ଗତକାଲି ରାଜ୍ୟ କ୍ୟାବିନେଟର ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାl ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ।ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।ଏହାଦ୍ବାରା ରାସ୍ତାର ଉନ୍ନତିକରଣ ହେଲେ ଶିକ୍ଷାନୁଷ୍ଠାନ, ଚିକିତ୍ସା ସୁବିଧା, ବ୍ଳକ/ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ, ବଜାର ସ୍ଥାନ ଓ ପର୍ଯ୍ୟଟନସ୍ଥଳ ଆଦି ସହିତ ଉତ୍ତମ ସଂଯୋଗୀକରଣ ହୋଇପାରିବ। ସେହିପରି ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିରେ ୧୦୦୦ କୋଟି ଟଙ୍କାର ବ୍ୟୟରେ ପ୍ରାୟ ୫୦୦ କିମି ନୂତନ ରାସ୍ତା ନିର୍ମାଣ କରାଯିବ । ନୂତନ ଯୋଜନାରେ ନିର୍ବାଚନ ମଣ୍ଡଳୀରେ ନୂଆ ସଡ଼କ ନିର୍ମାଣ ହେବା ସହିତ ପୁରୁଣା ସଡ଼କର ମରାମତି ହେବ । ସାର୍ବଜନୀନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ସେବାକୁ ସୁଦୃଢ଼…
Author: sanitelevision
କ୍ରାଇମ ବ୍ରାଞ୍ଚ ଅଫ୍ ଇଣ୍ଡିଆ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବଢ଼ିଛି । ପର୍ସନେଲ ମିନିଷ୍ଟ୍ରି ସୂଚନା ମୁତାବକ ପ୍ରବୀଣଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ାଇ ଦିଆଯାଇଛି । ଶ୍ରୀ ସୁଦ ୨୫ ମଇ, ୨୦୨୩ରେ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟିର ବୈଠକରେ ଏବଂ ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଗଠିତ ବୈଠକରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ମନୋନୟନ କମିଟିର ସୁପାରିଶ ଉପରେ ଆଧାର କରି କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ୨୪ ମଇ ପରେ ଗୋଟିଏ ବର୍ଷ ପାଇଁ ବୃଦ୍ଧିକୁ ଅନୁମୋଦନ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରବୀଣଙ୍କ ସ୍ଥାନ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି ମିଳି ନ ଥିବାବେଳେ…
ଆସନ୍ତା ମେ ୧୧ ତାରିଖରେ ସାରା ବିଶ୍ଵରେ ମଦର୍ସ ଡେ ୨୦୨୫ ପାଳିତ ହେବାକୁ ଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମେ ୬ ରୁ ୧୦ ପର୍ଯ୍ୟନ୍ତ ଏକ ସେଲଫି ପ୍ରତିଯୋଗିତା ‘ମଦର୍ସ ଡେ ସେଲଫି କଣ୍ଟେଷ୍ଟ’ ନାମକ ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି।ମେ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପଠାଇପାରିବେ ମା’ଙ୍କ ସହ ସେଲଫି । ତେବେ ମେ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ମଦର୍ସ ଡେ’ ପାଳନ କରାଯିବ । ଏହି ଅବସରରେ ବିଜେତାମାନେ ନିଜର ଉପଯୁକ୍ତ ପ୍ରମାଣପତ୍ର ଦର୍ଶାଇ ପୁରସ୍କାର ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମରେ ମା’ ମାନଙ୍କ ପାଇଁ ବହୁ ମଜାଳିଆ ଖେଳର ମଧ୍ୟ ଆୟୋଜନ କରାଯାଇଛି । ଭାଗ ନେବା ପାଇଁ ଚାଁହୁଥିବା ମା’ ମାନେ ମେ ୧୧ ତାରିଖ ଅପରାହ୍ନ ୩ ଟା ସମୟରେ ଏକାମ୍ର ହାଟ ଆସି…
