିଦିଙ୍କ ମତ ଆଉ ଦୋମୁହାଁ ନୀତି ନେଇ ଏବେ ଅସନ୍ତୋଷ ଆହୁରି ତେଜିଛି। ଯାହାକୁ ନେଇ ଆଇନଗତ ଆଶ୍ରୟ ନିଆଯିବ ବୋଲି ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏନେଇ ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି, ଦୀଘା ଜଗନ୍ନାଥ ଧାମ ନାମକରଣ…
ଦୀଘାରେ ଜଗନ୍ନାଥ ଧାମ ବିବାଦକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ଖବରଦାତା ସମ୍ମିଳନୀରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣକୁ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି।ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ପୁରା ମିଛ । ନିମ୍ବ କାଠରେ ତିଆରି ହୋଇଛି ମହାପ୍ରଭୁ । ପଶ୍ଚିମବଙ୍ଗ ସରକାର ଧାମ ଶବ୍ଦର ବ୍ୟବହାର କରିପାରିବେନାହିଁ । କାହିଁକି ନା ଏହା କେବଳେ ଚାରି ଧାମରେ ବ୍ୟବହାର କରାଯିବ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେହିପରି ସେବାୟତଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଶ୍ରୀମନ୍ଦିର ସେବାୟତ ଅନ୍ୟ କେଉଁଠି ପୂଜା କରିବା ନେଇ ବିଧି ନାହିଁ ।…
ଆଜି ଆଉ ୬ ସାଂଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି। କେନ୍ଦୁଝର ପାଇଁ ଦଳ ଆଶିଷ ଚକ୍ରବର୍ତ୍ତୀଙ୍କ ନାଁ ଘୋଷଣା କରିଥିବା ବେଳେ ଖୋର୍ଦ୍ଧା ଜିଲାର ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୂରଭଞ୍ଜ-୨: ଦେବାଶିଷ ମାରାଣ୍ଡିଙ୍କ ନାଁ ଘୋଷଣା କରିଛି। ସେହିପରି ସମ୍ବଲପୁର ପାଇଁ ରୋହିତ ପୂଜାରୀ ଏବଂ ବଲାଙ୍ଗୀର ପାଇଁ ସରୋଜ ମେହେରଙ୍କୁ ଦାୟିତ୍ୱ ଦେଇଛି ବିଜେଡି।ଅନ୍ୟପଟେ ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ସେଲ୍/ଶାଖାର ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହିକ୍ରମରେ ବିଜୁ କୃଷକ ଜନତା ଦଳର ଦାୟିତ୍ୱ ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ସେହିପରି ବିଜେଡି ଆଞ୍ଚଳିକ ଉନ୍ନୟନ ସେଲରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ବିଜେଡି କୋ-ଅପରେଟିଭ ସେଲ୍ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରହିଛନ୍ତି। ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍ ଦାୟିତ୍ବରେ…
ରାଉରକେଲାରେ ପୁଣି ଥରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ। ଜଣେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ସେହି ଅଞ୍ଚଳର ୨୫ ବର୍ଷୀୟ ଯୁବକ । ଗିରଫ ହେବା ଭୟରେ ୩ ମହଲା ଛାତରୁ ତଳକୁ ଡେଇଁ ପଡିଲା ଦୁଷ୍କର୍ମକାରୀ । ଗତକାଲି ବିଳମ୍ୱିତ ରାତିରେ ମାମଲା ରୁଜୁ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ। ତେବେ ଅଭିଯୋଗ ହୋଇଛି କି, ଯୁବକ ଜଣକ ଉକ୍ତ ଗାଁର ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ପରେ ଛାତରୁ ତଳକୁ ଡ଼େଇଁ ପଡିଥିଲା।ଫଳରେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଣୁ ସରକାରଙ୍କ ଡେଡ୍ଲାଇନ୍ ପରେ ଗଠନ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ । ଏହାପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡ଼ିକୁ ମଞ୍ଜୁର କରିବାକୁ ଚେଷ୍ଟା କରାଯିବ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏଥିପାଇଁ ୧୦୦୦ ଆବେଦନରୁ ୩୦୦ଟି ରାଜସ୍ୱ ଗାଁ ହୋଇ ସାରିଲେଣି । ମୋଡାଲିଟି ଅନୁସାରେ ଯେଉଁ ପଡ଼ା ଓ ଗାଁରେ ୨୫୦ ଲୋକ ଥିବେ ଓ ତାହା ମୂଳ ଗାଁରୁ ୫୦୦ ମିଟର ଦୂରରେ ଥିବ, ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ ।
ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ । ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସୀତାର ନବମୀ ପାଳନ କରାଯାଏ । ଆଜି ହେଉଛି ସେହି ପବିତ୍ର ସୀତା ନବମୀ । ପୌରାଣିକ ପ୍ରଥା ଅନୁଯାୟୀ ବିଶ୍ବାସ କରାଯାଏ ଯେ, ଏହି ଦିନରେ ମାତା ସୀତା ଧରିତ୍ରୀରୁ ଆବିର୍ଭାବ ହୋଇଥିଲେ । ଏହି ଦିନକୁ ମନେ ରଖିବା ପାଇଁ ଦୀତା ନବମୀ ରୂପରେ ପାଳନ କରାଯାଇଆସୁଛି । ପ୍ରତ୍ୟେକ ଭାରତୀୟ ନାରୀ ସୀତାଙ୍କୁ ସର୍ବଶ୍ରେଷ୍ଠ ଆଦର୍ଶ ରୂପେ ଗ୍ରହଣ କରିଥାନ୍ତି। ସୀତା ରାଜର୍ଷି ଜନକଙ୍କର ପୁତ୍ରୀ ଏବଂ ଅଯୋଧ୍ୟାପତି ଦଶରଥଙ୍କର ପୁତ୍ରବଧୂ। ବିଷ୍ଣୁଙ୍କର ରାମ ଅବତାରର ପତ୍ନୀ ଲକ୍ଷ୍ମୀସ୍ୱରୂପିଣୀ ସୀତା। ଏତେ ସବୁ ସତ୍ତ୍ୱେ, କୌଣସି ଦିନ ସେ ରାଜପ୍ରାସାଦର ସୁଖବୈଭବ ଭୋଗ କରିପାରିନଥିଲେ। ବିଶେଷ କରି ସୀତାଙ୍କର ସବୁଠାରୁ ଦୁଃଖର ଦିନ ଥିଲା ଯେତେବେଳେ ସନ୍ତାନସଂଭବା ଜାଣି ମଧ୍ୟ ରାମଚନ୍ଦ୍ର ତାଙ୍କୁ ବନବାସ ପ୍ରଦାନ କରିଥିଲେ। ତେବେ…
ଆଜି ବୈଶାଖ ଶୁକ୍ଳ ଅଷ୍ଟମୀରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ଗଣାଯାଏ। ଉକ୍ତ ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହେବ। ୧୦୮ କୁମ୍ଭ ଜଳରେ ଦାରୁଦିଅଁଙ୍କ ଜଳାଭିଷେକ ହୋଇଥାଏ। ବଡ଼ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ।ସ୍କନ୍ଦ ପୁରାଣ ଅନୁସାରେ, ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥାଏ । କୁହାଯାଏ ଏହି ଦିନ ଦାନ, ତପସ୍ୟା ଓ ହୋମାଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ । ବାମଦେବ ସଂହିତାରେ ଏହାର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ କେନ୍ଦୁଝରକୁ ୨ ଦିନିଆ ଗସ୍ତରେ ଯିବେ । ୫ ଓ ୬ ତାରିଖରେ (ସୋମବାର ଓ ମଙ୍ଗଳବାର) ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନ ଧରଣୀଧର ନାଏକଙ୍କ ଜୟନ୍ତୀ ଅବସରରେ କୁସୁମିତାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିପ୍ଳବୀ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ମୁଖ୍ୟମନ୍ତ୍ରୀ ।। କୁସୁମିତା ଗ୍ରାମରେ ଏକ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଏହାପରେ ଧରଣୀଧର ଭୂୟାଁଙ୍କ ଏନ୍ତୁଡିଶାଳ କୁସୁମିତାକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସମୁଦ୍ର ପଥରେ ଚୋରାଚାଲାଣ ନେଇ ପୋଲିସର ରେଡ୍ । ଘଟଣାରେ ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନେହରୁବଙ୍ଗଳା ଫିସିଙ୍ଗ୍ ହାର୍ବର୍ ପରିସରରୁ ଏହି ସବୁ ସାମଗ୍ରୀ ଜବତ ହୋଇଛି ।ପୋଲିସର ସୂଚନା ମୁତାବକ, ପିକ୍ଅପ୍ ଭ୍ୟାନ୍ରେ ଚୋରା ସାମଗ୍ରୀ ଆଣି ସମୁଦ୍ରକୁ ନେଇଯାଉଥିଲେ ଗିରଫ ଅଭିଯୁକ୍ତ ମାନେ । ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନେହରୁ ବଙ୍ଗଳା ଫିସିଂ ହାର୍ବର ପରିସରରୁ ପିକଅପ ଭ୍ୟାନରେ ଆଣିଥିବା ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀଗୁଡ଼ିକୁ ଜବତ କରିଥିଲା ।