ଭାରତୀୟ ସେନା ପହଲଗାମ ଆତଙ୍କବାଦ କାଣ୍ଡର ପ୍ରତିଶୋଧରେ ପାକିସ୍ତାନ ଓ ପିଓକେର ଆତଙ୍କୀ ବେସ୍ ଧ୍ୱଂସସ୍ତ କରିଛି। ଏହାକୁ ନେଇ ପାକିସ୍ତାନରେ ୭ ମେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତର ଏୟାରଷ୍ଟ୍ରାଇକ୍ କୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ସଂସଦକୁ ସମ୍ବୋଧିତ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତୀୟ ସେନା ଦ୍ବାରା ଅଧ ରାତିରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବାର ଏକାଧିକ ଠିକଣା ଓ ମୁଖ୍ୟାଳୟ ଧ୍ବଂସ ହୋଇଯାଇଛି। ଭାରତୀୟ ସେନାର ସୂଚନା ମୁତାବକ, ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରପକ୍ଷେ ପାକିସ୍ତାନ ମଧ୍ୟ ସ୍ବୀକାର କରିଛି ଯେ, ଏହି ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟିଛି, କିନ୍ତୁ ସେ ସେମାନଙ୍କୁ ସାଧାରଣ ନାଗରିକ ବୋଲି ପ୍ରଚାର କରୁଛି। ଇତି ମଧ୍ୟରେ ପାକିସ୍ତାନ ସେନା ମୁଖପାତ୍ରଙ୍କ ବୟାନ…
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତବର୍ତ୍ତିୀ କାରେଗଟ୍ଟା ଜଂଗଲରେ ଗତ ୧୬ ଦିନ ହେବ ମାଓ ଅପେରସନ ଜୋରଦାର ଚାଲିଛି। ତେବେ ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଯେଉଁଥିରେ ୧୮ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି। ନିହତ ମାଓବାଦୀଙ୍କ ସଂଖ୍ୟା ବଢ଼ିପାରେ। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।ମାଓ ଦମନରେ ନିର୍ଣ୍ଣାୟକ ମୋଡ଼ରେ ଯବାନ। ନକ୍ସଲଙ୍କୁ ଆଉ ନିସ୍ତାର ନାହିଁ। ନକ୍ସଲ ମରିବେ ନଚେତ ଆତ୍ମସମର୍ପଣ କରିବେ ବୋଲି କୁହାଯାଇଛି। ଛତିଶଗଡ଼ ସରକାରଙ୍କ ସମେତ ପୁଲିସ ବିଭାଗର ଏବଂ ସିଆରପିଏଫର ଉଚ୍ଚ ପଦାଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଥିବା କହିଛନ୍ତି।କରେଗୁଟ୍ଟା ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ତଲାସୀ ଅଭିଯାନକୁ ବେଶ୍ ଆହ୍ବାନମୂଳକ କୁହାଯାଉଛି, କିନ୍ତୁ ସୁରକ୍ଷା ବାହିନୀ ତଲାସୀ ଏବଂ ପାଟ୍ରୋଲିଂ ଅଭିଯାନ ଚଳାଇଛନ୍ତି।
ବାଜିଲା ଏୟାର ରେଡ ୱାର୍ଣ୍ଣିଂ ସାଇରନ । ପୁରୀ ସମେତ ରାଜ୍ୟର ୧୨ ସିଭିଲ ଡିଫେନସ ଜିଲ୍ଲାରେ ମକଡ୍ରିଲ । ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲା ସାଇରନ୍ । ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡା, ପାରାଦୀପ, ବାଲେଶ୍ବରରେ ବାଜିଲା ସାଇରନ୍ । ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯାଉଛି । ସାଇରନ୍ ବଜା ଯାଇ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଉଛି । ଏଥିରେ କେହି ଭୟଭୀତ ହେବାର ନାହିଁ ବୋଲି ପରାମର୍ଶ ଦିଆଯାଇଛି। ପୁଣି ଥରେ ୪ ଟା ୩୦ ମିନିଟ୍ ସମୟରେ ପୁନର୍ବାର ଶେଷ ଆଲର୍ଟ ନିମନ୍ତେ ଆଉ କିଛି ଗୋଟିଏ ସାଇରନ ବାଜିଛି । ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରି ଜନ ସଚତନତା ସୃଷ୍ଟି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ…
ପୁଣି ବଢିଲା ସୁନା ଦର । ଏବେ ଲଗାତାର ବୃଦ୍ଧି ପାଉଥିବା ସୁନା ଦର ପୁଣି ଥରେ ଚିନ୍ତା ବଢାଇ ଦେଇଛି । ମେ’ ୭ ଅର୍ଥାତ୍ ବୁଧବାର ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୯୯,୦୦୦ ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୭୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୯,୦୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ,୦୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୯, ୧୫୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦, ୯୦୦ ଟଙ୍କା ରହିଛି ।ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ଗତକାଲି ଏହା ୧୦,୭୯୦ ଟଙ୍କା ଥିଲା । ଏଥିରେ ୩୧୦ ଟଙ୍କା ବୃଦ୍ଧି ହୋଇଛି ।
ଭାରତ ନେଇଛି ପହଲଗାଓଁ ଆକ୍ରମଣର ପ୍ରତିଶୋଧ। ରାତି ପ୍ରାୟ ୧.୩୦ରେ ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ବାହାବଲପୁର, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ, ସେନା ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଉଚିତ ଜବାବ ଦେଇଛି। ତେବେ ଅପରେସନ୍ ସିନ୍ଦୂର ଉପରେ ଆଜି ପ୍ରେସ ମିଟ୍ କରି ସବିଶେଷ ସୂଚନା ଦେଇଛନ୍ତି ବିଦେଶ ସଚିବଙ୍କ ସହ ସେନାର ଦୁଇ ମହିଳା ଅଧିକାରୀ । ସାମିଲ ଥିଲେ ଲେଫ୍ଟେନାଣ୍ଟ କର୍ଣ୍ଣଲ ସୋଫିଆ କୁରେସି ଓ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ଅଧିକାଂଶ ପ୍ରେସମିଟରେ ପୁରୁଷ ଅଧିକାରୀ ବ୍ରିଫିଙ୍ଗ ଦେଉଥିବାବେଳ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମହିଳା ଅଧିକାରୀଙ୍କ ପ୍ରେସ ମିଟ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୋଫିଆ କୁରେଶୀ ଭାରତୀୟ ସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ବ୍ୟୋମିକା ସିଂହ ଭାରତୀୟ ବାୟୁସେନାରେ ଜଣେ ୱିଙ୍ଗ କମାଣ୍ଡର। ସୋଫିଆ…
ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଗଜପତିଙ୍କ ଚିଠି । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଗଜପତି ମହାରାଜାଙ୍କ ଚିଠି । ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଏ ନେଇ ଚିଠି ଲେଖିଲେ ଗଜପତି । ଦୀଘା ମନ୍ଦିର ଟ୍ରଷ୍ଟିରେ ଇସ୍କନ ପ୍ରତିନିଧି ରହିଥିବାରୁ ପ୍ରଶ୍ନ ଉଠାଇଲେ ।ଶ୍ରୀକ୍ଷେତ୍ର ବ୍ୟତୀତ ଆଉ କୌଣସି ସ୍ଥାନ କିମ୍ବା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଉଚିତ ନୁହେଁ । ସନାତନ ବୈଦିକ ଧର୍ମର ସର୍ବୋଚ୍ଚ ଧାର୍ମିକ ଅଧିକାରୀ ହେଉଛନ୍ତି ପରମ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ସେହିପରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ସଂସ୍କୃତିର ଆଦି ଗୁରୁ ଏବଂ ପରମଗୁରୁ । ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛନ୍ତି ଦୀଘାର ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ । ଶ୍ରୀଜଗନ୍ନାଥ ଧାମ, ଶ୍ରୀ ପୁରୁଷୋତ୍ତମ ଧାମ ବା କ୍ଷେତ୍ର, ଶ୍ରୀକ୍ଷେତ୍ର ଏବଂ ଶ୍ରୀ ନୀଳାଚଳ ଧାମ ପରି ନାମକରଣ କେବଳ…
ଭାରତ ସେନାର ସର୍ଜିକାଲ ଷ୍ଟ୍ରାଇକ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବାର ଆତଙ୍କବାଦୀ ଆଡ୍ଡା ଉପରେ କରିଥିବା ଆକ୍ରମଣ ପରେ ଚାଇନା ତା’ର ପୂର୍ବ ନୀତିରୁ ଓଲଟି ପାକିସ୍ତାନକୁ ସଂଯମ ରହିବା ପାଇଁ ପରାମର୍ଶ ଦେଇଛି। ପୂର୍ବରୁ ପାକିସ୍ତାନର ସମର୍ଥନ କରୁଥିବା ଚାଇନା ଏବେ ଯୁଦ୍ଧର ସମ୍ଭାବନାକୁ ନେଇ ଚିନ୍ତିତ ବୋଲି ଜଣାପଡ଼ିଛି।ଭାରତ ଓ ପାକିସ୍ତାନ ଉଭୟ ପଡୋଶୀ ଦେଶ । ତେଣୁ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଚୀନ ନିବେଦନ କରିଛି । ନିଜକୁ ସମ୍ଭାଳ ଓ ଆଗକୁ କିଭଳି ଏହି ବିବାଦ ନବଢିବ ତା ଉପରେ ଆଲୋଚନା କରିବାକୁ ଚୀନ ପରାମର୍ଶ ଦେଇଛି । ସୂଚନାଯୋଗ୍ୟ, ସିନ୍ଦୂରର ଜବାବ ଭାରତ ‘ଅପରେସନ ସିନ୍ଦୂର’ରେ ଦେଇଛି। ଅଧିକାରୀଙ୍କ ଅନୁଯାୟୀ, “ଅପରେସନ ସିନ୍ଦୁର” ଅଧୀନରେ ପାକିସ୍ତାନ ବିରୋଧରେ ୯ ଟାର୍ଗେଟ ହୋଇଥିବା ବେଳେ, ପାକିସ୍ତାନରେ ଚାରିଟି ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାଞ୍ଚଟି ସ୍ଥାନରେ ଘମାଘୋଟ ଏୟାର ଷ୍ଟ୍ରାଇକ କରିଛି। ସ୍ୱାସ୍ଥ୍ୟ କେନ୍ଦ୍ର…









